ବର୍ଷା ରାତି
ବର୍ଷା ରାତି
ଜୀବନର ଗତିପଥରେ ବହୁତ ନୂଆ ଚେହରା ଆସି ଥାଆନ୍ତି। କିଏ କ୍ଷଣକ ପାଇଁ ତ କିଏ ସବୁ ଦିନର ସାଥୀ ହୋଇ ରହିବା ପାଇଁ।ଆଉ କେହି ନିଜର ହୋଇ ମଧ୍ୟ ପରିସ୍ଥିତିରେ ସେ ଲୋକର ନୂଆ ଚେହେରା ଦେଖିବାକୁ ମିଳିଥାଏ। ଏମିତି ଗୋଟିଏ ଘଟଣା ଘଟିଥିଲା ସାଚିଙ୍କ ଜୀବନରେ।
ବର୍ଷା ରାତି। ଆଜି ଯେମିତି ପ୍ରଳୟ ଆସିବ ପରି ଲାଗୁଛି। କାହାରି ଗୋଟିଏ ଫୋନ ପାଇ ସାଚି ମାଆଙ୍କୁ କହି ଗାଡି ଧରି ବାହାରି ଘରୁ ଆସିଲେ ଏଲ. ପି ଛକ ଅଭିମୁଖେ। ଛକ ଉପରେ ଯାହା ଦେଖିଲେ ଆଖିରୁ ଲୁହ ଝର ଝର ହୋଇ ବହି ଗଲା। ସାଚି ଜଣେ ପୋଲିସ ଇନ୍ସପେକ୍ଟର। ହଠାତ କେହି ଜଣେ ଫୋନ କରି କହିଲେ ଯେ ଏଲ. ପି ଛକରେ ଗୋଟିଏ ଝିଅକୁ ଜବରଦସ୍ତି କରୁଛନ୍ତି ଜଲଦି ଆସନ୍ତୁ। ଅପରାଧୀକୁ ଧରିବା ପାଇଁ ଆସିଲା ବେଳକୁ ସାମ୍ନାରେ ଅଛନ୍ତି ଅନୁରାଗ। ଦେହ ହାତରେ ଛାଡି ଆଡେ ରକ୍ତ ଛିଟା। ରାଗରେ ପଶୁ ପରି ହେଉଛନ୍ତି। ଝିଅଟିର ଦେହରେ ଥିବା ଛୁରୀ ତାଙ୍କ ହାତରେ । ଝିଅଟିକୁ ବଳାତ୍କାର କରି ଛୁରୀ ମାରି ଅଧା ମରା ଅବସ୍ଥାରେ ପକା ହୋଇଛି । ଆଉ ପାଖରେ ପଡିଛି ଗୋଟିଏ ଲୋକର ଶବ।
ଲୋକମାନେ କହୁଛନ୍ତି ଏ ସବୁ କାମ ଅନୁରାଗ କରିଛନ୍ତି। ହେଲେ ସାଚି ଅନୁରାଗ ଙ୍କ ଏ ରୂପକୁ ସ୍ୱୀକାର କରି ପାରୁ ନାହାଁନ୍ତି।କାରଣ ଅନୁରାଗ ଆଉ କେହି ନୁହେଁ, ସେ ହେଉଛନ୍ତି ତାଙ୍କର ହେବାକୁ ଯାଉଥିବା ସ୍ୱାମୀ। ଅନୁରାଗଙ୍କ ଏ ନୂଆ ଚେହେରା ସାଚିଙ୍କୁ ପୁରା ଭାଙ୍ଗି ଦେଇଛି। ହୃଦୟ କହୁଛି ଏ ସବୁ ମିଛ। ହେଲେ ପ୍ରମାଣ ଦେଖାଉଛି ଅନୁରାଗ ଙ୍କ ନୂଆ ଚେହେରା ଆସାମୀ ଭାବରେ। ନିଜ କର୍ତ୍ତବ୍ୟ ପାଳନ କରିବାକୁ ଯାଇ ସାଚି ଅନୁରାଗଙ୍କୁ ଗିରଫ କରିଛନ୍ତି। ସାଚିଙ୍କ ହୃଦୟରେ କୋହ ଉଠୁ ଥାଏ ଯାହା ସହ ତାଙ୍କର ହାତ ଗଣ୍ଠି ପଡି ଥାଆନ୍ତା ଆଜି ତାଙ୍କ ହାତରେ ପୋଲିସ ହାତକଡି ପିନ୍ଧାଇ ପୋଲିସ ଷ୍ଟେସନକୁ ନେଲେ।
ସାଚି ଅନୁରାଗଙ୍କୁ ଯେତେ ଯାହା ପଚାରିଲେ ବି ସେ କିଛି କହିଲେ ନାହିଁ। ରାତି ଚାରିଟା ହୋଇ ଗଲାଣି। ସକାଳୁ ଝିଅଟିକୁ ଦେଖା କରିବାକୁ ସାଚି ଡାକ୍ତରଖାନା ଯିବେ। ଝିଅଟିର ଅବସ୍ଥା ଗୁରୁତର।ସେପଟେ ପୁଣି ଅନୁରାଗ ଙ୍କର ନୂଆ ଚେହେରା ସେ ବିଶ୍ୱାସ କରି ପାରୁ ନାହାଁନ୍ତି। ଅତୀତର ଭାବନାରେ ବୁଡ଼ି ଯାଇଛନ୍ତି ସାଚି।
ପାଞ୍ଚ ବର୍ଷ ତଳେ ସେ ବର୍ଷା ରାତିରେ। ସାଚିଙ୍କ ସ୍କୁଟି ରାସ୍ତାରେ ଖରା ହୋଇ ଯାଇ ଥାଏ। ଶୂନ ଶାନ ରାସ୍ତା। ସେହି ସମୟରେ ସାଚି ଏକୁଟିଆ ଟିକିଏ ଡରୁ ଥିଲେ। ସେହି ସମୟରେ ଗୋଟିଏ ଓଟ ଆସି ସେଠାରେ ଅଟକିଲା। ଓଟରୁ ଅନୁରାଗ ଓହ୍ଲାଇ କହିଲେ ମ୍ୟାଡମ ମୁଁ ଆପଣଙ୍କର କିଛି ସାହାଯ୍ୟ କରି ପାରେ କି?
ସାଚି ଅନୁରାଗଙ୍କୁ ଘୁରି ଚାହିଁଲେ। ଅନୁରାଗଙ୍କ ମୁହଁ ଠିକ ରେ ଦେଖା ଯାଉ ନ ଥାଏ। କାରଣ ବର୍ଷା ଜୋରରେ ହେଉ ଥାଏ। ଅନୁରାଗଙ୍କ ଉଚ୍ଚତା ଯେମିତି ଶରୀର ଗଠନ ସେମିତି। ତାଙ୍କର ନମ୍ର କଥା ଶୁଣି ସାଚି ଅନୁରାଗଙ୍କ ପାଖରେ ସୁରକ୍ଷିତ ମନେ କରି ହଁ ମାରିଲେ।
ଅନୁରାଗ ଜଣେ ମେକାନିକାଲ ଇଞ୍ଜିନିୟର। ତେଣୁ ସେ ସ୍କୁଟି ଜଲଦି ଠିକ କରି ଦେଲେ ହେଲେ ପେଟ୍ରୋଲ କମ ଥିବାରୁ ଗାଡି ଏୟର ନେଉ ଥାଏ। ତେଣୁ ଅନୁରାଗ କହିଲେ ସେ ସ୍କକୁଟି ଟିକୁ ନେଇ ତେଲ ପକାଇବେ। ପେଟ୍ରୋଲ ପମ୍ପ ଯାଏଁ ସାଚି ଆଉ ଅନୁରାଗ ସ୍କୁଟି ଟିକୁ ଗଡେଇ ଗଡେଇ ଗଲେ। ଅନୁରାଗ ଙ୍କ ଶାନ୍ତ ରୂପ ସାଚିଙ୍କୁ ଆକର୍ଷିତ କରୁ ଥାଏ। ଅନୁରାଗ ତାଙ୍କର କିଛି ଡକୁମେଣ୍ଟ ସ୍କୁଟି ର ଡିକିରେ ରଖି ଥାଆନ୍ତି ।
ଅନୁରାଗ ତେଲ ପକାଇ ସାଚିଙ୍କୁ କହିଲେ ସେ ନେଇ ତାଙ୍କୁ ତାଙ୍କ ଘରେ ଛାଡି ଦେବେ। ଏତେ ରାତିରେ ଝିଅ ପିଲା ଏକା ଯିବା ଠିକ ନୁହେଁ।
ଅନୁରାଗ ସ୍କୁଟିରେ ସାଚିଙ୍କୁ ଛାଡି ନିଜେ ଚାଲି ଚାଲି ଗଲେ। ଯିବା ସମୟରେ ସେ ସ୍କୁଟିର ଚାବି ସାଚିଙ୍କ ହାତରେ ବାଜିବାରୁ ତାଙ୍କର ସ୍ପର୍ଶ ପାଇ ଟିକିଏ ଚମକି ପଡି ଲାଜେଇ ପଳାଇଲେ। ସାଚିଙ୍କୁ ଅନୁରାଗଙ୍କ ବ୍ୟବହାର ବହୁତ ଭଲ ଲାଗି ଥିଲା।
ତାପର ଦିନ ସକାଳୁ ଅନୁରାଗ ସାଚିଙ୍କ ସ୍କୁଟିରେ ରହି ଯାଇ ଥିବା ଡକୁମେଣ୍ଟ ନେବା ପାଇଁ ସାଚିଙ୍କ ଘରକୁ ଗଲେ। ହେଲେ ସାଚି ଘରେ ନ ଥିଲେ। ତାଙ୍କ ମାଆଙ୍କୁ ଦେଖା କରି କହିଲେ ଯେ ସାଚି ଆସିଲେ ତାଙ୍କ ଫୋନ ନମ୍ବର ଦେବେ। ସେ ତାଙ୍କ ସହ କଥା ହୋଇ ଡକୁମେଣ୍ଟ ନେବା ପାଇଁ ଆସିବେ। ଅନୁରାଗଙ୍କ ସହ କଥା ହେଉ ହେଉ ହଠାତ୍ ସାଚିଙ୍କ ମାଆଙ୍କର ଶ୍ୱାସ ରୋଗ ବାହାରିଲା। ଅନୁରାଗ ସାଙ୍ଗେ ସାଙ୍ଗ ତାଙ୍କୁ ଡାକ୍ତର ଖାନା ନେଇ ଗଲେ। ଆଉ ସାଚିଙ୍କ ମାଆଙ୍କ ଫୋନରୁ ସାଚିଙ୍କୁ ଡାକିଲେ। ସାଚି ଡାକ୍ତରଖାନାରେ ଅନୁରାଗଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲେ। ଡାକ୍ତର କହିଲେ ଏ ବାବୁ ଆପଣଙ୍କ ମାଆଙ୍କୁ ଠିକ ସମୟରେ ନେଇ ଆସିଲେ ନ ହେଲେ ଆଜି ଯେ କଣ ହୋଇ ଥାଆନ୍ତା। ସାଚି ଅନରାଗଙ୍କୁ ଧନ୍ୟବାଦ କଲାରୁ ଅନୁରାଗ କହିଲେ ଧନ୍ୟବାଦ କହିବା ଦରକାର ନାହିଁ। ସେ ମାଆ ପାଇଁ କିଛି କରି ପାରି ଥିବାରୁ ବହୁତ ଖୁସି। ତାଙ୍କର ନିଜର ମାଆ ତ ନାହିଁ। ଛୋଟ ବେଳୁ ଅନାଥ ଆଶ୍ରମରେ ବଢିଛନ୍ତି। ସାଚିଙ୍କ ମାଆଙ୍କୁ ଦେଖି ତାଙ୍କ ମାଆ କେମିତି ହୋଇ ଥିବେ ବୋଲି ମନରେ ଆସିଛି।
ଅନୁରାଗ ମଝିରେ ମଝିରେ ସାଚିଙ୍କ ମାଆଙ୍କୁ ଦେଖା କରିବାକୁ ଆସନ୍ତି। ଧିରେ ଧିରେ ସାଚି ଆଉ ଅନୁରାଗଙ୍କ ବନ୍ଧୁତ୍ୱ ଘନିଷ୍ଠ ସଂପର୍କରେ ପରିଣତ ହେଲାଣି। ଶେଷରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ଗଲେଣି। ଇତି ମଧ୍ୟରେ ସାଚି ପୋଲିସ ଇନ୍ସପେକ୍ଟର ଭାବରେ ନିଯୁକ୍ତି ପାଇଲେ। ଅନୁରାଗ ଶାନ୍ତ ସ୍ୱଭାବର ହୋଇ ଥିବାରୁ ସେ ସାଚିଙ୍କୁ କହୁ ଥାଆନ୍ତି ତୁମେ କଣ ଅପରାଧୀ ଙ୍କୁ ସମ୍ଭାଳି ପାରିବ। ମୋତେ ତ ଗଣ୍ଡଗୋଳ ଜାଗାକୁ ଯିବା ପାଇଁ ଜମା ଭଲ ଲାଗେ ନାହିଁ। ବହୁତ ଥର ଅନୁରାଗ ସହ ସାଚି ବୁଲିବା ପାଇଁ ଯାଇଛନ୍ତି। କିନ୍ତୁ ସେ ଦୁହେଁ ନିଜ ପ୍ରେମର ସୀମାକୁ କେବେ ପାର କରି ନାହାଁନ୍ତି।
ହେଲେ ଆଜି ସେ ଶାନ୍ତ ଚୁପ ଚାପ ଅନୁରାଗଙ୍କ ଏ କି ନୂଆ ଚେହେରା। ଯିଏ ଗଣ୍ଡଗୋଳକୁ ଡରେ ସେ ଆସି ମଣିଷ ମାରିଛି, ପୁଣି ଯିଏ ନିଜର ପ୍ରେମିକାକୁ ଏ ଯାଏଁ ଖରାପ ନଜରରେ ଦେଖି ନାହିଁ ସେ ଆଉ ଗୋଟିଏ ଝିଅର ବଳାତ୍କାର କରିଛି !!! ଏ କି ଉଗ୍ରରୂପ ଅନୁରାଗ ଙ୍କର, ସାଚି ବିଶ୍ୱାସ କରି ପାରୁ ନାହାଁନ୍ତି । ଆଉ ସେ ଝିଅଟି କିଏ ଯାହା ସହ ଏ ସବୁ ଘଟିଲା।
ଏମିତି ଭାବୁ ଭାବୁ ସାଚିଙ୍କ ଫୋନରେ ମାଆଙ୍କ ଫୋନ ଆସିଲା। ସାଚି ଫୋନରେ କାନ୍ଦି କାନ୍ଦି ମାଆଙ୍କୁ ସବୁ କଥା କହିଲେ।
ଅନୁରାଗ ଧିର କି ହାଜତରେ ବସି ସବୁ ଦେଖୁ ଥାଆନ୍ତି।
ଏବେ ମିଡିଆ ଖବର କାଗଜ ଚାରି ଆଡେ ପ୍ରଚାର ଯେ କଣ ସାଚି ସତ୍ୟର ସାଙ୍ଗ ଦେବେ ନା ନିଜ ଆସାମୀ ପ୍ରେମିକର? ସାଚି ଭିତରୁ ଭାଙ୍ଗି ପଡି ଥାଆନ୍ତି। କାହିଁକି ଅନୁରାଗ ଚୁପ ଅଛନ୍ତି ସେ କିଛି ବୁଝି ପାରୁ ନ ଥାଆନ୍ତି। ସେ ଭାବୁ ଥାନ୍ତି ଗୋଟିଏ ବର୍ଷା ରାତିରେ ଅନୁରାଗ ଙ୍କ ସହ ପ୍ରଥମ ଦେଖା ପୁଣି ଆଉ ଗୋଟିଏ ସେମିତି ବର୍ଷା ରାତିରେ ଅନୁରାଗଙ୍କ ନୂଆ ଚେହେରା ସେ କେଉଁ ରୂପକୁ ଗ୍ରହଣ କରିବେଭାବୁ ଥାଆନ୍ତି ସାଚି।
ସେପଟେ ଝିଅଟିର ଚେତା ଏ ଯାଏଁ ଫେରି ନାହିଁ। କେବଳ ଏତିକି ଜାଣିଲେ ଯେ ଅନୁରାଗ ଯେଉଁ ଅନାଥ ଆଶ୍ରମରେ ବଢିଛନ୍ତି ସେଇ ଆଶ୍ରମରେ ସେ ଝିଅଟି ବଢିଛି। ସାଚିଙ୍କ ମନକୁ ବହତ କଥା ଆସିଛି କଣ ଅନୁରାଗ ସେ ଝିଅକୁ ଚାହୁଁ ଥିଲେ ନା ଆଉ କିଛି କଥା ଅଛି?
ଅନୁରାଗଙ୍କ ବିରୁଦ୍ଧରେ ସବୁ ପ୍ରମାଣ ଥିବାରୁ ତାଙ୍କୁ ଜେଲ ପଠାଇ ଦିଆଗଲା। ଗୋଟିଏ ସପ୍ତାହର ସମୟ ଦିଆଯାଇଛି। ଯଦି ଅନୁରାଗଙ୍କ ସପେକ୍ଷରେ ପ୍ରମାଣ ନ ମିଳେ ତେବେ ତାଙ୍କୁ ଫାଶୀ ଦଣ୍ଡାଦେଶ ହେବ।
ଏ କଥା ଶୁଣି ସାଚି ନିଜକୁ ଧିକ୍କାର କରିଛନ୍ତି ଯେ ସେ ଅନୁରାଗଙ୍କ ଠାରୁ କିଛି କଥା ଜାଣି ପାରୁ ନାହାଁନ୍ତି। ଅନୁରାଗଙ୍କ ଚୁପ ପଛରେ କାରଣ କଣ? ସେ ଏ କେସ୍ ରେ ରାତି ଦିନ ଏକ କରି ବର୍ଷାରେ ଯାଞ୍ଚ କରିଛନ୍ତି। ହେଲେ କିଛି ପ୍ରମାଣ ନ ପାଇ ନିରାଶ ହୋଇଛନ୍ତି ।
ସପ୍ତାହ ପରେ ଅନୁରାଗଙ୍କୁ କୋର୍ଟ ଚାଲାଣ କରା ଯାଇଛି। ପ୍ରମାଣ ଅଭାବରୁ ଜଜ୍ ଅନୁରାଗଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ।
ସେହି ସମୟରେ ସାଚି ଆସି ଜଜ୍ ଙ୍କୁ ଅଟକାଇ ଗୋଟିଏ ଭିଡିଓ ଚଳାଇଛନ୍ତି। ସେଇ ବଳାତ୍କାର ଝିଅଟି ଚେତାରେ ଆସି ନିଜର ବୟାନ ଦେଇଛି ଯେ ତାକୁ କିଛି ଗୁଣ୍ଡା ଉଠାଇ ନେଇ ବଳାତ୍କାର କରି ରାସ୍ତାରେ ମାରି ଦେବା ପାଇଁ ଗୋଡାଇ ଥିଲେ। ସେଇ ସମୟରେ ସେପଟୁ ଅନୁରାଗ ଯାହାକୁ ସେ ଭାଈ ବୋଲି ମାନେ ସେ ଯାଉ ଥିଲେ। ଅନୁରାଗ ଏ ସବୁ ଦେଖି ଝିଅଟିକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଛନ୍ତି। ହେଲେ ସେମାନେ ଅନୁରାଗଙ୍କୁ ମାଡ ମାରୁଥିବା ସମୟରେ ଗୁଣ୍ଡାମାନଙ୍କ ମଧ୍ୟରୁ ଜଣେ ଆସି ଝିଅକୁ ବାରମ୍ବାର ଛୁରୀ ମାରିଛି। ଅନୁରାଗ ଏ ସବୁ ଦେଖି ନିଜ ମାନସିକ ଭାରସାମ୍ୟ ହରାଇ ଛୁରୀ ମାରୁ ଥିବା ଲୋକଟିକୁ ପାଗଳ ପରି ପିଟି ପିଟି ମାରି ଦେଇଛନ୍ତି। ସେ ଝିଅଟି ଆହୁରି ଗୁଣ୍ଡାମାନଙ୍କର ପରିଚୟ ମଧ୍ୟ ଦେଲା। ତାପରେ ସେ ଝିଅଟିର ଆଉ ଚେତା ନାହିଁ।ଏତିକି କହୁ କହୁ ଝିଅଟି ସବୁ ଦିନ ପାଇଁ ଆଖି ବୁଜି ଦେଲା।
ଅନୁରାଗ ଜଣେ ଶାନ୍ତି ପ୍ରିୟ ବ୍ୟକ୍ତି। ତାଙ୍କ ସାମ୍ନାରେ ଏ ସବୁ ହୋଇଥିବାରୁ ସେ ନିଜକୁ ଆଉ ସେ ଝିଅକୁ ବଞ୍ଚାଇବା ପାଇଁ ମାନସିକ ଭାରସାମ୍ୟ ହରାଇ ସେ ଗୁଣ୍ଡାକୁ ମାରିଛନ୍ତି। ତେଣୁ ତାଙ୍କର ମାନସିକ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଯାଉ ଆଦେଶ ଦିଆଗଲା ଏବଂ କୋର୍ଟ ତାଙ୍କୁ ଦଣ୍ଡମୁକ୍ତ କଲେ। ଆଉ ପୋଲିସକୁ ମୁଖ୍ୟ ଆସାମୀମାନଙ୍କୁ ଆଣି କୋର୍ଟରେ ହାଜର କରିବା ପାଇଁ ଆଦେଶ ଦେଲେ। ଦୁଇ ଦିନ ମଧ୍ୟରେ ସାଚି ସେ ଆସାମୀଙ୍କୁ ଆଣି କୋର୍ଟ ରେ ହାଜର କରାଇଲେ ଏବଂ ସେ ଆସାମୀମାନଙ୍କୁ ଫାଶୀ ଦଣ୍ଡାଦେଶ କରାଗଲା।
କିଛି ମାସ ପରେ ଅନୁରାଗ ସମ୍ପୂର୍ଣ୍ଣ ଭାବେ ଠିକ ହୋଇ ଗଲେ। ଆଉ ସାଚି ଓ ତାଙ୍କର ବିବାହ ଧୁମଧାମରେ ହେଲା। ଆଉ ତାଙ୍କର ବାସର ରାତି ବି ସେମିତି ବର୍ଷା ରାତି ଥିଲା।ପୁଣି ବର୍ଷା ସାଜିଛି ସେହି ଦୁହିଁଙ୍କ ମିଳନର ମୁକ ସାକ୍ଷୀ।
ବାସ୍ତବରେ ପରିସ୍ଥିତି ଲୋକମାନଙ୍କର ନୂଆ ଚେହେରାକୁ ସାମ୍ନାକୁ ଆଣେ।

