The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Bidyut lata Mishra

Inspirational

3  

Bidyut lata Mishra

Inspirational

ବୋଉ ପାଈଁ....

ବୋଉ ପାଈଁ....

4 mins
583


ଘଣ୍ଟା କଣ୍ଟା, ମିନିଟ କଣ୍ଟା ଦିନ ୯ ଟା ହେବାର ସୂଚନା ଦେଉଥିଲେ । ଆଉ ସବୁଦିନ ପରି ଆଜିବି ସ୍ନେହା ଲେଟ କରିଥିଲା ଉଠିବା ପାଇଁ । ଦିନରାତି ଦୌଡୁଥିବା ସହର ଦିଲ୍ଲୀ ଆଉ ସେଠି ଗୋଟିଏ 2bhk flat ରେ ଆମେ ରହୁଥିଲୁ । ଦୁହେଁ ଗୋଟିଏ କମ୍ପାନୀରେ ଚାକିରୀ କରୁଛୁ । କିନ୍ତୁ ଦିନ ନ'ଟା ସୁଦ୍ଧା ଆଜିବି ସ୍ନେହାର କାମ ସାରିନଥିଲା ।

ଦୁହେଁ କାରରେ ବସି ଅଫିସ ବାହାରିଗଲୁ । ସ୍ନେହା କୈଫିୟତ ଦେଉଥିଲା । ତୁମ ବୋଉ ଟିକେ ରୋଷେଇରେ ସାହାଯ୍ୟ କଲେ ଚଳନ୍ତାନି । ବହୁତ ବଢିଆ ବାହାନା ହୋଇଯାଇଛି କୁହୁ ତାଙ୍କ ପାଇଁ ।

"କୁହୁ ମୋର ଦେଢ଼ ବର୍ଷର ଝିଅ" । ମା'ର କୋଳ କଣ ସେ ଜାଣିନି ୨ ମାସରୁ । କାରଣ ବୋଉ ହିଁ ଦୁଇ ମାସରୁ ତାକୁ ସମ୍ଭାଳି ଆସିଛି । ସ୍ନେହା ,କୁହୁ ପାଇଁ ତାର ଚାକିରୀ ଛାଡିବାକୁ ଚାହିଁଲାନି ।

ବୋଉକୁ ହିଁ ଆସିବାକୁ ହେଲା ଦିଲ୍ଲୀ । ସ୍ନେହା ହିଁ ଜୋର କରି ନେଇ ଆସିଥିଲା ବୋଉ କୁ । ବୋଉ ଗାଁ କୁ ଛାଡି ଆସିବ ମୋ କଳ୍ପନାର ବାହାରେ ଥିଲା । ପିଲାଦିନରୁ ନନା କେଉଁ ଆଡେ ଚାଲିଗଲେ । ଜେଜେ ଜେଜିମା ,କକା ଖୁଡିଙ୍କ ପାସେ ମୁଁ ଆଉ ମୋ ସାନ ଭଉଣୀ ଟିକିକୁ ନେଇ ବୋଉ କେମିତି ଯେ ରହୁଥିଲା ଆମେ ଜାଣୁ । ଅଜା ଥିଲା ଵାଲା ଲୋକ ଜୋର କରି ଆମକୁ ନେବାକୁ ଚାହିଁଲେ କିନ୍ତୁ ବୋଉ ଚାହିଁଲାନି ସେଠାକୁ ଯିବାକୁ । ଜେଜେ ଆଉ ଜେଜେମାଙ୍କ ଆଖିର ତାରା ଥିଲା ବୋଉ ।

ମନେ ପଡେ ଜେଜେ ମୋ ବୋଉ କୁ ଝିଅ ବୋଲି ଡାକନ୍ତି । ଖୁଡି ଚିଡି ଯାନ୍ତି ସେତେବେଳେ କିନ୍ତୁ ଜେଜେ ଝିଅ ଡାକିବା ଅଭ୍ୟାସ ବଦଳାନ୍ତିନି । ଜେଜେଙ୍କ ଖୁସି ପାଇଁ ଟିକିକୁ ବହୁତ ଜଲଦି ବାହା ଦିଆଗଲା । ଭାରି ଖୁସି ସେ ତା ଜୀବନରେ । ଜେଜେଙ୍କ କଥା ପୂରଣ କରିବାକୁ ଯାଇ ମୋର ଦିଲ୍ଲୀରେ ଚାକିରୀ ହେବା ମାତ୍ରେ ହିଁ ବୋଉ ମୋ ପିଛା ଲାଗିଥିଲା । ଆଉ ଶେଷ ରେ ତା କଥା ହିଁ ହେଲା । ସ୍ନେହା କୁ ଜୀବନ ସଙ୍ଗିନୀ ରୂପେ ବାଛିଥିଲି,କାରଣ ସ୍ନେହାକୁ ଦୀର୍ଘ ଦିନ ଧରି ମୁ ଚିନ୍ହିଥିଲି,ମୋ ସାଙ୍ଗର ଭଉଣୀ ଥିଲା ସେ ଆଉ ମୋ ଅଫିସ ରେ ହିଁ କାମ କରୁଥିଲା ।

ବାରମ୍ବାର ମିସକ୍ୟାରେଜ ପରେ ସ୍ନେହା ଜୋର କରି ବୋଉ କୁ ଗାଁ ରୁ ଆସିବାକୁ ବାଧ୍ୟ କରିଥିଲା । ବୋଉ ଆସିଲା ବେଳେ ଜେଜେ ଆଉ ଜେଜେମା ଙ୍କ ମୁଂହରେ ଦୁଃଖର କଳା ବାଦଲ ଢାଙ୍କି ଯାଇଥିଲା ଯେମିତି । କାରଣ  ସେମାନଙ୍କ ପାଇଁ ବୋଉ ଆଉ ବୋଉ ପାଇଁ ସେମାନେ ଯେମିତି ଅତ୍ୟାବଶ୍ୟକ ହୋଇପଡିଥିଲେ । କିନ୍ତୁ ସ୍ନେହାର ଜିଦ ଆଗରେ ମୁଣ୍ଡ ନୁଆଁଇ ବାକୁ ବାଧ୍ୟ ହୋଇଥିଲି ।

ସ୍ନେହା ର ବହୁତ ଯତ୍ନ ନେଉଥିଲା ବୋଉ ଆଉ ମାର୍ଗଶିର ମାସ ଗୁରୁବାର ଦିନ ଲକ୍ଷ୍ମୀ ଆସିଥିଲେ ଆମ ଘରକୁ । ଦୁଇ ମାସ ପରେ ହିଁ ସ୍ନେହା ଅଫିସ ଜୈନ କଲା । ଆଉ କୁହୁ ଟିକେ ବଡ ହେବା ମାତ୍ରେ ସ୍ନେହାର ବ୍ୟବହାର ବଦଳୁଥିଲା ବୋଉ ପ୍ରତି ।

ଏଇ ଯେମିତି କୁହୁକୁ ଜର ବା ଥଣ୍ଡା ହେଲେ ବୋଉଙ୍କୁ ସନ୍ଦେହ ଆଖିରେ ଦେଖେ ସ୍ନେହା ଆଉ କୁହୁ ଯେବେ ଜିଦ କରେ ବୋଉ ପାଖେ ଶୋଇବାକୁ ସ୍ନେହା ଅସମ୍ଭବ ଭାବେ ରାଗିଯାଇଥାଏ । କୁହୁ ବଡ ହୋଉଥିଲା ତା ଦୁଷ୍ଟାମି ବି ବଢ଼ୁଥିଲା । ବୋଉ ବି ଥକି ଯାଉଥିଲା କିନ୍ତୁ ମୁଂହରେ କିଛି କୁହେନି ।

ଆଜିକୁ ଦୁଇ ତିନି ମାସ ହେଲା ସ୍ନେହା ବୋଉକୁ ବଡ ପାଟି ରେ ତାଗିଦ ବି କଲାଣି । ନାଲି ଆଖି ଦେଖାଇ ବୋଉ କୁ ଝିଅ କୁ ରୁଟିନ ଅନୁସାରେ ଖୁଆଇବା କୁ କହୁଥିଲା ବେଳେ ମୋତେ ଦେଖି ଆଜି ଆହୁରି ବଡ ପାଟି କରି କହିଉଠିଲା । ବୋଉ ତାକୁ ନା ଠିକ ରେ ମେଡ଼ିସିନ ଦେଉଛନ୍ତି ନା ଖାଇବା । ମୁଁ କାଜଲକୁ କହିଛି ସେ ଗୋଟେ ଆୟା ବୁଝିବ ।

ହୃଦୟର କୋହକୁ ଚାପି ପାରି ନଥିଲା ବୋଉ, ତା ନିରୀମାଖୀ ଆଖି ଦୁଇଟି ଢଳ ଢଳ ହେଉଥିଲା ଲୁହରେ । କୁହୁକୁ କାନ୍ଧେଇ ବାହାରକୁ ଚାଲିଗଲା ।

ସନ୍ଧ୍ୟା ୭ଟାରେ ଦୁହେଁ ଘରକୁ ଫେରିଥିଲୁ । କୁହୁ ଆରାମସେ ବୋଉ କାନ୍ଧରେ ଶୋଇଯାଇଥାଏ । ମୁଁ ବୋଉ କୁ କହିଲି ବୋଉ "ଜେଜେଙ୍କ ଦେହ ଭଲ ନାହିଁ ତୋତେ ଦେଖିବେ କହୁଛନ୍ତି । "ମୁଁ କାଲି ନେଇ ତୋତେ ଫ୍ଲାଇଟ ରେ ବସେଇଦେବି । ଆଉ କୁହୁ ସ୍ନେହା ବୁଝିବ ତା ଝିଅ କଥା, ଜେଜେ ପରା ତାଙ୍କ ଝିଅ କୁ ଖୋଜୁଛନ୍ତି ଯିବୁନି । ସ୍ନେହା ଚମକି ଉଠିଥିଲା କ୍ଷଣିକ ପାଇଁ । ରାତି ସାରା ସୋଇନଥିଲା ସେ ।

......

ବୋଉ ଗାଁକୁ ଯିବାର ଦୁଇ ମାସ ହୋଇଗଲାଣି । ଦୁଇ ମାସ ରେ ସ୍ନେହା ତାର ସବୁ ଛୁଟି ଆଉ ମୋର ଅଧା ଛୁଟି ସରିଲାଣି । ସ୍ନେହାର ଆଖିରେ ପଶ୍ଚାତାପର ଝଲକ ଦେଖି ସୁଦ୍ଧା ମୁଁ ବୋଉକୁ ଆଣିବା କଥା କହିନଥିଲି । ଦୁଇଜଣ ଆୟା ଆସି ଫେରିଗଲେଣି । କୁହୁ କାହା ହାତରୁ ଖାଏନି ଏପରିକି ସ୍ନେହା ହାତରୁ ବି ନୁହେଁ । ପାଟିରେ ନକହିଲେ ବି ତାର ନୀରିହ ଆଖି ଖୋଜୁଥିଲା ବୋଉ କୁ,ତାର ଉଷୁମ ସ୍ପର୍ଶ ,ଟୁକୁ ମୁସି,ଫୁର ଚଟିଆ,ତାଳି ତାଳି ଏସବୁକୁ । ବୋଉ ଭଳି ସ୍ନେହା ତାକୁ ସ୍ନେହ ଦେବାକୁ ଚେଷ୍ଟା କରୁଥିଲା କିନ୍ତୁ ସ୍ନେହା ଆଖିରେ ଆଖିଏ ଲୁହ,ହୃଦୟ ରେ ଗଭୀର ଅନୁତାପ ନେଇ ମୋ ସାମ୍ନା ରେ ଥିଲା ଆଉ କହି ଉଠିଲା,"ମୋ ଦ୍ୱାରା ଭୁଲ ହୋଉଛି, ଭୁଲ ତ ନୁଁହ ଅପରାଧ ବୋଉ ଙ୍କୁ ଫେରାଇ ଆଣ । ମୁଁ ବୋଉ ଙ୍କୁ କହିଛି ଆଜି ଚାଲି ଆସିବାକୁ କିନ୍ତୁ ସେ କିଛି କହିଲେନି ମୁଁ ଫ୍ଲାଇଟ ଟିକଟ ବି କାଲି ପାଇଁ କରିଦେଇଛି କୁହନା ବୋଉ ଙ୍କୁ," ହୁଏତ ସିଏ ବି କୁହୁ କୁ ସେଠି ଝୁରୁଥିବେ ।

ସ୍ନେହା ଠୁ ସବୁ ଶୁଣିବି ମୁଁ ନୀରବ ଥିଲି ,କାରଣ ସବୁ ସହିହେବ କିନ୍ତୁ ମୋ ବୋଉ ର ସ୍ୱାଭିମାନ କୁ ଆଘାତ ନୁହେଁ । ମୁଁ ବୋଉକୁ ମିଛ କହିଥିଲି ଜେଜେଙ୍କ ବିଷୟରେ କିନ୍ତୁ ମିଛଟି ମୋ ବୋଉ ପାଇଁ !

ପରଦିନ ସନ୍ଧ୍ୟା ବେଳେ ଘରକୁ ଆସି ଦେଖେତ କୁହୁ ଆନନ୍ଦରେ ବୋଉ କୋଳରେ ବସି ଗେଲା ହୋଉଛି ଆଉ ସ୍ନେହା ଦୁଇ କପ ଚା ଧରି ଆସିଲା ମୁଁ ବାମ ପଟ କପ ଟିକୁ ହାତ ବଢ଼ାଇ ନେଲାବେଳେ କହିଉଠିଲା, "ଆରେ ନା ନା ରାଇଟ ପଟ କପ ଟା ତୁମର ଏଇଟା ସ୍ପେସିଆଲ ଅଦା ପକା ଚା' ମୋ ବୋଉ ପାଇଁ । "


Rate this content
Log in

More oriya story from Bidyut lata Mishra

Similar oriya story from Inspirational