Sunanda Mohanty

Abstract Tragedy Others

4.5  

Sunanda Mohanty

Abstract Tragedy Others

ବସନ୍ତର ଆଗମନ

ବସନ୍ତର ଆଗମନ

1 min
281



ଋତୁରାଜ ବସନ୍ତ ଧରାପୃଷ୍ଠ କୁ ଆସିଲାପରି କାହା ଜୀବନରେ କେବେ କୋଉ ରୂପରେ ବସନ୍ତ ଆସେ ତାହା କଳନା କରିବା ଅସହଜ ଭିତରେ, ଶ୍ଵେତପଦ୍ମା, ମୋନାଲିସା, ହିରଣ୍ମୟୀ, ପଲ୍ଲବିନୀ, ଅନୁକମ୍ପା, ଏମାନଙ୍କ ଜୀବନରେ ବି ବସନ୍ତ ଆସିଥିଲା ପ୍ରେମ ରୂପରେ ଆଉ ସେ ଜବରଦସ୍ତ ପ୍ରେମ ଥିଲା ଏକପାଖିଆ, ଯାହା ଫଳରେ ଏସିଡ ର ଶୀକାର ହୋଇ ସେମାନଙ୍କ ଭଳି ଅନେକଙ୍କ ଆଶାବରୀ ଆଜି ଚୁର୍ଣ୍ଣ ବିଦୀର୍ଣ୍ଣ, କିନ୍ତୁ ହାରିଯାଇନାହାଁନ୍ତି ଜୀବନ ଯୁଦ୍ଧରେ, ସଭିଏଁ ଏକତ୍ରିତ ହୋଇ ଗଢ଼ିଛନ୍ତି ର୍ରେସ୍ତୁରାନ୍ଟ ଟିଏ, ଯେଉଁଠିକୁ ଯାଇପାରିବେ ଦମ୍ପତ୍ତି, ପରିବାର ସହ କି ପୁରୁଷ ଆଉ ସ୍ତ୍ରୀ, ପଢିପାରିବେ ସେମାନଙ୍କ ଜୀବନର ଅଲିଭା ଦାଗର ପୃଷ୍ଠା, ଦେଖିପାରିବେ ସେମାନଙ୍କର ସୁନ୍ଦର ସାବଲୀଳ ପୂର୍ବ ଚିରାଚରିତ ଫୋଟୋ ସମୂହ, ଉଦେଶ୍ୟ କେବେଳ ସଚେତନତା l

   ଆମ ଭିତରେ ଥିବା ଦୁଇ ଝିଅ ଅନ୍ତଃସତ୍ଵା ଥିଲେ, ତ ଆଶଙ୍କାରେ ପୁଅ ହେବା କଥା ଶୁଣି ଜଣେ କହୁଥିଲା ନା ନା ମୋର ଝିଅ ହିଁ ଦରକାର କାରଣ ତାକୁ ସର୍ବଗୁଣଜ୍ଞ କରି ଗଢିତୋଳି ସମାଜ ରେ ହେଉଥିବା ଧର୍ଷଣ ତଥା ନିର୍ଭୟା ମାନଙ୍କର ସୁରକ୍ଷା ଦିଗରେ କିଛି କରିବା ଦରକାର, ଆଉ ଜଣେ ବି କହୁଥିଲା ଝିଅ ଜନ୍ମ ପରେ ତାକୁ ଉପଯୁକ୍ତ ମଣିଷ କରି ପୋଲିସ ଅଫିସର କରି ଅନ୍ୟାୟ ଅନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା ଦିଗରେ ନିୟୋଜିତ କରାଇବ, ହେଲେ ସଙ୍ଗରେ ଥିବା ମାଆ ଆଶଙ୍କାରେ ଜର୍ଜ୍ଜାରୀତ ହେଉଥିଲା ବେଳେ ଏସିଡ ମାଡ଼ରେ ନିଜ ଚେହେରା ବିକୃତ ହୋଇଥିବା ଝିଅମାନେ ପ୍ରବୋଧନା ଦେଇ ତାଙ୍କ ହକ, ସୁରକ୍ଷା ତେବେ କିଏ ଯୋଗେଇଦେବ କହୁଥିଲେ ତ ଜଡ଼ସଡ଼ ହୋଇ ଜଗନ୍ନାଥ ଙ୍କୁ ଡାକୁଥିଲେ ମାଆ, ପ୍ରଭୁହେ ରକ୍ଷାକର ତ ଝିଅସବୁ କହୁଥିଲେ ନିଶ୍ଚୟ ରକ୍ଷାକରିବେ ଜଗନ୍ନାଥ ହେଲେ ପ୍ରତ୍ୟକ୍ଷ ରେ ନୁହେଁ ପରୋକ୍ଷରେ ଆଗାମୀ ବଂଶଧର ମାନଙ୍କ ହସ୍ତରେ, ବସନ୍ତର ଆଗମନୀ ରେ ଦୁଇ ଝିଅଙ୍କର ଦୁଇ ଝିଅ ହେବା ଶୁଣି ତଥାପି ମାଆ ଡାକୁଥିଲେ, ପ୍ରଭୁ ରକ୍ଷାକର l


Rate this content
Log in

Similar oriya story from Abstract