ବିଶ୍ଵସ୍ତ ବନ୍ଧୁ
ବିଶ୍ଵସ୍ତ ବନ୍ଧୁ


ଜନି କୁ କେହି ଜାଣିଛନ୍ତି ।ଆରେ କେମିତି ଜାଣିବେ ଯେ ।
ମୁଁ ତ କହିନାହିଁ ।
ମୁଁ ଦିନେ ରାସ୍ତା କଡ଼ରେ ଯାଉଥିଲି ।ନାଳ କଡ଼ରେ କୁଁ କୁୂଁ ଶବ୍ଦ ହେଲା ଦେଖିଲା ବେଳକୁ କୁନି କୁକୁର ଛୁଆ ଟା ସେ ନାଳ ରେ ପଡ଼ିଛି । ଦେହ ସାରା ଅପରିଷ୍କାର ।ଗନ୍ଧ ରେ ଭର୍ତି ।
ତାକୁ ସେ ନାଳ ରୁ ଆଣିଲି ।ଧୋଇଲି ।ପୋଛିଲି ।ଖାଇବାକୁ ଦେଲି ।
ଖାଇ ସାରି ଆସି ମୋ ପାଖରେ ଗେଞ୍ଜି ଶୋଇଗଲା ।ତାର ନାମ ଦେଲି ଜନି ।
ସେଇ ଦିନ ଠୁ ମୋ ର ସାଙ୍ଗ ସିଏ ।
ମୁଁ କୁଆଡ଼େ ଗଲେ ଘର ଦୁଆର ପାଖରେ ମୁହଁ ମାଡି ବସିଯାଏ ।
ବାହାର ର କାହାରିକୁ ଭିତରକୁ ପଶେଇ ଦିଏନି ।
ଆଉ ଗୋଟିଏ ଦିନ ପୁଣି ଆଉ ଦୁଇଟି କୁକୁର ଛୁଆ ପାଇଲି ।ଘରକୁ ଆଣିଲି ।
ନାମ ଦେଲି ଜନ୍ , ଟମ୍ ।
କିନ୍ତୁ ମୁଁ ବେଶୀ ଟିକିଏ ଜନି ଭଲ ପାଏ ।
ବାହାରକୁ ବୁଲାଇ ନିଏ । ମାଂସ ରାନ୍ଧି ଖାଇବାକୁ ଦିଏ ସେ ତିନି ଜଣଙ୍କୁ ।ଟମ୍ ତ ଛଡେଇ ଖାଇ ଦିଏ ।ବଦମାସ୍ ଟା ।କିନ୍ତୁ। ଜନି ବୁଝିଯାଏ ।ଛଡାଏନି ।ଯାହା କହିଲେ ବୁଝେ । ସେଇଥି ପାଇଁ ବୋଧହୁଏ ମୁଁ ବେଶୀ ତାକୁ ଭଲ ପାଏ ।
ମୋତେ ବହୁତ୍ ଖୁସି ଲାଗେ ଏ ତିନି ଜଣଙ୍କ ସହ ।କିନ୍ତୁ ମୋ ଖୁସିକୁ କାହାର ନଜର ଲାଗିଗଲା ବୋଧହୁଏ ।
ଏଇ କିଛି ଦିନ ତଳର କଥା ।
ଘର ଭିତରେ ତିନି ଜଣ ଖେଳୁଥିଲେ ।
ହଠାତ୍ ଭୋ ଭୋ କରିଲେ ।
ସବୁ ଦିନ ସେମିତି କରନ୍ତି ।ତେଣୁ ମୁଁ ଆସିଲିନି ।
କିଛି ସମୟ ପରେ ଜୋର୍ ରେ ଭୋ ଭୋ ଶୁଭିଲା ।
ଦୌଡ଼ି କରି ଆସିଲି ।
ଦେଖିଲା ବେଳକୁ ଅଗଣା ରେ ନାଗ ଟିଏ ଆଉ ଜନୀ ତା ସହ ଲଢ଼ୁଛି ।
ଯେତେ ଡାକିଲି ଆସିଲାନି। ।
କିଛି ସମୟ ଯାଇଛି କି ନାଇଁ ନାଗଟି ମରିଗଲା ।ମୁଁ ଖୁସି ହୋଇ ଜନୀ କୁ କୁଣ୍ଢେଇ ଆଣିଲି ।
ହେଲେ ସେ ସୁଁ ଶବ୍ଦ କରୁଥାଏ । ସାଙ୍ଗେ ସାଙ୍ଗେ ପଶୁ ଡାକ୍ତର ପାଖକୁ ନେଇ ଗଲି ।
ସେଇଠି ସିଏ ମୋ ହାତ ଉପରେ ଗୋଟିଏ ହାତ ରଖି ଆଖିରୁ ଶେଷ ଦୁଇ ଟୋପା ଲୁହ ଗଡ଼ାଇ ମୋତେ ଛାଡ଼ି ଚାଲିଗଲା ।
ସେ ଦୁଃଖ ମୁଁ ଭୁଲି ପାରିବିନି ।
ଶୁଣିଥିଲି କୁକୁର ବିଶ୍ଵସ୍ତ ହୁଅନ୍ତି କିନ୍ତୁ ଏତେ ବୋଲି ମୁଁ ଜାଣି ନଥିଲି ।
ଜନ୍ ଆଉ ଟମ୍ ବି ତାକୁ ବହୁତ୍ ମନେ ପକାନ୍ତି ।
ମୁଁ ଯେତେବେଳେ ବି ମନେ ପକେଇଲେ ଲୁହ ଆସିଯାଏ ମୋ ଆଖିରେ ।
ମଣିଷ ପଛେ ଧୋକା ଦେଇ ଦିଏ କିନ୍ତୁ ଜନି ପରି ବିଶ୍ଵସ୍ତ ବନ୍ଧୁଟେ ମିଳିବା କଷ୍ଟ କର ।
ବନ୍ଧୁ ହେବ ତ ଏମିତି ।