STORYMIRROR

Sunanda Mohanty

Abstract Inspirational

3  

Sunanda Mohanty

Abstract Inspirational

ବନ ଦେବୀ

ବନ ଦେବୀ

1 min
185

ସେଦିନ ସାବିତ୍ରୀ ବନ ମଧ୍ୟରେ ସ୍ବାମୀଙ୍କୁ ହରାଇ ନିଜ ସତୀତ୍ୱ ବଳରେ ବନକୁ କରିଥିଲେ ଜୀବନ୍ତ। କିମ୍ବଦନ୍ତୀ ପାଲଟିଥିବା ସାବିତ୍ରୀଦେବୀଙ୍କ ସତୀତ୍ୱ , ତ୍ୟାଗ, ନାରିତ୍ଵ ତଥା ଦୁଇକୁଳର ହିତା ଦୁହିତାର ପ୍ରମାଣରେ ସେଦିନ , ପ୍ରମାଣ ସ୍ବରୂପ ବନ ହୋଇଥିଲା ଜୀବନ୍ତ। ଆଜି ବନ ସଂରକ୍ଷଣ ଆହ୍ବାନରେ କେହି କେହି ଗଛ ଲଗାଉଛନ୍ତି, ସବୁଜ ବଳୟ ସୃଷ୍ଟି କରିବାକୁ ଦୃଷ୍ଟି ଦେଉଛନ୍ତି ସତ, ହେଲେ ବନାନୀ ଜୀବନରେ ଯାହା ଘଟିଗଲା , ଭୁଲିପାରିନି ବନାନୀ। ବନ ସଂରକ୍ଷଣ ପାଇଁ ମନ ମୁନ ଚୈତନ୍ୟ ଲାଗଇ ଲାଗିପଡିଛି ସେ ଜୀବନ୍ତ ବନକୁ ଆହୁରି ଜୀବନ୍ତ କରିବାକୁ ଓ କରାଇବାକୁ ଉଦ୍ୟମ ଜାରି ରଖିଛନ୍ତି ଡାକ୍ତର ବନାନୀ ପଟ୍ଟନାୟକ l

ଆଜିକାଲିର ଦୁଷ୍କର୍ମ ଖବରରେ ଆଉ କେତେକ ଜୀବନ୍ତ ସତ୍ୟ ପ୍ରମାଣିତ ଘଟଣାରେ ସମସ୍ତେ ଡରିଯାଉଥିବା ବେଳେ, ସେଦିନ ସନ୍ଧ୍ୟା ପରେ ରୋଗୀର ସାଙ୍ଘାତିକ ଅବସ୍ଥା ଖବର ପାଇ ବନାନୀ ପଟ୍ଟନାୟକ ବାହାରିଥିଲେ ହସ୍ପିଟାଲ, ବନ ବାଟ ଦେଇ। କିଛି ସମୟ ପରେ ଅନୁଭବ କରିଥିଲେ ତାଙ୍କ ସ୍କୁଟି କୁ ଦୁଇଟି ବାଇକରେ ଚାରିଜଣ ଯୁବକ ଅନୁଧାବନ କରୁଛନ୍ତି। ପ୍ରଥମେ ବାନାନୀଙ୍କୁ ଲାଗିଥିଲା ରୋଗୀର ସମ୍ପର୍କୀୟ ହୋଇଥିବେ କିନ୍ତୁ ରୋଗୀର ସମ୍ପର୍କୀୟମାନେ ହସ୍ପିଟାଲରେ ଅପେକ୍ଷା କରିଥିବାର ଫୋନ ପାଇ ବନାନୀ ଡାକ୍ତର ହେଲେ ବି ଡରିଯାଇଥିଲେ।

ନିଜର ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି ସ୍କୁଟିର ଲାଇଟ ଲିଭାଇ ଲୁଚି ଯାଇଥିଲେ ବନାନୀ ବନ ଭିତରେ। ବାଇକ ଲାଇଟର ଆଲୋକ ଏଡ଼ାଇ ଗଛପତ୍ର ଆଢ଼ୁଆଳରେ ରହି ଫୋନ କରିଥିଲେ ହସ୍ପିଟାଲ ଷ୍ଟାଫଙ୍କୁ, ତ ସେମାନେ ଆସି ନେଇଥିଲେ ବନାନୀଙ୍କୁ ବନରୁ ଉଦ୍ଧାର କରି। ସେହିଦିନରୁ ବନାନୀ ରୋଗୀ ସେବା କରିବା ସହ ଗଛ ଲାଗଇ ବନ ସଂରକ୍ଷଣ ଯୋଜନାରେ ନିଜକୁ ହଜାଇ ଅନ୍ୟମାନଙ୍କର ପ୍ରେରଣା ସାଜିବା ସହ ଗଛ ଯେ ପରିସ୍ଥିତି ପଡ଼ିଲେ ମଣିଷର ଜୀବନ ମଧ୍ୟ ବଞ୍ଚାଇବାରେ ସହାୟକ ହୋଇପାରେ ବାର୍ତ୍ତା ଦେଇଥିଲେ ଦୁନିଆକୁ କାରଣ ସେଦିନ ରାତିରେ ସେହି ଗଛ ଭର୍ତ୍ତି ବନ ତାଙ୍କ ପାଇଁ ଜୀବନ୍ତ ସାଜିଥିଲା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract