SUBHRANSU SAHOO

Romance Others

4  

SUBHRANSU SAHOO

Romance Others

ବସ ଯାତ୍ରାରୁ ଜୀବନ ସାଥି​

ବସ ଯାତ୍ରାରୁ ଜୀବନ ସାଥି​

16 mins
297


କୋରାପୁଟ ଯିବା ପାଇଁ ବସିଥାଏ ମୁଁ.... ଭୁବନେଶ୍ୱର ବସ ଷ୍ଟାଣ୍ଡରେ l ବସ ଯିବାର ସମୟ ଥାଏ ରାତି 10:30 l ବସଷ୍ଟାଣ୍ଡରେ ମୁଁ ବସିକି ମୋଭି ଦେଖୁଥାଏ l ଜଣେ ଝିଅ ଚାରି ଚକିଆ ଅଡି କାରରୁ ଓଲ୍ହାଇ ଆସିଲେ l ମୁଁ ବସିଥିବା ସ୍ଥାନରେ ଆସିକି ବସିଲେ l ବସିବାର କିଛି ସମୟ ପରେ ମୋତେ ପଚାରିଲେ ସାର ଆପଣ କୁଆଡେ ଯିବେ l କୋରାପୁଟ ଯିବି ମୁଁ l ମାଡାମ ଆପଣ କୁଆଡେ ଯିବେକି? ମୁଁ ବି କୋରାପୁଟ ଯିବି l ଆପଣ କୋରାପୁଟର କୋଉଠିକି ଯିବେ କି ମାଡାମ! ମୁଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଯିବି... ଆପଣ କଣ ସେଠି ଚାକିରୀ କରିଛନ୍ତି l ନାହିଁ ମୁଁ ସାମ୍ବାଦିକତା ପଢିବା ପାଇଁ ଯାଉଛି l ମୁଁ ବି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟ ଯାଉଛି ସାମ୍ବାଦିକତା ପଢିବା ପାଇଁ l ଆପଣଙ୍କର କେଉଁ ବିଭାଗ ଓଡ଼ିଆ, ଇଂରାଜୀ, ହିନ୍ଦୀ ନା ଅଲଗା କିଛି l ନାହିଁ ମୋର ଓଡ଼ିଆ ଆଉ ଆପଣଙ୍କର ମୋର ବି ଓଡିଆ l ଏମିତି କଥା ହେଉ ହେଉ ବସ ସମୟ ହୋଇଗଲା ଯିବା ପାଇଁ l ବସ ରେ ମୋ ସିଟ ନମ୍ବର ଥାଏ 14 ତାଙ୍କର ଥାଏ 15 l ସେ ବସରେ ଆଗ ଯାଇକି ବସିଥିଲେ ତାଙ୍କ ସିଟ 15 ନମ୍ବର ପାଖରେ l


     ମୁଁ ପାଣି ବୋଟଲ କିଣି ବସରେ ବସିବାକୁ ଗଲାବେଳକୁ ମୋ ସିଟ ପାଖ ନମ୍ବରରେ ସେ ଝିଅ ଜଣଙ୍କ ବସି ଥାନ୍ତି l ସେ କହିଲେ ଆପଣଙ୍କର ବି ଏଠି! ଆଜ୍ଞା ଏଠି l ବସରେ ମୁଁ ବସି ଗୀତ ଶୁଣୁଥାଏ... ସେ ଝିଅ ଜଣଙ୍କ ମୋତେ ପଚାରିଲେ ଆଜ୍ଞା ଆପଣଙ୍କ ସହ କିଛି କଥା ଅଛି l କୁହନ୍ତୁ ମାଡାମ କଣ କଥା ଅଛି l ଆପଣ ଖରାପ ଭାବିବେ ନାହିଁ ତ! ନାହିଁ କଥା ପଚାରିବେ ଖରାପ ଭାବିବାର କଣ ଅଛି? ସେ ଝିଅ ଜଣଙ୍କ ପଚାରିଲେ ସାର ଆପଣଙ୍କ ପରିଚୟ ? ଗୁଡ଼ୁ ,ଘର bdk ,ଶିକ୍ଷାଗତ ଯୋଗ୍ୟତା B-tech mechanical engineer l ସେ ଝିଅ ଜଣଙ୍କ ତାଙ୍କ ପରିଚୟ ଦେବାକୁ ଲାଗିଲେ କହିଲେ ମୋ ନାଁ ବର୍ଷା,ଘର myur , ଶିକ୍ଷାଗତ ଯୋଗ୍ୟତା ଇଂରାଜୀ ରେ MA... ଝିଅ ଜଣଙ୍କ କହିଲେ ସାର ଆପଣଙ୍କ ବୟସ? ମୋ ବୟସ 24 l ମାଡାମ ଆପଣଙ୍କ ବୟସ? ମୋ ବୟସ 23 l ଝିଅ ଜଣଙ୍କ କହିଲେ ଗୋଟେ ବର୍ଷ ଆପଣଙ୍କ ଠାରୁ ମୁଁ ସାନ l ଆପଣ ଆଉ ମୋତେ ସାର ଡାକିବେ ନାହିଁ....?


     ଝିଅଜଣଙ୍କ କହିଲେ କାହିଁକି.... ଆପଣ ଟିକେ କଥାକୁ ମୁଣ୍ଡକୁ ନିଅନ୍ତୁ କାହିଁକି କହିଲି l ଓଃ ଆପଣ କହିବାର କଥା କି ଆମେ ତ ଗୋଟାଏ ଜାଗାରେ ପଢିବା... ପୁଣି ସମାନ ପାଠ... ସମାନ ବିଭାଗରେ ବୟସରେ ଗୋଟାଏ ବର୍ଷ ଏପଟ ସେପଟ ସେଥିରୁ କିଛି ନାହିଁ... I ଆଜି ଠାରୁ ଆପଣ ଆଉ ମୋତେ ମାଡାମ ଡାକିବେ ନାହିଁ l ନାହିଁ ମୁଁ ଆପଣଙ୍କ ନାଁ ଧରିକି ଡାକିବି ଆଉ ଆପଣ ବି ମୋ ନାଁ ଧରି ଡାକିବେ l ଆମେ ଦୁଇ ଜଣ ପରସ୍ପର ବନ୍ଧୁ ଏବଂ ଜଣେ ସାଙ୍ଗ... ସାଙ୍ଗ ହିସାବରେ ଆଉ ଆପଣ କହିବେ ନାହିଁ ତମେ ଡାକିପାର l ମୁଁ ବି ତମେ ଡାକିବି! ଝିଅ ଜଣଙ୍କ କହିଲେ ତମ ନମ୍ବର ମିଳିପାରିବ? ଆଜ୍ଞା ନମ୍ବର ଲେଖନ୍ତୁ 000000.... I ଏଇଟା ମୋ ନମ୍ବର ତମେ ସେଭ କରିଦେବ l ଉଭୟ ଉଭୟଙ୍କ ନମ୍ବର ପାଇଗଲୁ l ଏମିତି କିଛି କଥାବାର୍ତ୍ତା ହେଉ ହେଉ... ରାତି 12 ବାଜିଗଲା l ସେ ଶୋଇବାକୁ ଲାଗିଲେ ମୁଁ ବି ଶୋଇବାକୁ ଲାଗିଲି l ବସ ପହଁଚିଲା ସକାଳ 5 ଟାରେ....କୋରାପୁଟ ଷ୍ଟେସନରେ l


   କୋରାପୁଟ ଷ୍ଟେସନରେ ମୁଁ ଖୋଜିଲି ଚା ଦୋକାନ କୋଉଠି ଅଛି... ଶୀତଦିନ ଥାଏ ସେବେ ଦେହକୁ ଉଷୁମ କରିବା ପାଇଁ ଚା ଦୋକାନ ଖୋଜୁ ଖୋଜୁ ଜଣେ ମଉସାଙ୍କ ଦୋକାନ ଉପରେ ନଜର ପଡିଲା l ମଉସା ଚା କରୁଛନ୍ତି...ଆଜ୍ଞା ଚା ହେଉଛି କଫି ବି ହେଉଛି l ଚା ଦିଅନ୍ତୁ... ମୋ ସାଙ୍ଗରେ ବି ସେ ଝିଅ ବର୍ଷା ବି ଥାନ୍ତି l ତମେ ଚା ପିଅ ହଁ ଏମିତି ସବୁବେଳେ ନୁହଁ l ବର୍ଷା ତମେ ଚା ପିଇବ ନା ନାହିଁ ମୁଁ କଫି ପିଇବି l ସେ କଫି ପିଇଲେ ମୁଁ ଚା ପିଇଲି l ଚା କଫି ପିଆ ସରିଗଲା, ତା ପରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଯିବାକୁ ବାହାରିଲୁ l କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପହଁଚିଲା ପରେ ସେ ତାଙ୍କ ଗାର୍ଲସ ହଷ୍ଟେଲ ଆଡେ ଗଲେ ମୁଁ ବୟଜ ହଷ୍ଟେଲ ଆଡେ ଗଲି l


   କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ମୁଁ ସ୍ୱପ୍ନ ଦେଖୁଥିଲି କଲେଜ ପଢିଲା ବେଳୁ l ସେ ଜାଗାରେ ଯେବେ ମୋ ପାଦ ପଡିଲା,ତା ମାଟିର ମହକ ଯେବେ ମୋ ଦେହରେ ବାଜିଲା ଆଉ ତାକୁ ଛାଡି ଯିବାକୁ ମନ କହିଲା ନାହିଁ l ମୁଁ ତ ତା ପାଖରେ ଦୁଇ ବର୍ଷ ରହିବି କେତେ ନାଚିବି ଖେଳିବି ତାର ସେହି ଶୀତ ଓ ବର୍ଷା ସହ l କୋରାପୁଟ ଡ୍ରିମ କୁ ଅଚିହ୍ନା ଝିଅ ସହ ବସରେ ବନ୍ଧୁତା ମୋତେ ଆହୁ ମୋ ଜିଲ୍ଲାକୁ ଫେରିବାକୁ ଇଚ୍ଛା ନଥାଏ l


   ମୋ ଜୀବନରେ ମୁଁ ଏମିତି ଜଣେ ବନ୍ଧୁ ପାଇଲି... ଯେମିତି କି ନିଜର ନିଜର ପରି ମୋତେ ଫିଲିଙ୍ଗ ହେଉଥାଏ....ସତରେ ତା ପରି ଝିଅ ମିଳିବା ବହୁତ କଷ୍ଟ ଆଜିକା ଯୁଗରେ.... ପାଠରେ, ଗୁଣରେ, ରୂପରେ ଏକ ନମ୍ବର l ସେ ମୋତେ ତାର ଯେମିତି ନିଜର କିଏ ଭାବେ ମୁଁ ବି ସେମିତି ତାକୁ ଭାବେ l ଆସ୍ତେ ଆସ୍ତେ ତାର ମୋର ସମ୍ପର୍କ ଅନ୍ୟ ରାସ୍ତାକୁ ତିଆରି ହେବାକୁ ଲାଗିଲା l ମୋ ନମ୍ବର ସେ ଆଗ ନେଲା ପୁଣି କଲ ବି ଆଗ ସେ କଲା l ତାର ମୋପ୍ରତି ଏତେ ଭଲପାଇବା କାହିଁକି ଆସିଲା ମୁଁ ଜାଣିପାରିଲିନି l ବର୍ଷା ମୋ ପ୍ରତି ତୁମର ଏତେ ଭଲ ପାଇବା କାହିଁକି? ମୋତେ ତୁମର ସଵୁ ଗୁଣ ଭଲ ଲାଗେ ତ ସେଥିପାଇଁ l ମୋ ପାଖରେ ସେମିତି କଣ ଗୁଣ ଅଛି କି ତମକୁ ଏତେ ଭଲ ଲାଗେ? ମୁଁ ଜାଣିଛି ତମ ପାଖରେ କି ଗୁଣ ଅଛି ଯାହାକି ମୋତେ ଭଲ ଲାଗେ l

  

    ବର୍ଷା ତମେ କାହିଁକି ମୋତେ ଭଲପାଉଛ ମୁଁ ତ ତମ ଜାତିର ନୁହଁ କି ତମ ପରି ଧନୀ ଘର ପିଲା ନୁହଁ... ତମ ବାପାଙ୍କ ପାଖରେ ଷ୍ଟାଟସ, ବ୍ୟାଙ୍କ ବାଲାନ୍ସ ଅଛି ମୋ ବାପାଙ୍କ ପାଖରେ ସେମିତି କିଛି ନାହିଁ l ମୋର ଜାତି ଅଜାତି ଓ ସ୍ଟାଟସ ଭିତରେ କୌଣସି ସମ୍ପର୍କ ନାହିଁ l ମୋର ପିଲାଟା ଭଲ ହୋଇଥିବା ଦରକାର ଆଉ ତାର ଗୋଟେ ପରିବାର ଥିବା l ବର୍ଷା ଆଉ ମୋର ଭଲପାଇବା ଭିତରେ ଆମ ପାଠ ପଢା ସରିଗଲା l ପଢ଼ା ସରିଗଲା ପରେ ଚାକିରୀ ପାଇଁ ଇଣ୍ଟନସିପ ଦେବାକୁ ଲାଗିଲୁ.. ତାର ଗୋଟେ ଚ୍ୟାନେଲ ରେ ଚାକିରୀ ହୋଇଗଲା ଓଡିଶାରେ.. ମୋର କିନ୍ତୁ ଦିଲ୍ଲୀ ରେ l ମୁଁ ଚାକିରୀ କିଛି ଦିନ ଦିଲ୍ଲୀରେ କଲା ପରେ ଓଡିଶା ଆସିବାକୁ ଚେଷ୍ଟା କଲି... ପୁଣି ଭାବିଲି ଆଉ ଦୁଇ ବର୍ଷ ପରେ ଓଡିଶା ଯିବି ଏମିତି ଭାବନା ଭିତରେ ପୁଣି ଦିଲ୍ଲୀ ରେ ରହିଗଲି ଦୁଇ ବର୍ଷ l


   ବର୍ଷାଠାରୁ ମୁଁ ଯେତେ ଅଲଗା ହେବାକୁ ଚେଷ୍ଟା କରୁଥାଏ... କିନ୍ତୁ ମୁଁ ଅଲଗା ହୋଇପାରୁନଥାଏ l ମନକୁ ବୁଝେଇବାକୁ ପୁଣି ଚେଷ୍ଟା କରୁଥାଏ ମୁଁ ତ ଆଗ ତାକୁ ପ୍ରପୋଜ କରିନି ସେ ତ ମୋତେ ଆଗ ପ୍ରପୋଜ କରିଛି l ଆଉ ତାର ମୋ ପ୍ରତି ଏତେ ଭଲପାଇବା ଦେଖି ମୁଁ ଅଲଗା ହେଇପାରୁନଥାଏ l ମୁଁ ବି ଭାବୁଥାଏ ତା ପରି ଝିଅ ମୋ ଜୀବନରେ ମିଳିବେ ନାହିଁ l ବର୍ଷା ମୋ ପାଖକୁ ସବୁଦିନ ଫୋନ କରେ କଥା ହୁଏ...ତାର କଣ ହେଲା କି ଆଉ କାହିଁ କଲ ଆସିଲା ନାହିଁ ମାର୍ଚ୍ଚ ମାସ ଠାରୁ l ମୁଁ ଭାବିଲି ସେ ମୋତେ ଭୂଲିଗଲା ଆଉ ତାହାର ବୋଧେ ବାହାଘର ହୋଇଗଲା l ସେ ଓଡିଶାରେ ଯୋଉ ଚ୍ୟାନେଲ ରେ କାମ କରୁଛି ସେହି ଚ୍ୟାନେଲରେ ମୁଁ interview ଦେଇଥାଏ l ଯାହା ହେଉ ମୋର interview ରେ ପାସ ହେଇଗଲା l ଯେବେ ଓଡିଶା ଯାଇକି ମୁଁ ସେହି ଚ୍ୟାନେଲରେ ଜଏନ କଲି....ମୁଁ ତାକୁ ଚିହ୍ନି ପାରିଲି ନାହିଁ କି ସେ ମୋତେ ଚିହ୍ନି ପାରିଲେ ନାହିଁ l ଯାହାବି ହେଉ..ମୁଁ ମୋ କାମରେ ବ୍ୟସ୍ତ ରହିଲି l ଏମିତି ଅଫିସରେ ବସିଥାଏ ସେ ଆସିକି ପଚାରିଲେ ସାର ଆପଣ ଆଗରୁ କୋଉଠି ଚାକିରୀ କରୁଥିଲେ.. ଆଜ୍ଞା ମୁଁ ଦିଲ୍ଲୀ ରେ l ଆପଣ ଦିଲ୍ଲୀ ରେ କରୁଥିଲେ ଆପଣଙ୍କ ନା _g_?


  ମୁଁ ତମକୁ ଚିହ୍ନି ପାରୁନି କି ତମେ ମୋତେ ଚିହ୍ନି ପାରୁନ l ମୋ ମୋବାଇଲ ରୁ ତମ ନମ୍ବର ଡିଲିଟ ହେବା ପରଠୁ କେତେ ଚେଷ୍ଟା କରିଛି ତମ ନମ୍ବର ଟିକେ ମିଳିବା ପାଇଁ ହେଲେ ତମ ନମ୍ବର ପାଇ ପାରୁନି l ତମ ପାଖରେ ମୋ ନମ୍ବର ଥାଇ ବି ତମେ ଦିନେ ମୋ ପାଖକୁ କଲ କଲ ନାହିଁ କି ଛୋଟ ମେସେଜ ଟେ ବି ତ କରିପାରିଥାନ୍ତ.. ତମେ ଏତେ ସ୍ୱାର୍ଥପର ହେଇଗଲ ମୁଁ ଭାବିଥିଲି ଯାହା ତମକୁ ତମେ ତାହା ନୁହଁ l ଶୁଣ ମୁଁ ତମକୁ ପରୀକ୍ଷା କରୁଥିଲି ସତରେ ତମ ମନରେ ମୋ ପ୍ରତି କେତେ ମାତ୍ରାର ଭଲପାଇବା ଅଛି l ତମେ ଆଉ ମୋତେ ମିଛ କହିବାକୁ ଚେଷ୍ଟା କରନି l ତମର ମୋ ପ୍ରତି ଭଲପାଇବା ନାହିଁ... ତମେ ଅନ୍ୟ କାହାକୁ ଭଲପାଇଛ ସେଥିପାଇଁ ମୋ କଥା ତମର ଦିନେ ବି ମନେ ପଡୁନଥିଲା l ନାହିଁ ମୁଁ କାହାକୁ ଭଲ ପାଇନି! ହଉ ତମ ମୋବାଇଲ ପାସ୍ୱାର୍ଡ ଖୋଲିକି ଦେଲ... ହଁ ମୋବାଇଲ ନିଅ! ମୋବାଇଲ ନେଇକି କଲ ଲିଷ୍ଟ ରେ ଦେଖିଲେ ନମ୍ବର ସେଭ ଅଛି.. ୱାଟ୍ସଅପ ଚାଟ ବି ଡିଲିଟ ହେଇନି l ଏବେ କୁହ ମୁଁ କାହାକୁ ଭଲ ପାଇଛି l ମୁଁ ରାଗରେ କହିଯାଇଛି କ୍ଷମା କରିବ ମୋ ବୁଝିବା ଭୁଲ ଥିଲାl ମୋର ତମ ଉପରେ ବିଶ୍ୱାସ ଅଛି ପ୍ଲିଜ଼ ରାଗିବନି l ନାହିଁ ମୋ ନିଜର ଲୋକ ତ କିଏ ଜଣେ କହିଛି ମୋର କିଛି ଭୁଲ ପାଇଁ l ନିଜ ଲୋକ ଉପରେ କିଏ କଣ ରାଗେ.. ମୁଁ ତମ ଉପରେ ରାଗିବି ତମେ କଣ ମୋ ନିଜର ନୁହଁ l ବର୍ଷାଙ୍କ ଆଖିରୁ ଲୁହ ଚାଲିଆସିଲା! ଆରେ କାନ୍ଦୁଛ କାହିଁକି ନାହିଁ ଏମିତି ଖୁସି ରେ କାନ୍ଦୁଛି l


   ତାର ମୋର ପୁଣି ସେହି କଲେଜ ପଢିଲା ଭଳି ସାଙ୍ଗ ହୋଇଗଲୁ, ଆପଣ ତମେ ସବୁ ଛାଡି ପୂର୍ବଭଳି ତୁ କୁ କଥାବାର୍ତ୍ତା ଫେରିଆସିଲା l ପୂର୍ବଭଳି ଫୋନରେ କଥାବାର୍ତ୍ତା ଚାଲିଲା l ପୁଣି ଆମେ ଗୋଟିଏ ଅଫିସରେ ସାଙ୍ଗ ପରି କାମ କଲୁ ଅଫିସରେ କିଏ ଜାଣିପାରିଲେ ନାହିଁ କି ଆମେ ଦୁଇ ଜଣ lover's ବୋଲି l କାମ ମଜାମସ୍ତି ଭିତରେ ସମୟ ବିତିବାକୁ ଲାଗିଲା l 

ଆମ ଦୁଇ ଜଣଙ୍କ ମଜା ମସ୍ତି ଭିତରେ ସମୟ ତ କଟିବାକୁ ଲାଗିଥିଲା..ସେ ଭୁବନେଶ୍ୱର ରେ ରହୁଥିଲେl କାରଣ ସେ ତ ଚାକିରୀ ଭୁବନେଶ୍ୱରରେ ପ୍ରଥମେ କଲେ ନା l ମୁଁ ତ ପ୍ରଥମେ ଚାକିରୀ ଦିଲ୍ଲୀ ରେ କରିଥିଲି, କିନ୍ତୁ ଓଡିଶା ଫେରିବାକୁ ବହୁତ ଇଚ୍ଛା ଥାଏ ମୋର ହେଲେ ମନକୁ ବୁଝାଇବାକୁ ପଡୁଥାଏ l ମୁଁ ଏହି ଗୋଟେ ମାସ ହେଲା ଆସିଛି ନା ମୋତେ ଏଠି ଗୋଟେ ବର୍ଷ ରହି କିଛି କାମ ଶିଖିବାକୁ ପଡିବ ଆଉ ଶିଖିକି ଯିବି ଓଡିଶା l ଓଡିଶାର ଭୁବନେଶ୍ୱର ମୋତେ ବହୁତ ଭଲ ଲାଗେ l କଲେଜ ପଢିଲା ବେଳେ ଭୁବେନେଶ୍ୱର ରେ ତିନି ବର୍ଷ ରହିଛି ମୁଁ l ଆଉ ଭୁବନେଶ୍ୱରର ରାତିର ଆଲୋକର ଦୃଶ୍ୟ, ରାସ୍ତାରେ ଦଉଡ଼ଥିବା ଗାଡିମାନଙ୍କର ଆଲୋକ, ରାଜଧାନୀର ପବନ ମୋତେ ବିମୋହିତ କରେ l

   

      ଭୁବନେଶ୍ୱର ରେ ମୁଁ ରହୁଥାଏ ଖଣ୍ଡଗିରି ଛକ ପାଖରେ ସେ ରହୁଥିଲେ ରସୁଲଗଡ ଛକ ପାଖରେ l ସବୁଦିନ ସେ ଆଗ କଲ କରିକି ପଚାରିବେ ଶୋଇଛ ନା ଉଠିଲଣି ନା ଏହି ଶୋଇଛି ଅଫିସ ଯିବନି କି ଆଜି,ତମେ ଯିବ ଯଦି ମୁଁ ଯିବି ନ ହେଲେ ଯିବି ନାହିଁ l ବ୍ରେକଫାଷ୍ଟ କରିକି ଆସିବ ନା ମୁଁ ନେଇକି ଯିବି l ନାହିଁ ତମେ ଲଞ୍ଚ ସମୟର ଖାଇବା ନେଇକି ଆସ ମୁଁ ବ୍ରେକଫାଷ୍ଟ କରିଦେବି l ସେ ସବୁଦିନ ମୋ ପାଇଁ ଲଞ୍ଚ ସମୟର ଖାଦ୍ୟ ନେଇକି ଆସନ୍ତି l ଆମେ ଅଫିସରେ ଏକାଠି ବସିକି ଖାଉ କିନ୍ତୁ ଆମ କର୍ଥାବାର୍ତ୍ତା ସାଙ୍ଗ ପରି କିଏ ଜାଣିପାରନ୍ତି ନାହିଁ ଆମେ ପ୍ରେମ ପକ୍ଷୀର ଦୁଇଟି ଡେଣା l ସମସ୍ତେ କୁହନ୍ତି ସାଙ୍ଗ ଆମେ କେବେ ଆମ ଜୀବନରେ ଦେଖିନଥିଲୁ GB ଙ୍କ ପରି ସାଙ୍ଗ l


    ଭୁବନେଶ୍ୱରରେ ଆମେ ପାଞ୍ଚ ବର୍ଷ ରହିଛୁ l କେତେ ଜାଗା ବୁଲିଛୁ, ସିନେମା ଯାଇଛୁ, ସପିଙ୍ଗମହଲ ରେ ସପିଙ୍ଗ କରିଛୁ, କେତେ କଣ ଏମିତି ଦୁଇଜଣ କରିଛୁ l ଆମ ଭିତରେ କିନ୍ତୁ ଦିନେ ମନମାଳିନ୍ୟ ହେଇନି l ମୋର ବିରିୟାନୀ ବହୁତ ପସନ୍ଦ ଆଉ ତାଙ୍କର ବି, ଆମ ଅଫିସରେ ଶୁକ୍ରବାର ଆମ ଦୁଇଜଣଙ୍କର ଛୁଟି ଦିନ ଥାଏ l ଠିକ 7pm ହେଲେ ମୋର ଆଗ କଲ ଯିବ ଆଜି ଯିବନା ବିରିୟାନୀ ଖାଇବାକୁ l ହଁ ଯିବି ତମେ ଆସିବ ତ, ହଁ ମୁଁ ଯିବି ତମେ ରୁମ ପାଖରେ ଛିଡାହୋଇଥାଅ l ରୁମ ପାଖରେ ପହଁଚି ଗଲାବେଳକୁ ମୋର ଆଜି କିଛି ସପିଙ୍ଗ କରିବାର ଥିଲା ଯିବା ଟିକେ, ଆଉ ମୋର ମେକପ ଜିନିଷ କିଛି ଆଣିବାର ଥିଲା l ମଜାକରେ ମୁଁ କହିଲି ମୋ ପାଖରେ ତ ଏତେ ପଇସା ନାହିଁ l ମୁଁ ତ ଏଟିମ କାର୍ଡ ଆଣିବାକୁ ଭୂଲି ଯାଇଛି l ତମେ ନ ଦିଅ ମୋ ପଇସା ରେ ମୁଁ ସପିଙ୍ଗ କରିଦେବି ଟିକେ ମନ ଦୁଃଖରେ କହିଲେ ବର୍ଷା ମାଡାମ l ହଉ ଚାଲ ତମେ! ମୁଁ ତାଙ୍କୁ ନେଇକି ଏସପ୍ଲାନେଡ଼ ୱାନ ମହଲ ଗଲି,ସେ ସେଠି ତାଙ୍କର ସପିଙ୍ଗ କରିସାରିବା ପରେ ବିଲିଙ୍ଗ ଶେଷ୍କନରେ ପଇସା ଦେଲା ବେଳକୁ,ମୁଁ ଏଟିମ କାର୍ଡ କାଢ଼ିକି ଧରେଇ ଦେଲି ଯେତେବେଳେ, ସେ ଆଉ କିଛି ନ କହି ମୋ ମୁହଁ କୁ ଚାହିଁକି ଟିକେ ଅଳ୍ପ ହସିଦେଲେ l

  

   ବିରିୟାନୀ ଖାଇଲା ବେଳେ କହିଲେ ତମେ ପା ଆସିଲା ବେଳେ କହୁଥିଲ ମୋ ପାଖରେ ଏଟିମ ନାହିଁ, ପୁଣି ଏଟିମ କୋଉଠୁ ଆସିଲା l ମୁଁ ମଜାକ କରୁଥିଲି ତମ ସହ l ତମେ ଏମିତି ମଜାକ କରିପାର ମୁଁ ଜାଣି ନଥିଲି l ଆମ ଦୁଇଜଣଙ୍କ ଭିତରେ ମଜାମସ୍ତି ସବୁଦିନ... ଜେ କୌଣସି ବିଷୟକୁ ନେଇକି l ଏ କରେ ଆମେ ଦୁଇଜଣ ସାମ୍ବାଦିକତା ପିଲା l ଆମର ତ ଗୋଟେ ଗୋଟେ ବିଷୟକୁ ନେଇକି ବିତର୍କ ହେଇଯାଏ ଆମ ଦୁଇଜଣ ଭିତରେ, ତା ଭିତରେ ବି ଟିକେ ଝଗଡା ମଧ୍ୟ ହୋଇଯାଏ l ମୁଁ ଯାହା କହୁଛି ଠିକ! ହଁ ତମେ ତ ସବୁ ଠିକ କହୁଛ ମୁଁ ଭୁଲ କହୁଛି ଏମିତି ଟିକେ ରାଗ ରୁଷା ହୋଇଯାଏ l

  

   ଆଉ ଗୋଟେ କଥା ମୋ ଜୀବନରେ ମୁଁ ବିଶ୍ୱାସ କଲି.. ଯୋଉଟା କି ମୁଁ କେବେ ଭୂଲିପାରିବି ନାହିଁ ମୋ ଜୀବନରେ l କଥା ଟା ହେଲା କି ମୋର ଥରେ ଗାଡି ଆକ୍ସିଡେଣ୍ଟ ହୋଇଥିଲା,ମୁଁ ସିରିୟସ ହୋଇଯାଇଥିଲି ବଞ୍ଚିବି କି ନାହିଁ ଭଗବାନଙ୍କୁ ଜଣା ଥିଲା l ମୁଁ ଆକ୍ସିଡେଣ୍ଟ ହୋଇ କିମ୍ସ ମେଡିକାଲରେ ପଡିଥାଏ l ମୋ ମୋବାଇଲ ପଡିକି ସ୍ୱଇଚ ଅଫ ହୋଇଯାଇଥାଏ, ମୁଁ ମେଡିକାଲ ର ନର୍ସ ମାଡାମ ଙ୍କୁ କହିକି ମୋବାଇଲ ଚାର୍ଜ ବସେଇଲି l କିଛି % ଚାର୍ଜ ହୋଇଗଲା ପରେ ଦେଖିଲା ବେଳକୁ ତାର 10-50 ଖଣ୍ଡ କଲ ଆସିଥାଏ l ମୁଁ କଲ କରିକି କଥା ହେବାର କଣ୍ଡିସନରେ ନ ଥାଏ l ସେ କହୁଥାଏ ତମର କଣ ହେଇଛି କି ଏମିତି କଥା ହେଉଛ ନା ମୋର କିଛି ହେଇନି l ତମେ ମୋତେ ଲୁଚଉଛ ପ୍ଲିଜ଼ କୁହ... ଏମିତି ଗାଡି ଆକ୍ସିଡେଣ୍ଟ ହେଇଛି ମୋରl ତମେ ଏବେ କୋଉ ମେଡିକାଲରେ ମୁଁ ଏବେ କିମ୍ସ ମେଡିକାଲରେ l ମୋ କଲ ନ ସରିବାରୁ ସେ ଆସିକି ପହଁଚିଗଲେ l ମୋ କଣ୍ଡିସନ ଦେଖିକି ସେ କାନ୍ଦିବାକୁ ଲାଗିଲେ l ଡ଼କ୍ଟର କହିଲେ ଅପରେସନ ପାଇଁ ପେସେଣ୍ଟଙ୍କୁ B+ରକ୍ତଦରକାର ଶୀଘ୍ର ଆରେଞ୍ଜ କରନ୍ତୁ l ଆଉ ଅପରେସନ ପାଇଁ ପଇସା ରେଡି ଡିପୋଜିଟ କରନ୍ତୁ କାଗଜରେ ଦସ୍ତଖତ କଲେ ଓଟିକୁ ପେସେଣ୍ଟ ଯିବେ l ମୁଁ ଦେଖୁଥାଏ ସେ ସବୁ କରୁଥାନ୍ତି ମୁଁ କିନ୍ତୁ କିଛି କହିପାରୁନଥାଏ l ଏମିତି ଥିଲା କି ମୋତେ B+ବ୍ଲଡ଼ ସେ ଦେଲେ l ମୋ କଣ୍ଡିସନ ଟିକେ ଭଲ ହେଲା ବେଳକୁ ସେ ମୋ ଘରକୁ ମାଆ ପାଖକୁ କଲ କରିକି କହିଲେ l ମାଆ ବାପା ମୋର ବନ୍ଧୁ ସମସ୍ତେ ଯାଇକି ପହଁଚିଗଲା ବେଳକୁ ମୋ ପାଖରେ ବର୍ଷା ଥାନ୍ତି l ମୋତେ ଦେଖିକି ମାଆ କାନ୍ଦିଲା ବେଳକୁ ମାଆ କୁ କହୁଥାଏ ମାଆ ଆପଣଙ୍କ ପୁଅର କିଛି ହେଇନି ମୁଁ ଅଛି କାହଁକି କାନ୍ଦୁଛନ୍ତି l ତାଙ୍କୁ ଭଗବାନ ବଞ୍ଚେଇଦେଇଛି ଆପଣ ଏତେ ଭାଙ୍ଗିପଡ଼ନ୍ତୁ ନାହିଁ l


    ମୋ ପାଖରେ ମାଆ ରହିଲା ଯେମିତି ସେ ତାଙ୍କ ରୁମକୁ ଯାଇକି ରହିଲେ l ସେ ଗଲା ପରେ ମାଆ ମୋତେ ପଚାରିଲେ ସେ ଝିଅ କିଏ ତୋ ପାଇଁ ଏତେ ବ୍ୟସ୍ତ ହେଉଛି l ସେ ମୋ ସାଙ୍ଗ ଅତି ନିଜର l ମେଡିକାଲରୁ ମୁଁ ଯଉଦିନ ଘରକୁ ଆସିବି ଡିସ୍ଚାର୍ଜ ହୋଇକି,ସେ ଆସିକି ସେଦିନ ମେଡିକାଲର ସବୁ କାମ ଶେଷ କଲେ l ଆଉ ମାଆକୁ କହିଲେ ଘରକୁ ଯାଇକି ମୋତେ ଆପଣ କଲ କରିବେ ମାଆ ପହଁଚିଲେ l ମୁଁ ଘରକୁ ଆସିବାର ସବୁଦିନ ସେ ମାଆ ପାଖକୁ କଲ କରିକି ପଚାରିବେ ମୋ କଥା l ମାଆ ମନକୁ କାହିଁକି ଦାଉଟ ହେଲା ସାଙ୍ଗ ଏତେ କାହଁକି ବୁଝିବ l ମାଆ ମୋତେ ପଚାରିଲେ କି ତତେ ଗୋଟେ କଥା ପଚାରିବି ମୋତେ ସତ କହିବୁ!ହଁ ପଚାର ନା ସେ ଝିଅକୁ ତୁ ଭଲପାଉଛୁ କି? ହଁ ମୁଁ ତାକୁ କଲେଜ ପଢିଲା ବେଳୁ ଭଲପାଇଲିନି l ତୁ ତ ମୋତେ କାହିଁ କହିନୁ ଏ କଥା l ମୁଁ ସମୟ ଆସିଥିଲେ କହିଥାନ୍ତି l ମାଆ ତାଙ୍କ ସହ କଥା ହେବାକୁ ଚାହିଁଲେ ମୁଁ କଲ ଲଗେଇ ଦେଲି ସେ କଥା ହେଲେ l ଆଉ ସେ ସବୁ ଷ୍ଟୋରୀ କହିଲେ ଆଉ ଆକ୍ସିଡେଣ୍ଟ କଥା ବି l ମାଆ କଥା ହେଇକି ଜାଣିଲେ ଯାହା ହେଉ ଝିଅଟା ବହୁତ ଭଲ l 

ମାଆ ମନରେ ଭାବିଥିଲା ଏମିତିକା ଝିଅକୁ ମୁଁ ବୋହୁ କରିବି ଯେମିତି କି ମୋ ପାଖରେ (ମାଆ ପାଖରେ ) ଥିବା ଗୁଣ ଠାରୁ ଅଧିକ କିଛି ଥିବା ଭଳି l ସେ ସବୁବେଳେ କୁହେ ମୁଁ ଏମିତି ବୋହୁ କରିବି, ଯେମିତି ମୋ ବୋହୁ ଆମ ନାଁ ରଖିବ l ମୋ ଘରକୁ ବୋହୁ ହେଇକି ଯୋଉ ଝିଅ ଆସିବ ସେ ରାଣୀ ହେଇକି ରହିବ l ଦୁଃଖ କଣ ଜୀବନରେ ସେ ଜାଣିବାକୁ ପାଇବ ନାହିଁ l କାହିଁକି ନା ମୁଁ ହେଲି ଗୋଟେ ପୁଅ ମୋ ମାର ସେଥିପାଇଁ ମୋ ମା କୁହେ l ମା ଯେତେବେଳେ ସେ ଝିଅ ସହ ସବୁବେଳେ କଥା ହେଲା ଜାଣିପାରିଲା ତା ବୋହୁ କେମିତିକା l ମୋତେ ଥରେ କହିଲା ଯାହା ହେଉ ଯୁଗକୁ ନେଇକି ଗୋଟେ ଝିଅ ତୋ ଜୀବନ ସାଥି ପାଇଁ ବାଛିଚୁ ହୀରା ଖଣ୍ଡେ l ସେ ଖାଲି ମୋ ଜୀବନ ସାଥି ଆଉ ତୋ ବୋହୁ ନୁହଁ କି?କିଏ ମନା କଲା କି ମୋ ବୋହୁ ନୁହଁ l ନା ଥାଉ ତୁ ଆଉ ଏତେ ମୋତେ କି ତୋ ବୋହୁ କୁ ଟେକେନି! କାହିଁକି ଟେକିବିନି ମୋ ପୁଅ ଯେମିତି ହୀରା ଥିଲା ସେମିତି ମୋ ବୋହୁ ବି ଆସିଲା ହୀରା ଖଣ୍ଡେ l


   ମୁଁ ଥରେ କହିଲି କି ତମ ଘରେ ଆଗ କହିଛ ନା ମୋ କଥା ତମ ବାବାଙ୍କୁ ଆଉ ମାମାଙ୍କୁ, ତମେ ମୋ ସହ ଲଭ ରିଲେସନ ରେ ରହିଛ ବୋଲି l ହଁ ଏମିତି ମାମାଙ୍କୁ ସବୁକଥା କହିଛି ସେ କହୁଥିଲେ ତମ ସହ କଥା ହେବେ ବୋଲି l ଠିକ ଅଛି ମୁଁ ଆଜି ଅଫିସରୁ ଆସେ କଥା ହୋଇଯିବି l ମୋ ନମ୍ବର ଆଗ ମାମାଙ୍କୁ ଦେଇଦେବ ଆଉ କହିବ ସେ ଆଗ କଲ କରିବେ l ତମେ ଆଗ କଲ କରୁନ ହେ ମୁଁ ଆଗ କଲ କରି କଣ କଥା ହେବି l ମୁଁ ଅଫିସରୁ ଆସିକି ପହଁଚିଲି ଠିକ ରାତି 10:30 ରେ l ତାଙ୍କ ମାମା ମୋତେ 11 ରେ କଲ କଲେ ମୋତେ ଟିଉସନ କଲା ପରି ଟିଉସନ କଲେ ସେ ପୁଣି କଲେଜ ଲେକଚର ନା ଅଧିକ ଟିକେ ଟିଉସନ କଲେ l ତା ପରେ ତାଙ୍କ ବାବା ବି କଥା ହେଲେ ସେ ବି ଚାକିରୀଆ ଲୋକ ସେ ସେମିତି ଟିଉସନ କଲେ l ତାଙ୍କ ବାବା ମୋତେ କହିଲେ କି ଆପଣଙ୍କ ବାବାଙ୍କ ସହ କଥା ହେବାକୁ ଚାହୁଁଛି ବାବାଙ୍କ ନମ୍ବର ଟିକେ ଦେଲେ ଭଲ ହୁଅନ୍ତା l ଆଜ୍ଞା ମୁଁ ଆପଣଙ୍କୁ ୱାଟ୍ସଅପ କରିଦେଉଛି l


ବାପା ତ ସବୁ ଜାଣିଛନ୍ତି ଏ ବିଷୟରେ! ମୁଁ ମା ପାଖକୁ ଫୋନ କରିକି କହିଲି କି ତା ବାବା କାଲି ବାପାଙ୍କ ପାଖକୁ କଲ କରିକି କଥା ହେବେ ବାପାଙ୍କୁ କହିଦେବୁ! ଆଉ ବାପାଙ୍କୁ କହିବୁ କି ତା ବାବାଙ୍କୁ କହିବେ କି ଆସିକି କେବେ ଆମ ଘର ଆଡେ ବୁଲୁଯିବା ପାଇଁ l


     ମାଆ ବୋହୁତ ଖୁସି ଥିଲା ତା ସହ କଥା ହେଇକି କିନ୍ତୁ କେବେ ତାକୁ ଦେଖିନଥିଲା l ମୋ ପାଖକୁ ମା ଫୋନ କଲେ କହେ ତୁ କେବେ ଘରକୁ ଆସୁନୁ ଟିକେ ବୁଲିଯିବୁ!ମୁଁ ଦୁର୍ଗାପୂଜାବେଳକୁ ଅଫିସ ରୁ ଛୁଟିନେଇକି ଯିବି ଘରକୁ ଆମର ତ ଗାଁରେ ଦୁର୍ଗାପୂଜା ହଁ ଦୁର୍ଗାପୂଜାକୁ ଆସ l ସେ ଜାଣିଲା କି ମୁଁ ଘରକୁ ଯିବି ବୋଲି... ମୋତେ କହିଲା କି ମୁଁ ତମ ଘରକୁ ଯିବି ମାମାଙ୍କୁ ଦେଖା କରିବି... ମୁଁ ମାଆକୁ କଲ କରିକି କହିଲି କି ତୋ ବୋହୁ କହୁଛି ଆମ ଘରକୁ ଆସିବ ବୋଲି l ତୁ ତାକୁ କହ ସେ ଆଗ ତାଙ୍କ ଘରୁ ପରିମିସନ ଆଣୁ ତାହା ପରେ କହିବୁ ସେ ଆସିବା ପାଇଁ l ମୁଁ ଆଗରୁ କହିଦେଇଛି ସେ ବିଷୟରେ ତାକୁ l


   ମୁଁ କହିଲି ତମ ଘରେ କୁହ ତମ ମାମା ଆଉ ବାବାଙ୍କୁ ପଚାର ସେ ଛାଡିଲେ ହେଲା l ଠିକ ଅଛି ମୁଁ ବାବାଙ୍କ ସହ ଆଉ ମାମାଙ୍କ ସହ କଥା ହେଇକୁ ତମକୁ କହିବି l ହଁ ମୁଁ କଥା ହେଲି ଆଉ ମାମା ତମକୁ କଲ କରିବେ କହିଲେ, ଠିକ ଅଛି! ତାଙ୍କ ମାମା ମୋତେ କଲ କରିକି କହିଲେ କି କେବେ ଯିବ ଅଫିସରୁ ଛୁଟି ନେଇକି ଭାବୁଚୁ ଶୁକ୍ରବାର ଯିବୁ ବୋଲି l ତାଙ୍କ ମାମାଙ୍କ ଫୋନ କାଟିକି ମାଆ ପାଖକୁ କଲ କରିକି କହିଲି କି ହଁ ତା ମାମା ଛାଡିବାକୁ ରାଜି l ଆମେ ଏହି ଶୁକ୍ରବାର ଯିବୁ l


ଶୁକ୍ରବାର ତାଙ୍କ ପାଖକୁ ତାଙ୍କ ମାମା ଫୋନ କରିକି କହିଛନ୍ତି କି ବସ ସମୟ ବୁଝିକି କହିବୁ ତ କେତେବେଳେ ବସ ଛାଡିବ l ଏ ମୋତେ ଫୋନ କରିକି ବସ ସମୟ ବୁଝିନେଲା ଆଉ ତା ମାମା କୁ କହିଲା l ତା ମାମା ମୋତେ ଠିକ ବସ ର 15 ମିନିଟ ପୂର୍ଵରୁ କଲ କରିକି କହିଲେ କି ଦେଖିକି ଯିବ,ଘରେ ଯାଇକି କେତେବେଳେ ପହଁଚିବ l ସନ୍ଧ୍ୟାପୂର୍ବରୁ ଯାଇକି ବସ ଷ୍ଟପରେ ପହଁଚିଯିବୁ l ଡ୍ରାଇଭର ଗାଡି ନେଇକି ଆସିକି ବସଷ୍ଟପରେ ଥିବ ସେଇଠୁ ଘରକୁ ପଳେଇବୁ l ଘରେ ପହଁଚିକି କଲ କରିବ ଆଜ୍ଞା କଲ କରିବି l ଘରେ ଯେତେବେଳେ ପହଁଚି ବାପା ଆଉ ମାଆଙ୍କୁ ମୁଣ୍ଡିଆ ମାରିକି ଜୁହାର ହେଇଛି ମାଆ କହିଲା ମୋ ଘରେ ମୋ ଲକ୍ଷ୍ମୀସାନ୍ତାଣିଙ୍କର ପାଦ ପଡିଲା l


  ଦୁର୍ଗାପୂଜା ପଡୁଥାଏ ରବିବାର ଆମେ ଆସି ପହଁଚିଲୁ ଶୁକ୍ରବାର l ଶୁକ୍ରବାର ସନ୍ଧ୍ୟାରେ ଯେତେବେଳେ ଆସିକି ପହଁଚିଲୁ ଘରେ ତାକୁ ଥକା ହୋଇଯାଇଥାଏ! ସେ କହିଲା କି ଟିକେ ଏସି ଚଳେଇ ଦିଅ ମୁଁ ଡ୍ରେସ ଚେଞ୍ଜ କରିକି ଦୁଇ ଘଣ୍ଟା ଶୋଇଯାଏ,ଆଉ ମାଆକୁ କୁହ ଟିକେ ଫ୍ରିଜ ପାଣି ଦେବେ l ମାଆକୁ କହିଲି ତାକୁ ଥକା ହୋଇଯାଇଛି ସେ ଶୋଇବ ଆଉ ତାକୁ ଟିକେ ଥଣ୍ଡା ପାଣି ଦେ ସେ ପିଇକି କିଛି ସମୟ ଶୋଇପଡୁ ଥକା ତା ମେଣ୍ଟି ଯିବ l ଘରେ ପହଁଚିବାର 2 ଘଣ୍ଟା ପରେ ମାଆ କହିଲା କି ମୋତେ ତୁ ଖାଇବୁ ନା କଣ ଦିଟା ଖାଇଦେଉନୁ l କଣ ଅଛି ଖାଇବାକୁ କହ ତ! ତୋ ପାଇଁ ପଖାଳ ଭାତ ଆଉ ଗରମ ଗରମ ଆଳୁ ଭଜା ଭାଜିଛି ମୋ ପ୍ରିୟ ଖାଦ୍ୟ କରିଦେଇଛୁ l ମୁଁ ଖାଇବାକୁ ବସିଲି ଯେମିତି ମାଆ କହିଲା କି ତୁ ଆଉ ତୋ ବାପା ଖାଇଦିଅ ଆମେ ପଛରେ ଖାଇବୁ ହଁ ସେଇଆ କର l


  ବାପା ମୁଁ ଖାଇକି ବସିକି ନିୟୁଜ ଦେଖୁଥାଉ ସୋଫା ଉପରେ... ବାପା କହିଲେ କି ଟିକେ ପାଣି ଆଣନି ପିଇବା.. ମାଆ କହିଲା କି ତୋ ବାପାକୁ ଆଣିକି ପାଣି ଦେନି l ମୁଁ ମୋ ଝିଅକୁ ଡାକେ ସେ ଆସିକି ଶୋଇଛି ଭୋକ ଲାଗିବନି କଣ ଦିଟା ଖାଇଥିଲା ଆସିକି ରାତି 10 ବାଜିବାକୁ ଲାଗିଲାଣି l ଶାଶୁ ବୋହୁ ଡାଇନିଂ ରେ ବସିକି ପଖାଳଭାତ ବଢ଼ିଚୂରା, ଆଳୁଭଜା, ଖଟା ଲଗେଇ ଖାଉଥାନ୍ତି l ଖାଇସାରିବା ପରେ ମାଆକୁ କହୁଥାଏ ଆପଣ ଯାଆନ୍ତୁ ମୁଁ ଉଠେଇ ନେଉଛି ଅଇଁଠା l ମାଆ କହୁଥାଏ ତୁ ଯାଆ ହାତ ଧୋଇବୁ ମୁଁ ନେଇଯିବି l ସେ ମାଆକୁ ଅଇଁଠା ଉଠେଇ ଦେଲା ନାହିଁ କି ଅଇଁଠା ବାସନ ମଜେଇ ଦେଲା ନାହିଁ ନିଜେ ମାଜିଲା l


  ଶନିବାର ବାପା ମଟନ ଆଣିବା କଥା କହିଲେ... ମାଆ କହିଲା କି ସେ ଖାଏ କି ନାହିଁ ମୁଁ ପଚାରେ l ମାଆ ପଚାରିଲା ବେଳକୁ ସେ ମନା କଲା ମୁଁ ଖାଏନି ମାଆ l ଚିକେନ ନେଇଆସ ସେ ତ ଖାଇବନି ମଟନ l ମାଆ ମୋର ଚିକେନ କଣ ମଟନ ରୋଷେଇ କରେ ଯେମିତି 5ଷ୍ଟାର ହୋଟେଲ ରୋଷେଇ ପରି l ତା ବୋହୁ ପ୍ରଥମ ଥର ଶାଶୁ ହାତ ରନ୍ଧା ଚିକେନ ଖାଇକି କହିଲା କି ମାଆ ଆପଣ ଏମିତି ଚିକେନ ରାନ୍ଧନ୍ତି ... I ଶନିବାର ସନ୍ଧ୍ୟାରେ ବାପାଙ୍କ ଭଉଣୀ ମାନେ ମୋ ପିଉସୀ ଆସିଥାନ୍ତି ଦୁର୍ଗାପୂଜା ପାଇଁ ଆମ ପୁରୁଣା ଘରକୁ... ସେଠୁ ସେ ଆମ ନିଜ ଘରକୁ ଆସିଥାନ୍ତି ସନ୍ଧ୍ୟାରେ l ସେ ଯେତେବେଳେ ଆସିଲେ ବର୍ଷା ଯାଇକି ଜୁହାର ହେଲା ସେ ମାଆକୁ କହିଲେ ଇଏ କିଏ ମାଆ ମିଛରେ କହିଲା ତା ସାଙ୍ଗ l ବର୍ଷା ସୋଫା ଉପରେ ବସିକି ଫୋନରେ ତା ସାଙ୍ଗ ଫୋନ ରେ କଥା ହେଉଥାଏ ପୁଣି ସେ ଇଂରାଜୀରେ କାହିଁକି ନା ସେ ଆମେରିକାରେ ରହୁଛନ୍ତି ତ କଥା ହେଉଥାନ୍ତି ଦୁଇ ଜଣ , ଦେଇ କହିଲା ତା ସାଙ୍ଗ କାହା ସହ କଥା ହେଉଛି କି ଭାଷାରେ!ମାଆ କହିଲା ସେ ଇଂରାଜୀ ରେ କଥା ହେଉଛି l


ଦେଇକୁ ମାଆ ପଛରେ କହିଲା କି, ମୁଁ ତମକୁ ମିଛ କହିଥିଲି ଦେଇ ସେ ଆମ ବୋହୁ ହବ ପା! ଆମ ଦୁର୍ଗା ପୂଜା ପାଇଁ ଆଉ ସେ ମୋତେ ଦେଖିବ ବୋଲି କେବେଠୁ ବାହାରିଲାଣି ଆସିବ ବୋଲି l ମୁଁ କହିଲି ଦୁର୍ଗାପୂଜାକୁ ଆସେ ସମସ୍ତେ ଆସିଥିବେ l ଦେଇ ମୁଁ ମାଆ ସୋଫା ଉପରେ ବସିଥାଉ ଦେଇ କହିଲା ଯାହା ହେଉ ଆମ ଘର ଭିତରେ ଆମ g ବୋହୁ ଖଣ୍ଡେ ବାଛିଚି ସମସ୍ତଙ୍କ ଠାରୁ ସେ ସୁନ୍ଦର ସତରେ P ବୋହୁ ନା ଗୋଟେ ହିରୋଇନ ଲୋ.... ଦେଇ ବର୍ଷାକୁ କହିଲା ତୁ ତ ଇଂରାଜୀ କହୁଚୁ ମୁଁ ତୋ କଥା କଣ ବୁଝିବି!ନାହିଁ ଦେଇ ମୁଁ ଓଡିଆ ବି କହିପାରେ.. I

   

   ଆମ ପୁରୁଣା ଘର ଗାଁ ମଝିରେ... ବାପା କିନ୍ତୁ ଗାଁ ଭିତରୁ ବାହାରି ଆସିକି ଘର କଲେ ଛକ ପାଖରେ l ଦୁର୍ଗାପୂଜା ସପ୍ତମୀ ସନ୍ଧ୍ୟା ସମୟରେ ବର୍ଷାକୁ ଗାଡ଼ିରେ ନେଇକି ଆସିଲି ପୂଜାମଣ୍ଡପ ପାଖକୁ ଗାଁର ଲୋକ ଅନେଇଥାନ୍ତି l ଭାବୁଥାନ୍ତି କିଏ ଦାମୀ ଗାଡି ନେଇକି ଆସିଲା କି l ଯେତେବେଳେ ବର୍ଷା ଆଉ ମୁଁ ଗାଡ଼ିରୁ ଓଲ୍ହାଇ ପଡିଛୁ ଲୋକ ସବୁ ବର୍ଷାକୁ ଅନେଇଥାନ୍ତି କିଏ ଇଏ ଝିଅ ଜଣଙ୍କ ଫରେନର କି l ମୋତେ ମୋର ଜଣେ ସାନ ମା ପଚାରିଲେ କିଏ ସେ ଝିଅ କି ମୋ ସାଙ୍ଗ ସିଏ ତାଙ୍କ ଘର ଓଡିଶାରେ ନୁହଁ କି ହଁ l ଗାଁ ଲୋକ ସବୁ ମୋତେ କହିଲେ କଣ ରେ ତୁ ଅମ୍ବାନୀ ହେଇଗଲୁଣି ଆଉ ତୋ ବାପା ଗୋଟେ ସୁନା ମୁଣ୍ଡାକୁ ଜନ୍ମ ଦେଇଥିଲା ଯିଏ କି ଆଜି ଗାଁର ବାପାର ନାଁ ରଖିଲା l ତୋ ଭଳି ପିଲା ଆମ ଗାଁରେ ବିରଳ l


 ମୁଁ ପୁରୁଣା ଘରକୁ ଗଲି ଯେତେବେଳେ ସମସ୍ତଙ୍କୁ ଜୁହାର ହେଲି ଆଉ ବର୍ଷା ବି ସମସ୍ତଙ୍କୁ... ସେ ଆମ ଘରେ ବଡ଼ ମା,ସାନ ମା, ମଝୀୟା ମା ଏମିତି କି ଭାଉଜ ମାନଂକୁ ଆପଣ କହୁଥାଏ କଥାରେ କଥାରେ ତା ପାଟିରୁ ଇଂରାଜୀ ବାହାରି ପଡୁଥାଏ l ସାନ ମା କହିଲେ g ଆଙ୍କ ଘର ବାହାର ଦେଶରେ କି କଣ କି? ନାହିଁ ସେମିତି ଲାଗୁଛନ୍ତି ମଝିରେ ମଝିରେ ଇଂରାଜୀ କହୁଛନ୍ତି! ନାହିଁ ଓଡିଶାରେ l ବଡ଼ ଭାଉଜ ପଚାରିଲେ କି ମୋତେ ତମେ କେତେଦିନ ଛୁଟିରେ ଆସିଛ ଏହି 8 ଦିନ ପାଇଁ l


   ବାପା ଅଷ୍ଟମୀ ଦିନ ସକାଳେ ଯାଇକି ବସିଥିଲେ ଦୁର୍ଗା ମଣ୍ଡପ ପାଖରେ, ମଣ୍ଡପ ପାଖରେ ଆମ କଥା ଆଲୋଚନା ଚାଲିଥାଏ ବାପା ଶୁଣିକି ଆସିକି କହୁଥିଲେ ଘରେ l ଆଉ ବାପାଙ୍କୁ ଆମ ଗାଁର କିଛି ମୂରବି ଶ୍ରେଣୀର ଲୋକ କହୁଥିଲେ କି ତୋ ପୁଅ ନା ଶେ ଆଜ୍ଞା ପୁଅ ପା ଆଉ ତା ସାଙ୍ଗରେ ଆସିଥିବା ଝିଅ ଜଣଙ୍କ କିଏ କି? ତା ସାଙ୍ଗ ଆଜ୍ଞା ସେ ଝିଅ ଜଣଙ୍କ ବିଦେଶିନୀ ପରି ଲାଗୁଥିଲା ତ l


  ବର୍ଷା ଆସିକି ଆମ ଘର ବୁଲିକି ଯାଇକି କହିଲା କି ତମ ବାପା ମାଆ ପରି ଲୋକ ଦେଖିନି ମୁଁ l କଣ କି ବାପା ମା? ନା ବହୁତ ସୁନ୍ଦର ଲୋକ l ତମ ଘରକୁ ବାବା ଯିବେ ଏଇଥର ଚାକିରୀରୁ ଆସିଲେ l ଠିକ ଅଛି ମୋତେ କେବେ ଆସିବେ ସେହି ତାରିଖ ଟା କହିବ l ହଁ କହିବି ନିଶ୍ଚୟ!


  ବର୍ଷା ବାପା ଆମ ଘରକୁ ନଭେମ୍ବର ମାସ ଆସିଲେ... ଘର ବୁଲିକି ଦେଖିଲେ ଆଉ ବାପାଙ୍କ ସହ ବାହାଘର ବିଷୟରେ ମଧ୍ୟ ଆଲୋଚନା କରିକି ଗଲେ l କହିଲେ କି ଏହି ଫ୍ରେବୃୟାରୀ ମାସ ଯଦି ବାହାଘର ଥାଏ କରିଦେବା କଣ କହୁଛନ୍ତି l ହଁ ସେଇୟା କରନ୍ତୁ ଏହି ଫ୍ରେବୃୟାରୀରେ କରିଦେବା l ବାହାଘର ନିୟମ ଅନୁସାରେ ଯେମିତି ହୁଏ ସେମିତି ସବୁ ହେଲା ଆମ ଘର ଲୋକ ଗଲେ ତାଙ୍କ ଘର ଲୋକ ଆସିଲେ ଦେଖା ଚୁହାଁ ସବୁ ହେଲା l ବାହାଘର ତାରିଖ ଫାଇନାଲ ବି ହେଇଗଲା l


  ବାହାଘର ତାରିଖ ଫାଇନାଲ ହେଇଗଲା ପରେ ଆମେ ବାହାରିଲୁ ପ୍ରି ୱେଡିଙ୍ଗ ରେ... ତା ପରେ ନିର୍ବନ୍ଧ ହେଲା ଆମ ଦୁହେଁଙ୍କର ଯେତେବେଳେ ଆମ ଘରଲୋକ ମାନେ ମୋର ବଡ଼ ମା ଆଉ ମା ସବୁ କହିଲେ କି ଇଏ ସେହି ଝିଅ ଯିଏ କି ଆମ ଦୁର୍ଗାପୂଜାକୁ ଯାଇଥିଲା l ସବୁକହିଲେ ଏଇଟା ଲଭ ମେରେଜ କିନ୍ତୁ ଇଏ ଆରେଞ୍ଜ ମେରେଜ ରେ କରିଛନ୍ତି ପୁଣି ସେ ଆମ ଜାତିର ନୁହେଁ ... I ଆମ ଘରେ କହିଲେ କି ତାର ପାଠୁଆ ଝିଅ ଦରକାର, ସୁନ୍ଦର ହେଇଥିବ, ଚାକିରୀ କରିଥିବ! ଆଉ ତା ମାଆ ବି କହୁଥିଲା ମୁଁ ଚାକିରୀଆ ଝିଅ ସହ ବାହା କରିବି l ଆମ ନିର୍ବନ୍ଧ ତ ସରିଗଲା! ତା ପରେ ବାହାଘର ଫ୍ରେବୃୟାରୀ 26 ରେ... I ବର ହେଇକି ଯେତେବେଳେ ଗାଁରୁ ମୁଁ ଗଲି ସବୁକହିଲେ ବାହାଘର ହେଉଛି ନା କଣ ହେଉଛି l ସମସ୍ତେ ଆସର୍ଯ୍ୟ ପ୍ରସେସନ ଓ ବରଯାତ୍ରୀ ଦେଖିକି l ଆମ ରିସବସନରେ ସାଜସଜା,ଭୋଜିର ଆଇଟମ, ନେତା ମନ୍ତ୍ରୀଙ୍କୁ ଗାଁ ଲୋକ ଦେଖିକି କହିଲେ କି ପଇସା ଵାଲା ଲୋକ ନା ପଇସା ଢାଳିଛି l ରିସବସନ ପରଦିନ ଗାଁର ଏବଂ ଆମ ସେହି ଗାଁରେ ଛୋଟ ବଜାରରେ ଆଲୋଚନା ଚାଲିଥାହେ ଆମ ବାହାଘର କଥା ଆଉ ମୋ ବାପାଙ୍କ କଥା ବି l ମୋତେ ବହୁତ ଖୁସି ଲାଗିଲା ବାପାଙ୍କ ନା ଆଲୋଚନା ଚାଲିଛି l


ବସ ଯାତ୍ରାରୁ କେମିତି ଜୀବନ ସାଥି ମିଳିଲା ନିଶ୍ଚୟ ପଢିକି ଆପଣଙ୍କୁ ଖୁସି ଲାଗିଥିବ... ଆଗକୁ ଏମିତି ନୂଆ ନୂଆ ଷ୍ଟୋରୀ ମୁଁ ଚେଷ୍ଟା କରିବି ଲେଖିବାକୁ l ଶେଷରେ କହିବି ପଢିବାକୁ ଭୂଲିବେ ନାହିଁ l


Rate this content
Log in

Similar oriya story from Romance