SUBHRANSU SAHOO

Abstract Inspirational

4  

SUBHRANSU SAHOO

Abstract Inspirational

ବାଣୀବିହାର ଓ ଅନାମ ମଉସାଙ୍କ ସହ ସମ୍ପର୍କ

ବାଣୀବିହାର ଓ ଅନାମ ମଉସାଙ୍କ ସହ ସମ୍ପର୍କ

8 mins
374


ଭୁବନେଶ୍ୱର ବାଣୀବିହାର ପାଖରେ 2012 ମସିହାରେ ରହୁଥିଲି ଦାସ ବାବୁଙ୍କ କଲୋନୀ ରେ l ଦାସ ବାବୁଙ୍କ କଲୋନୀ ଠୁ କିଛି ବାଟ ଦୂରରେ ଗୋଟେ ଚା ଦୋକାନ ଥିଲା l ସେ ଚା ଦୋକାନ ଘର ଟି ଏକ ମାଙ୍କିଡିଆ ପଥର କାନ୍ଥ, ଉପରେ ଟିଣ ପଡିଥିବା ଏକ ଛୋଟ ଘର ଟିଏ l ସେହି ଛୋଟ ଘରଟିରେ ଜଣେ ଶ୍ୟାମଳ ରଙ୍ଗର ବୟସ୍କ ଲୋକ ତାଙ୍କ ଉଚ୍ଚତା ବୋଧେ 4'5 ଇଞ୍ଚ, ଆଉ ବୟସ ପାଖାପାଖି 50-55 ଭିତରେ ହେବ ଚା ଦୋକାନଟିଏ କରି ଚା ବିକନ୍ତି ଦାସ ବାବୁଙ୍କ କଲୋନୀ ଠାରୁ କିଛି ଦୂରରେ ଥିବା ଏକ ଛକ ପାଖରେ l ତାଙ୍କ ଚା ଦୋକାନର ନାଁ ଲେଖା ହୋଇଥାଏ “ଅନାମ ଟି ଷ୍ଟଲ ”l ଦାସ ବାବୁଙ୍କ କଲୋନୀ ର ତୃତୀୟ ମହଲା ରେ ରହୁଥାଏ ମୁଁ l ମୋ ରୁମ ଝରକା ରୁ ଛିଡା ହେଲେ ଦେଖାଯାଏ“ଅନାମ ଟି ଷ୍ଟଲ”ଲେଖାଯାଇଥିବା ବୋର୍ଡ କୁ l ସକାଳୁ ମର୍ଣ୍ଣିଙ୍ଗ ୱାର୍କକୁ ଯାଉଥିବା ଲୋକମାନଙ୍କୁ ଦେଖେ ଯାଇକି ଅନାମ ମଉସାଙ୍କ ଚା ଦୋକାନରେ ଚା ପିଅନ୍ତି l ଆଉ ସବୁବେଳେ ଅନାମ ମଉସାଙ୍କ ଦୋକାନ ଆଗରେ ଭିଡ଼ ବି ଜମିଥାଏ ଚା ପିଇବା ପାଇଁ ବୟସ୍କ ପାଖରୁ ଯୁବକ ପର୍ଯ୍ୟନ୍ତ l

ଭୁବନେଶ୍ୱରରେ ରହିବାର କିଛି ଦିନ ପରେ ମୁଁ ବି ସକାଳୁ ସକାଳୁ ମର୍ଣ୍ଣିଙ୍ଗ ୱାର୍କ କୁ ଗଲି l ମର୍ଣ୍ଣିଙ୍ଗ ୱାର୍କ ଯିବାର କିଛି ଦିନ ପରେ ମୁଁ ଫେରୁଥାଏ ମର୍ଣ୍ଣିଙ୍ଗ ୱାର୍କ ସାରିକି ରୁମକୁ l ବାଟରେ ଫେରିଲା ବେଳେ ଚାଲିକି ଆସୁଥାନ୍ତି କିଛି ଯୁବକ ଆଉ ବୟସ୍କ ଲୋକ ସେମାନେ କଥା ହେଉଥାନ୍ତି ବାଣୀବିହାର ପଟରେ ଯେତେ ଚା ଦୋକାନ ଅଛି ନା “ଅନାମ ଟି ଷ୍ଟଲ” ନାମରେ ଥିବା ଚା ଦୋକାନ ବାଣୀବିହାର ସାଇଡରେ ଫେମସ l ବାଟରେ ଚାଲିକି ଆସୁଥିବା ଜଣେ ଯୁବକ କଉଥାନ୍ତି ଅନାମ ମଉସାଙ୍କ ଚା ଥରେ ନା ଯିଏ ପିଇଛି ସେ ସବୁବେଳେ ଅନାମ ମଉସାଙ୍କ ଦୋକାନରୁ ଚା ପିଇବାକୁ ଇଚ୍ଛା କରିବ l

ମୁଁ ଦିନେ ମର୍ଣ୍ଣିଙ୍ଗ ୱାର୍କ ରୁ ଫେରିଲା ବେଳକୁ ଭାବିଲି କି ସେଦିନ ମର୍ଣ୍ଣିଙ୍ଗ ୱାର୍କରୁ ଫେରିଲା ବେଳକୁ କଥା ହେଉଥିଲେ କିଛି ଯୁବକ ଆଉ ବୟସ୍କ ଲୋକମାନେ କି ଅନାମ ମଉସାଙ୍କ ଚା କାଳେ ଫେମସ ଆଉ ଥରେ ଯିଏ ପିଇଛି ସବଦିନ ସେ ଅନାମ ମଉସା ଚା ଦୋକାନ ଛଡା ଆଉ କୋଉଠି ଚା ପିଇବ ନାହିଁ l ମୁଁ ଭାବିଲି କି ଆଜି ଅନାମ ମଉସାଙ୍କ ଚା ଦୋକାନରୁ ଯାଇକି ଗୋଟେ କପ ଚା ପିଇକି ରୁମ କୁ ଫେରିଲି l ମୁଁ କେବେ ଚା ପିଇନଥିଲି କି ଚା ର ସ୍ୱାଦ ବି ଜାଣି ନଥିଲି,ପ୍ରଥମ ଥର ଯେତେବେଳେ ଜଣେ ଫେମସ ଚା ଦୋକାନରୁ ଚା ପିଇଲି ନା ଜାଣିଲି ଚା ର ସ୍ୱାଦ ବିଷୟରେ l ଥରେ ଯେତେବେଳେ ପିଇଲି ନା ଆଉ ଥରକୁ ବି ଇଚ୍ଛା ହେଲା ପିଇବା ପାଇଁ l ଦ୍ବିତୀୟ ଦିନ ଯେତେବେଳେ ମର୍ଣ୍ଣିଙ୍ଗ ୱାର୍କ କୁ ଗଲି ପୁଣି ଇଚ୍ଛା ହେଲା କି ଟିକେ ଅନାମ ମଉସାଙ୍କ “ଟି ଷ୍ଟଲରୁ ”ସ୍ୱାଦିଷ୍ଟ ଚା ପିଇଦେଇକି ଯିବି l ଏମିତି ମୁଁ ସକାଳୁ ମର୍ଣ୍ଣିଙ୍ଗ ୱାର୍କ ସବୁଦିନ ଗଲି ଆଉ ଅନାମ ମଉସାଙ୍କ ଚା ଦୋକାନର ନୀତିଦିନିଆ କଷ୍ଟମର ବି ହେଇଗଲି l ଚା ପିଇବା ବି ସେଇଠୁ ଶିଖିଗଲି l

 ମୁଁ ଥରେ ରୁମ ରେ ବସିଥାଏ ଛୁଟି ଦିନରେ ହଠାତ୍ ମୋ ମୁଣ୍ଡକୁ କାହିଁକି ଅନାମ ମଉସାଙ୍କ କଥା ଆସିଲା କି ତାଙ୍କ ବିଷୟରେ ମୋତେ କିଛି ଜାଣିବାର ଅଛି,ଆଉ ତାଙ୍କ ଏହି ଚା ବ୍ୟବସାୟ ବିଷୟରେ ବି ଜାଣିବାର ଅଛି ମୋତେ କିଛି l ହଁ ଜାଣିବାର ଅଛି ଯଦି ମୋତେ ଆଗ ଅନାମ ମଉସାଙ୍କ ସହ ସମ୍ପର୍କ ଗଢିବାକୁ ପଡିବ ଆଉ ବେଣୁସ ଯିବାକୁ ପଡିବ,ଯେମିତି କି ସେ ଦୋକାନ ଖୋଲୁଥିବା ସମୟରେ l ତା ପରେ ଯାଇକି ତାଙ୍କ ପାଖରୁ ସବୁ କିଛି ତଥ୍ୟ ପଚାରି ଜାଣିହେବ l ଦିନେ ଠିକ ଭୋରୁ ଭୋରୁ ମାନେ 5:00am ସମୟରେ ଗଲି ମଉସାଙ୍କ ଚା ଦୋକାନକୁ ଚା ପିଇବା ପାଇଁ l ଅନାମ ମଉସା ଆସିକି ଦୋକାନ ଖୋଲୁଥାନ୍ତି ! ପଚାରିଲେ ଆପଣ କଣ ଏତେ ବେଣୁସ ଆସିଲେଣି ଆଜି ମୋ ଦୋକାନକୁ ଚା ପିଇବା ପାଇଁ l ନାହିଁ ମଉସା ନିଦ ଟା ବେଣୁସ ଭାଙ୍ଗିଗଲା ତ ଆଉ ଭଲ ଲାଗିଲାନି ରୁମ ରେ କାହିଁକି l ସେଥିପାଇଁ ପଳାଇଆସିଲି ଆପଣଙ୍କ ଦୋକାନ ପାଖକୁ ଟିକେ ଚା ପିଇବା ପାଇଁ l ମୁଁ କିନ୍ତୁ ଯାଣିକି ଆସିଛି କିଛି ଜାଣିବା ପାଇଁ ମଉସାଙ୍କ ବିଷୟରେ ମିଛ ତ କହିବାକୁ ପଡିବ ମୋତେ କାହିଁକି ନା ମୋର ତାଙ୍କ ସହ ଏତେ ପରିଚିତ ହେଇନି l ତା ପରେ ସତ କହିଲେ ହଠାତ୍ କଣ ଭାବିବେ ଭାବିକି ମୁଁ ମିଛ କହିଲି l

ମଉସା ଦୋକାନ ଖୋଲିକି କହିଲେ ଏଇ ବେଞ୍ଚରେ ବସନ୍ତୁ ମୁଁ ଦୋକାନରେ ଟିକେ ପୂଜା କରିକି ଠାକୁରଙ୍କୁ ତା ପରେ ଚା କରିବି l ଆଜ୍ଞା ଆପଣ ଆଗ ଦୋକାନ ପୂଜା କରିସାରନ୍ତୁ ଚା ପରେ ଚା କରିବେ କିଛି ଅସୁବିଧା ନାହିଁ l ମୁଁ କଣ ଆଗ ମଉସାଙ୍କୁ ପଚାରିବି ସେ ଆଗ ମୋତେ ପଚାରିଲେ ଆପଣ ତ ମୋ ଦୋକାନରୁ ସବୁଦିନ ଆସିକି ଚା ପିଉଛନ୍ତି l ଆପଣଙ୍କୁ ମୋ ଚା କେମିତି ଲାଗୁଛି? ଅନାମ ମଉସା ବୁଝିଲେ ଆପଣଙ୍କ ଚା ନା ବହୁତ ଟେଷ୍ଟ, ଥରେ ଯିଏ ପିଇଛି ନା ସେ ସବୁଦିନ ପାଇଁ ମନେ ରଖିଥିବ ଆପଣଙ୍କ ଚା କଥା କୁ l ମଉସା ସେଇଠୁ ଅଳ୍ପ ଟିକେ ହସିଦେଇକି କହିଲେ କି ମୁଁ ଏହି ଟିକିଏ କଥା ଏମିତି ଶୁଣିଲେ ନା ମୋ ମନ ବହୁତ ଖୁସି ହୋଇଯାଏ l

ମଉସାଙ୍କ ସହ ମୁଁ କଣ ସମ୍ପର୍କ କରିବି ଭାବିଥିଲି କିନ୍ତୁ ମଉସା ମୋ ବିଷୟରେ ସବୁ ଜାଣିଛନ୍ତି l ମୋତେ ମଉସା କହିଲେ କି ଆପଣଙ୍କ ଦାସ ବାବୁଙ୍କ ଘରେ ରହୁଛନ୍ତି ! ଆଜ୍ଞା ମୁଁ ଦାସ ବାବୁଙ୍କ ଘରେ ରହୁଛି l ମଉସା ଆପଣ କେମିତି ଜାଣିଲେ ମୁଁ ଦାସ ବାବୁଙ୍କ ଘରେ ରହୁଛି ବୋଲି l ନାହିଁ ମୁଁ ଦାସ ବାବୁଙ୍କୁ ପଚାରୁଥିଲି ଆପଣଙ୍କ ଘର ଆଉ ଫାଙ୍କା ଅଛି ଭଡା ପାଇଁ l ସେ କହିଲେ ନାହିଁ ଆଉ ଫାଙ୍କା ନାହିଁ ସେ ତିନି ମହଲା ର ଗୋଟେ ଘର ଥିଲା ସେ କୋରାପୁଟରୁ ଜଣେ ପିଲା ଆସିକି ରହିଛନ୍ତି l ସେ ଏହି ଭୁବନେଶ୍ୱରରେ ସାମ୍ବାଦିକ ଚାକିରୀ କରିଛନ୍ତି l ପିଲା ଜଣକ ବହୁତ ଭଲ ସେ ପିଲା ଜଣଙ୍କ ଭଦ୍ର ଓ ଶିକ୍ଷିତ ଘରର ପିଲା ବୋଧେ କାହିଁକି ନା ତାଙ୍କ କଥା ବାର୍ତ୍ତା ଚାଲି ଚଳନିରୁ ଜଣାପଡୁଛନ୍ତି ଦାସ ବାବୁ କହୁଥିଲେ କି ଅନାମ ମଉସାଙ୍କ ପାଖରେ l ମୋତେ ଅନାମ ମଉସା କହିଲେ କି ଆପଣଙ୍କ ତାହା ହେଲେ ଦାସ ବାବୁଙ୍କ ଘରେ ରହୁଛନ୍ତି l ଆଜ୍ଞା ମୁଁ ରହୁଛି ମୋ ଦୋକାନରେ ଦାସ ବାବୁଙ୍କର ଦିନର ଦୁଇ ଟାଇମ ସକାଳ ଏବଂ ସନ୍ଧ୍ୟା ସମୟରେ ଆସିକି ଚା ପିଇକି ଯାଆନ୍ତି l ମଉସା ଦାସ ବାବୁ ଲୋକ ହିସାବରେ କେମିତି ବହୁତ ଭଲ ଲୋକ ସେ ପରୋପକାରୀ ମଣିଷ ଜଣେ ସେ l ଏମିତିରେ କଥା ସରିଗଲା ମୁଁ ଆଉ ମଉସାଙ୍କ ବିଷୟରେ କିଛି ପଚାରିଲି ପାରିଲିନି l ଏପଟେ ମୋ ଅଫିସ ଯିବାର ସମୟ ହେଇଗଲାଣି I ପୁଣି ଭାବିଲି କି ସକାଳେ ସମୟ ହେଉନି ଅଫିସରୁ ଆସିକି ଠିକ ସେହି 4 ରୁ 5 ଭିତରେ ଗଲେ ସେତେବେଳେ ଏତେ ଲୋକ ନଥିବେ ଆଉ ମଉସା ବି ଟିକେ ଫ୍ରି ଥିବେ ସବୁକିଛି ପଚାରିହେବ l

ଏଇଆ ଭାବିକି ଦିନେ ଠିକ 4ଟା ରେ ଗଲି ଅନାମ ମଉସାଙ୍କ ଚା ଦୋକାନକୁ l ମଉସା ଚା କରିନାହାନ୍ତି କି? ଆଜ୍ଞା ଏହି କିଛି ସମୟ ଭିତରେ ଚା ହେବ ବସନ୍ତୁ l ମଉସା ଆପଣଙ୍କୁ କିଛି ପଚାରିବାର ଥିଲା ଆପଣଙ୍କ ଏହି ଚା ଦୋକାନ ବିଷୟରେ l ଆଜ୍ଞା ଆପଣ ପଚାରି ପାରନ୍ତି l କହୁଥିଲି କି ମଉସା ଆପଣ ଏହି ଚା ଦୋକାନ କେତେ ବର୍ଷ ହେଲା କଲେଣି? ମୁଁ ଏହି ଚା ଦୋକାନ ଆଜକୁ ପ୍ରାୟ 10 ବର୍ଷ ହେଇଯିବ କଲିଣି l ଆପଣ ଏହି ଚା ଦୋକାନ ଏଇ ଜାଗାରେ 10 ବର୍ଷ ହେଲା କଲେଣି ନା ଆଗରୁ ଆଉ କୋଉଠି କରୁଥିଲେ? ନାହିଁ ମୁଁ ଏହି ଚା ଦୋକାନ ଏହି ବାଣୀବିହାରରେ ହିଁ ଆରମ୍ଭ କରିଥିଲି l ଯେତେବେଳେ ଏହି ଚା ଦୋକାନ ଆରମ୍ଭ କରିଥିଲି ନା ବହୁତ କଷ୍ଟରେ ଦୋକାନ ଚଳେଇଛି,ସେତେବେଳେ ମୋ ପାଖରେ ଏତେ ପଇସା ନ ଥାଏ ଅଧିକ ପରିମାଣର ଚା ସାମଗ୍ରୀ କିଣିବା ପାଇଁ l ପୁଣି ଚାଳ ଛପର ଘର ବର୍ଷା ଦିନ ହେଲେ ବର୍ଷା ପଡୁଥିବ ଉପରୁ ସେଇ ଘରେ ମୁଁ ଚା କରିକି ଲୋକଙ୍କୁ ଦେଇଛି l କାହିଁକି ନା କିଛି ଅର୍ଥ ପାଇଁ ମୁଁ ଏମିତି ବି ହେଇଚି ଦିନେ ଦିନେ ଦୋକାନ ଖୋଲି ପାରିନି କାହିଁକି ନା ମୋ ପାଖରେ ପଇସା ନ ଥାଏ l ପୁଣି ପରିବାରର ବୋଝ l ସବୁ ଦୁଃଖ କଷ୍ଟକୁ ସହି ବହୁତ କଷ୍ଟରେ ମୁଁ ଆଜି ଏହି ଦୋକାନକୁ ଏତେ ବାଟ ବଢ଼େଇଛି l ଆହୁରି ଅନେକ କାହାଣୀ ଅଛି ବାବୁ ମୋର କହିଲେ ସରିବ ନାହିଁ l ଆପଣଙ୍କ ଘର ମଉସା କେଉଁଠି ଆଉ ଆପଣଙ୍କ ପରିବାର ବିଷୟରେ କିଛି ସମ୍ୟକ ଭାବରେ କୁହନ୍ତୁ? ମୋ ଘର ଏହି ବାଣୀବିହାର ଏରିଆରେ ମୋର ଏଇଠି ମଧ୍ୟ ଜନ୍ମ ଆଉ ମୋ ପରିବାର ରେ ମୁଁ ମୋ ସ୍ତ୍ରୀ ମୋର ଦୁଇ ପୁଅ ଆଉ ଗୋଟେ ଝିଅ l

ଆପଣଙ୍କ ପିଲାମାନେ କଣ କରୁଛନ୍ତି ମଉସା? ମୋ ବଡ଼ ପୁଅ ଜଣେ ଇଂଜିନିୟର ଆଉ ସାନ ପୁଅ ଶିକ୍ଷକ ଏବଂ ଝିଅ ଜଣେ ପ୍ରିନ୍ସପାଲ l ଯାହା ହେଉ ଆପଣଙ୍କ ପିଲାମାନେ ଉଚ୍ଚ ଶିକ୍ଷିତ l ହଁ ଆମେ ସିନା ପାଠ ପଢିପାରିଲୁନି ସେତେବେଳେ କିନ୍ତୁ ଆମ ପିଲାମାନଙ୍କୁ ତ ଆମେ ଶିକ୍ଷିତ କରିବା ନା l ଯାହା ହେଉ ଆପଣଙ୍କ ପିଲାମାନେ ଆପଣଙ୍କ କଷ୍ଟରେ ଉପାର୍ଜନ କରିଥିବା ଅର୍ଥର ମୂଲ୍ୟ କୁ ବୁଝିଥିବାରୁ ଆଜି ଏତେ ବାଟରେ ପହଂଚି ପାରିଛନ୍ତି l ଯାହାହେଉ ମଉସା ଶୁଣିକି ଖୁସି ଲାଗିଲା ମୋତେ ଆପଣଙ୍କ ପିଲାମାନେ ଏତେ ଏତେ ବଡ଼ ସ୍ଥାନରେ ବସିଥିବାରୁ l ମଉସା ଆପଣଙ୍କୁ କେବେ ଆପଣଙ୍କ ପିଲାମାନେ କୁହନ୍ତି ନି କି ବାପା ଆପଣ ଏବେ ସେ ଚା ଦୋକାନ ବ୍ୟବସାୟ ଛାଡିଦିଅ l ହଁ କହିଛନ୍ତି କିନ୍ତୁ ମୁଁ ତାଙ୍କୁ କୁହେ ମୋ ବ୍ୟବସାୟ ମୋତେ ନା ଆଜି ପରିଚୟ ଦେଇଛି ଆଉ ମୋର ଏହି ହାତ ଗୋଡ଼ ଚାଲିଥିବା ପର୍ଯ୍ୟନ୍ତ ମୁଁ ଏହି ଚା ବିକୁଥିବି l ମୁଁ ଚା ଦୋକାନ ଛାଡିଦେଲେ ଘରେ ରହିକି ଏକା କଣ କରିବି ଏମିତି ମୁଁ ଦୈନିକ କେତେ ଲୋକଙ୍କ ସହ ଟିକେ କଥା ହେଉଛି ଆଉ କିଛି ଶିକ୍ଷା ବି ମୋତେ ମିଳୁଛି l ବୟସ ଥିବା ପର୍ଯ୍ୟନ୍ତ ଏବଂ ହାତ ଗୋଡ଼ ଚାଲୁଥିବା ପର୍ଯ୍ୟନ୍ତ ମୁଁ ଚା କରୁଥିବି l

ମଉସାଙ୍କ କଥା ଶୁଣି ବହୁତ ଖୁସି ଲାଗିଲା l ଯାହା ହେଉ ସେ ତ ପିଲାମାନଙ୍କୁ ମଣିଷ କରିଦେଇଛନ୍ତି ଏତିକି ବଡ଼ କଥା ଏବଂ ତାଙ୍କ ପିଲାମାନେ ବି ମଉସାଙ୍କ କଷ୍ଟର ମୂଲ୍ୟକୁ ବୁଝିପାରିଛନ୍ତି l ମୋର ଅଲଗା ଜାଗାରେ ଚାକିରୀ ହୋଇଗଲା ମୁଁ ଭୁବନେଶ୍ୱର ଛାଡିଦେଲି 2014 ରେ l 2012-14 ଦୁଇ ବର୍ଷ ଭିତରେ ଅନାମ ମଉସାଙ୍କ ସହ ସମ୍ପର୍କ ଭୁବନେଶ୍ୱର ସହ ମୋ ଭଲପାଇବା l ସତରେ ଭୁବନେଶ୍ୱର ଆଉ ଅନାମ ମଉସାଙ୍କ ଚା ନା ମୋର ମନରୁ କେବେ ଭୁଲି ହେବ ନି l ଭୁବନେଶ୍ୱର ଯେବେ ଛାଡ଼ିଲି ଅନାମ ମଉସାଙ୍କ ଚା ଦୋକାନରେ ଯାଇକି ମଉସାଙ୍କୁ ଦେଖା କରିକି ଗଲି ଯାଉଛି ମଉସା ପୁଣି କେବେ ଦେଖା ହେବ ଆପଣଙ୍କ ସହ ଭୁବନେଶ୍ୱର ଫେରିଲେ l ମଉସାଙ୍କ ମନ ଟିକେ କାହିଁକି ଦୁଃଖିତ ହେଇଗଲା ପରି ଲାଗିଲା I ମଉସା ମନ ଦୁଃଖ କରନ୍ତୁ ନାହିଁ ମୁଁ ପୁଣି ଯେବେ ଆସିବି ନା ଦେଖା କରିବି ଆପଣଙ୍କୁ ନିଶ୍ଚୟ l କହିକି ଯାଇଥିଲି ମଉସାଙ୍କୁ ନିଶ୍ଚୟ ଦେଖା ହେବ କେବେ ଆସିଲେ ଭୁବନେଶ୍ୱର l ଏମିତି ପୁଣି ହେଲା କି ଠିକ 6 ବର୍ଷ ପରେ ପୁଣି ମୋ ପ୍ରେମର ସହର ଭୁବନେଶ୍ୱର କୁ ଫେରିଆସିଲି ସବୁଦିନ ପାଇଁ l

ଫେରିଆସିଲି ସତ କିନ୍ତୁ ଆଉ ସେହି ବାଣୀବିହାର ଏବଂ ଅନାମ ମଉସାଙ୍କ ଚା ଦୋକାନ ଠୁ ଦୁରେଇ ଗଲି l 6 ବର୍ଷ ପରେ ଫେରିଲା ପରେ ରହିଲି ଖଣ୍ଡଗିରି ସାଇଡରେ l ପୁଣି ସେହି ସାମ୍ବାଦିକତା ଚାକିରୀ l ମୁଁ ବି ଭୁବନେଶ୍ୱର ଛାଡିକି ଯାଇଥିଲି ସେହି ସାମ୍ବାଦିକତା ଚାକିରୀ ରେ ଅନ୍ୟ ରାଜ୍ୟକୁ l ଦିନେ ଏମିତି ଅଫିସରୁ ଫେରିଲା ବେଳକୁ ରୁମ କୁ କାହିଁକି ମନେ ପଡିଲା ଅନାମ ମଉସାଙ୍କ ଚା ଦୋକାନ ଆଡେ ଟିକେ ଯାଇକି ଚା ପିଇକି ଆସିଲେ ହନ୍ତା ଆଉ ଅନାମ ମଉସାଙ୍କ ସହ ବି ଦେଖା ହେଇଯାଆନ୍ତା l ଏମିତି କୋଉ କୋଉ ଗାଡି ଷ୍ଟାର୍ଟ ହେଲା ବାଣୀବିହାର ଅନାମ ମଉସାଙ୍କ ଚା ଦୋକାନ ଆଡେ l

ମଉସାଙ୍କ ଚା ଦୋକାନ ପାଖରେ ପହଁଚିଗଲି ଯେତେବେଳେ ମଉସା ଚା କରୁଥିଲେ, ଚା କପ ଜଣେ ଲୋକଙ୍କୁ ଦେଇକି ଟିକେ ଅନେଇ ଦେଲେ କିଏ ଆସିଲେ ଚାରି ଚକିଆ ନେଇକି l ମୁଁ ଗାଡ଼ିରୁ ଓଲେଇ ଆସିକି ମଉସାଙ୍କୁ କହିଲି ମଉସା ନମସ୍କାର l ଆପଣ କେମିତି ଅଛନ୍ତି ଭଲରେ ଅଛନ୍ତି ତ l ଆଜ୍ଞା ଭଲ ଅଛି! ଆପଣ ଜାଣିପାରିଲେ ମୋତେ ହଁ ଜାଣିପାରିବିନି ନା କଣ ଆପଣକୁ l ଆଉ ଏବେ କୋଉଠି ମୁଁ ଏହି ଭୁବନେଶ୍ୱର ର ଖଣ୍ଡଗିରି ପାଖରେ ରହୁଛି l ସେହି ସାମ୍ବାଦିକତା ନା ଆଉ କିଛି ନାହିଁ ମଉସା ଆଉ କିଛି ନୁହଁ ମୋ ସେହି ସାମ୍ବାଦିକତା ଚାକିରୀ କୁ କଣ ମୁଁ ଛାଡିପାରିବି ସେ ପା ମୋ ସ୍କୁଲ ବେଳର ସ୍ବପ୍ନ l ଚା ଗୋଟେ କପ ପିଅନ୍ତୁ l ନାହିଁ ମଉସା ମୁଁ ଚା ପିଇବା ଛାଡି ଦେଇଛି l ଆପଣ କେବେ ଠୁ ଚା ପିଇବା ଛାଡିଦେଲେ ନି l ଆପଣ ତ ମୋ ପାଖରୁ ଚା ପିଇବା ଶିଖିଥିଲେ ଆଉ ମୋ ଚା ଥରେ ଯିଏ ପିଇଛି ସେ ତ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ପିଇବା ଛାଡ଼ିନି l ମଉସାଙ୍କ ଏହି ଟିକିଏ କଥା ଶୁଣିବା ପାଇଁ ମୁଁ ମିଛରେ କହିଲି ଚା ପିଇବା ଛାଡି ଦେଇଛି l ଅନାମ ମଉସାଙ୍କ ହାତ ତିଆରି ଚା ପିଇଲି l ଆସିଲା ବେଳକୁ ମଉସାଙ୍କୁ ପଇସା କାଢ଼ିକି ଦେଲି ଯେତେବେଳେ ମଉସା କହିଲେ ମୁଁ କଣ ଏହି ₹5 ଟଙ୍କା ନେଇଗଲେ ବଡ଼ ଲୋକ ହେଇଯିବି ନି କି ଆପଣ ଦେଇକି ମୋ ଚାର ମୂଲ୍ୟକୁ ବଢ଼େଇ ଦେବେନି l ଜୀବନରେ 5 ଟଙ୍କାର ମୂଲ୍ୟ ଠାରୁ ସମ୍ପର୍କର ମୂଲ୍ୟ ସବୁଠୁ ବଡ଼ l


Rate this content
Log in

Similar oriya story from Abstract