Sunanda Mohanty

Abstract Drama Others

3  

Sunanda Mohanty

Abstract Drama Others

ବିସ୍ମୟ

ବିସ୍ମୟ

1 min
198


ଭୟର ସଂଜ୍ଞା ମାପିବା ସହଜ ନଥିଲା ବେଳେ ମାମୁଁ ଘର ଆଇଙ୍କ ମୃତ୍ୟୁ ପରେ ତିନି ବର୍ଷ ପରେ, ବଡମାମୁଁ ଓ ବଡ ମାମୁଙ୍କ ମୃତ୍ୟୁର ତିନିବର୍ଷ ପରେ ତାଙ୍କ ବଡ ଜୋଇଁ ଚାଲିଯିବା ବଡ ଦାରୁଣ ଦୁଃଖ ଥିଲା ଆଉ ଡର ବି ଲାଗୁଥିଲା l

  ବାପା ମଧ୍ୟ ଚାଲିଗଲେ ମୋ ଝିଅ ଅର୍ଥାତ ତାଙ୍କ ବଡ଼ ନାତୁଣୀର ବିବାହର କିଛି ଅଳ୍ପ ଦିନ ପୁର୍ବରୁ । ମନ ଦୁଃଖର ସୀମା ନଥାଏ, ହେଲେ କରୋନା କାଳରେ କ୍ୟାନ୍ସରରେ ତାଙ୍କ ଦ୍ୱିତୀୟ ଜୋଇଁ ଚାଲିଗଲେ ମାନେ ମୋ ଭଉଣୀ ଜୋଇଁ । ସେ ଯିବାପରେ ଦୁଃଖରେ ଭାଙ୍ଗି ପଡ଼ୁ ପଡ଼ୁ ମୋ ଝିଅର ଝିଅ ଟିଏ ହେବା ଖବର ଅତ୍ୟନ୍ତ ସ୍ପର୍ଶ କାତର ଥିଲା। ଡ଼ର ଅନ୍ଧବିଶ୍ୱାସ ଭିତରେ ମୁଁ ଲକ୍ଷ କଲି ଗୋଟେ କଥା, ଯାହା ଡର ଓ ଆଶଙ୍କା କି କଣ ଜାଣି ପାରୁ ନଥିଲି  । ବାପା ଦି ହଜାର ଷୋହଳ ମସିହା କୋଡିଏ ତାରିଖ ଦିନ ଇହଧାମ ତ୍ୟାଗ କରିଥିଲେ । କୋଡିଏ ମସିହାର ଷୋହଳ ତାରିଖ ଦିନ ଭଉଣୀ ଜୋଇଁ ଚାଲିଗଲେ ଦୁଃଖ ଖବର ଭିତରେ ମୋ ନାତୁଣୀ ଦି ହଜାର ମସିହା କୋଡିଏର କୋଡିଏ ତାରିଖରେ ଜନ୍ମ କଥାଟା କାହାକୁ କହି ହେଉନଥିଲା ସତ ହେଲେ ଡର ଭୟ ବିସ୍ମୟ ଓ ସଂଶୟ ଭିତରେ ପରିବାରର ଶୁଭ ମନାସୁଥିଲି ପିତୃପୁରୁଷ ବାପାଙ୍କ ପାଖରେ l


Rate this content
Log in

Similar oriya story from Abstract