STORYMIRROR

Bibek panda

Drama Romance

3  

Bibek panda

Drama Romance

ବଜାରି

ବଜାରି

3 mins
197

ବଜାରି ଶବ୍ଦ ଟା ଆଜି କାଲି ଅଉ ଶୁଣିବାକୁ ମିଳୁନି,ହେଲେ ଦିନଥିଲା ଏହି ଶବ୍ଦଟିର ପ୍ରୟୋଗ ଭରପୁର ହେଉଥିଲା, ଖାସ କରି ଯଦି କୌଣସି ପୁଅ କୌଣସି ଝିଅ କୁ ବାରମ୍ବାର ଦେଖେ ଅବା ଦେଖି କି ସ୍ମିତ ହାସ୍ୟ ଦେଏ ଅବା କିଛି ଇଙ୍ଗିତ କରେ ତାକୁ ସରଳ ଭାବେ ଝିଅ ମାନେ ବଜାରି ବୋଲି କୁହନ୍ତି,ମୁହଁ ଉପରେ ବଜାରି କହିଲେ ବି ଝିଅ ମାନଙ୍କର ସାଧା ସିଧା ପୁଅ ମାନଙ୍କ ଅପେକ୍ଷା ଏଇ ବଜାରି ପିଲା ମାନଙ୍କ ପ୍ରତି ଆକୃଷ୍ଟ ଭାବ ଟିକେ ଅଧିକ..|

ସେଦିନ KIIMS ହସ୍ପିଟାଲର ମେଡ଼ିସିନ OPD ସ୍ମିତା ଫାଇଲ ଖଣ୍ଢେ ଧରି ନିଜ ନମ୍ବରକୁ ଅପେକ୍ଷା କରି ବସି ଥାଏ |ଦୀର୍ଘ ଏକ ଘଣ୍ଟା ପରେ ସ୍ମିତାର ନମ୍ବର ପଡିଲା, ସ୍ମିତା ଯାଇ ଡ଼କ୍ଟରଙ୍କ ରୂମ ପୂର୍ବରୁ ଥିବା କାଉଣ୍ଟର ପାଖରେ ଛିଡା ହେଲା |ସେଠି ବସି ଥିବା ନର୍ସ ତା ହାତକୁ ଖଣ୍ଢେ କାଗଜ ବଢ଼ାଇ ଦେଇ କହିଲା -ଡ଼କ୍ଟର ପଣ୍ଡା ଆଜି ଛୁଟିରେ ଅଛନ୍ତି ଆପଣ ଡ଼କ୍ଟର ଦାଶଙ୍କୁ ଦେଖାଇ ଦିଅନ୍ତୁ, ସ୍ମିତା କିଛି ନ କହି ମୁଣ୍ଡ ହଲାଇ ସାମ୍ମତି ପ୍ରକାଶ କଲା,ନର୍ସ ରୂମ ନୁମ୍ବର ୩ କୁ ଯିବାକୁ କହିଲା |ରୂମ ନମ୍ବର ୩ କବାଟ ରେ ଲେଖା ହେଇ ଥାଏ ଡ଼କ୍ଟର ସୁଶାନ୍ତ ଦାଶ (MD) ସ୍ମିତା କବାଟ ଖୋଲି ଭିତରକୁ ଗଲା| ଭିତରେ ଜଣେ ସୁନ୍ଦର ବ୍ୟକ୍ତି ୬ ଫୂଟ ଲମ୍ବ, ବଳିଷ୍ଠ ଚେହେରା, ମୁଣ୍ଡ ରେ କୁଞ୍ଚୁ କୁଞ୍ଚିଆ ଗହଳିଆ ବାଳ, ଚଷମା ଦେଇ ବସି କଣ ଲେଖୁଛନ୍ତି, ସ୍ମିତା ତାଙ୍କୁ ଦେଖି ଜମିତି ଚମକି ପଡିଲା, ତା ମନ ଭିତରେ ଏକ ଅଦ୍ଭୁତ ଝଡ ଘନୀଭୂତ ହେଉ ଥାଏ | ଡ଼କ୍ଟର ପ୍ରେସକରିପସରେ କଣ ଗୋଟେ ଲେଖୁ ଲେଖୁ କହିଲେ ବସନ୍ତୁ, ସ୍ମିତା ର ସେତିକି ସତସହସ ନଥିଲା ସେ ଯାଇ ଡ଼କ୍ଟରଙ୍କ ପାଖରେ ଥିବା ସେ ଚୈର ଉପରେ ବସିବ, ସ୍ମିତା ଠୁ କିଛି ଉତ୍ତର ନ ପାଇ ଲେଖା ବନ୍ଦ କରି ମୁଣ୍ଡ ଉଠାଇ ସ୍ମିତାକୁ ଚାହଁଲେ, ଡ଼କ୍ଟର ମଧ୍ଯ ସ୍ମିତାକୁ ଦେଖି ଚମକି ପଡିଲେ |୧୫ ବର୍ଷ ପରେ ଆମର ଏମିତି ପୁଣି ଥରେ ଦେଖା ହବ ମୁଁ କେବେ ଭାବି ନ ଥିଲି କହି ସ୍ମିତା ଦି ପାଦ ଆଗକୁ ବଢିଲା |ହଁ.. କହି ସ୍ମିତାକୁ ବସିବାକୁ କହିଲେ ଡ଼କ୍ଟର |ଦୁହେଁଙ୍କ ମଧ୍ଯରେ କିଛି ସମୟର ନୀରବତା | ନିରବରତା ଭାଙ୍ଗି ସ୍ମିତା କହିଲା କିଛିବି ବଦଳିନି ନା ସେଇ ହୃଷ୍ଟ ପୃଷ୍ଟ ଚେହେରା ,ବାସ ବାଳ ଗୁଡା ଟିକେ ଧଳା ପଡି ଯାଇଛି ଅଉ ପେଟ ଟା ଟିକେ ସାମାନ୍ୟ ବାହାରକୁ ବାହାରି ଆସିଛି ତା ବ୍ୟତୀତ ଅଉ କିଛି ପରିବର୍ତନ ନାହଁ,ମୁଁ କିନ୍ତୁ ବୁଢ଼ୀ ହେଇ ଗଲିନି ନା?ଡ଼କ୍ଟର କଣ ଉତ୍ତର ଦେବେ ନ ବୁଝି ପରି କହିଲେ -ନା ସେମିତି ନଇଁ | କଣ ହେଇଛି ତମର?

ସ୍ମିତା ଡ଼କ୍ଟରଙ୍କ ପ୍ରଶ୍ନର ଉତ୍ତର ନ ଦେଇ, ତା ଆଡୁ ପ୍ରଶ୍ନ କଲା ସେଦିନ ପରଠୁ ତମେ କୁଆଡେ ଗଲ?ତା ପରେ ତମକୁ ବହୁତ ଖୋଜିଛି ହେଲେ କବେ ପାଇନି, ମନ ଭିତରେ ଅଭିମାନ ରଖି ଡ଼କ୍ଟର ପଚାରିଲେ :କଣ ପାଁଇ ଖୋଜୁଥିଲ?

ସ୍ମିତା :କ୍ଷମା ମାଗିବାକୁ.

ଡ଼କ୍ଟର :କ୍ଷମା କଣ ପାଇଁ?

ସ୍ମିତା :ସେଦିନ କାଳିପୂଜା ପଡିଆରେ ଯାହା ବି ଘଟିଲା, ମୁଁ ଘରେ ଯାଇ ତମେ ଦେଇ ଥିବା ଚିଠିକୁ ପଢ଼ିଲି ତା ପର ଠୁ ଅନୁନାନିର ମୋର ୨ ବର୍ଷ ଯାଏ କଥା ହେଇ ନଥିଲୁ । ସେ ବି ତମକୁ ବହୁତ ଖୋଜିଛି କ୍ଷମା ମାଗିବାକୁ । ବାପା ମଧ୍ୟ ତମ ଘରକୁ ଯାଇ ଥିଲେ ହେଲେ ତମ ଘର ତାଲା ପଡି ଥିଲା |

ଡ଼କ୍ଟର :ନଇଁ ତମ ର କଣ ଭୁଲ ଏଇଥିରେ। ସବୁ ଭୁଲ ତ ମୋର ଥିଲା। ମୁଁ ତମକୁ ମେଳା ରେ ଦେଖିକି ହସି ଥିଲି |

ସ୍ମିତା :ମୋତେ ତମ ଦେଖିବା, ତମ ହସିବା ଭଲ ଲାଗୁ ଥିଲା|ହେଲେ ସେଦିନ ମେଳାରେ ତମକୁ ଦେଖି ବଡ ପାଟିରେ ବଜାରି ବୋଲି କହି ଦେଲା, ଅଉ ଦାଦା ଶୁଣି ଦେଲେ ଅଉ ତା ପରେ......

ଡ଼କ୍ଟର :ସେ ଘଟଣା ପର ଦିନ ଆମେ ଗାଁ ଛାଡି କଟକ ଚାଲି ଆସିଲୁ। ଆଉ କିଛିଦିନ ପରେ ବାପାଙ୍କର death ହେଇଗଲା ତା ପରେ ମା ଜମିତି ସେମିତି କରି ଘର ଚଳାଉ ଥିଲା। ମୋର MBBS ରେ ଆଡମିସନ ହେଇଗଲା ତା ପରେ ଆମେ ଭୁବନେଶ୍ୱର ଚାଲି ଆସିଲୁ.....!ଗୋଟେ ଛୋଟିଆ ଶବ୍ଦ ବି ଜୀବନ ବଦଳେଇ ଦେଇ ପରେ..


ସ୍ମିତା :ଅଉ ଏଇ ସବୁ ପାଁଇ ମୁଁ ଅଉ ମୋ ପରିବାର ହଁ ଉତ୍ତର ଦାୟି

କହି ସ୍ମିତା ଆଖିରୁ ଦି ଟୋପା ଲୁହ ଖସି ସୁଶାନ୍ତର ଟେବୁଲ ଉପର କାଚରେ ପଡିଲା। ସୁଶାନ୍ତ ଖଣ୍ଡେ ଟିସୁ ପେପର ବଢ଼େଇ ଦେଇ କହିଲା

ଡ଼କ୍ଟର :ସେସବୁ ମୃତ ଅତୀତ...

କହି ପେନଟିକୁ ଟେବୁଲ ଉପରୁ ଉଠେଇ ଧରି ସ୍ମିତ ହାସ୍ୟ ଦେଇ କହିଲା |

ଡ଼କ୍ଟର :ଅତୀତରୁ ବର୍ତମାନକୁ ଆସି ଦେହ କଣ ହେଇଛି କହିବ...........?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Bibek panda

ବଜାରି

ବଜାରି

3 mins ପଢ଼ନ୍ତୁ

ମୁକ୍ତି

ମୁକ୍ତି

3 mins ପଢ଼ନ୍ତୁ

Similar oriya story from Drama