ବିଶ୍ଵକୁ ଜ୍ଵର-ତିନି ଜୋନ
ବିଶ୍ଵକୁ ଜ୍ଵର-ତିନି ଜୋନ


ମୁଁ ସକାଳୁ ସ୍ବପ୍ନ ଦେଖି ଡରିଗଲି ।ଯେମିତି ଲାଗିଲା ବିଶ୍ଵ କାନ୍ଦୁଛି ।ଧୀରେ ଧୀରେ ସ୍ବପ୍ନ ସବୁ ମନେ ପଡିଗଲା।
ସ୍ବପ୍ନ ଟି ଏମିତି ଥିଲା ....।
ବିଶ୍ଵର ଆଖିରେ ଲୁହ । ଅଶ୍ରୁଳ ନୟନରେ ମୋତେ କହୁଛି ଦେଖ , ଦେଖି ନେ ମୋ ଲୁହକୁ ।
ମୁଁ କଣ ଭୁଲ୍ କରିଥିଲି ..? କଣ ଏମିତି କାରଣ ଥିଲା ଯେ ଆଜି ମୋର ଏ ଅବସ୍ଥା । ମୋ ଜଗତ ବାସୀଙ୍କୁ ନେଇ ମୁଁ ଗର୍ବ କରେ ।
ଆଜି ମୋ ଜଗତବାସୀ ମହାମାରୀର କବଜାରେ ।
ମୁଁ ଆଜି ବିଭକ୍ତ ୩ ଟି ଜୋନରେ ।
୧...ସବୁଜ
୨.. କମଳା
୩.. ଲାଲ୍ ...
କିନ୍ତୁ ମୁଁ ତ ଏମିତି ଜୋନ ରେ ନଥିଲି । ମୁଁ ଥିଲି ସବୁଜ , ସୁନ୍ଦର , ଶ୍ୟାମଳ ।
ମୋ ରୂପ ଦେଖି କବି ଲେଖୁଥିଲେ କବିତା । ମୋ ରୂପ ବିଷୟରେ ପାଠ ପଢା ଯାଉଥିଲା ଭୂଗୋଳରେ ।ସେଇଠି ଥିଲା କିଛି ରଙ୍ଗ ।
କିନ୍ତୁ ଏ କଣ ।
ଏ ମହାମାରୀ କଣ ମୋର ନୀଳ ଗ୍ରହ ନାମକୁ ଏମିତି ରୂପ ଦେଉଛି ।
ମୋ ଜଗତ ବାସୀ ଶାନ୍ତିରେ ଟିକିଏ ରହି ପାରୁ ନାହାଁନ୍ତି ।
କଣ କରିବି ..?
ଦିନକୁ ଦିନ ମୋ ମନରେ ଭୟର ସଞ୍ଚାର ହେଉଛି ।ମନରେ ମୋର ଜ୍ଵର ।
ତୁ ଶୁଣି ପାରୁଛୁ କି ନାହିଁ ...?
ମୁଁ ସ୍ବପ୍ନରେ ହିଁ ହଁ ମାରିଲି ।
ଯେମିତି ଲାଗିଲା ଆମର ସୋରିଷ, ସୋରିଷ ଭଳିଆ ଭୁଲ୍ ଆଜି ଅସୁବିଧାର ପାହାଡ଼ ସୃଷ୍ଟି କରି ପାରିଛି ।
ଆମର ଖାଦ୍ୟ ଅଭ୍ୟାସ , ଆମ ଚଳଣୀ ସବୁର ପରିଣାମର ଫଳ ଏ ସବୁ ।
ଆମେ ଟିକିଏ ଚେଷ୍ଟା କରିଲେ ଆମ ବିଶ୍ଵର ଏ ଜ୍ଵର କମିଯିବ ।ତିନି ଜୋନରୁ ପୁଣି ସବୁ ସବୁଜ ଜୋନରେ ପରିଣତ ହେବ ।
ଏବେ ଟିକିଏ ଦୂରତା ମାନିଲେ କାଲି ଆମେ ଗଳାକୁ ମିଶେଇ ପାରିବା ।
ଏବେ ହାତ ଧୋଇ , ଭୂତାଣୁକୁ ଦୂରେଇ ପାରିଲେ କାଲି କି ଆମେ ଖୁସିର ସହ ରହି ପାରିବା ।
ସମଗ୍ର ବିଶ୍ବ ଆଜି ଏ ମହାମାରୀର ଘେରରେ ।
ସ୍ବପ୍ନ ରେ କାନ୍ଦୁଥିବା ବିଶ୍ବ ଯେମିତି ହସି ପାରିବ ସେଇ ପ୍ରୟାସ କରିବା , ତିନି ଜୋନର ଭେଦକୁ ଦୂରେଇ ପୁଣି ଥରେ ବିଶ୍ବକୁ ସୁରକ୍ଷିତ କରି ପାରିବା ।
ସତରେ କେତେ ଡରି ଯାଇଥିଲି , ମୁଣ୍ଡରୁ କଳା ଝାଳ ବୋହି ଗଲା ମୋର ।
ଏମିତି ସ୍ବପ୍ନ ଆଉ କାହାକୁ ନ ଆସୁ ।କେହି ନ ଡରୁ ।
ପୁଣି ଥରେ ହସି ଉଠୁ ମୋର , ଆମ୍ଭ ମାନଙ୍କର ଏ ବିଶ୍ଵ ..... ।
ସଭିଙ୍କ ସହଯୋଗରେ କମିଯାଉ ଏ ଜ୍ଵର ।
ଆମର କାଳିଆ ଠାକୁର ସଭିଙ୍କୁ ଭଲ କରେଇ ଦେଉ ।
ଏ ମହାମାରୀର ଜ୍ଵରକୁ କମିଯାଉ ।