SUBHRANSU SAHOO

Inspirational

3  

SUBHRANSU SAHOO

Inspirational

ବେଷ୍ଟ ଡାଏରୀ 18-21

ବେଷ୍ଟ ଡାଏରୀ 18-21

12 mins
137


ଭଦ୍ରକ ଇଞ୍ଜିନିୟରିଂ ସ୍କୁଲ ଆଣ୍ଡ ଟେକ୍ନୋଲୋଜି,ଅସୁରାଳୀ ଭଦ୍ରକ (ବେଷ୍ଟ )ନାମରେ ଏହି କଲେଜ ଭଦ୍ରକ ଆଖଣ୍ଡଳମଣି ରାସ୍ତାର ଅସୁରାଳୀ ନିକଟରେ 2009 ମସିହାରେ ଏକ ଡିପ୍ଲୋମା ଇଞ୍ଜିନିୟରିଂ କଲେଜ ନାମରେ ଗଢିଉଠିଥିଲା l ଭଦ୍ରକରୁ ଆଖଣ୍ଡଳମଣୀ ଓ ଆଖଣ୍ଡଳମଣୀରୁ ଭଦ୍ରକ ଗଲା ବେଳେ ଆମେ ଏହି କଲେଜକୁ ଦେଖୁଥିଲୁ କିନ୍ତୁ ମନଭିତରେ ପ୍ରଶ୍ନ ଆସେ ଏତେ ବଡ଼ କଲେଜରେ କେବେ ଆମକୁ ପଢ଼ିବାର ସୁଯୋଗ ଟିକେ ମିଳିବ ନାହିଁ I ଆମ ମନଭିତରେ ଆସୁଥିବା ପ୍ରଶ୍ନର ଉତ୍ତର ଆମେ ପାଇଗଲୁ I ଏମିତି ଦିନ ଆସିଲା ଯେ ଆମେ ସେହି କଲେଜରେ ପଢ଼ିବାର ସୁଯୋଗ ପାଇଲୁ I ଏହି କଲେଜରେ ଇଞ୍ଜିନିୟରିଂ ପଢିବା ପାଇଁ ମୁଖ୍ୟତଃ 5 ଟି ବ୍ରାଞ୍ଚ ଥିଲା l ହଁ ଏହି 5 ଟି ବ୍ରାଞ୍ଚ ଭିତରୁ ଆମେ ଥିଲୁ ଡିପ୍ଲୋମା ମେକାନିକାଲ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟର 2018 ମସିହା ବ୍ୟାଚର ଛାତ୍ର l ଆମେ ଯୋଉଦିନ କଲେଜରେ ପ୍ରଥମ ବର୍ଷର ଆଡ଼ମିସନ ନେଇ କଲେଜରେ ପ୍ରଥମ ଦିନର ପାଠ ପଢା ଆରମ୍ଭ କରିଥିଲୁ ଗୁରୁବାର ଆମେ ବେଷ୍ଟର ଗୋଟେ ନିୟମ ଦେଖିଥିଲୁ “ପ୍ରାର୍ଥନା ଏବଂ ନିୟୁଜ” ପଢିବାର ଦୃଶ୍ୟ l ଆମେ ତ ଜାଣିଥିଲୁ ପ୍ରାର୍ଥନା ସ୍କୁଲରେ ହୁଏ କିନ୍ତୁ କଲେଜରେ ହୁଏ ନାହିଁ ବୋଲି ଆମେ ଜାଣିଥିଲୁ l ଏଠି ଆମେ ଦେଖିଲୁ ପ୍ରାର୍ଥନା ଏବଂ ନିୟୁଜ ପଢ଼ିବାର ଦୃଶ୍ୟ I “ପ୍ରାର୍ଥନା ଏବଂ ନିୟୁଜ” ପଢିବା ଆମମାନଙ୍କ ପାଇଁ ଏହି ନିୟମ ଥିଲା ନୂଆ କିନ୍ତୁ ଏହି ନିୟମ ବେଷ୍ଟ କଲେଜ ପାଇଁ ଥିଲା ପୁରୁଣା l

ଆମେ ଦେଖିଲୁ ସବୁ ବ୍ରାଞ୍ଚର ଏବଂ ସବୁ ସେମିଷ୍ଟାର ସିନିୟର, ଜୁନିୟର ଭାଇ ଏବଂ ଭଉଣୀ ମାନେ ଧାଡ଼ିରେ ଛିଡା ହୋଇ ପ୍ରାର୍ଥନା କରୁଛନ୍ତି I ଆମେବି ଛିଡା ହୋଇ ପ୍ରାର୍ଥନା କରିଥିଲୁ l ପ୍ରାର୍ଥନା ପରେ ନିୟୁଜ ପଢିବା ପାଇଁ ସବୁ ବ୍ରାଞ୍ଚର ଜଣେ ଜଣେ ପିଲାଙ୍କର ନାଆଁ ଡକାଯାଉଛି l ନିୟୁଜ ପଢିବା ଥିଲା ପୁଣି ମାଇକି ଫୋନ ଧରି I ଆଗରେ ସବୁ ବ୍ରାଞ୍ଚର ସିନିୟର ଭାଇ ଏବଂ ଭଉଣୀ ମାନେ ଛିଡା ହୋଇଥିବେ ପାଖରେ ପ୍ରିନ୍ସପାଲ ସାର୍ ଏବଂ ଅନ୍ୟ ସାର୍ ମାଡ଼ାମ ମାନେ l ଆମ ମନରେ ନିୟୁଜ ପଢିବାର ଭୟ ପ୍ରବଳ ଥାଏ l କାହିଁକି ନା ଆମ ନାଆଁ କେବେ ପଡ଼ିଯିବ କି ଆମକୁ ସାର୍ ଡାକିବେ କି ନିୟୁଜ ପଢିବା ପାଇଁ l କିଛି ଦିନ ଗଲା ପରେ ଆମ ପ୍ରଥମ ବର୍ଷର କିଛି ପିଲାମାନଙ୍କ ନାଆଁ ପଡିଲା l ସେମାନେ ମଧ୍ୟ ଭୟର ସହକାରେ ଯାଉଥାନ୍ତି କାରଣ ପ୍ରିନ୍ସପାଲ ସାରଙ୍କ ପାଖରେ ଛିଡା ହୋଇ ନିୟୁଜ ପଢିବା I ଆଗରେ ଏତେ ପିଲା କିଛି ତ୍ରୁଟି ହେବକି ପଢିବାରେ l ଯାହା ବି ହେଉ ଆସ୍ତେ ଆସ୍ତେ ନିୟୁଜ ପଢିବା ପାଇଁ ଆମ ପ୍ରଥମ ବର୍ଷର ପିଲାମାନଙ୍କ ନାଆଁ ଡକାଗଲା I ଆସ୍ତେ ଆସ୍ତେ ନିୟୁଜ ପଢ଼ିବାର ଅଭ୍ୟାସ ମଧ୍ୟ୍ୟ ହୋଇଗଲା ଏବଂ ମନରୁ ଭୟ ମଧ୍ୟ ଦୂର ହେବାକୁ ଲାଗିଲା I

ହଁ ଆମେ ଥିଲୁ କଲେଜ ପାଇଁ ୨୦୧୮ ମସିହା ବ୍ୟIଚର ମେକାନିକାଲ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟର ପ୍ରଥମ ବର୍ଷର (1st Year ) ଛାତ୍ର I କିଏ କାହାକୁ ଚିହ୍ନି ନଥିଲୁ କି ଜାଣି ନଥିଲୁ l କାହାର ପରିଚୟ କାହାକୁ ବି ଜଣା ନଥିଲା l ଅନୁଷ୍ଠାନର ପ୍ରତ୍ୟେକ ସଦସ୍ୟ ସେଦିନ ନିଜର ପରିଚୟ ଦେଇଥିଲେ l ତା ପରେ ଆମେ ଆମର ନିଜର ପରିଚୟ ଦେଇଥିଲୁ I କାହିଁକି ନା ଆମେ ସମସ୍ତେ କଲେଜରେ ଥିଲୁ ଜଣେ ଜଣେ ନୂଆ ଛାତ୍ର l କୋଉଠି ବସିବୁ କୋଉଠି କ୍ଲାସ କରିବୁ କ୍ଲାସ ରୁମ୍ ନମ୍ବର କେତେ ଆମକୁ କାହାକୁ ବି କିଛି ଜଣା ନଥିଲା l କିଏ କୋଉ ରୁମରେ ବସିଲା କିଛି କାହାକୁ ଜଣାପଡିଲା ନାହିଁ l କାହିଁକି ନା ଆମେ ଥିଲୁ କଲେଜ ପାଇଁ ନୂଆ l ପ୍ରଥମ ଦିନରେ ସାର୍ ଯେତେବେଳେ କ୍ଲାସ ନେଲେ ସବୁ ବ୍ରାଞ୍ଚର ଛାତ୍ରଙ୍କୁ ପଚାରିଲେ କାହାର କୋଉ ବ୍ରାଞ୍ଚ ସମସ୍ତ ଛାତ୍ର ନିଜ ନିଜର ବ୍ରାଞ୍ଚ କହିଥିଲେ l ବ୍ରାଞ୍ଚ କହିବା ପରେ ସାର୍ କହିଥିଲେ ତୁମର ସେ ବ୍ରାଞ୍ଚ ତୁମେ ଏତିକି ନମ୍ବର ରୂମରେ ବସିବ l

କଲେଜରେ ଥାଏ ତିନୋଟି ଫ୍ଲୋର l ଆମେ କୋଉ ଫ୍ଲୋରରେ ବସିବା ଆମ ମନରେ ପ୍ରଶ୍ନ ଉଙ୍କି ମାରୁଥାଏ l ସାର୍ ଆମକୁ କହିଥିଲେ ତୁମେ ପ୍ରଥମ ବର୍ଷ(1STYear )ର ଛାତ୍ର I ତୁମର ତିନି ନମ୍ବର ଫ୍ଲୋର l ସାର୍ ତ କହିଦେଲେ ତିନି ନମ୍ବର ଫ୍ଲୋର l ତିନି ନମ୍ବର ଫ୍ଲୋରର କେତେ ନମ୍ବର ରୂମରେ ବସିବା ଆମକୁ ଜଣା ନଥିଲା l କାହିଁକି ନା ଆମର ଥିଲା ମେକାନିକାଲ ବ୍ରାଞ୍ଚ ଆମେ କୋଉଠି ବସିବୁ ଆମ ମନରେ ବି ପ୍ରଶ୍ନ ଉଙ୍କି ମାରୁଥାଏ l ଆମେ ବସିଥିଲୁ ତିନି ନମ୍ବର ଫ୍ଲୋରର ପ୍ରଥମ ରୁମରେ l ଆମର ପ୍ରଥମ କ୍ଲାସ ରୁମ ନମ୍ବର ଥିଲା 120 I ଡିପ୍ଲୋମା ଇଞ୍ଜିନିୟରିଂ ପ୍ରଥମ ବର୍ଷର ପାଠ ପଢା ଥିଲା ସବୁ ବ୍ରାଞ୍ଚ ପାଇଁ ସମାନ l ହଁ ସମାନ ଥିଲା ବୋଲି ଆମେ ସେଥିପାଇଁ ସିଭିଲ ଏବଂ ମେକାନିକାଲ ଇଞ୍ଜିନିୟରିଂ ଛାତ୍ର ମିଶିକି ଗୋଟେ ରୁମରେ ବସୁଥିଲୁ ଏବଂ ଗୋଟେ ରୁମରେ ମଧ୍ୟ କ୍ଲାସ କରିଥିଲୁ l କ୍ଲାସ ତ କରିଲୁ ସତ କିନ୍ତୁ କାହା ସହ କାହାର ପରିଚୟ ନଥିଲା କି କିଏ କାହାକୁ ଚିହ୍ନିନଥିଲା କି ଜାଣିନଥିଲା l ଆମେ ଥିଲୁ କଲେଜ ପାଇଁ ଜୁନିୟର ଛାତ୍ର I ଆସ୍ତେ ଆସ୍ତେ ଆମର ସମସ୍ତଙ୍କ ସହ ପରିଚୟ ସୃଷ୍ଟି ହେବାକୁ ଲାଗି ଉଠିଥିଲା I

ହଁ ଧୀରେ ଧୀରେ ଘଣ୍ଟାର ସମୟ ଚାଲିବା ସହିତ ଆମର ବି ପାଠ ପଢାର ସମୟ ଘଣ୍ଟା କଣ୍ଟା ପରି ଧୀରେ ଧୀରେ ଆଗକୁ ବଢିବାକୁ ଆରମ୍ଭ କରିଥିଲା l ପାଠ ପଢା ସହ ଆମର ବି କଲେଜରେ ସମସ୍ତ ପିଲାମାନଙ୍କ ସହ ଏବଂ ସାର୍ ମାନଙ୍କ ସହ ଧୀରେ ଧୀରେ ପରିଚୟ ସୃଷ୍ଟି ହେବାକୁ ଲାଗିଥିଲା l ପରିଚୟ ତ ସୃଷ୍ଟି ହୋଇଗଲା କିନ୍ତୁ ଆଗକୁ ଯେତେବେଳେ ପାଠ ପଢା ଆରମ୍ଭ ହେଲା ସେତେବେଳେ ସାର୍ ମାନଙ୍କର ସେହି କ୍ଲାସକୁ ଦେଖି ମନରେ ପ୍ରବଳ ଭୟ l କାହିଁକି ନା ଆମେ ସାଧାରଣ ଦଶମ ଶ୍ରେଣୀ ପାସ କରିକି ଆସିଥାଉ ତ ଆଉ କିଏ +2 ପାସ କରିକି ଆସିଥାନ୍ତି l +2ରୁ ଆସିଥିବା ପିଲାଙ୍କ ମନରେ ଭୟ ନ ଥାଏ l କାରଣ ସେମାନେ ଗୋଟେ କଲେଜରୁ ପଢିକି ଆସିସାରିଥାନ୍ତି l

ଯେତେବେଳେ ସିନିୟର ଭାଇମାନଙ୍କୁ ପଚାରିଲୁ ବେଷ୍ଟର ସାର୍ ମାନଙ୍କ କ୍ଲାସ କେମିତି ସେ କହିଥିଲେ l ବେଷ୍ଟ ହେଲା ସେଣ୍ଟ୍ରାଲ ଜେଲ ଏଠି ଥରେ ଯେଉଁ ଛାତ୍ରର ପାଦ ଏ ବେଷ୍ଟ ମାଟିର ଛାତି ଉପରେ ପଡିଛି ସେ ପିଲା ଏଠୁ ଯିବା ବହୁତ କଷ୍ଟ l ବେଷ୍ଟ କଲେଜର ମାଟି ଏମିତି ଏକ ମାଟି ଏ ମାଟିରେ ଥରେ ଯିଏ ପାଦ ଦେଇଛି ତା ଜୀବନରେ ସେ ଛାତ୍ର ବହୁତ କିଛି ଶିକ୍ଷାଲାଭ କରିପାରିଛି l ସିନିୟର ଭାଇମାନଙ୍କ ଠାରୁ ଏବଂ ସାର୍ ମାନେ କ୍ଲାସ ନେଲା ବେଳେ ବି ଆମକୁ ଏହି ପଦେ କଥା କୁହନ୍ତି ବେଷ୍ଟ ହେଲା “ସେଣ୍ଟ୍ରାଲ ଜେଲ” l ବେଷ୍ଟ କଲେଜର ନାଆଁ କାହିଁକି ସେଣ୍ଟ୍ରାଲ ଜେଲ ଦିଆ ଯାଇଛି? ଏହି ନାଆଁ ପଛରେ ରହସ୍ୟ କଣ ମନଭିତରେ ପ୍ରଶ୍ନ ଉଙ୍କି ମାରିବାକୁ ବସିଲା l ପ୍ରଶ୍ନର ଉତ୍ତର ଆମେ ଖୋଜିବାକୁ ଲାଗିଲୁ l ଦିନେ କ୍ଲାସରେ ପଚାରିଲୁ ସାର୍ଙ୍କୁ ସିନିୟର ଭାଇ ଏବଂ ଆପଣ କାହିଁକି ବେଷ୍ଟକୁ ସେଣ୍ଟ୍ରାଲ ଜେଲ କହୁଛନ୍ତି l ସାର୍ ଆମକୁ କହିଲେ ମୁଁ କହୁନି ତୁମର ଏହି କଲେଜର ସୁପର ସିନିୟର ଭାଇ ମାନେ ପାସ ଆଉଟ ହେଇକି ଯାଇଛନ୍ତି ସେହିମାନେ ନାମକରଣ କରିଯାଇଛନ୍ତି l ସେଣ୍ଟ୍ରାଲ ଜେଲରେ ଯେମିତି ସବୁ ନିୟମ କଡାକଡ଼ି ବେଷ୍ଟର ନିୟମ ବି ସେମିତି କଡାକଡ଼ି l

ହଁ ପ୍ରଥମ ବର୍ଷର (1STYear)ର ପାଠ ପଢାର କିଛିଦିନ ପରେ ସାର୍ କହିଲେ ତୁମର ଇଣ୍ଟରନାଲ ପରୀକ୍ଷା ହେବ l ଆମେ ତ ଜାଣିନଥାଉ ଇଣ୍ଟରନାଲ ପରୀକ୍ଷାରେ କେତେ ମାର୍କରେ ପରୀକ୍ଷା ହେବ ଏବଂ କେମିତି ହବ ସାରଙ୍କୁ ପଚାରିଲୁ l ସାର୍ ଇଣ୍ଟରନାଲ ପରୀକ୍ଷା ବିଷୟରେ ସବୁ ବିବରଣୀ ଦେଲେ l ଇଣ୍ଟରନାଲ ପରୀକ୍ଷା ସରିଲା ପୁଣି କ୍ଲାସ ଆରମ୍ଭ ହେଲା l କ୍ଲାସ ଆରମ୍ଭ ହେବାର କିଛି ଦିନ ପରେ ସାର୍ କହିଲେ ତୁମର ସେମିଷ୍ଟାର ପରୀକ୍ଷା ହେବ l ସାର କହିଲେ ସେମିଷ୍ଟାର ପରୀକ୍ଷା ଆଗରୁ ତୁମର ପ୍ରାକ୍ଟିକାଲ ପରୀକ୍ଷା ହେବ,ପ୍ରାକ୍ଟିକାଲ ପରୀକ୍ଷା ପରେ ତୁମର ସେକ୍ସନାଲ ହେବ ତା ପରେ ଯାଇକି ସେମିଷ୍ଟାର ପରୀକ୍ଷା ହେବ l ସେମିଷ୍ଟାର ପରୀକ୍ଷା ତୁମର ବର୍ଷର ଦୁଇଥର ହେବ ସେ ପୁଣି ଗୋଟେ ଗ୍ରୀଷ୍ମଋତୁ ଆଉ ଗୋଟେ ଶୀତଋତୁରେ ହବ l ପ୍ରଥମ ବର୍ଷର ସେମିଷ୍ଟାର ପରୀକ୍ଷା ଦେଲୁ I ପରୀକ୍ଷା ଦେବା ପରେ ସମସ୍ତେ ଅନେଇକି ବସିଥାନ୍ତି ପରୀକ୍ଷା ଫଳ କେବେ ବାହାରିବ I ପରୀକ୍ଷା ଫଳ କଣ ହୋଇଥିବ ସମସ୍ତଙ୍କ ମନରେ ଭୟ ଥାଏ l ପରୀକ୍ଷା ଫଳ ଯେତେବେଳେ ବାହାରିକି ନୋଟିସ ବୋର୍ଡରେ ମରାଗଲା ସେତେବେଳେ ସବୁ ବ୍ରାଞ୍ଚର ପିଲା ନିଜ ନିଜର ପରୀକ୍ଷା ଫଳାଫଳ ଦେଖିବା ପାଇଁ ନୋଟିସ ବୋର୍ଡ ପାଖରେ ପେଲା ଠେଲା l ସେ କହୁଥାଏ ମୋର ଦେଖ ତଃ କେତେ ମାର୍କ ରହିଛି? ମୋର କଣ ହେଇଛି ବ୍ୟାକ ଲାଗିଛି କି ନା ପାସ କରିଛି ମନରେ ଉତ୍କଣ୍ଠା ବହୁତ ଥାଏ l ପରୀକ୍ଷାର ଫଳାଫଳ ଜାଣିଲା ପରେ ହଁ ତୁ ପାସ କରିଛୁ l ପାସ କରିଥିବା ପିଲାର ମନଃ ବହୁତ ଖୁସି ହୋଇଯାଏ ଆଉ ପରୀକ୍ଷାରେ ବ୍ୟାକ ଲାଗିଥିବା ପିଲାର ମନ ଦୁଃଖରେ ଭାଙ୍ଗି ପଡେ l ପ୍ରଥମ ବର୍ଷ (1ST Year )ର ପାଠ ପଢା ସରିଲା ବେଳକୁ ଆମେ ପୂରା କଲେଜ କ୍ୟାମ୍ପସ ସହ ପ୍ରାଞ୍ଜଳ ଭାବେ ଜଡିତ ହୋଇଯାଇଥାଉ l ଆମ ମନରେ ଥିବା ଭୟ ମଧ୍ୟ ଆସ୍ତେ ଆସ୍ତେ ଆମ ପାଖରୁ ଦୂର ହୋଇଯାଇଥାଏ l

ପ୍ରଥମ ବର୍ଷ (1STYear )ର ପାଠ ପଢାର ଯାତ୍ରା ଶେଷ କରି, ଆମେ ଆଗକୁ ଆଉ ଗୋଟେ ପାହାଚ ଚଢିଥିଲୁ l ସେ ଯାତ୍ରା ଥିଲା ଆମର ଦ୍ଵିତୀୟ ବର୍ଷ (2nd Year )ର ପାଠପଢ଼ାର ଯାତ୍ରା l ସେ ଦ୍ଵିତୀୟ ବର୍ଷ ପାଠ ପଢାର ଯାତ୍ରା ଆମମାନଙ୍କ ପାଇଁ ଥିଲା ଆମ ବ୍ରାଞ୍ଚ ପାଠ (ମେକାନିକାଲ ଇଞ୍ଜିନିୟରିଂର) I 2nd Year ହୋଇଗଲୁ ଯେତେବେଳେ ଆମେ ସେକେଣ୍ଡ ଫ୍ଲୋରକୁ ଆସିଗଲୁ I ଆମ ସେକେଣ୍ଡ ଫ୍ଲୋରର ମେକାନିକାଲ ଇଞ୍ଜିନିୟରିଂ ବ୍ରାଞ୍ଚର ଦୁଇଟି ସେକ୍ସସନ ଥିଲା I ଗୋଟେ ସେକ୍ସସନ ଥିଲା –A ଏବଂ ଅନ୍ୟ ଗୋଟେ ସେକ୍ସସନ ଥିଲା –B I “A” ସେକ୍ସସନର ରୁମ ନମ୍ବର ଥିଲା 104 ଆଉ “B” ସେକ୍ସସନର ରୁମ ନମ୍ବର ଥିଲା 105 I ଆମେ (2nd Year )ର ସେକେଣ୍ଡ ଫ୍ଲୋରକୁ ତ ଆସିଗଲୁ ଏବଂ ଆମେ କଲେଜର ସିନିୟର ହେବାକୁ ବସିଲୁ I

ହଁ (2nd Year ) ତ ହେଇଗଲା ହେଲେ ଆମର ବ୍ରାଞ୍ଚ ପାଠ ପଢାର ଯେଉଁ ବୋଝ ଆସ୍ତେ ଆସ୍ତେ ବଢିବାକୁ ଲାଗିଲା I କାହିଁକି ନା ଆମେ ଆମର ବ୍ରାଞ୍ଚକୁ ଆସିଗଲୁ ବ୍ରାଞ୍ଚର ପାଠ ଏବେ ଆମେ ପଢ଼ିବୁ I I ବ୍ରାଞ୍ଚ ପାଠ ପଢା ପର୍ଯ୍ୟାନୁକ୍ରମେ ଆଗକୁ ଆଗକୁ ବଢିବାକୁ ଲାଗିଲା I ବ୍ରାଞ୍ଚର ପାଠ ପଢା ସହିତ ଆମର ବ୍ରାଞ୍ଚର ପ୍ରାକ୍ଟିକାଲ ଆରମ୍ଭ ହେବାକୁ ଲାଗିଲା I ଆମେ ଆମ ବ୍ରାଞ୍ଚର ପ୍ରାକ୍ଟିକାଲ ଯେତେବେଳେ ଆରମ୍ଭକଲୁ ବହୁତ କିଛି ଶିଖିବାକୁ ଲାଗିଥିଲୁ I ଆମ ବ୍ରାଞ୍ଚର ଥିବା ସାର୍ ମାନେ ବହୁତ ବଢିଆ I ପାଠ ପଢାର ଶୈଳୀ ଏବଂ ପ୍ରାକ୍ଟିକାଲ ବୁଝେଇବାର ଶୈଳୀ ଏମିତି ଥିଲା ସାର ମାନଙ୍କର ଯେମିତି ଗୋଟେ ପ୍ରଥମ ଶ୍ରେଣୀ ପିଲାକୁ ବୁଝାଇଲାପରି I ଦ୍ଵିତୀୟ ବର୍ଷ (2nd Year )ର ପାଠପଢ଼ାର କିଛିଦିନ ପରେ ସେମିଷ୍ଟାର ପରୀକ୍ଷା ଆରମ୍ଭ ହେବାକୁ ଲାଗିଲା I ପୂର୍ବପରି ପରୀକ୍ଷା ଦେବା ପରେ ସମସ୍ତେ ଅନେଇକି ବସିଥାନ୍ତି ପରୀକ୍ଷା ଫଳ କେବେ ବାହାରିବ I ପରୀକ୍ଷା ଫଳ କଣ ହୋଇଥିବ ସମସ୍ତଙ୍କ ମନରେ ଭୟ ଥାଏ l

ଦ୍ଵିତୀୟ ବର୍ଷ (2nd Year )ର ପାଠ ପଢାର ଯାତ୍ରା ଶେଷ କରି, ଆମେ ଆଗକୁ ଆଉ ଗୋଟେ ପାହାଚ ଚଢିଥିଲୁ l ସେ ଯାତ୍ରା ଥିଲା ଆମର ତୃତୀୟ ବର୍ଷ (3rd Year )ର ପାଠପଢ଼ାର ଯାତ୍ରା l 3rd Year ହୋଇଗଲୁ ଯେତେବେଳେ ଆମେ ଥାର୍ଡ଼ ଫ୍ଲୋରକୁ ଆସିଗଲୁ I ଆମ ଥାର୍ଡ଼ ଫ୍ଲୋରର ମେକାନିକାଲ ଇଞ୍ଜିନିୟରିଂ ବ୍ରାଞ୍ଚର ଦୁଇଟି ସେକ୍ସସନ ଥିଲା I ଗୋଟେ ସେକ୍ସସନ ଥିଲା –A ଏବଂ ଅନ୍ୟ ଗୋଟେ ସେକ୍ସସନ ଥିଲା –B I “A” ସେକ୍ସସନର ରୁମ ନମ୍ବର ଥିଲା 002 ଆଉ “B” ସେକ୍ସସନର ରୁମ ନମ୍ବର ଥିଲା 003 I

ହଁ (3rd Year ) ତ ହେଇଗଲା ହେଲେ ଆମର ବ୍ରାଞ୍ଚ ପାଠ ପଢାର ଯେଉଁ ବୋଝ ଆସ୍ତେ ଆସ୍ତେ ଆହୁରି ବଢିବାକୁ ଲାଗିଲା I କାହିଁକି ନା ଆମେ 3rd Yearର ଶେଷ ବର୍ଷ ହୋଇଯାଇଥାଉ I ତୃତୀୟ ବର୍ଷ ପିଲାମାନଙ୍କ ପାଠପଢା ଉପରେ ବେଶୀ ଫୋକସ ଦିଏ କଲେଜ ଏବଂ ସାର୍ ମାନେ ବି ଫୋକସ ଦିଅନ୍ତି ପିଲାମାନଙ୍କ ପାଠପଢା ଉପରେ I ହଁ ସାରମାନେ ତ ଫୋକସ ଦିଅନ୍ତି ହେଲେ ଆମେ ଆମର ପାଠ ପଢାକୁ ଆହୁରି ଫୋକସ ଦେଇ ପଢୁ I ହଁ ଫୋକସ ଦେଇ ପଢୁ ଏଥିପାଇଁ ଆମେ ଆମ ଜୀବନର ଏକ ନୂଆ ଫର୍ଦ ଯୋଡିପାଇଁ I

ହଁ ଆମେ ଭାବିଥିଲୁ ଆମ ଶେଷ ବର୍ଷ ପାଠ ପଢ଼ାରୁ କିଛି ଶିଖିବୁ I ହେଲେ ଏମିତି ହେଲା ଯେ ବିଶ୍ୱ ଦେଖିନଥିବା ଏକ ଅଦୃଷ୍ୟ ମହାମାରୀ କରୋନା ଆସିଲା ସବୁ କିଛି ଅନ୍ଧକାର କରିଦେଲା I କରୋନା ତାର କାୟା ବିସ୍ତାର କରି ଏମିତି ରହିଲା ଯେ ସବୁକିଛି ବେକାର କରିଦେଲା I ଏମିତି ହେଲା ଯେ ଆମେ ଆମ 5th ସେମିଷ୍ଟାରର କ୍ଲାସ ଅନଲାଇନରେ ପଢ଼ିବାକୁଲାଗିଲୁ I ହଁ ଆମେ ଆମ 5th ସେମିଷ୍ଟାର ପାଠ ଅନଲାଇନରେ ପଢିବାପରେ ଆମେ ଆମର ପରୀକ୍ଷା ଅନଲାଇନ୍ ମାଧ୍ୟମରେ ହେବ ଭାବିଥିଲୁ କିନ୍ତୁ ଆମର ପରୀକ୍ଷା ଅଫ୍ଲାଇନ୍ ମାଧ୍ୟମରେ ହେବ ବୋଲି ଆମେ ଜାଣିଲୁ I ଯାହା ବି ହେଉ ଆମେ ଆମ 5th ସେମିଷ୍ଟାର ପରୀକ୍ଷା ଅଫ୍ଲ୍ ଲାଇନ୍ ମାଧ୍ୟମରେ କଲେଜରେ ଦେଲୁ I କଲେଜରେ ପୁଣି କୋଭିଡ-୧୯ର ସମସ୍ତ ନିୟମକୁ ମାନି ସାମାଜିକ ଦୂରତା ରକ୍ଷା କରି ପରୀକ୍ଷା ଦେବାକୁ ଲାଗିଲୁ I ହଁ ପରୀକ୍ଷା ତ ଦେଲୁ କିନ୍ତୁ ପରୀକ୍ଷାର ରେଜଲ୍ଟକୁ ସମସ୍ତ ଛାତ୍ର ମାନେ ଚାତକ ପରି ଚାହିଁ ବସିଥାନ୍ତି କେବେ ବାହାରିବ ରେଜଲ୍ଟ I ଯାହା ବି ହେଉ କରୋନା ଭିତରେ ଆମର ରେଜଲ୍ଟ ବାହାରି ପଡିଲା I ଆମର ଅଧିକାଂଶ ପିଲା 5th ସେମିଷ୍ଟାରରେ ମଧ୍ୟ ପାସ ବି କରିଯାଇଥାନ୍ତି I

କଲେଜରେ ଆମ ଜୀବନର ଶେଷ ବର୍ଷ ଏବଂଶେଷ ସେମିଷ୍ଟାର 5th ଏବଂ 6th ସେମିଷ୍ଟାର ଭାବିଥିଲୁ ଆମେ ଅଫଲାଇନ୍ ମାଧ୍ୟମରେ ଆମର ସେହି କ୍ଲାସ ରୁମରେ ବସିକି ପଢ଼ିବୁ I ଆଉ ସାର ମାନଙ୍କର ସେହି କଳାପଟାରେ ପାଠ ପଢାଇବାର ଯେଉଁ ମୁହୂର୍ତ୍ତ I ଆଉ କଲେଜରେ ଆମର ସେହି ପ୍ରାକ୍ଟିକାଲ ଲ୍ୟାବ ଆଉ କ୍ଲାସ ରୁମରେ ଆମର ସେହି ସମୟକୁ ନିୟୋଜିତ କରିବାର ଯେଉଁ ମୁହୂର୍ତ୍ତ I ହଷ୍ଟେଲ କ୍ୟାଣ୍ଟିନରେ ବସି ଖାଇବାର ଆଉ କଲେଜ କ୍ୟାମ୍ପସରେ ଆମର ସେହି ମୁହୂର୍ତ୍ତ ସବୁକୁ କରୋନାର ଦ୍ୱିତୀୟ ଲହର ଆସି ଏମିତି କରିଦେଲା ଯେ ଅନଲାଇନ୍ ମାଧ୍ୟମରେ ଘରେ ରହି ପୁରା ଦେଢ଼ ବର୍ଷ ପାଠ ପଢିବାକୁ ଲାଗିଲୁ I 5th ସେମିଷ୍ଟାର ଏବଂ 6th ସେମିଷ୍ଟାର ପୁରା ଆମେ ଅନଲାଇନରେ ହିଁ ପଢିଲୁ । ସକାଳ ୯:00ରୁ ଗୁଗୁଲ୍ ମିଟରେ ଲଗ୍ ଇନ୍ ଆଉ ତା ପରେ ସାରଙ୍କର ସେହି ନୋଟ ଚେକିଂ କଥା ସକାଳୁ ସାଙ୍ଗମାନଙ୍କ ସହ ଆଲୋଚନା ଏଗୁଡାକ ଆମର ଅଭ୍ୟାସରେ ପରିଣତ ହୋଇଗଲା । ନେଟୱର୍କ ସମସ୍ୟା ବି ଅନେକ ସମୟରେ ଆମର ଏ ଅନଲାଇନ କ୍ଲାସକୁ ଭାଙ୍ଗିବାକୁ ଚେଷ୍ଟା କରିଛି ହେଲେ ଭାଙ୍ଗିପାରିନି ।

ହଁ ଆମେ ଆମର 6th ସେମିଷ୍ଟାରର ଅନଲାଇନ୍ କ୍ଲାସ ଆରମ୍ଭ କରିଥିଲୁ ତା - ୦୩ .୦୫.୨୦୨୧ ରିଖରେ I ଅନଲାଇନ୍ ମାଧ୍ୟମରେ ଘରେ ରହି ଆମେ ଶେଷ ବର୍ଷର ଇଣ୍ଟରନାଲ ପରୀକ୍ଷା ଏବଂ ପ୍ରାକ୍ଟିକାଲ ବି କଲୁ I ଯାହା ହେଉ ଏତେ ଦିନ ତ ଆମେ ଅନଲାଇନ୍ ମାଧ୍ୟମରେ ଘରେ ରହି କ୍ଲାସ କଲୁ I ହେଲେ ପରୀକ୍ଷା କଣ ହେବ ପୂର୍ବ ସେମିଷ୍ଟାର ପରି ହବନି ତ ଅଫ୍ଲାଇନ୍ ମାଧ୍ୟମରେ I ମନରେ ପ୍ରଶ୍ନ ବାରମ୍ବାର ଉଙ୍କି ମାରୁଥାଏ I ସାର୍ ମାନେ କିନ୍ତୁ କହୁଥିଲେ ତୁମର ଅନଲାଇନରେ ପରୀକ୍ଷା ହେବ I ଆମ ମନରେ ଥିବା ପ୍ରଶ୍ନର ଉତ୍ତର ଆମେ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ପାଇଗଲୁ ଅନଲାଇନ୍ ମାଧ୍ୟ୍ୟମରେ ହେଵ l ପରୀକ୍ଷା ଅନଲାଇନ୍ ମାଧ୍ୟ୍ୟମରେ ହେଵ ଶୁଣିକି ଆମ ମନ ବହୁତ ଖୁସି ହୋଇଗଲା I ଯାହା ହେଉ ଆମର ବି ସମସ୍ତଙ୍କ ପରି ଆମ ଶେଷ ସେମିଷ୍ଟାର ପରୀକ୍ଷା ଅନଲାଇନ୍ ମାଧ୍ୟ୍ୟମରେ ହେଵ I ଆମର ସେହି ଶେଷ ସେମିଷ୍ଟାର 6th ସେମିଷ୍ଟାର ଅନଲାଇନ୍ କ୍ଲାସ ତା - ୦୩ .୦୫.୨୦୨୧ ରିଖରେ ଆରମ୍ଭ ହୋଇ ତା -୧୩.୦୮.୨୦୨୧ ରିଖ (ଶୁକ୍ରବାର) 6th ସେମିଷ୍ଟାର ଅନଲାଇନ୍ କ୍ଲାସ ଶେଷ ହୋଇଥିଲା I ଏହି ଅନଲାଇନ୍ର ଲାଷ୍ଟ କ୍ଲାସ ନେଇଥିଲେ ଅଶୋକ ଭୂୟାଁ ସାର୍ I

ବେଷ୍ଟ କଲେଜରେ ଆମର ସେହି ତିନି ବର୍ଷର ଡିପ୍ଲୋମା ଇଞ୍ଜିନିୟରିଂ ପଢିବାର ଯାତ୍ରା କେମିତି କଟିଗଲା ଆମକୁ ଜଣାପଡିଲା ନାହିଁ l ଆମ ଇଞ୍ଜିନିୟରିଂ ପ୍ରଥମ ବର୍ଷରୁ ଆରମ୍ଭ କରି ଶେଷ ବର୍ଷ (1st ସେମିଷ୍ଟାରରୁ ଆରମ୍ଭ କରି 4th ସେମିଷ୍ଟାର ) ପଯ୍ୟନ୍ତ ବହୁତ କିଛି ମଜା ମସ୍ତି ହୋଇଛି ଏବଂ ଅନେକ ଘଟଣା ମଧ୍ୟ ଘଟିଛି l ଆମ ଇଞ୍ଜିନିୟରିଂ ଜୀବନର ଶେଷ ବର୍ଷ (5th ଏବଂ 6th ସେମିଷ୍ଟାର )କଲେଜରୁ ବିଦାୟ ନେବା ଆଗରୁ ସମସ୍ତ ସାଙ୍ଗ ସାଥି ମାନେ ଆମର ସେହି କ୍ଲାସରେ ଟିକେ ମଜା ମସ୍ତି କରି ଯାଇଥାନ୍ତୁ ଭାବିଥିଲୁ I କାହିଁକି ନା ଆମେ ଥିଲୁ କଲେଜ ପାଇଁ ଶେଷ ବର୍ଷର ଛାତ୍ର I ଆମେ ଭାଵୀନଥିଲୁ ଆମର ସମସ୍ତ ସାଙ୍ଗମାନଙ୍କ ସହ ଏବଂ ସାର ମାନଙ୍କ ସହ ପୁଣି ଥରେ ଏକାଠି ଦେଖା ହବ ବୋଲି I କାହିଁକି ନା ଅଦୃଶ୍ୟ ମହାମାରୀ କରୋନା ଆସି ଏମିତି କରିଦେଲା ଯେ ଆମେ ଦେଢ଼ ବର୍ଷ ଘରେ ରହିକି ଆମର ପାଠ ପଢ଼ା ଅନଲାଇନରେ ପଢ଼ିଲୁ ଆଉ ଆମେ କଲେଜର ସେହି କ୍ଲାସ ରୁମ ମାଟି ଟିକେ ମାଡ଼ିପାରିଲୁନି Iଆମେ ଭାବିଥିଲୁ ଆମର ତ କ୍ଲାସ ସରିଗଲା ଏବଂ ପ୍ରାକ୍ଟିକାଲ ବି ଅନଲାଇନରେ ବି ହେଇଗଲା I ଆମେ ଭାବିଥିଲୁ ଏଇଠୁ ଆମର ସବୁ କିଛି ଶେଷ ହୋଇଗଲା ଆଉ ଆମର ଏ ବର୍ଷ କଲେଜ କ୍ୟାମ୍ପସରେ ଟିକେ ପାଦ ପଡିବ କି ନାହିଁ ଭାବୁଥିଲୁ I ଆମ ଭାବନା ଭାବନାରେ ରହିଯିବ ବୋଲି ଭାବିଥିଲୁ କିନ୍ତୁ ଏମିତି ସମୟ ଆସିଲା କି ଆମର କଲେଜରୁ ନୋଟିସ ଆସିଲା ଶେଷ ବର୍ଷ ଛାତ୍ରଙ୍କର ସେକ୍ସନାଲ ଏବଂ ପ୍ରାକ୍ଟିକାଲ ପରୀକ୍ଷା କଲେଜରେ ଆସିକି ଦେବେ I ଯେବେ ଏହି କଥାଟି ଶୁଣିଲୁ ଶେଷ ବର୍ଷ ଛାତ୍ରମାନେ କଲେଜରେ ଆସିକି ପ୍ରାକ୍ଟିକାଲ ଏବଂ ସେକ୍ସନାଲ ପରୀକ୍ଷା ଦେବ ସେଦିନ ଆମ ମନରେ ଆଉ ଖୁସିର ପରିଭାଷା ନ କହିଲେ ଅତୁଟ ହେବ I ଆମ ଶେଷ ବର୍ଷର ସେକ୍ସନାଲ ଏବଂ ପ୍ରାକ୍ଟିକାଲ ପରୀକ୍ଷା କଲେଜରେ ଆରମ୍ଭ ହେଲା ତା -୧୭.୦୮.୨୧ରୁ ୧୯.୦୮.୨୧ ପର୍ଯ୍ୟନ୍ତ I ଆମ ଶେଷ ବର୍ଷର ପ୍ରାକ୍ଟିକାଲ ପରୀକ୍ଷାର ତାରିଖ ଥିଲା ୧୯.୦୮.୨୧ I ଏହି ୧୯.୦୮.୨୧ ତାରିଖ ଥିଲା ଆମ ପାଇଁ ବେଷ୍ଟରୁ ଲାଷ୍ଟ ଦିନ I ଯାହା ହେଉ ଆମେ ଆମ କଲେଜର ସେହି କ୍ଲାସ ରୁମ ମାଟି ଟିକେ ଶେଷ ସମୟରେ ମାଡ଼ିପାରିଲୁ ଆଉ ଆମର ସେହି ସାଙ୍ଗସାଥି ଏବଂ ସାର୍ ମାନଙ୍କ ସହ ପୁଣି ଥରେ ଏକାଠି ଦେଖା ହୋଇପାରିଲୁ I ଏହି ୧୯.୦୮.୨୧ ତାରିଖ (ଗୁରୁବାର) ଏହି ଦିନକୁ କେବେ ଭୁଲିପାରିବୁ ନାଇଁ ଆମ ମନରୁ I

ଆମ ଶେଷ ବର୍ଷର ସେକ୍ସନାଲ, ପ୍ରାକ୍ଟିକାଲ ଏବଂ ଥିଓରୀ କ୍ଲାସ ସରିବାର କିଛି ଦିନ ବ୍ୟବଧାନ ପରେ ଆମ ଜୀବନର ଶେଷ ପରୀକ୍ଷା (ଫାଇନାଲ ସେମିଷ୍ଟାର ପରୀକ୍ଷା ) ତା - ୨7.୦୮.୨୧ ରିଖ (ଶୁକ୍ରବାର )ରୁ ଆରମ୍ଭ ହୋଇ ତା -୧.୦୮.୨୧ ରିଖ (ବୁଧବାର)ରେ ଶେଷ ହେବାକୁ ବସିଲା I ଯାହା ହେଉ ଆମେ ଆମର ଶେଷ ବର୍ଷର ପରୀକ୍ଷା ତ ଅନଲାଇନ୍ ମାଧ୍ୟମରେ ଦେଇଦେଲୁ କିନ୍ତୁ ରେଜଲ୍ଟକୁ ସମସ୍ତଙ୍କର ନଜର ରେଜଲ୍ଟ କେବେ ବାହାରିବ କଣ ହେଇଥିବ I ଆମର ଶେଷ ବର୍ଷର ରେଜଲ୍ଟ ବାହାରିଲା ତା - ୧୧.୦୯.୨୧ ରିଖରେ I ସମସ୍ତେ ଅନାଇବସିଥାନ୍ତି ରେଜଲ୍ଟକୁ ଆଉ ଯେତେବେଳେ ରେଜଲ୍ଟ ଦେଖିକି ପାସ କରିଛୁ ଆମେ ଆମ ମନରେ ସେହିଦିନ ଖୁସିର ଆଉ ଶେଷ ନଥାଏ I ଆମ ସେହି ତିନି ବର୍ଷ ଯାତ୍ରାର ଫଳ ଆଜି ଆମକୁ ମିଳିପାରିଛି I ଏମିତି କି ଆମର ପାଠ ପଢ଼ା ବେଷ୍ଟରୁ ସରିଗଲା I

ଆମର ବେଷ୍ଟରେ ଇଞ୍ଜିନିୟରିଂ ପଢ଼ିବାର ସେହି ସମୟ ଆଉ ସେହିଦିନ ସେହି ମୁହୂର୍ତ୍ତ ସବୁ ଆଜି ବହୁତ ମନେ ପଡୁଛି I ଯେମିତି ଆମର ସେହି କ୍ଲାସ ରୁମରେ ବସିକି ପଢ଼ିବାର ସମୟ ଆଉ ସେହି ମୁହୂର୍ତ୍ତ,ପ୍ରାକ୍ଟିକାଲ ଲ୍ୟାବରେ ଛିଡା ହୋଇ ପ୍ରାକ୍ଟିକାଲ କରିବାର ସମୟ ଆଉ ସେହି ମୁହୂର୍ତ୍ତ, ଆମର ସେହି କ୍ଲାସରେ ନୋଟ ଚେକ ଆଉ assignment ଚେକ , ପ୍ରେୟାର ସେକ୍ସନରେ uniform & shoes ଚେକ, ଆମର ସେହି ଫିଙ୍ଗରପ୍ରିଣ୍ଟ ଆଟେଣ୍ଡାନ୍ସ , ଇଞ୍ଜିନିୟରିଂ ଡ୍ରଇଂ ରୁମରେ ଡ୍ରଇଂ କରିବାର , କଲେଜ କ୍ୟାଣ୍ଟିନରେ ଖାଇବାର ,ବିଶ୍ୱକର୍ମା ପୂଜାର ଆଉ ଆନୁଆଲ ଫକ୍ସନର ଆମର ସେହି ନାଚ,ଆମର ସେହି Study tour ଯିବାର ସେହି ସମୟ ଆଉ ସେହି ମୁହୂର୍ତ୍ତ, କ୍ଲାସର ସେହି ଛୋଟ ଛୋଟ ବଦମାସୀ ,ଆଉ ସାରଙ୍କର ସେହି ମାଡ଼ ଆଉ ଗାଳି ଆଜି ଆମର ବହୁତ ମନେ ପଡୁଛି I ଯେମିତି କି ପୁଷ୍ପକ ସାର୍ଙ୍କର ସେହି ସ୍କେଲ କିଏ ଆଣିଛି ଦିଅ ଓ ସାର୍ ଙ୍କର ସେହି ସ୍କେଲ ମାଡ଼ , ସନ୍ଦୀପ ସାର୍ଙ୍କର ସେହି କିଏ ସେ ବେଞ୍ଚ କେଁ କାଁ କରୁଛି ଆଉ ଥରେ କର ତ ଦେଖିବା ଯଦି ମୋ ନଜରରେ ପଡ଼ ସିଧା ଜାଣିଛ ପ୍ରିନ୍ସପାଲ ପାଖକୁ ନେଇଯିବି , କର ସାର୍ଙ୍କର ସେହି ନାଆଁ ତ ଶୁଣିଲେ କ୍ଲାସର ସମସ୍ତେ ପ୍ରିଣ୍ଡପ ସାଇଲେଣ୍ଟ ,ଶୁଭ୍ରକାନ୍ତ ସାର୍ଙ୍କର ସେଇ ଭାଇ ଡାକ ଆଉ କ୍ଲାସ ବଦମାସୀ କଲେ ବେଞ୍ଚ ଉପରେରେ ଛିଡାକରିଦେବା , ଭୂୟାଁ ସାର୍ଙ୍କର କ୍ଲାସର ସେହି ପଢେଇବାର ଶୈଳୀ , ଖାନ ସାର୍ଙ୍କର ସେହି ଦୈନିକ ଦେଶ ଦୁନିଆ ଖବର ଏବଂ ଚାକିରୀ ସମ୍ବନ୍ଧୀୟ କଥା ଆଉ ବି ଆମେ ଶୁଣିବାକୁ ପାଇବୁନି। ହଁ ସେ ଦିନ ଆଉ ଆସିବେନି ଯେବେ ସାର୍ ଙ୍କ ଗାଳି ଆଉ ମାଡ଼ ଉଭୟ ପଡ଼ିବ। ସେହି ସମୟ ଓ ସେହି ମୁହୂର୍ତ୍ତକୁ ଆମେ କେବେ ଭୂଲି ପାରିବୁ ନାହିଁ I ଆଉ ସାର୍ ଙ୍କର ସେଇ ଗାଳି ଆଉ ଭଲପାଇବା ଉଭୟ ଆଉ ବୋଧହୁଏ ମିଳିବ ନାହିଁ ।

ବେଷ୍ଟରେ ଆମର ସେହି ମୁହୂର୍ତ୍ତ ସବୁ ଆଜି ସ୍ମୃତି ପଟଳରେ ସବୁଦିନ ପାଇଁ ଉଙ୍କି ମାରିବ (୧୮-୨୧) ଆମର ସେହି ୩ ବର୍ଷର ଡିପ୍ଲୋମା ଇଞ୍ଜିନିୟରିଂ ଜୀବନର କେତେକ ଘଟଣା ଯାହାକୁ ରୋମନ୍ଥନ କଲେ ମନ ହେଇଯାଏ ଭାବମୟ । ଇଞ୍ଜିନିୟରିଂ ଡିପାର୍ଟର ଆମର ଏହି ଫୋଟୋ ସବୁଦିନ ପାଇଁ ଆମ ସମସ୍ତ ମେକାନିକାଲ ଡିପାର୍ଟର ଛାତ୍ରଙ୍କ ମାନସ ପଟଳରେ ଛବି ଆଙ୍କିଲା ପରି ସ୍ମୃତି ହୋଇ ସବୁଦିନ ରହିବ I ୩ ବର୍ଷର ଇଞ୍ଜିନିୟରିଂ ଯାତ୍ରାକୁ କେହି ଜୀବନରେ ଭୁଲିପାରିବେ ନାହିଁ I

ହଁ ସମୟ ତ କାହାକୁ ଅପେକ୍ଷା କରେନି କି କରିବ ନାହିଁ ସେ ତ ନଦୀର ସ୍ରୋତ ପରି ଚାଲିଥିବ I ସମୟର ତ ଶେଷ ନାହିଁ ଆମେ କିନ୍ତୁ ସମୟ ସରିବା ପୂର୍ବରୁ ଅଲଗା ହୋଇଗଲୁ ଖାଲି ଯାହା ଟିକେ କିଛି କ୍ଷଣ ପାଇଁ ଦେଖା ହେବI ତା ପରେ କିଏ କୁଆଡେ ଚାଲିଯିବେ ନିଜ ନିଜ ପଥରେ,ଖାଲି ସାଙ୍ଗରେ ନେଇକି ଯିବା ବେଷ୍ଟରୁ ସାଉଁଟି ଥିବା କିଛି ସ୍ମୃତି ଗଣ୍ଡାକ I ଯେ ପର୍ଯ୍ୟନ୍ତ ନିଃଶ୍ୱାସ ଥିବ ମନ ଝୁରିବ ଏଇ ଦିନ ସବୁକୁ। କ୍ୟାମ୍ପସର ସ୍ନେହ ସହ ମନେରହିବ ୨୦୧୮ -୨୦୨୧ ବ୍ୟାଚର ଏଇ ଚେହେରା ସବୁ।


ପରିଶେଷରେ ଏତିକି କହିବୁ “कभी अलविदा ना कहना”

#BEST_dairyz

#batch_2018_21

#mechanical_depart



Rate this content
Log in

Similar oriya story from Inspirational