Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sunanda Mohanty

Drama Tragedy

5.0  

Sunanda Mohanty

Drama Tragedy

ବୋଉ

ବୋଉ

2 mins
509


ସତରେ ମୁଁ ଆଜି ଆମିଷ ଖାଇନି, କହୁଥିଲେ ଦାସବାବୁ ଆଉ ସମସ୍ତେ ଘେରିଯାଇ ପଚାରୁଥିଲେ ସତ କହୁଛନ୍ତି, ହେଲେ କାହିଁକି? ବାରଟା ଠିକଥିଲା. ପାଗଵି ଠିକ ଠାକ ଅଛି ଆଉ ସବୁ ଦୃଷ୍ଟିରୁ ତ ଆପଣ ସୁଖୀ, ତ ଅସୁବିଧା କଣ, ତାଛଡା ଆପଣ ତ ଆମିଷ ଖାଆନ୍ତି, ତ ଅସୁବିଧା କୋଉଠି?      ଦାସବାବୁ କିଛି କହୁନଥିଲେ, ଚୌକି ଉପରେ ଆଉଜି ପଡି ବସିରହିଥିଲେ, ତ ଅନ୍ୟ ମାନେ ଚୁପ ହୋଇଗଲେ ଏଥିପାଇଁ କି କଣ କିଛି ଦୁର୍ଘଟଣା ଘଟିଛି କି ଦାସବାବୁଙ୍କ ପରିବାରରେ? ବଡ଼ଅମାୟିକ, ଧର୍ମପରାୟଣ, ନୀତିନିଷ୍ଠ ଏଇ ଦାସବାବୁ, ବାପା ଚାଲିଗଲା ପରେ ମା ଙ୍କୁ ପାଖରେ ରଖି ସେବାଯତ୍ନ କରନ୍ତି, ଭଗବାନ ମଧ୍ୟ ତାଙ୍କମନ ଜାଣି ଫଳ ଦେଇଛନ୍ତି. ପୁଅଟିଏ ଝିଅଟିଏ, ଦୁହେଁ ଠିକ ସମୟରେ ପାଠଶାଠ ପଢି, ଠିକ ସମୟରେ ହାତକୁ ଡିହାତ ହୋଇ ଯିଏ ଯାହା ପରିବାର ସହ ଦୂରରେ, ତ ଦାସବାବୁଙ୍କ ସମୟ ବିତେ ତାଙ୍କ ବୋଉ ସେବାରେ.           ହେଲେ ବାର୍ଦ୍ଧକ୍ୟ ର ତାଡ଼ନାରେ ବୋଉ ଏବେ କିଛି ମନେରଖୁନି, ଓଷା ଉପାସ ପୂଜା ବ୍ରତ କରୁଥିବା ଲୋକଟା ସମ୍ପୂର୍ଣ ନିରବିଯାଇଛି, ତ ମାସ ର ଗୁରୁତ୍ୱ ତାପାଇଁ କିଛି ନାହିଁ ତ କାର୍ତିକ ମାସରେ ବି ଆମିଷ ଖୋଜେ ସିଏ ହେଲେ ଦାସବାବୁ ଖୁଆଇଦିଅନ୍ତିନି. ବୋଉ ବୁଝନ୍ତିନାହିଁ ବରଂ ବିରକ୍ତି ପ୍ରକାଶ କରନ୍ତି ଏମିତିକି ଘରକୁ ମାଛଟିକେ କାହିଁ ଆଣୁନ କହନ୍ତି ଦାସବାବୁ ଏଣୁତେଣୁ କହି ବୁଝାଇଦିଅନ୍ତି ସିନା ଅପେକ୍ଷା କରିଥାନ୍ତି ଛାଡଖାଇ ଦିନକୁ, ବୋଉ ପାଇଁ ଦୁନିଯାକର ଆମିଷ ଆଣିବେ ସେଦିନ, ପାଖରେ ବସେଇ ଖୁଆଇବେ.     ହେଲେ ହଠାତ କାହାଠୁ କଣ ଜାଣି ବୋଉ ଜିଦି କଲା କାର୍ତିକ ମାସ ସେ ଗାଁ କୁ ଯିବ, ଆଉ ସେଠୁ ପୁରୀ ଯାଇ କାଳିଆ ଦର୍ଶନ କରିବ, ସମ୍ଭାଳିହେଲନି ବୋଉକୁ, ବାଧ୍ୟହୋଇ ପୁରୀ ବସା ଘରେ ଛାଡ଼ିବାକୁହେଲା ତାକୁ ଜଣେ ଦୂରସଂପର୍କୀୟଙ୍କ ହେପାଜତ ଭିତରେ, ହେଲେ ଛାଡଖାଇ ସକାଳୁ ସକାଳୁ ବୋଉକୁ ଏକୁଟିଆ ଛାଡି ସେଇ ସମ୍ପର୍କୀୟ ସ୍ତ୍ରୀ ଲୋକ ତାଙ୍କର କିଛି ଗୁରୁତ୍ତରେ କାମ ପାଇଁ ତାଙ୍କ ଗାଁ କୁ ଚାଲିଯିବା ଖବର ଦାସବାବୁଙ୍କୁ ବିଚଳିତ କଲା ଆଉ ସେ ଭୁଲିଗଲେ ଛାଡ଼ଖାଇରେ ଆମିଷ ଖାଇବା କଥା.       ସବୁଶୁଣି ସହକର୍ମୀ ମାନେ ମୁଗ୍ଧ ନୟନରେ ତାଙ୍କୁ ଚାଂହିଥିଲା ବେଳେ ସେ କିନ୍ତୁ ବାହାରିଯାଇଥିଲେ ସସ୍ତ୍ରୀକ ପୁରୀ, ଅଫିସ ରୁ ଛୁଟି ନେଇ, ହେଲେ ପୁରୀରେ ପହଂଚିଲାବେଳକୁ ବୋଉ ଖାଇବସିଥିଲା.                ସବୁ ବନ୍ଧୁ ବାନ୍ଧବ ଓ ଭଉଣୀମାନେ ବୋଉର ଛାଡଖାଇ ପାଇଁ ନେଇଆସିଛନ୍ତି ବିଭିର୍ଣ୍ଣ ସୁସ୍ୱାଦୁ ଆମିଷ ବେଞ୍ଜନ, ଆଉ ତାଙ୍କୁ ଦେଖି ଖାଇବା ପାଖରୁ ଉଠି ଆସି ଦାସବାବୁ ଙ୍କୁ ଆସେ ଆସେ ଖାଇବା କହି ପୁଅବୋହୂଙ୍କୁ ବସାଉଥିଲା ତା'ପରେ ତ ଦାସବାବୁଙ୍କ ଆଖିରୁ ଝରିପଡ଼ୁଥିଲା ଲୁହ ଧାର ଆଉ କିଛି ବୁଝିନପାରି ବୋଉ ତା ପଣତରେ ଦାସବାବୁ ଙ୍କ ଆଖି ପୋଛି ପଚାରୁଥିଲା କଣ ପଡ଼ିଯାଇଥିବ ଆଖିରେ,ବିମୁଗ୍ଧ ନୟନ ରେ ଦାସବାବୁ ଚାହିଁଥିଲେ ବୋଉକୁ.


Rate this content
Log in

More oriya story from Sunanda Mohanty

Similar oriya story from Drama