Bidyut lata Mishra

Abstract Others

2.5  

Bidyut lata Mishra

Abstract Others

ବୋଉ ଓ ପହିଲି ଭୋଗ

ବୋଉ ଓ ପହିଲି ଭୋଗ

3 mins
289



   ପୌଷ ମାସର ଗୋଟିଏ ଶୀତୁଆ ସକାଳ । ବଡ ପୁଅ କୌଶିକ୍ର ପରୀକ୍ଷା ଯୋଗୁଁ ଓଡିଶା ଯିବା ସମ୍ଭବ ହୋଇପାରିଲା ନାହିଁ । ବ୍ୟସ୍ତ ବହୁଳ ଦିଲ୍ଲୀ ସହର ,ସମସ୍ତେ ଏଠି ବ୍ୟସ୍ତ ଲାଗେ ଯେମିତି ସହରଟି ଦୌଡ଼ୁଛି ଅହରହ । କାହାର ସମୟ ନାହିଁ କାହା ପାଇଁ । ଧର୍ମପତ୍ନୀ ସୁନନ୍ଦା ଙ୍କ ଗାଁକୁ ଯିବାକୁ ଭାରି ମନ ତେଣୁ ପୁଅ ପାଖେରହିବାକୁ ହେଲା ମତେ ।


 ସାନ ପୁଅ ରୌନକ୍କୁ ନେଇ ବାଲେଶ୍ୱର ଚାଲିଯାଇଥାନ୍ତି ସୁନନ୍ଦା । ଘର ସମ୍ଭାଳିବା ଯେ କେତେ କଷ୍ଟ ଆଜି ତାହା ହୃଦୟଙ୍ଗମ ହେଉଥିଲା । ସକାଳୁ ପୁଅର ଟିଫିନ୍, ମୋ ଚା' ,ଲଞ୍ଚ ସବୁ ପ୍ରସ୍ତୁତ କରି ଅଫିସ ଯିବାକୁ ହେଉଥିଲା । ଘରକୁ ଫେରିବା ପରେ ହାତକୁ ପାଣି ଗିଲାସେ ଦେବାକୁ ସୁଦ୍ଧା କିଏ ନଥାନ୍ତି । କିନ୍ତୁ ଏତେ କଷ୍ଟ ଭିତରେରହିବି ଭାବି ମଧ୍ୟ ସୁନନ୍ଦାଙ୍କୁ ବାପ ଘରକୁ ଯିବାକୁ ମନା କରିପାରିଲି ନାହିଁ । ବର୍ଷ ସାରା ତ ଆମ ପାଇଁ କାମ କରେ,ଏହି ଛୁଟିରେ ସେ ପ୍ରତିବର୍ଷ ଥରୁଟିଏ ଘରକୁ ଯାନ୍ତି ।


   ବଡ ପୁଅର ଟେନ୍ତ କ୍ଲାସ ତେଣୁ ଏତିକି କଷ୍ଟ ଗ୍ରହଣ ପାଇଁ ମୁଁ ପ୍ରସ୍ତୁତ ଥିଲି । ବୋଉ ସାନ ଭାଇ ପାଖେ ରହେ ଭୁବନେଶ୍ୱରରେ,ସକାଳୁ ସକାଳୁ ଭାଇର ଫୋନ ଆସିଲା ,ବୋଉ କାଳେ ଜିଦ୍ କରୁଛି ଏଠାକୁ ଆସିବାକୁ । ବୋଉକୁ ଓଡିଶା ଛାଡି ଆସିବାକୁ ଭଲ ଲାଗେ ନାହିଁ,୭୫ ବର୍ଷ ବୟସରେ ବୋଉ ଆଉ ଠିକସେ ଚାଲି ବୁଲି ପାରୁନି ।

ଏବେ ସୁନନ୍ଦା ବି ନାହିଁ ତେଣୁ ମନରେ ଟିକେ ଇଛା ହେଉନଥିଲା ବୋଉକୁ କଷ୍ଟ ଦେବାକୁ । ତଥାପି ତିନିମାସ ଧରି ବୋଉକୁ ଦେଖିନଥିଲି । ପ୍ରତିଦିନ ଭିଡିଓ କଲରେ ଦେଖିଲେ ମଧ୍ୟ ପାଖରୁ ଦେଖିବା ଆଉ ତା ଧୋବ ଫର ଫର ପଣତରେ ଟିକେ ମୁଁହ ପୋଛିବା ସତରେ ନିଆରା । ଗୋଡ ତଳେ ଲାଗୁନଥିଲା ମୋର । ବୋଉ ଠିକ୍ ପର ଦିନ ସାନ ଭାଇ ସହ ଫ୍ଲାଇଟରେ ଆସିଲା ଦିଲ୍ଲୀ । କେମିତି କଣରୋଷେଇ ହେବ ବୁଝିପାରୁ ନଥିଲି । କଷ୍ଟେ ମଷ୍ଟେରୁଟି, ଡାଲମାରେ ସେହି ଦିନରରାତ୍ର ଭୋଜନ ହେଲା ।


 ସକାଳୁ ନିଦ ଭାଙ୍ଗୁ ଭାଙ୍ଗୁ ଘର ଭଣ ଭଣ ବାସୁଥିଲା । ବାହାରକୁ ଆସି ଦୁଇ ଭାଇ ଦେଖୁ ତ ,ବୋଉ ରୋଷେଇ ଘରେ ଲୁଂଗୁରୁ ଲୁଂଗୁରୁ ହୋଇ କଣ ସବୁ କରୁଛି । ପୁଅ ବସି ଖାଉଛି ।

"ମନେ ପଡୁଥିଲା ଗତ ବର୍ଷ ଶୀତ ଛୁଟି ବେଳର କଥା । ପୁରା ପରିବାର ମିଶି ଗାଁକୁ ଯାଇଥାଉ । ଗାଁ ଟି ଆମର ଛୋଟିଆ ବାପା ଥିଲା ବେଳେ ନିଜ ଅନ୍ତିମ ନିଶ୍ୱାସ ଯାଏଁ ଗାଁ ମାଟି ଛାଡି ନଥିଲେ । ଗାଁର ପ୍ରତ୍ୟକ ପର୍ବ ପାର୍ବଣ ବାପା ଙ୍କ ବିନା ପରାମର୍ଶରେ ହେଉନଥିଲା । ବାପା ଙ୍କ ମୃତ୍ୟୁ ପରେ ବୋଉର ଅନିଚ୍ଛା ସତ୍ତ୍ୱେ ତାର ଅସୁସ୍ଥତା ଯୋଗୁଁ ତାକୁ ଭୁବନେଶ୍ୱରରେରହିବାକୁ ହେଲା । ସେଦିନ ସକାଳୁ ଆମେ ଘରେ ପହଞ୍ଚୁ ପହଞ୍ଚୁ ଗୋପାଳଜୀଉ ମଠରୁ ନିଧି କକା ପହିଲି ଭୋଗ ଧରି ପହଞ୍ଚୀ ଗଲେ ।


-ପୁଅ ମୋର କହୁଥିଲା ,"ଏତେ ସକାଳୁ ମନ୍ଦିରରେ କେମିତି ଭୋଗ ହୋଇଯାଏ ଜେଜେ ମା । "

-ବୋଉ କହୁଥିଲା,"ଆରେକୁଶ ଏହି ପୁଷ ମାସରେ ମାଆ ଲଷ୍ମୀ ବାପ ଘରକୁ ଚାଲି ଯାନ୍ତି ,ମା ଯଶୋଦା ପାହାନ୍ତାରୁ କାଳିଆ ପାଈଁରାନ୍ଧନ୍ତି ,ଖେଚୁଡ଼ି,ଡାଲମା,ମହୁର,ଆମ୍ବିଳ,ରାଇ ,କ୍ଷୀରି ,ପୁଳି, କାକରା ଏମିତି କେତେ କଣ । ତେଣୁ ଏହି ମାସରେ ପହିଲି ଭୋଗ ହୁଏ । "


  ଆଜି ବୋଉ ବଡି ଭୋରରୁ ଶୀତରେ ଥୁରୁ ଥୁରୁ ହୋଇ ଉଠି ଗାଧୋଇ ପାଧୋଇରାନ୍ଧି ଦେଇଥିଲା ମୋ ମନ ପସନ୍ଦର ମିଠା ଖେଚୁଡ଼ି, ଡାଲମା ,ଘାଣ୍ଟ,ପୀଠଉ ଦିଆ କଦଳୀ ଭଜା । ପୁଅ ଆନନ୍ଦରେ ଖାଉ ଖାଉ କହିଥିଲା ।


- ପାପା !! ଆଜି ଆଉ ବ୍ରେକ ଫାଷ୍ଟ ନାହିଁ ,ଡ଼ାଇରେକ୍ଟ ଲଞ୍ଚ । ଜେଜେ ମା ପରା ତୁମ ଦୁଇ ଭାଇ ପାଇଁ ପହିଲି ଭୋଗ ରାନ୍ଧିଛନ୍ତି ।


 ବୋଉର ଶୁଖିଲା ମୁଁହରେ ମୁଁ ଟିକେ ହାଲିଆ କିମ୍ବା ଅଳସ ଦେଖିଲି ନାହିଁ । ମୋ ମୁଁହକୁ ଆଉଁସି ହସି ହସି କହୁଥିଲା

-ଆରେ ଠିଆ ହୋଇରହିଲୁ କଣ ,ଯା ଗାଧୋଇ ପାଧୋଇ ଆସେ ,ଡେରିରେ ଖାଇ ପିଇ ତୋ ଦେହ କଣ ହେଲାଣି ଯେ!!


  ଗାଧୋଇ ପାଧୋଇ ଦୁଇ ଭାଇ ଖାଉଥିଲୁ ,"ମୋ ବୋଉ ହାତର ସ୍ୱାଦିଷ୍ଟ ଖାଦ୍ୟ । " ପୁଅ ଠିକ୍ କହୁଥିଲା "ମାଆ ହାତରନ୍ଧା ଖାଦ୍ୟ ସତେ ଯେମିତି ପହିଲି ଭୋଗ । "



Rate this content
Log in

Similar oriya story from Abstract