ଓଡ଼ିଆ ଗଳ୍ପ ଓ କବିତା - ୩

Children

3  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ବସି ଖାଇଲେ ନଈ ବାଲି ସରେ

ବସି ଖାଇଲେ ନଈ ବାଲି ସରେ

3 mins
8.3K


ଶ୍ରୀମତୀ ଲୀନା ମିଶ୍ର

ଶାଗୁଡ଼ିଆ ନାମରେ ଗୋଟିଏ ଗ୍ରାମ ଥିଲା l ସେଠାରେ ମାଧବ ସାହୁ ନାମକ ଜଣେ ଧନୀ ଲୋକ ଥିଲେ l ତାଙ୍କର ଦୁଇଟି ପୁଅ ଥିଲେ l ବଡ଼ ପୁଅ ନାମ ରାମ ସାହୁ ଓ ସାନ ପୁଅର ନାମ ଦାମ ସାହୁ l ବଡ଼ ପୁଅଟି ଭାରି କର୍ମଠ ଓ ସାନ ପୁଅଟି ଭାରି ଅଳସୁଆ l ମାଧବ ସାହୁ ପୁଅମାନଙ୍କୁ ଭାରି ଭଲ ପାଉଥିଲେ l ପୁଅମାନେ କାମ କରନ୍ତୁ ବା ନ କରନ୍ତୁ, ସେ ପୁଅମାନଙ୍କୁ କିଛି କହୁ ନଥିଲେ l ବଡ଼ ଭାଇ ସବୁବେଳେ ସାନ ଭାଇକୁ ଅଳସୁଆ ନହେବା ପାଇଁ କହୁଥାନ୍ତି l କିନ୍ତୁ ସାନପୁଅ ଶୁଣିବାକୁ ନାରାଜ୍ ବାପା କିନ୍ତୁ ଏସବୁ କଥାକୁ ନେଇ କିଛି କହନ୍ତି ନାହିଁ l ବଡ଼ ପୁଅକୁ କହନ୍ତି ଆରେ, ମୁଁ, ତ ଏତେ ଧନ ଥୋଇଛି, ମୋ ସାତ ପୁରୁଷ ବସି ଖାଇବେ l ତୁମେ କାମ ନକଲେ କ’ଣ ହେଲା ? ମୋ ପୂର୍ବ ପୁରୁଷ ଥୋଇଥିଲେ, ମୁଁ ବି ତୁମ ପାଇଁ ଥୋଇଛି ଜୀବନକୁ ଉପଭୋଗ କର l ବ୍ୟସ୍ତ ହୁଅନାହିଁ, ସବୁବେଳେ ଖୁସି ମନରେ ରୁହ l ତୁମେ ଖୁସିହେଲେ ମୁଁ ବହୁତ ଖୁସି l ମାଧବ ସାହୁ କେଉଁଠାରୁ ଟଙ୍କା ଆସିବା, କେମିତି ଘର ଚାଲିବ ସବୁ ବୁଝନ୍ତି l ବଡ଼ପୁଅ ଭାରି କର୍ମଠ, ସେ ତା’ର ଭବିଷ୍ୟତ ପାଇଁ ବାପଙ୍କର ପ୍ରତ୍ୟେକ କାମରେ ଆଖି ରଖିଥାଏ l ଏମିତି ଦିନ କାଟିବା ଭିତରେ ଠାରେ ହଠାତ୍ ମାଧବ ସାହୁଙ୍କର ଦେହ ଅସୁସ୍ଥ ହେଲା l ଛାତି ରୋଗରେ ପୀଡ଼ିତ ହୋଇ କିଛିଦିନ ପରେ ଦେହତ୍ୟାଗ କଲେ l

ମାଧବ ସାହୁଙ୍କ ଦେହ ଅସୁସ୍ଥ ସମୟରେ ବହୁତ ଟଙ୍କା ପଇସା ସରିଥିଲା l ସେ ସବୁର ଦାୟିତ୍ଵ ବଡ଼ ପୁଅ ନେଇଥାଏ l ସାନ ପୁଅ ଅଳସୁଆ ହୋଇ ଘର ବିଷୟରେ କିଛି ଜାଣିନଥାଏ l ବଡ଼ ଭାଇ ସାନ ଭାଇକୁ ବହୁତ ସଂସାର ବିଷୟରେ ବୁଝାଉଥାଏ l ସେ ସବୁବେଳେ କହୁଥାଏ ଦାମ ମୋ କଥା ମାନ l କଥାରେ ଅଛି ‘’ଅଳସୁଆ ଦୁଃଖ ପାଏ’’ l ତୁ ଜୀବନଟାକୁ ଏତେ ହାଲୁକା କେମିତି ନେଉଛୁ l ଭବିଷ୍ୟତରେ କଷ୍ଟ ପାଇବୁ l ଏତେ ବୁଝାଉଛି ତୁ ଶୁଣୁନାହୁଁ l ମୋ କଥା ଉପରେ ତୁ ଗୁରୁତ୍ଵ ଦେବୁ l ତୋ ମନକୁ ବୁଝାଇବାକୁ ଚେଷ୍ଟା କର l ଏମିତି ଦିନ କାଟି ଚାଲିଥାଏ l ବଡ଼ ଭାଇ ରାମ ବାବୁଙ୍କ ବାହାଘର ଠିକ୍ ହେଲା l ବଡ଼ ଭାଇଙ୍କ ପାଇଁ ଝିଅ ଦେଖି ବାହାଘର ହେଲା l ବଡ଼ ଭାଇ ସାନଭାଇକୁ ବହୁତ ଚଳାଇ ଥାନ୍ତି l କିନ୍ତୁ ତାଙ୍କ ସ୍ତ୍ରୀ ଏସବୁକୁ ବରଦାସ୍ତ କରେନାହିଁ l ସବୁବେଳେ ଘରେ ଅଶାନ୍ତି ସୃଷ୍ଟି ହୁଏ l ସାନ ଭାଇ କହେ, ଆରେ ଭାଇ, ଘରେ ମୋର ଯେତିକି ଭାଗ ତୋର ସେତିକି ଭାଗ l ବାପକହିଥିଲେ ବସି ଖାଇଲେ ବି ଡ଼ିଏଚଏନ ସରିବ ନାହିଁ l ତେଣୁ ମୋତେ ମୋର ଭାଗ ଦେଇଦିଅ l ସାନ ଭାର ଏପରି ଭାବନା ଦେଖି l ବଡ଼ ଭାଇ ରାମବାବୁ ଗୋଟିଏ ଝିଅ ଠିକ୍ କରି ସାନ ଭିକୁ ବାହା କରିଦେଇ ତାରି ଭାଗ ଟାକୁ ଦେଇ ଅଲଗା କରିଦେଲେ l ସବୁବେଳେ ଶୋଇ ଶୋଇ ଘର କାମ ନକରି ସେ ଘର ବିଷୟରେ କିଛି ଜାଣିନଥାନ୍ତି l ଦାମ ବାବୁଙ୍କ ସ୍ତ୍ରୀ ମଧ୍ୟ କିଛି କାମ ଧନ୍ଦା କରିବା ପାଇଁ ସ୍ଵାମିଙ୍କୁ ରାସ୍ତା ଦେଖାନ୍ତି ନାହିଁ l ଏମିତି କିଛି ଦିନ ପରେ ତାଙ୍କର ଛୁଆ ପିଲା ହେଲା l ପିଲାଙ୍କ ସମସ୍ୟା ଓ ଘର ଚଳାଇବା ତାଙ୍କ ପକ୍ଷେ ବହୁତ କଷ୍ଟକର ହୋଇପଡ଼ିଲା l ବାପା ରଖି ଯାଇଥିବା ସମ୍ପତ୍ତି ଆସ୍ତେ ଆସ୍ତେ ସାରିବାକୁ ଲାଗିଲା l ସବୁ ଚିନ୍ତାରେ ସେ ଅସହାୟ ହୋଇପଡ଼ିଲେ l ବଡ଼ ଭାଇ ନିଜର ବ୍ୟବସାୟ ପ୍ରତି ଧ୍ୟାନ ଦେଇ ସାନଭାଇଙ୍କୁ ସମସ୍ତ ପ୍ରକାର ସାହାର୍ଯ୍ୟ କଲା ତଦ୍ୱାରା ସାନ ଭାଇ ପରିଶ୍ରମ କରିବାକୁ ଲାଗିଲା, ଫଳ ସ୍ୱରୂପ ତା’ର ଆର୍ଥିକ ସ୍ଥିତି ସୁଧୁରି ଖୁସି ମନରେ ଜୀବନ ନିର୍ବାହ କରିବାକୁ ଲାଗିଲା l ସାନ ଭାଇ ବର୍ତ୍ତମାନ କିନ୍ତୁ ଜାଣିପାରିଲା ଯେ ପ୍ରକୃତରେ ‘’ ବସି ଖାଇଲେ ନଈ ବାଲି ସରେ ‘’ l ତେଣୁ ସବୁ ବେଳେ କର୍ମଠ ରହିବା ଆବଶ୍ୟକ l ବୁଝି ବିଚାରି କାମ କରିବା ଆବଶ୍ୟକ l


Rate this content
Log in

Similar oriya story from Children