Parameswar Ojha

Tragedy Inspirational

3  

Parameswar Ojha

Tragedy Inspirational

ବର୍ଷା (୨)

ବର୍ଷା (୨)

4 mins
544



ବର୍ଷା ଆସିଥିଲା ସେଦିନ । କିନ୍ତୁ ଏ ବର୍ଷା ପାଇଁ ସେ ବର୍ଷା ଗୋଟେ ଅଭିଶାପ ପାଲଟି ଗଲା । ଆକାଶର ବର୍ଷା ଛାଡି ଯାଇଥିଲା ହେଲେ ବର୍ଷା ଆଖିରେ ଅନବରତ ଝରୁଥିଲା । ସେଦିନ କଲେଜରୁ ଫେରୁଥିଲା ବର୍ଷା । ଏତେ ଜୋର ରେ ପବନ ସହିତ କୁଆ ପଥର ବର୍ଷା ହେଲା ଯେ , ତା ସହିତ ଦିନ ତିନିଟା ରେ ବି ସଂଧ୍ୟା ସାତ ଟା ପରି ଅନ୍ଧାର ହୋଇ ଯାଇଥିଲା । ତେଣୁ ସେ ବାଧ୍ୟ ହୋଇ ଗୋଟେ ଦୋକାନ କଡ଼କୁ ସାଇକେଲ ନେଇ ଆଶ୍ରୟ ନେଇଥିଲା। ହେଲେ ସେଠାରେ ଠିଆ ହେବା ବି ତା ପାଇଁ ଅସହ୍ୟ ହୋଇ ଗଲା ଏମିତି ପବନ ଆଉ ବର୍ଷା ରେ । ଦୋକାନ ର ସଟର୍ ଟେକି କେହି ଜଣେ ଆଶ୍ରୟ ର ପ୍ରତିଶୃତି ଦେଇ ଡାକିନେଲା ଭିତରକୁ କିନ୍ତୁ ସଟର୍ ପକାଇ ଦେଲା ପରେ...... ।


  ବର୍ଷା ତାର ଦୌରାତ୍ମ୍ୟ ଦେଖାଉଥଲା ବାହାରେ ଆଉ ଭିତରେ ଦୋକାନୀ ଜଣକ ବର୍ଷା ଉପରେ ପାଶବିକତା ର ଶେଷ ସୀମା ଟପି ସାରିଥିଲା । ନା ବର୍ଷା ର ଚିତ୍କାର ବାହାର କୁ ଶୁଭୁଥିଲା ନା ବାହାର ବର୍ଷା ଥମିବାର ନା ଧରୁଥିଲା । କିଛି ସମୟ ପରେ ବାହାର ର ବର୍ଷା ଯେତେବେଳେ ତାର ଶେଷ ପର୍ଯ୍ୟାୟରେ ଉପନିତ ଥିଲା । ସେତେବେଳେ ଭିତର ବର୍ଷାକୁ ସଟର୍ ବାହାରକୁ ବର୍ଷାକୁ ଧକ୍କା ଦିଆ ସରିଥିଲା ।

ଆଉ ସେତେବେଳେ କୁ ବର୍ଷା ତାର କୁମାରୀତ୍ବ କୁ ସାରି ଦେଇ ଆସିଲା ସେଇ ଦୋକାନ ଭିତରେ । 


ଭିଜା ଦେହ ଯନ୍ତ୍ରଣାସିକ୍ତ ଛାତି ଆଉ ଆଶ୍ରା ଖୋଜୁଥିବା ମନ ନେଇ ଯେତେବେଳେ ଘରେ ପହଞ୍ଚିଲା ବାପାଙ୍କ ଶକ୍ତ ଚାପୁଡା ତା ଗାଲରେ ବାଜିଥିଲା । 

  

 ଆଉ କୁହାଗଲା - " ଏମିତି କ'ଣ ତୋର ଡେରି ହୋଇ ଯାଉଥିଲା ଯେ ପୁରା ଗାଧୋଇକି ଚାଲି ଆସିଛୁ ? ଛକ ଯାଗା ଦୋକାନ ଦେଖି କୋଉଠି ରହି ଯାଇଥିଲେ ହୋଇ ନଥାନ୍ତା ।

  

 ଆଜି ପର୍ଯ୍ୟନ୍ତ ବାପାଙ୍କୁ ଲେଉଟେଇ କଥା ପଦେ କହିନି ବର୍ଷା ।

 ବାପାଙ୍କୁ ଏତେ ଭୟ ଯେ ଜୋର୍ କରି ମନ ଖୋଲି ହସି ପାରେନି ସେ । ଆଉ ଏତେ ବଡ଼ କଥା କେମିତି ଯେ କହିଥାନ୍ତା । କାଳେ ବାପା ଅଧିକ ଗାଳି ଦେବେ ତେଣୁ ଚୁପ୍ ରହିଲା ।

 ଯେହେ ତୁ ମାସିକ ଋତୁ ଏବେ ହୋଇଥିଲା ତେଣୁ ସାଙ୍ଗ ମାନଙ୍କ ଜରିଆରେ ଖୁବ୍ ଗୁପ୍ତରେ ବଟିକା ଆଣି ଖାଇ ଦେଇଥିଲା ।

  ବାପାଙ୍କ ସନ୍ଦେହରୁ ଖୁବ୍ ସହଜରେ ସେ ବଞ୍ଚି ପାରିଥିଲା ।

 ଏ କଥାକୁ ବହୁତ ବର୍ଷ ହୋଇ ଗଲାଣି ।


 ସେ ଆଜି ବିବାହିତା ତାର ସ୍ବାମୀ ସୁପ୍ରତିଷ୍ଠିତ ତାର ଝିଅ ସଂଗୀତା ଏବେ +୨ ଦ୍ବିତୀୟ ବର୍ଷ କଲେଜ ଯାଉଛି । ଝିଅକୁ ସେ ଝିଅ ପରି ପାଳିଛନ୍ତି ଭଲପାଇବା ସ୍ନେହ ସବୁ ଦେଇଛନ୍ତି ହେଲେ ତାକୁ ତାର ଭଲ ସାଙ୍ଗଟିଏ ଭାବେ ଗଢି ତୋଳିଛନ୍ତି । ସଂଗିତା ତା ମାକୁ ସବୁ କଥା କହେ । କିଛି ବି ଲୁଚାଏନି । ଏମିତି କି କୋଉ ଟୋକା ତାର ପଛରେ ପଡିଛି କିଏ ତାକୁ ଏକତରଫା ଭଲପାଉଛି । କିଏ ପ୍ରେମ ନିବେଦନ କରି ତାଠାରୁ ନା ସୁଣିଛି ସବୁ । 

 ବର୍ଷା ବି ସଂଗୀତାକୁ ସବୁ ବିଷୟରେ ଭଲ କି ବୁଝେଇଥାନ୍ତି ।  କେମିତି ବାଟରେ ଯିବା ଆସିବା କରିବ , କୋଉ ଭଳି ଡ୍ରେସ୍ ପିନ୍ଧିବ , କାହା ସହ କେମିତି କଥା ହେବ । ଅଭଦ୍ର ଅସାମାଜିକମାନଙ୍କ ଠାରୁ କେମିତି ଦୂରେଇ ରହିବ , କେମିତି ଏପରି ଅସୁବିଧା ସମୟରେ ନିଜକୁ ମୁକୁଳେଇ ନିଜକୁ ସୁରକ୍ଷିତ ରଖି ପାରିବ ସେଥିପାଇଁ ସେ ଖୁବ୍ ସଚେତନ ଓ ଯତ୍ନବାନ । 


ସେଥିପାଇଁ ସଂଗୀତା ବ୍ୟାଗ୍ ରେ ସବୁ ବେଳେ ନେଲକଟ୍ , ଛୋଟ ଛୁରୀ ଆଖି ପୋଡ଼ା ସ୍ପ୍ରେ ଆହୁରି ଅନେକ କିଛି ରଖିଥାଏ ଆଉ ଉଚିତ୍ ସମୟରେ ଉପଯୋଗ କରିବାକୁ ଭଲକି ବୁଝେଇ ଦେଇ ଥାଆନ୍ତି । 

  

  କିନ୍ତୁ ସଂଗୀତାକୁ ଆଉ ଏ ସବୁ ଭଲ ଲାଗେନି । 

ମା'ର ତା ପ୍ରତି ଯତ୍ନ ଭଲପାଇବା ଦେଖି ସେ ମନାକରି ପାରେନା । ହେଲେ ଏମିତି ସବୁ ଯାଗାରେ ଏଗୁଡାକ ଧରି ବୁଲିବା କେତେଦୂର ଠିକ୍ ସେ ସେଇଟା ଜାଣି ପାରେନି । ଏମିତି ସବୁ ଯାଗାରେ ପୁରୁଷ ଜାତିକୁ ସନ୍ଦେହ ଦୃଷ୍ଟିରେ ଦେଖିବା ତାକୁ ଭଲ ଲାଗେନି । ତାକୁ ଲାଗେ ମା ତା ପାଇଁ ଆବଶ୍ୟକତା ଠାରୁ ଅଧିକ ଚିନ୍ତିତ , ଅଧିକ ବ୍ୟତିବ୍ୟସ୍ତ ହେଉଛି କିନ୍ତୁ ତା ମାନେ ନୁହେଁ ଯେ ସେ ସବୁବେଳେ ଏମିତି ସଂକୁଚିତ ହୋଇ ରହିବ । ନିଜକୁ ସବୁବେଳେ ଏମିତି ଅନୁଭବ କରେଇବ ଯେମିତି କେହି ତାକୁ ଚାହିଁ ନାହାଁନ୍ତି ତ ଲୋଲୁପ ଦୃଷ୍ଟି ରେ , କେହି ତାର ବସିବା ଉଠିବା ଅନ୍ୟାନ୍ୟ କାର୍ଯ୍ୟ କରିବା ସମୟରେ କି ଭିଡ଼ରେ ପୁଜା ଉତ୍ସବ ରେ କେହି ତା ଶରୀର ପ୍ରତି ଦୂର୍ବ୍ୟବହାର କରୁନି ତ ? 

ନା ବିଲକୁଲ ନୁହେଁ ସଂଗୀତା କୁ ଏମିତି ଭାବିବାକୁ କି ନିଜକୁ ମା ହିସାବରେ ବଞ୍ଚିବାକୁ ଏତେଟା ତାକୁ ଆଉ ଭଲ ଲାଗୁନି ।


 ତେଣୁ ଏମିତି କିଛି ଦିନ ପରେ ସେ ନିଜକୁ ମା ପରିଧିରୁ ମୁକ୍ତ କରି ମା ଙ୍କୁ ମିଛ କହି ନଜଣେଇ ବଣଭୋଜି କରିବାକୁ ସାଙ୍ଗ ମାନଙ୍କ ସହ ଗୋଟେ ଜଙ୍ଗଲକୁ ଚାଲି ଯାଇଥିଲା ।


 ବଣରେ ଭୋଜି ଚାଲିଥିଲା ମଜା ମସ୍ତି ରେ ସମସ୍ତେ ବ୍ୟସ୍ତ ଥିଲେ । ସଂଗୀତାକୁ ପରିଶ୍ରା ଲାଗିବାରୁ ସେ ଟିକେ ଦୂରେଇ ଯାଇ ଗଛ ଆଢୁଆଳରେ କାମ ସାରି ଉଠିବା ବେଳକୁ ତା ପଛରେ ଠିଆ ହୋଇଥିଲା ରୋଷେଇୟା ରଘୁଆ ।


 ସେ କିଛି ବୁଝିବା ପୂର୍ବରୁ ସେ ସଂଗୀତା ଉପରକୁ ଝାମ୍ପି ପଡ଼ିଥିଲା । ସଂଗୀତା ଚିଲେଇବାକୁ ହିଁ ପାଟି ଖୋଲିଥିଲା ତା ପାଟିରେ ରଘୁଆ କନା ବିଣ୍ଡା ଭର୍ତ୍ତି କରିଦେଲା । ସଂଗୀତା ଗୋଟା ପଣେ ଥରୁଥିଲା ଯେମିତି , ସେତେବେଳେ ତା'ର ମା ର କଥା ଆଉ ମା ମୁହଁ ତାର ଖୁବ୍ ମନେ ପଡ଼ୁଥିଲା । ମା ବନେଇଥିବା ସୁରକ୍ଷା ବ୍ୟାଗ୍ ଟା ସିନା ସଂଗୀତା ଆଣିନଥିଲା ହେଲେ ହେଲେ ହଠାତ୍ ତାର ମନେ ପଡ଼ିଗଲା ମା ତା ଗଳା ହାର ରେ ଝୁଲେଇ ଦେଇଥିବା ସେଫଟିପିନ୍ କଥା । ହଠାତ୍ ପିନ୍ କୁ ବାହାର କରି ରଘୁଆ ଆଖିରେ ଫୋଡ଼ି ଦେଇଥିଲା ସେ । ତାପରେ ସିଧା ଏକ ମୁହାଁ ହୋଇ ଚାଲି ଆସିଥିଲା ସେଠୁ ।


 ସେତେବେଳେକୁ ବର୍ଷା ତାର ଉତ୍ପାତ ଆରମ୍ଭ କରି ସାରିଥିଲା । ସଂଗୀତା ଓଦା ସରସର ହୋଇ ଘରକୁ ଫେରିବା ଦେଖି ବର୍ଷା ପୂରା ଡରି ଯାଇଥିଲା । କିଛି ଅଘଟଣ ଘଟିନି ତ ।

ହେଲେ ସଂଗୀତା ଘରକୁ ଫେରି ପ୍ରଥମେ ମା'କୁ କୁଣ୍ଢେଇ ଧରି ଭୋ ଭୋ ହୋଇ କାନ୍ଦି ପକାଇଲା ।

ସେମିତି କୁଣ୍ଢେଇ ଧରି କହିଥିଲା " ମା' ଲୋ ମୁଁ ତୋତେ ବୁଝି ପାରିନଥିଲି । ମୋତେ କ୍ଷମା କରିଦେ ମୋର ଭୁଲ୍ ହୋଇ ଯାଇଛି ମା । " 

  

ଝିଅ ଠାରୁ ସବୁ ଶୁଣି ବର୍ଷା କହିଲେ "କିଛି ହେଇନି ତୁ କାନ୍ଦେନି କି ଭୟ କରେନି , ତୁ ଠିକ୍ କରିଛୁ  , ତୁ ଡ୍ରେସ୍ ବଦଳେଇ ଖାଇ ସାରି ଟିକେ ବିଶ୍ରାମ ନେଇ ଯାଆ ,

ବାପା ଆସନ୍ତୁ ଆମେ ଥାନାକୁ ଯିବା । ତୁ ବ୍ୟସ୍ତ ହଅନା ସବୁ ଠିକ ହୋଇଯିବ "


ବର୍ଷା ର ଛାତି ଜଳୁଥିଲା କ୍ରୋଧ ରେ । ସେ ଦାନ୍ତ କଡମଡ କରୁଥିଲା ସେ ଅମଣିଷ ପଶୁ ପ୍ରତି । ସେ ଯେମିତି କଡ଼ା ରୁ କଡ଼ା ସଜ୍ଜା ପାଇବ ସେଇ କଥା ଭାବୁଥିଲେ ବର୍ଷା। 


 ବାହାରେ ଛେଚୁଥିଲା ବର୍ଷା । ଆଉ ବର୍ଷା ର ମନେ ପଡି ଯାଉଥିଲା ସେଦିନର ସେ ସଟର୍ ଦୋକାନ ଭିତରର କଥା ସବୁ ।

ଇଶ୍ଵରଙ୍କୁ ଧନ୍ୟବାଦ ଦେଲେ ବର୍ଷା । ଯାହା ହେଉ ତା ଝିଅ ସହ ସେମିତି କିଛି ଅଘଟଣ ଘଟିନି ।


ବର୍ଷା ଆଉ ଡେରି ନକରି ସାଙ୍ଗେ ସାଙ୍ଗେ ସ୍ବାମୀକୁ ଫୋନ୍ କଲେ ।


  


Rate this content
Log in

Similar oriya story from Tragedy