Satyabati Swain

Inspirational

3  

Satyabati Swain

Inspirational

ବ୍ରହ୍ମାସ୍ତ୍ର

ବ୍ରହ୍ମାସ୍ତ୍ର

3 mins
174



ଜେଜେ ମୁଁ କଣ ଆଉ କେବେ ବାହାରକୁ ଯିବିନି?

ମୋ ସାଙ୍ଗ ଡୁଗୁ ,ସୁନୁ, ପବି, ଅଚୁ, ନିଶାଙ୍କ ସଂଗେ କ୍ରିକେଟ୍ ଆଉ ଖେଳିବି ନାହିଁ?

ସ୍କୁଲ କେବେ ଯିବି ଜେଜେ ? କେବେ ଭାଓଲିନ୍ କମ୍ପିଟେସନ ହେବ ? ମୁଁ ଫାଷ୍ଟ ହୋଇ ଟ୍ରଫି ଆଣିବି ? ଜେଜେ ଦେଖିଲ ମୋ ସୁଜ୍, ୟୁନିଫର୍ମ ବ୍ୟାଗ୍ ,ବଟଲ ଓ ଟିଫିନ୍ ବକ୍ସ ମୁହଁ ! କେମିତି ଶୁଖି ଯାଇଛି ସେମାନଙ୍କ ମୁହଁ।କୁହ ଜେଜେ କେବେ ଡେଇଁବି, ଖେଳିବି ଓ ହସିବି।

ଏ ସମୟ ଚାଲିଯିବରେ ବୁବୁ।

କେବେ ?

ସବୁର ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଥାଏ ।ତୁ ମହା ଭାରତ ଗପ ଜାଣିଛୁ ନା ? 

ହଁ ଜେଜେ ତୁମେ ବା କହିଥିଲ । ଏକଥା ବି ଜାଣିଛି ଜେଜେ ଅର୍ଜୁନ ସବୁଠୁ ବଡ଼ ଯୋଦ୍ଧା।

ଭିଲିଆନ୍ କିଏ ?

ଦୁର୍ଯୋଧନ ବା ଆଉ କିଏ ? ଏବେ ଭିଲିଆନ କରୋନା ଓ ଅର୍ଜୁନ ମଣିଷରେ ବୁବୁ।

ହୁଁ ଶୁଣ୍ ଭିଲିଆନ୍ ଓ ଅର୍ଜୁନଙ୍କ ବ୍ରହ୍ମାସ୍ତ୍ର କଥା।


ଭିଲିଆନ୍ କରୋନା ଗର୍ଜି କହୁଥିଲା ହା ହା ହା କଣ କହୁଥିଲ ତୁମେ ମନ୍ଦ ବୁଦ୍ଧି ମଣିଷ ତୁମେ ଅଜେୟ !

ସକ୍ଷମ !

ସମର୍ଥ !

 ଅମିତ ପରାକ୍ରମ ଶାଳୀ !

ଅସମ୍ଭବ କୁ ସମ୍ଭବ କରିଦେବ !

ଦୂର୍ କି ଅପହଞ୍ଚ ବୋଲି କିଛି ନାହିଁ ତୁମ ପାଖେ !

ପକ୍ଷୀ ନଥାଇ ତୁମେ ଚଢ଼େଇ ! ଖେଦୁଛ ବିଶାଳ ଆକାଶ !

ଲାଞ୍ଜ କି ଗାଲିସି ନଥାଇ ବି ତୁମେ ମାଛ ! ପହଁରୁଛ ଅତଳ ତଳ ସମୁଦ୍ର ଭିତରେ !

ଖୁବ୍ ବାହାସ୍ପୋଟ ମାରୁଥିଲ ତ ତୁମେ ଏ ପୃଥିବୀରୁ ଦୂର୍ କରିଛ ଭୋକ, ଶୋଷ, ଦାରିଦ୍ର୍ୟ, ଓ ରୋଗ !!

ବିଜ୍ଞାନ ବଳ ରେ ତୁମେ ଜିତିଛ ଦୂରତା।ଏବେ ତୁମ ସମଗ୍ର ବିଶ୍ୱ ଏକ ଗାଁ ପରି।ସବୁଜ ବିପ୍ଳବ,ଶିଳ୍ପ ବିପ୍ଳବ ଆଣି ତୁମେ କାଳେ ବଦଳେଇ ଦେଇଛ ତୁମ ଜୀବନ ,ଜୀଇଁବା ଓ ଜଗତର ରୂପ !ଶିକ୍ଷା, ସ୍ୱାସ୍ଥ୍ୟ ,କୃଷି, ଗମନାଗମନରେ ଆଣିଛ ଅଦ୍ଭୁତ ପରିବର୍ତ୍ତନ !

ଯନ୍ତ୍ର ମଣିଷ ସୃଷ୍ଟି କରି ତାକୁ କରିଛ ତୁମର କ୍ରୀତ ଦାସ।ଆରେ ରେ ମଣିଷ !! ଜଳ,ସ୍ଥଳ ଓ ଆକାଶକୁ ଜୟ କରି ତୁମେ ନିଜକୁ ମାନବ ଈଶ୍ୱର ଭାବିଲ । ସବୁଜ ଜଙ୍ଗଲ ଧ୍ୱଂସ କରି କଂକ୍ରିଟ ଜଙ୍ଗଲ କଲ।ବିଜ୍ଞାନର ବରଦାନ ତୁମ ପାଇଁ ଅଭିଶାପ ହେଲା।

ଆଉ ଆଜି ଦେଖରେ ଜୀଵ ସମ୍ରାଟ ମଣିଷ ! ରୋଗ, ବେମାରୀକୁ ପରା ଜୟ କରିଥିଲ ! 

କିନ୍ତୁ କଣ ହେଲା ! ମୋତେ ଦେଖି ତୁମ ପିଳେହିଁ ପାଣି କାହିଁକି ?

ବିଶ୍ୱ ବିବଶ।

ମଣିଷ  ଜାତି ଅସହାୟ । କିଂ କର୍ତ୍ତବ୍ୟ ବିମୁଢ।

ଏତେ ନୀରବତା !

ଏପରି ଉତ୍କଟ ମୃତ୍ୟୁ ଭୟ ଅନ୍ଧାର କେବେ ଗ୍ରାସି ଥିଲାପୃଥିବୀ ଦେହ ! ଗୃହ ବନ୍ଦୀ ତୁଣ୍ଡି ବାନ୍ଧି କି କଲବଲ ହେଉଛ ତୁମେ।ଅଛୁତ ହୋଇ ଯାଇଛ।ଅନ୍ୟକୁ ସ୍ପର୍ଶ କରିବା ମନା।ମୋ ଆଗେ ତୁମ ଗର୍ଵ , ଦର୍ପ ସବୁ ଭାଙ୍ଗି ଚୁର୍ ମାର୍।

ଫୁ ହା ହା ମୁଁ କରୋନା ଭାଇରସ୍ ।,ସବୁଠାରୁ ଶକ୍ତିଶାଳୀ ଆଜି ଥରାଉଛି ବିଶ୍ୱ।ଫୁସ୍ ଫୁସ୍ କୁ ଚାଟି ଦେଉଛି ସେଠି ପଶି।ଚାରିଆଡେ ମୋ ଆତଙ୍କରେ ଖେଳି ଯାଇଛି କୋକୁଆ ଭୟ।ସମ୍ପର୍କ, ଆତ୍ମୀୟତା ଛିଣ୍ଡେଇ ଦେଇଛି।ନିଃସଙ୍ଗ କରିଦେଇଛି ତୁମ ଜୀବନ।ନିମିଷକେ ମୋ ପାଦ ତଳେ ଗଡାଉଛି ଲକ୍ଷ ଲକ୍ଷ ମୁଣ୍ଡ।ହା ହା ହା। 

କୋଭାସ୍କିନ୍ ଜବାବରେ କହିଲା,  ରେ ଅଧମ ପାପିଷ୍ଠ ! ଭୀରୁ।ନିଜ ମୁହଁରେ ନିଜ ପ୍ରଶଂସା କରି ଆତ୍ମ ଗର୍ବରେ ଫୁଲି ଉଠୁଛୁ ? ସମ୍ମୁଖରେ ଯୁଦ୍ଧ ନ କରି ଚୁପ୍ କେ ଫୁସ୍ ଫୁସ୍ କାହିଁକି ଆକ୍ରମଣ କରୁଛୁ ? ଏତେ ଯଦି ଶକ୍ତିଶାଳୀ ଆ ମୁହାଁ ମୁହିଁ ହେବା।ଦେଖିବା କାହାର ବଳ ଅଧିକ।

ସମୟର  ସବୁବେଳେ ଜୟ । ଏବେ ସମୟ ମୋ ସହିତ ରେ ଅମାନିଅଁ ମଣିଷ।


ଏ ଚୁପ୍ ,ଏକବାର ଚୁପ୍।ମଣିଷ ଶ୍ରେଷ୍ଠ ଥିଲା,ଅଛି ରହିବ ଅନନ୍ତ କାଳ ପର୍ଯ୍ୟନ୍ତ।ତା ଉର୍ବର ମସ୍ତିଷ୍କ ବୁଦ୍ଧି ବଳରେ ସେ ସୃଷ୍ଟି କରିଛି ଏକ ଅଦ୍ଭୁତ ବ୍ରହ୍ମାସ୍ତ୍ର।ତୋତେ ସମୂଳେ ବିନାଶ କରିବ।ତୋ ଜୋକ ମୁହଁରେ ଲୁଣ ଦେବ।

ହା ହା ହା ତୁ ମୋତେ ଚୁପ୍ କରେଇବୁ।ସେ ଟା କି ଅସ୍ତ୍ର। ମୋର କେହି କିଛି କରି ପାରିବେନି।ତୁ ଜାଣିନୁ ମୁଁ କେତେ ଭୟଙ୍କର, କେତେ ମୋର ପରାକ୍ରମୀ।ଦେଖୁଛୁ ତ କେମିତି ଶବଙ୍କ ନିଆଁକୁ ମୁଁ ଆକଣ୍ଠ ପାନ କରୁଛି।ତୁ ମୋତେ ପରାଜିତ କରିବୁ ? ହୁ ହୁ ହା ହା ହା।

ଆଛା ! ଦେଖ୍ ତୋର ଗର୍ଵ କେମିତି ଖର୍ବ କରୁଛି କ୍ ରୋନା ଭାଇରସ୍ ବ୍ରହ୍ମାସ୍ତ୍ର ପ୍ରୟୋଗ କରି। ମୁଁ ଅର୍ଜୁନ ରୂପୀ ମଣିଷ "କୋଭାକ୍ସିନ୍ ବ୍ରହ୍ମାସ୍ତ୍ର "ଛାଡି ତୋ ପ୍ରାଣ ଅଚିରେ ନାଶିବି। 

ଜେଜେ କହିଲେ ବୁବୁ ଦେଖ୍ ଦେଖ୍ କଣ ହେଉଛି ?

ହଁ ହଁ ଜେଜେ ଦେଖ୍ ଦେଖ୍ କୋଭାକ୍ସିନ୍ କେମିତି କ୍ଷିପ୍ର ବେଗରେ କରୋନା ଛାତିକୁ ଲକ୍ଷ୍ୟ କରି ଧାଉଁଛି।ଗଲା ଗଲା ଜେଜେ ହା ହା ।ବାସ୍ ... ଗଳି ଗଲା କରୋନା ଛାତିରେ।

ଆଃ ମରିଗଲି ; କୋଭାକ୍ସିନ୍ । ମୋତେ ଛାଡ଼ି ଦେ।

ତୋତେ ପୁଣି ଛାଡ଼ିଦେବି ! ମୂର୍ଖ ,ପାପିଷ୍ଠ ତୁ ଯେତିକି ଧ୍ୱଂସ କଲୁଣି ତାର ଫଳ ଭୋଗ।

ଜେଜେ ଜେଜେ ଦେଖ୍ ଦେଖ୍ କରୋନା ଭାଇରସ୍ କୋଭାକ୍ସିନ୍ ବ୍ରହ୍ମାସ୍ତ୍ର ରେ ମୃତ।

ମଣିଷ ଶ୍ରେଷ୍ଠ ଯିବ ଈଶ୍ୱରଙ୍କ ସୃଷ୍ଟିରେ ଥିଲା ଏବଂ ରହିବ ରେ ବୁବୁ।



Rate this content
Log in

Similar oriya story from Inspirational