STORYMIRROR

Jitendra Giri

Crime

3  

Jitendra Giri

Crime

ବିଶ୍ୱାସଘାତକ

ବିଶ୍ୱାସଘାତକ

3 mins
182


ସମୀରର ଘର ଯାଜପୁର ଜିଲ୍ଲା ଓ ମିହିରର ବାଲେଶ୍ୱର । ଦୁହେଁ ସୁରତର ଗୋଟିଏ କମ୍ପାନୀରେ କାମ କରୁଥାନ୍ତି । ବହୁତ୍ ଭଲ ମିଳାମିଶା ଦୁଇ ଜଣଙ୍କ ମଧ୍ୟରେ । ଏଇ ଯେମିତି ଗୋଟିଏ ଲଞ୍ଚ ଡବାରେ ଦୁଇ ଜଣ ଖାଇବା, ସମାନ ରଙ୍ଗ ଥିବା କପଡ଼ା ପିନ୍ଧିବା, ଅସୁବିଧା ସମୟରେ ଦୁହେଁ ଟଙ୍କା ପଇସା ଦିଆ ନିଆ ହୁଅନ୍ତି. ଏମିତି ଅନେକ କିଛି।

     ସମୟ କ୍ରମେ ଦୋଳ ପୂର୍ଣ୍ଣିମାରେ ଉଭୟ ନିଜ ନିଜ ଗାଆଁକୁ ଆସିଲେ। ସମୀର ମିହିରକୁ ଦୋଳ ଯାତ୍ରା ପାଇଁ ତା ଘରକୁ ଆସିବା ପାଇଁ ଫୋନ କଲା। ଆରେ ମିହିର ତ ବିନା ମୋତେ ଆମ ଗାଆଁରେ କିଛି ଭଲ ଲାଗୁନି ।ତୁ ଯଦି ଆମ ଗାଆଁକୁ ଆସନ୍ତୁ ତାହେଲେ ଏଥର ଦୋଳ ପୂର୍ଣ୍ଣିମା ଟା ଜମି ଯାଆନ୍ତା । ମିହିର ମଧ୍ୟ ସମୀରର କଥା ରଖି ତା ଘରେ ଯାଇ ପହଞ୍ଚିଲା, ଆଉ ଦେଖିଲା ସମୀର ଘରେ ତା ବାପା ମାଆ ଆଉ ତାର ଏକମାତ୍ର ଗେହ୍ଲା ଭଉଣୀ ଶେଫାଳୀକୁ । ଛୋଟ ପରିବାରଟା ବେଶ୍ ହସ ଖୁସି ରହିଥାଏ । ସମୀରର ବାପା ଚାଷୀଟିଏ । ନିଜର କିଛି ଜମି ଅଛି । ସେଇଥିରେ ବର୍ଷକଯାକର ଖାଦ୍ୟ ଓ ଖର୍ଚ୍ଚ ଭରଣ ହୋଇଯାଏ ଏବଂ ସମୀର ଯାହା ଟଙ୍କା ପଇସା ସୁରତରୁ ପଠାଏ ସେଥିରେ ଶେଫାଳୀର ପାଠ ପଢ଼ା ପାଇଁ ଖର୍ଚ୍ଚ ହୁଏ । ତାର ସ୍ୱପ୍ନ ତା ଭଉଣୀ ଡାକ୍ତର ହେବ ଶେଫାଳୀ ବି ବହୁତ୍ ଭଲ ପଢ଼େ ସବୁ ପରୀକ୍ଷାରେ ପ୍ରଥମ ସ୍ଥାନ ଆଣିଥାଏ। ସେଥି ଲାଗି ସମୀର ଶେଫାଳୀକୁ ଡାକ୍ତରୀ ପାଠ ପଢ଼ାଉଛି । ଯେତେବେଳେ ସମୀରର ବାପା ସମୀରର ବାହାଘର କଥା କହିଲେ ସେ ସଫା ସଫା ମନା କରି କହିଲା, ମୋ ଗେହ୍ଲା ଭଉଣୀ ଆଗ ଡାକ୍ତର ହେଇଯାଉ । ତାପରେ ମୁଁ ମୋ ବାହାଘର କଥା ଭାବିବି।

  ଆରେ ମିହିର ତୁ ଏମିତି ତାଟେକା ହେଇ ଗଲୁ ଯେ ଇଏ ପରା ମୋ ଭଉଣୀ ଶେଫାଳୀ । ଡାକ୍ତରୀ ପଢ଼ୁଛି, କହିଲା ସମୀର ।ହେଲେ ମିହିରର ଆଖିପତା ପଡୁ ନଥାଏ ଶେଫାଳୀକୁ ଦେଖି । ସତେ ଯେମିତି ତା ରୂପରେ ବିମୋହିତ ହେଇଯାଇଛି ମିହିର । ତା ହାତରୁ ଜଳଖିଆ ପ୍ଲେଟ ଟା ଧରି ପଚାରିଲା ତୁମ ନାମ କଣ ? ଧୀର ଶବ୍ଦରେ ଶେଫାଳୀ ବୋଲି କହିଲା । ସମୀରର ଗେହ୍ଲା ଭଉଣୀ ଶେଫାଳୀ।ବାସ୍ ମିହିର ଆଉ ମିହିର ନଥିଲା ତା କାମୁକ ମନରେ ଶେଫାଳୀକୁ ପାଇବାର ଇଚ୍ଛା ଶକ୍ତି ଜାଗ୍ରତ ହେଲା । ଚିନ୍ତା କରୁଥିଲା ଯଦି ଶେଫାଳୀ ତାକୁ ମିଳିଯାଆନ୍ତା, ତେବେ ସେ ଦୁନିଆରେ ସର୍ବଶ୍ରେଷ୍ଠ ପୁରୁଷ ହେଇଯାଆନ୍ତା । ଭାଇ ଜଳଖିଆ ଖାଅ । ଆମେ ପରା ଯାତ୍ରା ଦେଖିବାକୁ ଯିବା । ଶେଫାଳୀ କହିଲା । ମିହିର ତରବର ହେଇ ଜଳଖିଆ ଖାଇ ସମୀର ଓ ଶେଫାଳୀ ସହିତ ଯାତ୍ରା ଦେଖିବାକୁ ଗଲା । ହେଲେ ତା ମନ ଯାତ୍ରାରେ ନଥିଲା ଥିଲା କେବଳ ଶେଫାଳୀ ପାଖରେ । ସୁଯୋଗ ଖୋଜୁଥିଲା ଯେମିତି ଶେଫାଳୀକୁ ତା ମନ କଥା କହିବ? ଠିକ୍ ସେହି ସମୟରେ ଶେଫାଳୀ କହିଲା ସମୀରକୁ ଭାଇ ମୁଁ ଗୋଟେ ଫୁଲ ଚାଙ୍ଗୁଡ଼ି କିଣିବି । ଏତେ ଭିଡ଼ ଭିତରେ କେମିତି ଯିବା ଦୋକାନ ପାଖକୁ କହିଲା ସମୀର । ସୁଯୋଗ ଖଜୁଥିବା ମଣିଷ ମିହିର କହିଲା ମୁଁ ଅଛି ମୁଁ ନେଇଯିବି ଶେଫାଳୀକୁ ଦୋକାନ ପାଖକୁ ଆଉ ଶେଫାଳୀର ହାତ ଧରି ନେଇଗଲା । ଚାଙ୍ଗୁଡି କିଣିବା ବାହାନାରେ ଶେଫାଳୀର ହାତ ଧରି ମିହିର କହିଲା ଶେଫାଳୀ I love you । ଶେଫାଳୀ ଡରିଗଲାଏବଂ ସମୀରର ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରି କହିଲା ମୋ ଭାଇ ଯେଉଁ ମୋ ପାଇଁ ସ୍ୱପ୍ନ ଦେଖିଛି ଆଗ ତାକୁ ମୁଁ ପୂରଣ କରିବି ।

  ଏ କଥାକୁ ସହଜରେ ଗ୍ରହଣ କରି ପାରିଲାନି ମିହିର। ଶେଫାଳୀର ହାତକୁ ଧରି ଭିଡ଼ ଭିତରେ ହଜିଗଲା ଆଉ ସମୀର ଯେତେ ଖୋଜିଲେବି ତା ଗେହ୍ଲା ଭଉଣୀକୁ ପାଇଲାନି ବହୁତ୍ ଖୋଜାଖୋଜି ପରେ ଶେଫାଳୀର ମୂର୍ମୁଷ ଶରୀର ଗୋଟିଏ ନିଛାଟିଆ ସ୍ଥାନରୁ ମିଳିଲା।ସମୀର ହତବାକ୍, ମୁକ, ଅସହାୟ ହେଇଯାଇଥିଲା ସେ ଦୃଶ୍ୟ ଦେଖି ଯେମିତି ପୁରା ଆକାଶଟା ଛିଣ୍ଡି ପଡ଼ିଲା ତା ମୁଣ୍ଡ ଉପରେ।ତା ଗେହ୍ଲା ଭଉଣୀ ଶେଫାଳୀ ସବୁଦିନ ପାଇଁ ମଉଳି ଯାଇଥିଲା । ହେଲେ ମିହିର କୁଆଡେ ଗଲା ? ପାଖରେ ଥିବା ଭିଡ଼ ଭିତରୁ ଜଣେ ଲୋକ ବାହାରି ଆସି କହିଲା ମୁଁ ଏଇ ରାସ୍ତା ଦେଇ ଯାଉଥିବା ସମୟରେ ଜଣେ ଯୁବକ ଏହି ଝିଅଟିକୁ ଆଣି ଏହି ଜାଗାରେ ଫିଙ୍ଗିଦେଲା । ବାସ୍ ଆଉ କିଛି କୁହନ୍ତୁ ନାହିଁ ଆଜ୍ଞା ଏଇ ଝିଅ ଆଉ କେହି ନୁହଁ ସେ ମୋ ଭଉଣୀ ଶେଫାଳୀ ଆଉ ଯୁବକଜଣକ ଜଣେ ବେଇମାନ୍, ଲମ୍ପଟ ଆଉ ବିଶ୍ୱାସଘାତକ।।

 



Rate this content
Log in

Similar oriya story from Crime