SUBHRANSU SAHOO

Abstract Others

3.3  

SUBHRANSU SAHOO

Abstract Others

ପ୍ରେମିକା ର ନାଁ ଚା

ପ୍ରେମିକା ର ନାଁ ଚା

2 mins
197


ଚା ଏମିତି ଏକ ନିଶା ଥରେ କି ଦୁଇ ଥର ପିଇଲେ ହେବନି l ଦୈନିକ ଆମେ ଯଦି ଦିନର ଦୁଇ ଥର ମାନେ ସକାଳେ ଏବଂ ସନ୍ଧ୍ୟା ସମୟରେ ପିଇବା ତେବେ ଆସ୍ତେ ଆସ୍ତେ ଆମେ ତାହାର ପ୍ରେମର ନିଶାରେ ପଡିଯିବା l ଚା କୁ ପ୍ରେମିକା କରି ବର୍ଣ୍ଣନା କରାଯାଇଛି ଏହି ଲେଖା ll

   ତୁମ ପ୍ରେମ ଏମିତି ଗୋଟେ ପ୍ରେମର ନିଶା ତାକୁ ଥରେ ଯିଏ ପ୍ରେମିକା କରିଦେଇଛି ଜୀବନର ଶେଷ ସମୟ ପର୍ଯ୍ୟନ୍ତ ତୁମ ପ୍ରେମକୁ ଭୁଲି ପାରିବ ନାହିଁ l ତୁମର ସେହି ଗରମ ପ୍ରେମର ଛୁଆଁ ଓଠକୁ ଯେତେବେଳେ ସ୍ପର୍ଶ କରେ ନା ସତରେ ଦେହରେ ଯେତେ ବ୍ୟଥା ଆସ୍ତେ ଆସ୍ତେ ଦୂରେଇ ଯାଏ l ବର୍ଷା ଓ ଶୀତ ଦିନ ଆସିଲେ ତୁମର ବେଶୀ ପ୍ରେମିକ ବଢିଯାଆନ୍ତି l ଶୀତ ଦିନରେ ତୁମ ଦୋକାନ ସାମ୍ନାରେ ଏତେ ପ୍ରେମିକ ମାନଙ୍କର ଭିଡ଼ ଜମେ ଯେ ତୁମେ ନିଜେ ଭିଡ଼କୁ ଦେଖି ଖୁସି ହେଇଯାଏ l ଆଉ ତୁମକୁ ବିକୁଥିବା ତୁମର ମାଲିକ ମାନଙ୍କ ମନରେ ତାହାଠୁ ଖୁସି ଅଧିକ ଥାଏ l ହଁ ଆଉ ଗୋଟେ କଥା କି ତୁମ ପ୍ରେମରେ ପଡ଼ୁ ନଥିବା ଲୋକ ବି ଟିକେ ଦେହକୁ ଉଷୁମ କରିବା ପାଇଁ ଶୀତ ଦିନରେ ତୁମ ପ୍ରେମରେ ପଡ଼ିଯାଏ କାହିଁକି ନା ତୁମ ପ୍ରେମର ସେହି ଗରମ ଛୁଆଁ ନା ତାକୁ ବାଧ୍ୟ କରିଦିଏ ପଡ଼ିବାକୁ l

     ତୁମ ଗରମ ଗ୍ଲାସର ଛୁଆଁକୁ ଶୀତ ତାର କାଲୁଆ ଥଣ୍ଡାରେ ତୁମକୁ ଥଣ୍ଡା କରିବାକୁ ଲାଗିପଡେ l ତୁମେ ବି ଶୀତର ଛୁଆଁରେ ଥଣ୍ଡା ହେଇଯାଉ ସାଙ୍ଗେ ସାଙ୍ଗେ l ତୁମର ପ୍ରେମିକ ମାନେ ଶୀତରେ ଦେହକୁ ଗରମ କରିବା ପାଇଁ ତୁମକୁ ପ୍ରେମିକା ବନେଇ ଦିଅନ୍ତି ତୁମେ କିନ୍ତୁ ଶୀତର ପ୍ରେମ ପାଖରେ ହାର ମାନି ଯାଓ l ମୁଁ ଶୀତ ପାଖରେ ସିନା ହାର ମାନିଯାଏ ହେଲେ ବର୍ଷା ପାଖରେ ମୁଁ ହାର ମାନିପାରେନା, ବର୍ଷା ମୋ ପାଖରେ ହାର ମାନିଯାଏ l ମୁଁ ଏମିତିକା ପ୍ରେମିକା ବର୍ଷା ହେଲେ ମୋତେ ପ୍ରେମିକ ମାନେ ଖୋଜି ବୁଲନ୍ତି l କୋଉଠି ଟିକେ ମିଳିଯାଆନ୍ତା କି ମୋ କପେ ଉଷୁମ ପ୍ରେମିକା l କାହିଁକି ନା ତାଙ୍କର ବର୍ଷା ଭିଜା ଭିଜା ଦେହରେ ମୋ ଉଷୁମ ପ୍ରେମର ଛୁଆଁକୁ ପିଇବା ପାଇଁ l ମୋ ଉଷୁମ ପ୍ରେମର ଛୁଆଁକୁ ଟିକେ ପିଇ ଦେଲେ ବର୍ଷା ଭିଜା ଥର ଥର ଦେହର ଭୂମିକମ୍ପ ଧୀରେ ଧୀରେ କମିଯାଏ l


   ମୁଁ ବି ତୁମ କପେ ଉଷୁମ “ଚା” ର ପ୍ରେମିକ ସାଜିଲି ଇଂଜିନିୟରିଙ୍ଗ ପଢିବା ସମୟରେ... ଯେତେବେଳେ ଭୁବନେଶ୍ୱର ରେ ଆସିକି ଇଂଜିନିୟରିଙ୍ଗ ପଢିବା ପାଇଁ ହଷ୍ଟେଲରେ ରହିଲି l ସେବେଠୁ ମୁଁ ଆସ୍ତେ ଆସ୍ତେ ତୁମର ଉଷୁମ ପ୍ରେମକୁ ପିଇବାର ଅଭ୍ୟାସ କଲି l ସମୟାନୁ କ୍ରମେ ମୁଁ ବି ଦିନେ ତୁମ ପ୍ରେମରେ ଏମିତି ପଡ଼ିଗଲି କି ମୋର ଦିନେ ବି ତୁମର କପେ ଉଷୁମ ଛୁଆଁକୁ ସ୍ପର୍ଶ ନ କଲେ ମୁଁ ପାଗଳ ହେଇଯାଏ l ତୁମର ନା ସେହି ଟିକେ ଉଷୁମ ସ୍ପର୍ଶରେ ମୋ ଦେହ ନା ଫୁଲି ଉଠେ l ମୁଁ ଯେତେବେଳେ ତୁମର ଉଷୁମ ପ୍ରେମର ସ୍ପର୍ଶରେ ସକ୍ରିୟ ହୋଇ ଉଠେ ସେତେବେଳେ ତୁମେ ଶୀତଳ ପଡ଼ିଯାଅ l ମନ ହୁଏ ଆଉ ଗୋଟେ କପ ହୁଅନ୍ତା କି l ବର୍ଷା ଯେଉଁ ଦିନ ହୁଏନା ସେ ଦିନ ନା ମୁଁ ହଷ୍ଟେଲ ଝରକାରୁ ତମର ସେହି ଉଷୁମ ପ୍ରେମର ଛୁଆଁ ପାଇଁ ଅପେକ୍ଷା କରି ଛିଡା ହୋଇ ଦେଖୁଥାଏ ବର୍ଷାକୁ l କେତେବେଳେ ଏହି ବର୍ଷା ଛାଡିବ ମୁଁ ଟିକେ ଯାଇକି ନିଲୁ ଭାଇ ଦୋକାନରୁ ତୁମ ଉଷୁମ ପ୍ରେମର ଛୁଆଁକୁ ଟିକେ ମୋ ଦେହରେ ଛୁଆଁଇ ଦେବା ପାଇଁ l ତୁମ ପ୍ରେମର ସେହି ଉଷୁମ ଛୁଆଁକୁ ଟିକେ ନ ଓଠରେ ଛୁଇଁଲେ ମନ ଭଲ ଲାଗେନି l ତୁମର ମୂଲ୍ୟ 5 ଟଙ୍କା ହୋଇପାରେ ସତ କିନ୍ତୁ ତୁମ 5 ଟଙ୍କାର ପ୍ରେମ ଯେମିତି 5 କୋଟି ପରି ଅନୁଭବ ହୁଏ l ହଁ ତୁମ ପ୍ରେମର ନିଶା ନା ପୁରା ଅଲଗା l 


Rate this content
Log in

Similar oriya story from Abstract