Dr Jharana Satapathy

Inspirational

3  

Dr Jharana Satapathy

Inspirational

ବିଶ୍ବାସରେ ବିଷ

ବିଶ୍ବାସରେ ବିଷ

4 mins
767


ନିରିହ ସରଳ ଆଦିବାସୀ ସଂପ୍ରଦାୟର ପରିବାରଟିଏ ।ଝାଟିମାଟିର ଘରଦ୍ବାର ଖଣ୍ଡିଏ ।ଦୁଇ ବଖରା ଘର । ସେଥିରେ ସୁଖ ଦୁଃଖର ସଂସାରଟିଏ ଚଳୁଥିଲା ବାଇନି,ତା ସ୍ତ୍ରୀ କେନ୍ଦୁ ଏବଂ ତାର ଦୁଇ ଝିଅ ସୁଶିଳା, ନୀଳାକୁ ନେଇ । ଏ ଓଳି ମୁଠାଏ ଖାଇଲେ ଆର ଓଳି ଉପାସ।ବାଇନି ନିତି ଜଙ୍ଗଲକୁ ଯାଏ ଏବଂ କିଛି ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ତାକୁ ହାଟରେ ବିକ୍ରି କରେ।ତା ଦୁଇ ଝିଅ ତା ବାଆକୁ କାମରେ ସାହାର୍ଯ୍ୟ କରନ୍ତି ।ଯାହା ପଇସା ମିଳେ ସେଥିରେ ଚଳନ୍ତି ସେମାନେ ।

ବାଇନିର ସ୍ତ୍ରୀ ଆମ୍ବ ଡାକୁଆ ସଂଗ୍ରହ କରି କୋଇଲିକୁ ଗୁଣ୍ଡକରି ବର୍ଷତମାମ ତାକୁ ରଖେ କୋଇଲିରୁ ପ୍ରସ୍ତୁତ କରେ ଜାଉ । ସେଥିରେ ସେମାନଙ୍କର ଭୋକ ମେଣ୍ଟିଥାଏ ।ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ସମୟରେ ବାଇନି ଆଉ ତା ପରିବାରକୁ ବେଳେ ବେଳେ ଭୟଙ୍କର ବନ୍ୟଯନ୍ତୁର ସମ୍ମୁଖୀନ ହେବାକୁ ପଡିଥାଏ ।ପେଟର ଭୋକ ମେଣ୍ଟାଇବା ପାଈଁ ଜୀବନକୁ ମଧ୍ୟ ବାଜିଲଗାନ୍ତି ଏମାନେ।ଦାଉ ସାଧେ ସେମାନଙ୍କର ଦାରିଦ୍ରତା ।ପେଟ ଖଣ୍ଡିଏକୁ ଦାନା ମିଳିବ ବୋଲି ନାହି ନଥିବାର ସମ୍ମୁଖୀନ ହେବାପାଇଁ ପଡୁଥାଏ ବାଇନିର ପରିବାର ବର୍ଗକୁ ।ଏପଟେ କର୍ମକୁ ଆଦରି ଦୁଇ ଦୁଇଟି ଝିଅ ।

ହଟାତ ସେମାନଙ୍କର ପରିବାରରେ ବିଶ୍ବାସରେ ବିଷ ଭରିଦିଏ ସୁଶୀଳାର ସଂପର୍କିୟ ଜଣେ ମାମୁଁ ।ସେ ସଦାବେଳେ ବାଇନି ଘରକୁ ଯିବାଆସିବା କରେ ।ତାର ବଢିଲା ଦୁଇ ଝିଅ ଉପରେ ତାର ପାପ ନଜର ରହିଥାଏ ।କଥାରେ ଅଛି ପରା ଅଣ୍ଟିଛୁରି ତଣ୍ଟି କାଟେ ।

ଘର ଢିଙ୍କି କୁମ୍ଭୀର !

ସେ ଦଲାଲ ମାନଙ୍କ ସହିତ ମଧ୍ୟସ୍ଥି ସ୍ଥାପନ କରି ନିରିହ ଝିଅମାନଙ୍କୁ ନେଇ କାମଦେବା ବାହାନାରେ ବାହାରରାଜ୍ୟରେ ବିକ୍ରିକରିଦିଏ ।ସେମାନଙ୍କୁ ସେଠାରେ ବେଶ୍ୟା ବୃତ୍ତିରେ ନିଯୁକ୍ତି କରେ ।ସେଥିରେ ସେ ମୋଟା ଅଙ୍କର ଟଙ୍କା ପାଇଥାଏ । ଆର୍ଥିକ ପ୍ରଲୋଭନ ଦେଖାଇ ଅର୍ଦ୍ଦଶିକ୍ଷିତ ନିରିହ ଯୁବତୀମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରେ ।

ଗାଁରେ ଥିବା ସବୁ ଲୋକେ ତାକୁ ବିଶ୍ବାସ କରନ୍ତି। ସେ ଚତୁରତା ସହ ନିରିହ ଗାଁ ଲୋକମାନଙ୍କ ସହିତ ବିଶ୍ବାସଘାତକତା କରି କେତେବେଳେ କେଉଁ କଥାମାନ କହି ଠକି ଆସୁଥାଏ ।କିଛି ଦଲାଲ ମାନେ ଏଥିରେ ଫାଇଦା ଉଠାଇ କାମକରୁଥାନ୍ତି ।

ଏକଥା ବାଇନି ତାର ମାଇପି କେନ୍ଦୁକୁ ଜଣାନଥାଏ ।ମୁରୁଖ ଲୋକ ସେମାନେ ।ବୁଦ୍ଧି ସୁଦ୍ଧି ସେମାନଙ୍କର କିଛି ନାହିଁ ।ସେ ସବୁବେଳେ ବାଇନିକୁ କହେ ଏ ଦୁଇ ଦୁଇଟା ବଢିଲା ଝୁଅକୁ ଘରେ କାହିଁକି ରଖିଛୁ ।ସେମାନଙ୍କୁ ଫେକ୍ଟ୍ରିରେ କାମ କରିବା ପାଇଁ ବାହାର ରାଜ୍ୟକୁ ପଠେଇଦେ ।କିଛି ପଇସା ତତେ ମିଳିବ ।ତୁମେ ମାନେ ଆରାମରେ ଚଳିବ ।ଅଭାବ ଅନାଟନ ଆଉ ରହିବ ନାହିଁ ।କିଛି ଦଲାଲ ମାନେ ଏ ଗାଁକୁ ଆସୁଛନ୍ତି ।ସେମାନଙ୍କ ସହ ସୁଶିଳାକୁ ପଠାଇଦେ ।

ଏ ଗାଁର ବହୁତ ଝିଅ କାମ କରିବା ପାଈଁ ବାହାର ରାଜ୍ୟକୁ ଯାଉଛନ୍ତି।ତୁ ଆଉ ଚିନ୍ତା କରୁଛୁ କାହିଁକି ତ ଝିଅକୁ ମଧ୍ୟ ବାହାର ରାଜ୍ୟକୁ ପଠେଇଦେ ।ତତେ ସିଏ କେତେ ପଇସା ଦେବ ତୋର ଅସୁବିଧା ଦୂର ହୋଇଯିବ ।ଗରିବି ଲାଗି ପିଲାଙ୍କୁ ମଧ୍ୟ ପାଠପଢେଇ ପାରୁନୁ ।

ସୁଶିଳା କବାଟ ଫାଙ୍କେ ତା ବାଆ ଆଉ ମାମୁଁ କଥା ହେବାର ଶୁଣୁଥିଲା ।ଧାଇଁ ଧାଇଁ ଯାଇ ସୁଶିଳା ତା ବାଆକୁ କହିଲା ବାଆ ବାଆ ମାମୁଁ ସତ କଥା କହୁଛନ୍ତି ।ମୁଁ ଆଉ ନୀଳା, ଆଉ ଆମ ପଡୋଶି ସଞୁ,ମଞୁ, ମିନା ସବୁ ମିଶି ବାହାର ରାଜ୍ୟକୁ ଯିବୁ ।ସେଠାରେ ଆମେ ଫେକ୍ଟ୍ରିରେ କାମ କରିବୁ ଆଉ ବହୁତ ପଇସା ରୋଜଗାର କରି ଆଣିବୁ ।ବାଆ ତୁମ ଅଭାବ ଦୂର ହୋଇଯିବ ।ବାଆ ତୁମେ ରାଜିହୋଇଯାଅ ।ମୋ ସାଙ୍ଗସାଥୀଙ୍କ ସହ ମିଶି ଆମେ କାମକରିବୁ ଦୁଇପଇସା ରୋଜଗାର କରିବୁ ।

ସୁଶୀଳା ତା ମାମୁଁ କଥାରେ ରାଜି ହୋଇ ମାମୁଁ ସହିତ ବାହାର ରାଜ୍ୟକୁ ଯାଇଥିଲା ।ତା ମାମୁଁ ତାକୁ ଏକ ବେଶ୍ୟାଳୟରେ ଛାଡି ଆସୁଛି ବୋଲି କହି ସେଠାରେ ତାକୁ ଏକୁଟିଆ ଛାଡି ଚାଲିଆସିଥିଲା ।

ବିଚାରି ସୁଶିଳା ତା ପରି ଆଉ କେତେ ନିରିହ ଯୁବତୀମାନଙ୍କୁ ସେଠାରେ ଦେଖିବାକୁ ପାଇଥିଲା । କାମ କରିବା ଆଳରେ ବିଭିନ୍ନ ପ୍ରାନ୍ତରୁ ଆଣି ସେମାନଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିଲା ।ଆଉ କେତେ ଜଣ ମଧ୍ୟ ବାଧ୍ୟ ହୋଇ ଆତ୍ମହତ୍ୟାର ମାର୍ଗ ବାଛୁଥିଲେ ।

ସେହି ବେଶ୍ୟାଳୟରୁ ସୁଶିଳା ବହୁବାର ଖସିବା ପାଈଁ ଚେଷ୍ଟା କରିଥିଲା କିନ୍ତୁ ସେଠାରେ ନିଜେ ଧରାପଡିଯାଉଥିଲା।ଏଥିପାଇଁ ତାକୁ ବହୁ ନିର୍ଯ୍ୟାତନା ସହିବାକୁ ପଡିଥିଲା ।ଦେହରେ ତାର କେତେ ଚାବୁକର ଛାଟ ବାଜିଥିଲା ।ବିଚାରି ଦିନେ ଆଦୌ ସହ୍ୟ ନ କରି ସେଠାରୁ ଲୁଚି ଦୌଡି ଦୌଡି ଆସୁଥିଲା । ଦୌଡି ଆସୁଥିବା ସମୟରେ ଜଣେ ଅପରିଚିତ ଭଦ୍ର ବ୍ୟକ୍ତିଙ୍କର ଗାଡି ସହ ତାର ଧକା ହୋଇଯାଇଥିଲା ।ଏବଂ ସେ ତଳେ ପଡିଯାଇଥିଲା ।ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିଲା। ସୁଶିଳାକୁ ସେ ଭଦ୍ର ବ୍ୟକ୍ତି ସେବା ସୁଶୃଷା କରାଇଥିଲେ ।ସୁଶିଳା ଆସ୍ତେ ଭଲ ହେବାକୁ ଲାଗିଲା ।

ସେ ନିଜର ପରିଚୟ ଦେଇଥିଲା ।ଏବଂ ସବୁ ଘଟଣାମାନ କହିଥିଲା।ସେହି ଭଦ୍ର ବ୍ୟକ୍ତି ତାର ସଠିକ୍ ପରିଚୟ ପାଇ ସୁଶୀଳାକୁ ଗାଁରେ ନେଇ ଛାଡିଆସିଥିଲେ ଏବଂ ପ୍ରଶାସନର ସହାୟତାରେ ଅନ୍ୟ ଯୁବତୀମାନଙ୍କୁ ଉଦ୍ଧାର କରିଥିଲେ । କିଛି ଆର୍ଥିକ ସହାୟତା ଯୋଗାଇ ବାଇନି ପରିବାରର ଅଭାବ ଅନଟନ ସବୁ ଦୂର କରିଥିଲେ । ସେ ନିଜ ବିଶ୍ବସ୍ତ ମାମୁଁଙ୍କର ଅସଲି ମୁଖା ଖୋଲିଥିଲା ।ତା ମାମୁଁ କେମିତି ବିଶ୍ବାସର ବିଷ ଭରିଦେଇଛି ଏ ପରିବାରକୁ ।ସୁଶିଳା ତା ବାଆ ପାଖରେ ମାମୁଁର କଲା କର୍ମମାନ ବଖାଣି ଦେଲା ।

ଏ ଗାଁରେ ରହି କେତେ ନିରିହ ଝିଅମାନଙ୍କୁ କାମଦେବା ବାହାନାରେ ବାହାର ରାଜ୍ୟକୁ ପଠାଇଦେଇଛି ।ଛି ଛି ତାର ଘୃଣ୍ୟ କର୍ମ ।ବିଶ୍ବାସରେ ବିଷ ଭରିଦେଇଛି । ବାଇନି ଆଉ ତାର ମାଇପି ଏ କଥା ଜାଣିଲାପରେ ସୁଶିଳାର ସଂପର୍କିୟ ମାମୁଁ କୁ ତଣ୍ଟିଆ ମାରି ଘରୁ କାଡିଦେଇଥିଲେ । ଗାଁ ଲୋକେ ତାକୁ ଉତ୍ତମ ମଧ୍ୟମ ଦେଇ ତାକୁ ଠିକ୍ ପାନେ ଶିଖାଇଥିଲେ । କେତେ ଲୋକଙ୍କର ବିଶ୍ବାସରେ ବିଶ୍ବାସଘାତକତା କରିଛି ସେ । ପୋଲିସ ଏକଥା ଜାଣି ତା ମାମୁଁକୁ ଜେଲ ପଠାଇଦେଇଥିଲା ।

ଏଥିମଧ୍ୟରେ ସୁଶୀଳା ପ୍ରଶାସନର ସହାୟତାରେ କୁଶଳୀ ଟ୍ରେନିଙ୍ଗ୍ ନେଇ SSG ଗ୍ରୁପ ଗଠନ କରି ନିଜର ତଥା ଗ୍ରାମର ଅନ୍ୟ ଯୁବତିମାନଙ୍କ ଆର୍ଥିକ ଅବସ୍ଥା ସ୍ବଛଳ କରିପାରିଛି ।

ଏହି ନିରିହ ଯୁବତୀଚାଲାଣରେ ପ୍ରସାଶନ ହସ୍ତକ୍ଷେପ କରିବା ନିହାତି ଜୁରୁରୀ ।ଅର୍ଦ୍ଦଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଶିକ୍ଷିତ, କୁଶଳୀ ସଚେତନ ଏବଂ ଆତ୍ମନିର୍ଭରଶିଳତା ପାଇଁ ପଦକ୍ଷେପ ନେବା ନିହାତି ଜରୁରୀ ଏତଦ୍ ବ୍ୟତିତ ଯେଉଁମାନେ ଘୃଣ୍ୟ ଅବିଶ୍ବାସନିୟ କାର୍ଯ୍ୟ କରୁଛନ୍ତି ତାଙ୍କୁ ନିହାତି ଦଣ୍ଡ ଦେବାଦରକାର ।ଏପରି ଦଲାଲ ମାନଙ୍କୁ ବିଶ୍ବାସ କରିବା ଉଚିତ ନୁହଁ ।ସମାଜ ବଦଳୁଛି । ଟଙ୍କାର ମୋହ ଦେଖାଇ ନିରିହ ଯୁବତୀମାନଙ୍କୁ ବିଭିନ୍ନ ମାଧ୍ୟମରେ ଠକିଥାନ୍ତି । ସେମାନଙ୍କର ବିଶ୍ବାସରେ ବିଷ ଭରିଦିଅନ୍ତି ।

ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Log in

Similar oriya story from Inspirational