SUBHRANSU SAHOO

Inspirational

2  

SUBHRANSU SAHOO

Inspirational

ବିପଦର ବନ୍ଧୁ ପ୍ରକୃତ ବନ୍ଧୁ

ବିପଦର ବନ୍ଧୁ ପ୍ରକୃତ ବନ୍ଧୁ

2 mins
142


ଦୁଇ ସାଙ୍ଗ ମଦନ ଓ ପଦନ । ଦୁଇ ଜଣ ସହରକୁ ଯାଉ ଥିଲେ । ବାଟରେ ଗୋଟିଏ ଜଙ୍ଗଲ ପଡିଲା । ସେମାନେ କଥାବାର୍ତ୍ତା ହୋଇ ଯାଉ ଯାଉ ବାଟରେ ଗୋଟିଏ ବିରାଟ କାୟ ଭାଲୁକୁ ସେମାନେ ଦେଖିଲେ । ଯଦି ଭାଲୁ ସେମାନଙ୍କୁ ଆକ୍ରମଣ କରେ ତେବେ ସେମାନେ କ’ଣ କରିବେ? ନିଜ ନିଜର ପ୍ରାଣକୁ କିଭଳି ରକ୍ଷା କରିବେ? ବର୍ତ୍ତମାନ ଭାଲୁ ଆସି ଆମ ଦୁଇ ଜଣଙ୍କୁ ଆକ୍ରମଣ କରିବ ଆଉ ଆମ ଦୁଇ ଜଣଙ୍କୁ ମାରି ପକାଇବ । 

ମଦନ ବହୁତ ଚାଲାକ୍ ଥିଲା । ସେ ଖୁବ୍ ଜୋରରେ ଦୌଡି ପାରୁଥିଲା । ସେ ଗୋଟିଏ ଗଛ ଉପରେ ଚଢି ଗଲା । ସେ ଟିକିଏ ବି ପଦନ ପାଇଁ ଚିନ୍ତା କଲା ନାହିଁ । ପଦନ ଏକୁଟିଆ କିଭଳି ଭାଲୁର ସମ୍ମୁଖୀନ ହେବ । ଇତ୍ୟାଦି ଇତ୍ୟାଦି ।

    ପଦନ ବହୁତ ସାଧା ସିଧା ପିଲା ଥିଲା । ନା ସେ ଜୋରରେ ଦୌଡି ପାରୁ ଥିଲା ନା ସେ ଗଛରେ ଚଢି ପାରୁଥିଲା । ସେ ଥରେ ଶୁଣି ଥିଲା ଯେ ଭାଲୁ କେବେ ମଲା ଜୀବ ଜନ୍ତୁକୁ ଖାଏ ନାହିଁ । ସେ ଆସି ମଲା ଜୀବ ଜନ୍ତୁଙ୍କ ପାଖରେ ପହଁଚି ଟିକେ ଶୁଙ୍ଘି ପଳାଇ ଯାଏ । ଏତିକିରେ ସେ ଭାଲୁ ଆସିବା ଆଗରୁ ଶ୍ୱାସ ବନ୍ଦ କରି ମାଟିରେ ଶୋଇ ପଡିଲା । ଏଭଳି ଅଭିନୟ କଲା ଯେ ଯେମିତି ପଦନ ସତରେ ମରି ଯାଇଛି ।

 ଏହି ସମୟରେ ଭାଲୁ ପଦନ ପାଖକୁ ଆସିଲା । ସେ ବହୁତ ସମୟ ଯାଏଁ ତା’ର ମୁହଁ, ନାକ ଇତ୍ୟାଦି ଅଙ୍ଗ ପ୍ରତ୍ୟଙ୍ଗକୁ ଶୁଙ୍ଘି ଜାଣି ପାରିଲା ଯେ ସେ ସତରେ ମରି ଯାଇଛି । ତେଣୁ ଭାଲୁଟି ପଦନକୁ ଛାଡି ଚାଲି ଗଲା ।

ଭାଲୁ ଯିବା ପରେ ସେହି ଚାଲାକ୍ ମିତ୍ର ମଦନ ଆସି ସେଠାରେ ପହଁଚିଲା । ନିଜର ସିଧା ସାଧା ମିତ୍ର ପଦନ ପାଖକୁ ଆସିଲା ଆଉ ହସି ହସି କହିଲା – ତୁମେ ତ ଭାଲୁ ସହିତ ବନ୍ଧୁତା କରି ପକାଇଲ । ମଦନ କହିଲା କହିଲ ଦେଖି ଭାଲୁ ତୁମ କାନ ପାଖରେ କ’ଣ ସବୁ କହୁ ଥିଲା ।

ପଦନ କହିଲା ସେ କଥା ମୋତେ ପଚାରନା? ଭାଲୁ ମୋ କାନରେ କ’ଣ ସବୁ କହି ଗଲା ବୋଲି । ସେ ଯାହା କହିଲା ବହୁତ କାମର କଥା ।

ମଦନ ପୁଣି କହିଲା – କୁହ ତ ବନ୍ଧୁ । ମୋତେ ମଧ୍ୟ କୁହ । କ’ଣ ତୁମେ ତୁମର ପରମ ବନ୍ଧୁ ପାଖରେ ମଧ୍ୟ କହିବ ନାହିଁ । ମୋ ପାଖରେ ପୁଣି ଅଛପା ରଖିବ ।

ପଦନ ଉତ୍ତର ଦେଲା – ଆଚ୍ଛା, ତାହେଲେ ଶୁଣ ! ଭାଲୁ ମୋ କାନରେ ଏହି କଥା କହିଲା ଯେ – ଯେଉଁ ବନ୍ଧୁ ବନ୍ଧୁ ବିପଦରେ ପଡି ଥିବା ସମୟରେ ଉପସ୍ଥିତ ନ ରୁହେ, ବିପଦରେ ଛାଡି କରି ଚାଲି ଯାଏ ସେ ବନ୍ଧୁ ପ୍ରକୃତ ବନ୍ଧୁର ପଦବାଚ୍ୟ ନୁହେଁ । ତା’ଉପରେ ଭରସା କରିବା ଉଚିତ୍ ନୁହେଁ । ବନ୍ଧୁ ଯିଏ ସେ ବିପଦରେ ସାହାଯ୍ୟ କରିବା ପାଇଁ ଧାଇଁ ଆସେ । ସେ ହିଁ ପ୍ରକୃତ ବନ୍ଧୁର ପଦବାଚ୍ୟ ।



Rate this content
Log in

Similar oriya story from Inspirational