The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sunanda Mohanty

Abstract

2  

Sunanda Mohanty

Abstract

ବୋଉ

ବୋଉ

2 mins
309


ମୁଁ ସେତେବେଳେ ନବମ ଶ୍ରେଣୀରେ ପଢୁଥାଏ ବୋଧହୁଏ, ଆମେ ବାପାଙ୍କ ସଙ୍ଗେ ରହୁଥିବା କ୍ୱାର୍ଟରରେ କିଛି କୁକୁଡ଼ା ପାଳନ କରାଯାଏ, ଏବଂ ତାଙ୍କୁ ଖୁଦ, ଚାଉଳ, ଗହମ ଇତ୍ୟାଦି ଦାନା ଦେବା ଦାଇତ୍ୱ ମୋର. ମତେ ଦେଖିଲେ ମୋ ପଛେ ଗୋଡ଼ାନ୍ତି, ଅଣ୍ଡା ଦେଲେ କିନ୍ତୁ ସାନଭାଇ ଭଉଣୀ ମାନେ ସଂଗ୍ରହ କରିନିଅନ୍ତି. ବେଳେ ବେଳେ କୁକୁଡ଼ା ମାନେ କୁଡୁକି ହୁଅନ୍ତି ଅର୍ଥାତ ଛୁଆ ଫୁଟେଇବା ବେଳ ଆସେ ଏବଂ ମୋ ଭାଗର ଅଣ୍ଡା ଗୁଡିକ ମୁଁ ଛୁଆ ଫୁଟେଇବା କୁ ଦିଏ ତ ଛୁଆ ହୁଅନ୍ତି, ବଢ଼ିଯାଅନ୍ତି ଯେ ଜାଗା ହୁଏନି ରାହିବାକୁ ତ ଗଂଜା ଗୁଡିକୁ ୱାଚର ଥିବା ରଯାକ ମିଆଁ ମାରିଥାଏ ଆଉ ସେଦିନ ମୋ ଅବସ୍ଥା କହିଲେ ନସରେ, କାନ୍ଦିକାଟି ଲହୁଲୁହାଣ ହୁଏ ମୁଁ, ହେଲେ ମୋ ଅଭିଯୋଗ ସବୁ ବୋଉ ଯାଏଁ. ମତେ ବୁଝାଏ ବୋଉ ବାପା ଭାଇଭଉଣୀ ତଥା ଅନ୍ୟ ସହଯୋଗୀ ମାନେ ପସନ୍ଦ କରି ଖାଉଥିବା ଖାଦ୍ୟକୁ ତୁ ଏମିତି ବିଗାଡିଦେବା ଉଚିତ ନୁହେଁ. କୁକୁଡ଼ା ପକ୍ଷୀ ତ ଖିଆଯାଏ ନା, ତା ଛଡା ଏମିତିରେ ବି ବଣଭୁଆ ଖାଇଯାଉଛି, ବୋଉ ଆଖି ଓ କଥା ଭିତରେ ମୁଁ ନଖାଇ ଶୁଏ ସତ ହେଲେ ପରବର୍ତ୍ତୀ ଜୀବନରେ ଶାଶୁ ଘରେ ଯିଏ ଯାହା ଖାଇବ କରିକି ଦେବାକୁ ବାଧ୍ୟ ଭାବେ ବୋଉ ମୁଁହ ଜଳଜଳ ଦେଖା ଯାଏ ଆଉ କେତେ ଆକଟପୂର୍ଣ୍ଣ ମାନିବୃତ୍ତି କଥା

     ଏଵେ ବୋଉ ମୋ ପାଖରେ, ବାପା ଚାଲିଗଲା ପରେ ମନ ହୃଦୟ ଭାଙ୍ଗି ପଡିଛିତାର, ହେଲେ ସମାଜରେ ଘଟୁଥିବା ସବୁ କଥା ମୁଁ ତାକୁ କୁହେ, ଆଉ ଶୁଣିଲା କରୋନା ବ୍ୟାପିବା କଥା, ପୁଣି ଶୁଣିଲା ଘୁଷୁରୀ ମାନଙ୍କୁ ପେଟ୍ରୋଲ ପକେଇ ସମୂହ ଜାଳିବା କଥା, ପୁଣି ଶୁଣିଲା କୁକୁଡ଼ା ମାରଣ ଅଭିଯାନ କଥା ତ, ଦିନେ ମତେ କହିଲା ଝିଅ ବଳିପ୍ରଥା ଉଠେଇଦେବାକୁ ସରକାର ସ୍ତରରେ ଏତେ ଆଲୋଡନ, ମଣିଷ ମାନେ ବି ସଚେତନ ହେଲେ ମଣିଷ ମାନେ ଏ ସବୁ ପଶୁ ପକ୍ଷୀ ମାରି ଖାଇବାରେ କଟକଣା ନାହିଁ ନା ସରକାର ଙ୍କ ପଟୁ, ନା ସଚେତନ ହଉନି ନିଜେ ବି ମଣିଷ, ତ ଏମିତି ଘଟୁଛି ଭୟାଭୟତା, କଣ ଆଉ କରିବା କହି ଦୀର୍ଘନିଶ୍ବାସ ଛାଡି ଠାକୁର ଘର ଅଭିମୁଖେ ଯାଉଥିଲା ତ ମୁଁ ତା କଥା ରୁ ଭାବରୁ କେତେ କଣ ସାଉଁଟି ନେଇ କବିତା ଲେଖିବାକୁ ଯାଉଥିଲି ମୋ ଟେବଲ କୁ ତ ସୁନ୍ଦର ଭାବରେ ଯାହାକୁ ବୋଉ ତା ପଣତ ରେ ସଜାଡି ସଫା ସୁତୁରା କରି ଠିକ ସ୍ଥାନରେ ଠିକ ଜିନିଷ ରଖି ଦେଇଥିଲା. ମୋ ଆଖିରୁ ଲୁହ ଓ ଚମକରେ ତା ଘଣ୍ଟି ଶବ୍ଦ ଶୁଭୁଥିଲା ଠାକୁର ଘରୁ.


Rate this content
Log in

More oriya story from Sunanda Mohanty

Similar oriya story from Abstract