Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Bibek panda

Tragedy Inspirational

4.9  

Bibek panda

Tragedy Inspirational

ମୁକ୍ତି

ମୁକ୍ତି

3 mins
243


ସେଦିନ ଥିଲା ରବିବାର, ରାଜେଶ ଆଉ ବାପାଙ୍କ ଅଫିସ ଛୁଟି ଥିଲା l ସକାଳୁ ସକାଳୁ ବାପା ମୋତେ ଫୋନ୍ କରି କହିଲେ, ମୁଁ ଗାଡି ପଠଉଛି ତୁ ପୁଅକୁ ନାଇ ଚାଲି ଆସେ ଘରକୁ ଆଜି ରାଜେଶକୁ ଝିଅ ଘର ବାଲା ଦେଖି ବାକୁ ଆସୁଛନ୍ତି l 

ଦିନ ଏଗାରଟାକୁ ମୁଁ ଆସି ଘରେ ପହଞ୍ଚି ଦେଖେ ତ, ବାପା ରାଗ ତମ ତମ ହେଇ ଡ୍ରଇଂ ରୁମ୍ ସୋଫା ଉପରେ ବସିଛନ୍ତି, ଉପର ଘରେ ରାଜେଶ ଜୋର ଜୋର ପାଟି କରୁଛି, ଆଉ ବୋଉ ତାକୁ ବୁଝେଇବାକୁ ଲାଗୁଚି l ମୋତେ ଦେଖି ବାପା ପଚାରିଲେ ତୁ ଏକା ପୁଅ କୁଆଡେ ଗଲା, ମୁଁ କହିଲି ତା ଜେଜୀମା ତାକୁ ରଖିଲେ, ଝିଅ ଘର ଲୋକ କେତେବେଳ ଆସିବେ କି, ରାଜେଶ କାଇଁ ଚିଲଉଚି l ବାପା କହିଲେ ଯା ଉପରକୁ ଯାଇ ଶୁଣି ଆସେ କଣ କହୁଛି ସେ, ଝିଅ ଘର ଲୋକ ଆଉ ଦୁଇ ଘଣ୍ଟାରେ ଆସି ପହଞ୍ଚିବେ, ପୁଅ ପିଲାଟା ହେଇ ଏମିତି କଣ ହଉଚି ସେ l ଉପ ଘରକୁ ଯାଇ ଦେଖେ ତ ରାଜେଶର ଗୋଟେ ଜିଦି ମୁଁ ବାହା ହେବିନି କି କେହି ମୋତେ ଦେଖିବାକୁ ବି ଆସିବେନି l ମୁଁ ପଚାରିଲି ଏବେ ବାହା ହବୁନି ତ କବେ ବାହା ହବୁ, ବୁଢା ହେଲା ପରେ l ମୋର ଯେବେ ଇଚ୍ଛା ହବ ସବେ ବାହା ହେବି ତମେ ମାନେ ମୋତେ ଫୋର୍ସ କରି ପାରିବନି l ଏଇଟା ମୋ ଲାଇଫ୍ l ମୋତେ ଯାହା ଇଚ୍ଛା ମୁଁ ସେମିତି କରିବି l ରାଜେଶର ଏମିତି ବ୍ୟବହାର ଦେଖି ମୁଁ ଆଶ୍ଚର୍ଯ୍ୟ ହେଇ ଗଲି l ରାଜେଶ ଭାରି ଶାନ୍ତ ସ୍ୱଭାବର ପିଲା l କାହା ସହ ବସି କଥା ହୁଏନି କି କୌଣସି ପିଲାଙ୍କ ସହ ବେଶୀ ମିଳାମିଶା କରେନି l ଆଜି ଯାଏ ବାପା ଯାହା କହିଛନ୍ତି, ସେୟା କରି ଆସିଛି l ହଠାତ ତାର ଏମିତି ରିଏକ୍ସନକୁ କେହି କିଛି ବୁଝି ପାରୁନଥିଲେ l ବୋଉ ବସି କାନ୍ଦୁ ଥାଏ, ମୁଁ ବୋଉକୁ ବାହାରକୁ ଯିବାକୁ କହିଲି, ବୋଉ ସେଠୁ ଉଠି ଚାଲି ଗଲା l ମୁଁ ରାଜେଶକୁ ବୁଝେଇ ବାକୁ ଚେଷ୍ଟା କଲି, ଦେଖେ ତୁ ଯଦି ଏବେ ସେମାଙ୍କୁ ନ ଦେଖା କରୁ କଥା ବହୁତ ଖରାପ ହେବ, ଥରେ ଖାଲି ସେମାନଙ୍କୁ ତୁ ଦେଖା କରି ଦେ ମୁଁ ବାପା ଙ୍କୁ ବୁଝାଇ ଦେବି ତୁ ବ୍ୟସ୍ତ ହନି, ଦେଖି ଦେଲେ କଣ ବାହା ଘର ହାଇ ଯାଇ କି l ଯା ରେଡି ହେଇ ଯା ସେମାନେ ଆସୁଥିବେ l କିଛି ସମୟ ପରେ ଝିଅ ଘର ଲୋକେ ଆସି ପହଞ୍ଚିଗଲେ, ବାପା ସେମାନଙ୍କ ପାଣି ଜଳଖିଆ ଆଉ କୋଲ୍ଡ୍ ଡ୍ରିଙ୍କ୍ ଆଣି ଥିଲେ ମୁଁ ଆଉ ବୋଉ ସେମାନଙ୍କୁ ନେଇ ଦେଲୁ l ବୋଉ ଯାଇ ରାଜେଶକୁ ଡାକିଲା l ରାଜେଶ ଆସି ବସିଲା ସେମାନଙ୍କ ପାଖରେ , କିଛି ସମୟ କଥାବାର୍ତ୍ତା ପରେ ଝିଅର ମାମୁ କହିଲେ, ଆମକୁ ପୁଅ ପସନ୍ଦ, ଆପଣ ମାନଙ୍କ ଆପେକ୍ଷାରେ ଆମେ ରହିଲୁ ସୁବିଧା ଦେଖି ଆପଣ ଆସି ଝିଅକୁ ଦେଖି ଯାନ୍ତୁ ତାପରେ ଆମେ ଆଗକୁ ବଢ଼ିବା, ବାପା କହିଲେ ହଉ ଆମେ ଏଇ 10 -15 ଦିନ ଭିତରେ ଯାଇ ଝରକୁ ଦେଖି ଆସିବୁ l ରାଜେଶ ବଡ ବଡ ଆଖି କରି ମୋତେ ଚାହଁ ଥାଏ l ସେମାନେ ଚାଲି ଯିବା ପରେ ରାଜେଶ ରାଗ ତମ ତମ ହେଇ ତା ରୁମକୁ ଚାଲି ଗଲା l ମୁଁ ବୋଉକୁ କହିଲି ଯା ଖାଇବା ବାଢେ ବହୁତ ଲେଟ୍ ହେଲାଣି ପୁଅ ଖୋଜୁଥିବ ମୋତେ l ତୁ ବାଢେ ଜଲଦି l ମୁଁ ଡାକି ଆଣୁଛି ସେ ଟୋକାକୁ l ବୋଉ ଖାଇବା ଅଣି ଟେବୁଲ ଉପରେ ରଖିଲା l ବାପା ଆସି ବସିଲେ ଖାଇବା ପାଖରେ, ମୁଁ ଉପରକୁ ଗଲି ରାଜେଶକୁ ଡାକିବାକୁ l ସେ ଭିତରୁ କବାଟ ବନ୍ଦ କରିକି ରଖି ଥିଲା ମୁଁ କବାଟ ବାଡେଇ କି ଡାକିଲି ତାକୁ, 3-4 ଥର ଡାକିଲା ପରେ ଭିତରୁ ସେ ଜବାବ ଦେଲା, ହଁ ଆସୁଛି l ମୁଁ ତଳକୁ ଚାଲି ଆସିଲି ବୋଉ ସମସ୍ତଙ୍କ ପାଇଁ ଖାଇବା ବାଢ଼ିକି ରଖି ଥିଲା l ବାପା ପଚାରିଲେ ଆସିଲା ସେ, ହଁ ତମେ ଖାଅ ସେ ଆସୁଛି l ବାପା ଆଉ ମୁଁ ଖାଇବା ଆରମ୍ଭ କଲୁ, ମୁଁ ମୋ ଘରକୁ ଯିବି ବୋଲି ତର ତରର ମୋ ଶାଶୁ ସେ ପଟୁ କଲ୍ କଲେଣି ଜଲଦି ଆସିବାକୁ ପୁଅ ଖୋଜୁଛି ମୋତେ, ହେଲେ ରାଜେଶ ଏଯାଏ ଖାଇ ବାକୁ ଆସିଲାନିl ମୁଁ ହାତ ଧୋଇ ବୋଉ ଖାଇବା ପ୍ଲେଟ ନେଇ ଉପରକୁ ତା ରୁମକୁ ଗଲି, ଏତେ ବେଳ ଯାଏ ସେ କବାଟ ଖୋଲିନି, ମୁଁ ଜୋର ଜୋର ସେ କବାଟ ବାଡେଇ କି ଡାକିଲି ହେଲେ ଭିତରୁ କିଛି ଉତ୍ତର ଆସିଲାନି l ମୋ ମନରେ ଆଶଙ୍କା ଆସିଲା ରାଜେଶ କିଛି କରି ବସିନି ତ, ମୁଁ ଜୋର ଜୋର କବାଟ ବାଡେଇ ବାକୁ ଲାଗିଲି, ହଟାତ ସେ କବାଟ ଖୋଲି ଦେଲା ଆଉ ମୁଁ ମୋ ଆଖିକୁ ବିଶ୍ୱାସ କରି ପାରିଲିନି, କିଛି ମୁହୂର୍ତ୍ତ ଯାଏ ମୋତେ ସବୁ କିଛି ଅବିଶ୍ୱାସ ଲାଗିଲା , ମୁଁ ଯାହା ଦେଖୁଚି ସେ କଣ ସତ ନା ମୋ ମନର ଭ୍ରମ, ମୁଁ ସପ୍ନ ଦେଖୁନି ତ, ରାଜେଶ ଝିଅ ବେଶରେ ମୋ ଆଗରେ ଛିଡା ହେଇଛି l କୁର୍ତ୍ତି ପିନ୍ଧିଛି, ଲିପିଷ୍ଟିକ ଲଗେଇଛି, କଳା ଲଗେଇଛି l ତାକୁ କିଛି କହିବାକୁ ମୋ ପାଟି ଫିଟୁ ନଥିଲା, ସତକୁ ସାମ୍ନା କରିବାର ସାହସ ମୋର ନଥିଲା ହେଲେ ତା ଆଖିରେ ସେ ସାହସ ମୋତେ ସ୍ପଷ୍ଟ ଭାବେ ଦେଖା ଯାଉଥିଲା l ସେ ମୁକ୍ତି ଚାହଁଉ ଥିଲା ସେ ମିଛି ମିଛିକା ପୁଅ ଜୀବନରୁ l ଏତେ ବର୍ଷ ତା ପାଖରେ ରହି ମଧ୍ୟ ଆମେ ତାକୁ ବୁଝି ପାରିନଥିଲୁ l ସାରା ଜୀବନ ତାକୁ ତା ଇଚ୍ଛା ବିରୁଦ୍ଧରେ ପୁଅର ଖୋଳପା ପିନ୍ଧାଇ ଦେଇଥିଲୁ l ହେଲେ "ସତ କବେ ଲୁଚି ରହେନା " l ସିଏ ତା ସତକୁ ନେଇ ସାରା ଜୀବନ ଲଢ଼ିବାକୁ ପ୍ରସ୍ତୁତ ଥିଲା...... 



Rate this content
Log in

More oriya story from Bibek panda