ହାପି ବାର୍ଥଡେ
ହାପି ବାର୍ଥଡେ
କି ଅଜବ ଲୋକ ଏମିତି କଣ ପାଇଁ ହେଉଛ ? ଆଉ କେତେଦିନ ଏମିତି ମୋତେ ଅଧା ରାତିରେ ଉଠାଇ ହାପି ବାର୍ଥଡେ ରିଙ୍କୁ କହୁଥିବ?ନିଜେ ତ ସବୁଦିନେ ରାତି ଦୁଇଟା ପର୍ଯ୍ୟନ୍ତ ଚେଇଁ ରହୁଛ ଆଉ ମୋ ନିଦକୁ ବି ଭାଙ୍ଗୁଛ।ଗତ ମାସ ସାତ ତାରିଖରେ ପରା ଆମ ରିଙ୍କୁ ର ବାର୍ଥଡେ ଗଲା। ଏ ପାଗେଳି ମୋତେ ଆଉ ହଇରାଣ ନ କରି ଟିକେ ଶୋଇବାକୁ ଦିଅ କହିଲେ ଦିଲ୍ଲୀପ ବାବୁ।
ରେଖା ମାଡାମ ଟିକେ ନାକରେ ରାଗିଯାଇ କହିଲେ ଏ ଅଭ୍ୟାସ କଣ ମୋର ଆଜିର କି ? ତମେ ତ ଜାଣିଛ ଆଜକୁ ଦୀର୍ଘ ଚବିଶି ବର୍ଷ ହେଲା ମୁଁ ନିଇତି ରାତିରେ ତମକୁ ଉଠାଇ ଆମ ରିଙ୍କୁ ର ହାପି ବାର୍ଥଡେ ପାଳି ଥାଏ ଏଇ ଅଭ୍ୟାସ ଟା କଣ ମୋର ଆଜିର କି? ସବୁ ଜାଣି ବି ଏମିତି କଅଁଳା ପିଲା ଭଳିଆ କାଇଁ ହେଉଛ ଯେ? ଲଗାଅ ଆମ ରିଙ୍କୁ ପାଖକୁ ଟିକେ ଫୋନ ଟା ଲଗାଅ।
ଏତେ ରାତି ହେଲାଣି ସେ ଶୋଇଥିବ କାଲି ସକାଳୁ ସକାଳୁ ତମେ ତାକୁ ବାର୍ଥଡେ ଉଇସ କରିବ ଏବେ ସୋଇପଡ଼ କହିଲେ ଦିଲୀପ ବାବୁ ହେଲେ ପତ୍ନୀ ରେଖା ଙ୍କ ଜିଦ ଆଗରେ ହାର ମାନି ଫୋନ କଲେ ପୁଅ ରିଙ୍କୁ କୁ।ନୂଆ ନୂଆ କମ୍ପାନୀ ଚାକିରି ରେ ଯୋଗ ଦେଇଥାଏ ରିଙ୍କୁ । କିଛି ସାଙ୍ଗ ଙ୍କ ସହିତ ରହୁଥାଏ ସେ ମୋବାଇଲ ଦେଖୁ ଦେଖୁ ସୋଇ ପଡ଼ିଛି ରିଙ୍କୁ।ହଠାତ ବାଜି ଉଠିଲା ମୋବାଇଲ ଆଉ ରିଙ୍କୁ ର ନିଦ ଭାଙ୍ଗି ଗଲା ଦେଖିଲା ମା ତାର ଫୋନ କରିଛି । ଭାବିଲା ଏତେ ରାତିରେ ମା କାହିଁକି ଫୋନ କରିଛି କଣ କିଛି ଅସୁବିଧା ହେଲା କି? ତୁରନ୍ତ ଫୋନ ଟିକୁ ରିସିଭ କରିବା ମାତ୍ରେ ମା ତାର ହାପିବାର୍ଥଡେ ରିଙ୍କୁ କହିଲେ ଆଉ ରିଙ୍କୁ ରାଗିଯାଇ କହିଲା ମା ତ ମୁଣ୍ଡ ଖରାପ ହେଇଗଲାଣି ତୁ ପାଗେଳି ହେଇଗଲୁଣି ଏତେ ରାତିରେ ନିଜେ ତ ଶୋଉନୁ ଆଉ ମୋତେ ବି ଶୋଇବାକୁ ଦେଉନୁ ତୁ ଜଲ୍ଦି ଫୋନ ରଖିଲୁ ।
ଏତିକି କହିବା ମାତ୍ରେ ଦିଲ୍ଲୀପ ବାବୁ କହିଲେ ବାଃ ତୁ କେମିତିକା ପୁଅ ତ ମା ର ମନ କଥା ତୁ ଟିକେ ବି ବୁଝିପାରିଲୁଣି ତେବେ ଶୁଣ ସେ କାହିଁକି ପ୍ରତିଦିନ ରାତିରେ ହାପି ବାର୍ଥଡେ କହେ। ସେଦିନ ହସ୍ପିଟାଲ ରେ ତ ମା ଯନ୍ତ୍ରଣା ରେ ଛଟପଟ ହେଉଥାଏ ଆଉ ମୁଁ ଡାକ୍ତରଙ୍କ ପଛେ ପଛେ ଦୌଡ଼ି ଥାଏ ଏବଂ କହୁଥାଏ ସାର ଯେମିତି ହେଉ ଯେତେ ଟଙ୍କା ଲାଗୁ ମୋ ସ୍ତ୍ରୀ ର ଡେଲିଭରୀ ଟା କରେଇ ଦିଅନ୍ତୁ ହେଲେ ଡାକ୍ତର ବାବୁ ସଫା ସଫା କହିଲେ ଦେଖନ୍ତୁ କଣ୍ଡିସନ ଭେରୀ କ୍ରିଟିକାଲ ତେଣୁ କେବଳ ଜଣକୁ ବଞ୍ଚାଇ ହେବ ହୁଏତ ମା ବଞ୍ଚିବ ନହେଲେ ଛୁଆ ଏଇ ନିଅନ୍ତୁ ଏଇ କାଗଜରେ ଗୋଟିଏ ଦସ୍ତଖତ କରିଦିଅନ୍ତୁ ତେବେ ଯାଇ ଆମେ ଅପରେସନ କରିବୁ ବାସ ଏତିକି କହି ଡାକ୍ତର ବାବୁ ମୋ ହାତରେ ସେଇ ମୃତ୍ୟୁର ରାଜିନାମା କାଗଜଟି ଧରାଇ ଦେଲେ । କଣ କରିବି ମୁଁ ତତେ ଯିଏ ଦୁନିଆଁ ଦେଖିନାହିଁ ତାକୁ ବଞ୍ଚାଇବି ନା ଯିଏ ମୋ ଦୁନିଆଁ ମୋ ସବୁ ସୁଖ ଦୁଃଖ ସାଥି ମୋ ହୃଦୟରେ ସ୍ପନ୍ଦନ ତାକୁ ବଞ୍ଚାଇବି । ହତବାକ କଣ କରିବି କିଛି ସମୟ ପରେ ନିଜକୁ ସମ୍ଭାଳି ଡାକ୍ତର ବାବୁଙ୍କୁ କହିଲି ମୋର ସ୍ତ୍ରୀ ଦରକାର ସିଏ ରହିଲେ ମୋତେ ସବୁ ମିଳିଯିବ ।
ବାସ ଏଇ କଥା ତ ମା କାନ ରେ ବାଜିଲା କ୍ଷଣି ସେ ସବୁ ଯନ୍ତ୍ରଣାକୁ ଭୁଲିଯାଇ ଡାକ୍ତର ବାବୁଙ୍କୁ କହିଲା ସାର ମୁଁ ପଛେ ମରିଯାଏ ହେଲେ ମୋ ପିଲା ବଞ୍ଚି ରହୁ ମୋ ସ୍ୱାମୀ କଣ ଜାଣିବେ ମା ହେବାରେ କି ଆନନ୍ଦ ଥାଏ ମୁଁ ଯଦି ମା ହେଇଯାଏ ତେବେ ମୋ ନାରୀ ଜୀବନ ସାର୍ଥକ ହେଇଯିବ ମୋର ଏତିକି ନିବେଦନ ଆପଣଙ୍କୁ ମୋ ପିଲାକୁ ବଚାଇଦିଅନ୍ତୁ । ଠିକ ଅଛି ଆମେ ଚେଷ୍ଟା କରିବୁ ଉଭୟଙ୍କୁ ବଞ୍ଚାଇବା ପାଇଁ। ଅପରେସନ ହେଲା ଆଉ ଡାକ୍ତର ବାବୁ ଓଟି ରୁ ବାହାରି ଆସି କହିଲେ ବହୁତ ଲକି ଆପଣ ଉଭୟ ମା ଏବଂ ଛୁଆ ସୁରକ୍ଷିତ । ଏଇ କେଇ ପଦ ମୋ ମନରେ ଅସରନ୍ତି ଖୁସି ଭରିଦେଲା ପ୍ରଭୁ ଜଗନ୍ନାଥଙ୍କୁ ଅନେକ ଧନ୍ୟବାଦ ଆଉ ମୁଣ୍ଡିଆ ମାରି ଓଟି ଭିତରକୁ ପଶିଲି ଦେଖିଲି ତ ମା ତୋ ଆଖିକୁ ଚାହିଁ କେତେ କଥା କହିଯାଉଛି ଯେମିତି ତୁ ତାର ଈଶ୍ୱର ସତରେ ସେଇ ମୁହୂର୍ତ ଟା ଗୋଟେ ଅବର୍ଣ୍ଣନୀୟ ଆଉ ଅଭୁଲା ମୁହୂର୍ତ।
କିଛି ସମୟ ପରେ ତ ମା ମୋ ହାତକୁ ଧରି କହିଲା ମୋର ଗୋଟେ କଥା ରଖିବ ମୁଁ କହିଲି ହଁ କୁହ ଆମ ପୁଅ ର ବାର୍ଥଡେ ଆମେ ସବୁଦିନ ଏଇ ସମୟରେ ପାଳିବା। ସେ ସମୟର ପରିସ୍ଥିତିକୁ ଦେଖି ହଁ କହିଦେଲି କାରଣ ଅନେକ ଦିନ ପରେ ତ ମା ମୁହଁ ରେ ହସ ଫୁଟିଛି ଆଉ ସେ ହସ ର କାରଣ ତୁ ଆଉ ଆଜି ତ ମା ପାଗେଳି ହେଇଗଲା କେମିତି ପୁଅ ତୁ?
ମୋତେ କ୍ଷମା କରିଦିଅ ବାପା ମୋ ମା ମୋ ପାଇଁ ଏତେ କଷ୍ଟ ସହିଛି।
ଆରେ ମୋତେ କଣ କ୍ଷମା ମାଗୁଛୁ ଏଇ ତ ମା କୁ କ୍ଷମା ମାଗ ।
ରିଙ୍କୁ ମା କୁ କ୍ଷମା ମାଗି ନିଜର ଭୁଲ ବୁଝି ପାରିଲା ଆଉ କହିଲା ମା ଏଥର ସବୁଦିନ ରାତିରେ ତୁ ମୋତେ ହାପିବାର୍ଥଡେ କହିବୁ ମୁଁ ଚାହିଁ ରହିଥିବି।
