Dr Jharana Satapathy

Inspirational

3  

Dr Jharana Satapathy

Inspirational

ବନ୍ଧୁତାର ଅତୁଟ ବନ୍ଧନ

ବନ୍ଧୁତାର ଅତୁଟ ବନ୍ଧନ

3 mins
713



ଦୁଇଜଣଙ୍କର ସାଥୀର ବନ୍ଧନକୁ ବନ୍ଧୁତ୍ବ କୁହାଯାଇପାରେ। ଏହି ବନ୍ଧୁତ୍ବ ଖାଲି ମଣିଷ ମଣିଷ ଭିତରେ ସୀମିତ ନୁହଁ।ମନୁଷ୍ୟ ଏବଂ ପଶୁପକ୍ଷୀ ଭିତରେ ହୋଇପାରେ।ଗଛଟି ମଧ୍ୟ ବନ୍ଧୁ ହୋଇପାରେ।ଆଉ କେତେଜଣ ଭାବନ୍ତି ସାଙ୍ଗସାଥୀ ବ୍ୟତିତ ପୁସ୍ତକଟି ମୋର ପ୍ରକୃତ ବନ୍ଧୁ। ସେମିତି ବନ୍ଧନରେ ବାନ୍ଧି ହୋଇଛି ଶିବୁ , ଯିଏ ସେହି ସଂପର୍କର ଡୋରିର ବନ୍ଧନରେ ବାନ୍ଧି ହୋଇ ନିଜ ପରିବାରର ମୋହମାୟାକୁ ପଛରେ ପକାଇ ନିଜ ବନ୍ଧୁଙ୍କ ପାଇଁ ସବୁକିଛି ଭୁଲିଯାଇଛି। ସେ ଜାଣେ ସେମାନେ ହିଁ ତାର ସବୁକିଛି । ନିଜକୁ ହଜାଇ ଦେଇଛି ସେମାନଙ୍କ ବନ୍ଧୁତା ମଧ୍ୟରେ। ବନ୍ଧୁତା ଦିବସରେ ପ୍ରତ୍ୟେକ ଜଣକ ହାତରେ ସଂପର୍କର ସୂତାଖିଅ ଟିଏ ବାନ୍ଧି ତାର ବନ୍ଧୁତା ରକ୍ଷା କରିଛି।


ଶିଵୁ ହଟି ହଟି ବାପାମାଆଙ୍କର ଶହେପଦ ମନାସର୍ତ୍ତେ ଧରିଆଣିଲା ତାର ସାଥୀଟିକୁ।ଦେଖିବାକୁ ଖୁବ୍ ସୁନ୍ଦର ଡଉଲଡାଉଲ।ବଛାବଛି କରି ନାଆଁ ଦେଲା ମୋତି। ବନ୍ଧୁତ୍ବ ଦିବସରେ ସେହି ସାଥୀଟିକୁ ଆଣିଥିଲା ଘରକୁ।ଦିନରାତି ତା ସହ ସମୟ ଦିଏ।ଶିବଶଙ୍କର ତୃତୀୟ ବର୍ଷର ଇଞ୍ଜିନିୟର ଛାତ୍ର। ପଢାପଢି ସହ ତାର ଅଧିକ ଧ୍ୟାନ ତା ସାଥୀଟିଏ ପ୍ରତି।ସେ ଭାବେ ମୋତି ତା ପାଇଁ ସବୁକିଛି।ଅମାପ ପ୍ରେମ ତା ପାଇଁ ଅଜାଡିଦିଏ।ଶିବୁରବାପା ଜଣେ ଜେନେରାଲ ମେନେଜର।ସେ ଶିବୁର ଏ ପିଲାଲିଆଳିମିକୁ ଆଦୌ ବରଦାସ୍ତ କରନ୍ତି ନାହିଁ।ଟିକେ ଟିକେ କଥାରେ ଶିବୁର ତା ସାଥୀ ଭିତରେ ବନ୍ଧୁତାକୁ ନେଇ ଝଗଡା କରନ୍ତି। ତା ସ୍ଥାନ ଯେଉଁଠି ତାକୁ ସେଠି ରଖ।ତା ସହିତ ଅଧିକ ମିଳାମିଶା ବନ୍ଦ କର।


ଶିବୁ ଦିନେ ରାଗିଯାଇ ତା ବାପାକୁ ପ୍ରଶ୍ନକଲା ପ୍ରକୃତ ବନ୍ଧୁ କିଏ ବାପା ? ସେମାନଙ୍କୁ ତୁମେ ନିଜର ବନ୍ଧୁ ଵୋଲି କହିପାରୁଛ , ତୁମକୁ ଯିଏ ଖରାପ ରାସ୍ତାରେ ଆଣୁଛନ୍ତି। ତୁମେ ସେହି ବନ୍ଧୁମାନଙ୍କ ସହ ମିଶି ମଦପିଇ ମାତାଲ ଅବସ୍ଥାରେ ଘରକୁ ଫେରୁଛ।ରାମୁ କାକା ଲାଗି ତୁମେ ଆଜି ବଞ୍ଚିଗଲ କାଇଁ ତୁମେ ରାମୁକାକାକୁ ବନ୍ଧୁବୋଲି ଭାବୁନ! ସିଏ ଆମ ଘରର ଚାକର ବୋଲି।ସମସ୍ତଙ୍କର ଚିନ୍ତାଧାରା ସମାନ ନଥାଏ।ଯିଏ ତୁମର ବିପଦ ସମୟରେ ସାଥୀ ହୋଇଠିଆ ହୁଅନ୍ତି, ସୁଃଖର ହେଉ କିମ୍ବା ଦୁଃଖରେ ସିଏ ହିଁ ପ୍ରକୃତ ବନ୍ଧୁ।


ଜଣେ ଲୋକ ତା ଜୀବନ କାଳ ଭିତରେ ଗୋଟିଏ ପ୍ରକୃତ ବନ୍ଧୁ ପାଇବା ବଡ଼ ଭାଗ୍ୟର କଥା।


ମୁଁ ଆଜି ଯାହାକୁ ଘରକୁ ଆଣିଛି ମୋର ଅସହାୟ ଅବସ୍ଥାରେ ମତେ ସିଏ ସାହାର୍ଯ୍ୟ କରିଥିଲା।ମୁଁ ଯାହାକୁ ମୋ ଜୀବନଠୁ ଅଧିକ ଭଲ ପାଉଥିଲି ମୋ ସାଙ୍ଗ ପପୁନକୁ, ସେଦିନ ମତେ ଚୋରତସ୍କରଙ୍କ ହାବୁଡରେ ଏକାକି ଛାଡିଦେଇ ଦୌଡିଚାଲିଗଲା ନିଜର ପ୍ରାଣବିକଳରେ।ସେହି କୁକୁର ମୋତି ଲାଗି ବଞ୍ଚିଗଲି।ନିଜ ବନ୍ଧୁ ହୋଇ ବନ୍ଧୁର ଜୀବନ ରକ୍ଷା କରିପାରିଲା ନାହିଁ।ଯଦି ମୋର ଆଜି କଣ ହୋଇଯାଆନ୍ତା! ପପୁନ ଉପରୁ ମୋର ଭରସା ତୁଟି ଗଲା।


ପିଛାକରୁଥିଵା ଲୋକ ମତେ ଛୁରିଦେଖାଇ ଧମକ ଦେବାବେଳେ ମୁଁ ଚିତ୍କାର ଛାଡିଥିଲି।ମୋ ଚିତ୍କାର ଶୁଣି ସେ କୁକୁରଟି କେଉଁଠି ଥିଲା କେଜାଣି ସେମାନଙ୍କ ଉପରକୁ ଲମ୍ଫ ପ୍ରଦାନ କରିଥିଲା।ମୋର ଜୀବନ ମଧ୍ୟ ରକ୍ଷା କରିଥିଲା।ସେହିଦିନଠାରୁ ମୁଁ ତାକୁ ବନ୍ଧୁ ବୋଲି ମାନିନେଇଛି। ମୁଁ ସେହି ରାସ୍ତାଦେଇ ଯିବା ସମୟରେ ମୋ ପଛେ ପଛେ ବହୁଦୂର ଆସିଲା।ମୁଁ ଯେତେ ଆଗକୁ ଯାଉଥାଏ ସେ ମୋ ପଛେ ପଛେ ଆସୁଥାଏ।ମୁଁ ତାକୁ ମୋ ଗାଡିରେ ବସାଇ ତାକୁ ଘରକୁ ଆଣିଛି।ସିଏ ମୋରବନ୍ଧୁ ହୋଇଯାଇଛି। ଖାଲି ମଣିଷ ହିଁ ମଣିଷର ବନ୍ଧୁ ନୁହଁ।


ଶିବୁ ତା ସାଥୀପାଇଁ ଏତେ ମନ ପ୍ରାଣଦେଇ ହଜିଯାଇଥିଲା ସେ ପାଇଥିବା ଚାକିରିକୁ ମଧ୍ୟ କୁଠାରଘାତ କରିଥିଲା।ଏଥିପାଇଁ ତା ବାପାଙ୍କଠାରୁ ଘରୁ ତଡାଖାଇବା ପାଇଁ ପଡିଥିଲା।ବାପାମାଆଙ୍କର ସିଏ ଗୋଟିଏ ପୁଅ।ଅଚାଳଚଳ ସମ୍ପତ୍ତି।ଏହି ସାମାନ୍ୟ କୁକୁରଟି ପାଇଁ ସେ ନିଜ ଚାକିରି ହରାଇ ବାପାମାଆଙ୍କୁ ପଛରେ ପକାଇ ଘରୁ ଗୋଡ କାଡିଥିଲା।


ଶିବୁ ନିଜେ ଏକ କୁକୁର ହୋଷ୍ଟେଲ ଖୋଲି ସେଠି ବହୁ କୁକୁରକୁ ରଖି ସେମାନଙ୍କ ଯତ୍ନ ନିଏ। ଯେଉଁଠି ଅସହାୟ ଅବସ୍ଥାରେ କୁକୁରମାନେ ବାଟଘାଟେ ପଡନ୍ତି ତାକୁ ନିଜେ ସହାୟତାର ହାତ ବଢାଇ ସେବା ସୁଶୃଷାରେ ଲାଗିପଡେ ଶିବୁ। ସେମାନଙ୍କର ଖାଇବା,ପିଇବା ଏମିତି ସବୁକିଛି ନିଜେ ବୁଝେ। ଯାହା ଯାହା ଘରେ କୁକୁରଥାଏ ସେମାନେ ବାହାରକୁ କୌଣସି କାମରେ ଗଲେ ଶିବୁ ପାଖରେ ଛାଡିଚାଲିଯାଆନ୍ତି।ଶିବୁ ସେମାନଙ୍କର ଯତ୍ନ ନିଏ। ଶିବୁ ଏବଂ ତା ସାଥୀମାନଙ୍କ ଭିତରେ ଏମିତି ସଂପର୍କ ହୋଇଯାଏ କେହି କାହାରିକୁ ଛାଡିବାକୁ ପ୍ରସ୍ତୁତ ନୁହନ୍ତି। ରଖିବା ବାବଦରେ ସେ କିଛି ଟଙ୍କା ବି ପାଏ।ସେହି ଟଙ୍କାରେ ସେମାନଙ୍କ ରହିବା ପାଇଁ ଅଲଗା ଅଲଗା କଠୋରିମାନ ତିଆରି କରେ।


ଶିବୁର ବାପା ଦିନେ ଶିବୁକୁ ସାଥିରେ ନେବାପାଇଁ ଆସିଥିଲେ ତାକୁ ବହୁତ ବୁଝାଇଥିଲେ ଏ କୁକୁରମାନଙ୍କର କାମ କରି କଣ ଲାଭ ପାଉଛୁ ! ତୁ ଆଉ ଥରେ ଚାକିରିରେ ଯୋଗଦାନ କରେ ।ତୁ ଭଲ ଦରମା ପାଇବୁ।ତୋର ଭବିଷ୍ୟତ ଦେଖିବୁ। ଏବଂ ତୋ ସାଙ୍ଗ ପପୁନ ତୋ ସହ ଦେଖାକରିବାକୁ ଚାହିଁବସିଛି । ସିଏ କିଏ ବାପା ମୋ ସାଙ୍ଗ !ଶୁଣ ବାପା! 


ମୋ ଜୀବନରେ ମୁଁ ତିନିପ୍ରକାର ବନ୍ଧୁତାର ବନ୍ଧନରେ ବାନ୍ଧିହୋଇସାରିଛି। "ତୁ" ସାଙ୍ଗ, "ତମେ" ସାଙ୍ଗ,ଏବଂ "ଆପଣ" ସାଙ୍ଗ।"ତୁ" ସାଙ୍ଗ ମୋ ଶୈଶବ ବେଳର।ହାଇସ୍କୁଲ ପର୍ଯ୍ୟନ୍ତ ସୀମିତ ଥିଲା ସୀମାରେଖା।ଯେଉଁ ଆନନ୍ଦ ମିଳୁଥିଲା ତାହା ନିଜସମ୍ପର୍କୀୟ ପାଖରେ ତାହା ମିଳୁନାହିଁ ।ହାଇସ୍କୁଲ ପରେ ନୂତନ ବନ୍ଧୁ ସୃଷ୍ଟି ହେଲା ଯାହାକୁ ତମେ ସମ୍ବୋଧନ କଲି ।ତୁ ସାଙ୍ଗ ଅପେକ୍ଷା ଏମାନଙ୍କ ପାଖରେ ଆନ୍ତରିକତା କମ୍ ଥିଲା। ପରବର୍ତ୍ତି ସମୟରେ ପପୁନ ଭଳି ବିଭିନ୍ନ ସାଙ୍ଗ ସେମାନେ "ଆପଣ" ପର୍ଯ୍ୟାୟଭୁକ୍ତ। କର୍ମକ୍ଷେତ୍ରରେ,ବୃତ୍ତି ଜୀବନରେ ବନ୍ଧୁତା ସୃଷ୍ଟିହେଲା। ଏହି ବନ୍ଧୁତାରେ ଏତେ ଆନ୍ତରିକତା ନଥିବାରୁ ସେହି ବନ୍ଧୁତାରେ ପୂର୍ଣ୍ଣଛେଦ ପଡିଯାଇଥିଲା।ସେଥିରେ ଖାଲି ସ୍ବାର୍ଥ ଛଡା ଆଉ କିଛି ନ ଥିଲା ।


କିନ୍ତୁ ବର୍ତ୍ତମାନ ମୋ ଜୀବନରେ ଯେଉଁ ବନ୍ଧୁମାନଙ୍କୁ ପାଇଛି ବିନା ସ୍ବାର୍ଥରେ ଜଡିତ ଅଛନ୍ତି।ସେମାନେ ଖୁବ୍ ବିଶ୍ବାସି ଏବଂ ବିଶ୍ବସ୍ତ ମଧ୍ୟ।ସେମାନେ ବନ୍ଧୁ ନୁହନ୍ତି ମୋ ଜୀବନ! ବନ୍ଧୁତାର ଅତୁଟ ବନ୍ଧନ ସେତ ନିଃସ୍ବାର୍ଥପର ବନ୍ଧୁତାର ବନ୍ଧନ। ଠିକ୍ ଏହି ସମୟରେ ମୋତି ଲାଞ୍ଜ ହଲାଇ ହଲାଇ ଆସି ଶିବୁର ହାତ ଗୋଡ ଚାଟିବାକୁ ଲାଗିଲା। ଅନ୍ୟ ସାଥୀମାନେ କିଏ ଶିବୁ ଉପରେ ଟିକେ ଚଢିଯାଆନ୍ତି, ଆଉ କିଏ ଚପଲକୁ ଟିକେ ଟାଣିଦିଅନ୍ତି। ଭାବନ୍ତି ଶିବୁ ମଧ୍ୟ ତାଙ୍କର ବନ୍ଧୁଟିଏ। ଶିବୁ ଏମିତି ଜୀବନସାରା ବାନ୍ଧି ହୋଇରହିଗଲା ସେମାନଙ୍କର ନିଃସ୍ବାର୍ଥପର,ସ୍ନେହ ପ୍ରେମର ବନ୍ଧନରେ।


ପରିଶେଷରେ ଶିବୁର ବାପା ବୁଝିପାରିଲେ ବନ୍ଧୁତ୍ବ କ'ଣ !ତାଙ୍କ ଆଖି ଲୁହରେ ଭିଜିଗଲା।


Rate this content
Log in

Similar oriya story from Inspirational