The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Madhumita Mishra

Abstract Comedy

3  

Madhumita Mishra

Abstract Comedy

ବନ୍ଧୁ ମିଳନ

ବନ୍ଧୁ ମିଳନ

3 mins
513



    ଗତ ରାତିରୁ ସେଇ ଗୋଟିଏ କଥା।ଶ୍ରୀମତୀଙ୍କ ମୁଣ୍ଡରେ ଯାହା ପଶିବ ସେଇୟା।ସେଥିରେ କଣ କେବେ କିଛି ନୂତନତ୍ବ ଅଛି କି ? କେଜାଣି କେମିତି ତାଙ୍କ ମୁଣ୍ଡରେ ପଶିଗଲା ସୁଧାକର ବାବୁ ହେଉଛନ୍ତି ସୁଦାମା ଆଉ ଏ ନବ ନିର୍ବାଚିତ ନେତା ଗୋପାଳ ବାବୁ କୁଆଡେ ସ୍ଵୟଂ ଶ୍ରୀକୃଷ୍ଣ !


    "ତୁମ ନାମ ସୁଧା ମାନେ ସୁଦାମା ଆଉ ଗୋପାଳ ବାବୁ ନିଜେ ହେଲେ ମାଖନଚୋର। ଦେଖୁନ ନ ହେଲେ ଏମିତି ନାମ କାହିଁକି ହୁଅନ୍ତା ? "ସୁଧାକର ବାବୁ ଯେତେ ଏଇ କଥାକୁ ହାଲକା କରିବାକୁ ଚେଷ୍ଟା କରୁଛନ୍ତି ଶ୍ରୀମତୀ ସେତେ ଗଭୀର ଯୁକ୍ତି ଦେଇ ଚାଲିଛନ୍ତି। ଯେମିତି ସେମାନଙ୍କ ପିଲା ଦିନରୁ ଥିବା ବନ୍ଧୁତା କଥା। ଆଉ ଗୋପାଳ ବାବୁଙ୍କ ଆର୍ଥିକ ସ୍ୱାଛନ୍ଦ୍ୟ ସହ ସୁଧାକର ବାବୁଙ୍କ ଦରିଦ୍ରତାର ଗାଥା।ଏଇ ସବୁ କେବଳ ଯୋଗାଯୋଗ ନୁହେଁ ଅପିତୁ ଗତ ଜନ୍ମର ସଂଯୋଗ କହି କହି ସକାଳୁ ରୋଷେଇ ଘର ଦ୍ବାର ମଧ୍ୟ ଖୋଲା ହେଲା ନାହିଁ। ସେଇ ଗୋଟିଏ ଜିଦ୍ ସୁଧା ବାବୁ ଯିବେ ସୁଦାମା ହେଇ ଗୋପାଳ ବାବୁଙ୍କ ପାଖକୁ ଆଉ ଗତ ଜନ୍ମ ପରି ଏ ଜନ୍ମରେ ବି ମାଗି ଆଣିବେ ଅମାପ ଧନ ଦୌଲତ ।


    ଆଉ ପାରି ହେବନି ବୁଝାଇ ବୁଝାଇ ସୁଧା ବାବୁ ଥକି ଗଲେଣି।ବାଲ୍ୟକାଳରେ ସାଙ୍ଗ ହେଉଥିଲୁ ବୋଲି ଗୋପୁ କଣ କୃଷ୍ଣ ଆଉ ସେ ସୁଦାମା ହେଇ ଗଲେ କି ? କିନ୍ତୁ ପତ୍ନୀ ତ ଶୁଣିବେନାହିଁ । ଅଗତ୍ୟା ପଚାରି ଦେଲେ"କୁହ..ତେବେ କଣ କରିବି ?'"


    ଏଇ ମୌକାକୁ ଚାହିଁ ବସିଥିବା ମହିୟସୀ ମହିଳା ଜଣକ ସଙ୍ଗେ ସଙ୍ଗେ ଏକ ସଫା ଧୋବ ଫରଫର ରୁମାଲ ଆଣିଲେ।ସେଥିରେ କିଛି ପପ୍ କର୍ଣ ବାନ୍ଧିବାକୁ ଲାଗିଲେ।କହିଲେ "ଆଉ ଖୁଦ ଭଜା ଯୁଗ ନାହିଁ କି ତମ ଗାମୁଛା ନାହିଁ ତେଣୁ ରୁମାଲରେ ପପ କର୍ନ ବାନ୍ଧୁଛି।ଗୋପାଳ ବାବୁଙ୍କୁ ଦେଇ ଦେବା।"ବାଧ୍ୟ ଶିଶୁଟି ପରି ମୁଣ୍ଡ ହଲାଇ ସୁଧା ବାବୁ ବାହାରିଗଲେ ଗୋପାଳ ବାବୁଙ୍କ ଦ୍ୱାରକା ଭବନ ମାନେ ମନ୍ତ୍ରୀ କ୍ୱାର୍ଟର ଅଭିମୁଖେ..


    ସେଦିନର ସେ ରାଜ ସଭା ପରି ଗୋପାଳ ବାବୁ ବ୍ୟସ୍ତ ଥିଲେ ଏକ ମିଟିଂ ରେ। ସୌଜନ୍ୟ ଦୃଷ୍ଟିରୁ ସୁଧା ବାବୁ ନମସ୍କାର କରି ଚୁପ୍ ଠିଆ ହେଲେ।ଗୋପାଳ ବାବୁ ଯଥାଶୀଘ୍ର ବୈଠକ କାମ ସାରି ସୁଧା ବାବୁଙ୍କୁ ପାଖକୁ ଡାକିଲେ। ସୁଧାବବୁ ନମ୍ର ଭାବରେ ରୁମାଲ ଟିକୁ ଲୁଚାଇ ପାଖରେ ଠିଆ ହେଲେ।କିଛି କ୍ଷଣ ପରେ ନିଜ ନାମ ପରିଚୟ ସହ ସେ କିପରି ଗତ ଜନ୍ମର ଅଭାଗା ସୁଦାମା ଓ ଗୋପାଳ ବାବୁ ସ୍ଵୟଂ ପରଂବ୍ରହ୍ମ ଶ୍ରୀକୃଷ୍ଣ ତାହା ପତ୍ନୀ ଶିଖାଇଥିବା ପ୍ରମାଣ ସହ ବର୍ଣ୍ଣନା କଲେ।

 

  ଦଳୀୟ କର୍ମକର୍ତ୍ତାଙ୍କୁ ଫଟୋ ଉଠାଇବାକୁ ନିର୍ଦେଶ ଦେଇ ରୁମାଲ୍ ଖୋଲି କୃଷ୍ଣ ଖୁଡ଼ଭଜା ଖାଇଲା ପରି ଗୋପାଳବାବୁ ପପକର୍ଣ ଖାଇବାକୁ ଲାଗିଲେ।ଭାବ ବିହ୍ୱଳ ହୋଇଗଲେ ସୁଧାବାବୁ ସତରେ ଶ୍ରୀମତୀ ଠିକ୍ କହୁଥିଲେ। ଏଇତ ସାମନାରେ ଗୋପାଳ ନିଜେ ସୁଦାମା ହାତରୁ ନେଇ ଖାଉଛନ୍ତି।କୋଟି ନିଧି ପାଇଲା ପରି ଯୋଡ଼ ହସ୍ତରେ ଆଣ୍ଠୁମାଡ଼ି ବସିଥିବା ସୁଧା ବାବୁଙ୍କ ଆଖି ଆନନ୍ଦରେ ଭରି ଯାଇଥିଲା।

 


   ପାଞ୍ଚ ସାତୋଟି ଫଟୋ ଉଠିବା ପରେ ବଳକା ଖାଦ୍ୟ ପାଖ ଅଳିଆ ଦାନି କୁ ପକେଇ ଦେଇ ଗୋପାଳ ବାବୁ ବନ୍ଧୁ ଆଗମନର କାରଣ ପଚାରିଲେ।ପତ୍ନୀଙ୍କ କଡା ତାଗିଦ"ହେଇ ..କାଙ୍ଗାଳଙ୍କ ପରି ମାଗିବନି ସୁଦାମା ପରି ଧନ ନ ହେଲେ ବି ଦଶ କୋଡ଼ିଏ ଲକ୍ଷ ମିଳିଗଲେ କାମ ସରିଗଲା ବୁଝିଲ..??" ସୁଧା ବାବୁଙ୍କ ପାଟି ଖନୀ ମାରିଗଲା। ତଥାପି କହିଲେ"ହେ ଦୀନ ଦୟାଲ ଗୋପାଳ !ଏ ସୁଦାମା ର ଦରିଦ୍ରତା କଣ ଆପଣଙ୍କୁ ଅଛପା ପ୍ରଭୁ ? ଦୁଃଖ ଦୂର କର ମହାବାହୁ..."


    ହଠାତ୍ ଠୋ ଠୋ ହସି ଉଠି ଗୋପାଳ ବାବୁ କୃଷ୍ଣ ସୁଦାମା ବନ୍ଧୁ ମିଳନର ଫଟୋ ଖବର କାଗଜରେ ଛପାଇବାକୁ ନିର୍ଦେଶ ଦେଲେ ଓ କହିଲେ ତାଙ୍କ ଉଦାର ହୃଦୟର ବ୍ୟାଖ୍ୟା ରେ ଯେପରି ତ୍ରୁଟି ନ ରୁହେ..


   ଆଉ ସୁଧା ବାବୁଙ୍କୁ କହିଲେ" ବୁଝିଲୁ ସୁଧା ସବୁ ପାଖାପାଖି ଗତ ଜନ୍ମ ପରି ହେଲେ ମଧ୍ୟ କୃଷ୍ଣଙ୍କ ପରି ଷୋଳ ସହସ୍ର ରାଣୀ କାହାନ୍ତି ? ଆଉ ରାଣୀ ନ ଥାଇ ମୁଁ କି ରାଜା ହେବି ଯେ ?ତୁ ଟିକେ ରାଣୀ ମାନଙ୍କୁ ଖୋଜି ଆଣ ପରେ କେବେ ଦେଖା ହେବା..."


   ଆଉ ତାଙ୍କ ମୁହଁକୁ ନ ଚାହିଁ ଗୋପାଳ ବାବୁ ଅନ୍ୟ ଏକ ମିଟିଂ ପାଇଁ ଆଗେଇ ଯାଇଥିଲେ ଆଉ ସୁଧା ବାବୁ ଭାବୁଥିଲେ ଘରକୁ କି ମୁହଁ ନେଇ ଫେରିବେ...!


Rate this content
Log in