ତୁମେ
ତୁମେ
ତୁମେ କହିଥିଲ ଯେବେବି ତୁ ମୋତେ ଭାଇ ବୋଲି ଡାକିବୁ ମୁଁ ଯେଉଁଠି ଯେଉଁ ପରିସ୍ଥିତିରେ ଥାଏ ନିଶ୍ଚେ ତୁ ମୋତେ ତୋ ସାମ୍ନାରେ ପାଇବୁ ଆଉ ଏମିତି ବି କହିଥିଲ ଆମ ସମ୍ପର୍କ ଶ୍ରୀରାମ ଏବଂ ଆଜ୍ଞାଧୀନ ଭରତଙ୍କର ସମ୍ପର୍କ ମୋ ଅନୁପସ୍ଥିତିରେ ତୁ ସମୂର୍ଣ୍ଣ ବିଜନେସକୁ ଏକୁଟିଆ ସମ୍ଭାଳି ନେବୁ ଏ କଥା ମୁଁ ଭଲଭାବେ ଜାଣିଛି ମୋର ତ ଉପରେ ଶତ ପ୍ରତିଶତ ବିଶ୍ୱାସ ଏବଂ ଭରସା ଅଛି ।
ମୁଁ ବି ସେଦିନ ନତମସ୍ତକ ହେଇ ମୁଣ୍ଡ ଟୁଙ୍ଗାରି ତୁମ ଆଶିଷ ଆଉ ସାହାଯ୍ୟକୁ ନିଜର ବଳ ସଜେଇ ବିରଦର୍ପରେ ଯାଇ ବସି ପଡ଼ିଲି ଆମ ଅଫିସ ଚେମ୍ବରର ଦୁଇ ନମ୍ବର ଚେୟାର ଉପରେ ଏବଂ ଏକ ନମ୍ବର ଚେୟାରଟିକୁ ନିତି ଭକ୍ତି ଆଉ ବିଶ୍ୱାସ ପୁଷ୍ପ ଦେଇ ପୂଜା କରୁଥିଲି । ସବୁକିଛି ଠିକଠାକ ଚାଲିଥିଲାବେଳେ ହଠାତ ମାତା ସୀତାଙ୍କ ଚରିତ୍ରଟା କେମିତି ବଦଳିଯାଇ କୈକେଇର ଜିଦଖୋର ସ୍ୱାର୍ଥୀ ସନ୍ଦେହି ଚରିତ୍ରରେ ରୂପାନ୍ତରିତ ହେଇଗଲା ମୁଁ ବୁଝିପାରିଲିନି ଆଉ ତୁମେ ବି କେମିତି ସବୁ ସମ୍ପର୍କକୁ ଛିନ୍ନ କରି ନିମିଶକରେ ଭାଇରୁ ଭଗାରି ହେଇ ପାରିଲ? ମୁଁ ତ ହୃଦ ମନ୍ଦିରରେ ତୁମକୁ ହିଁ ପୂଜା କରୁଥିଲି ନିଇତି ତୁମ ପ୍ରତିଛବିର ମଙ୍ଗଳ ଆଳତି କରୁଥିଲି। କିନ୍ତୁ ମୌନ ରହି କଡ଼ଲେଉଟାଣି କେଉଁ କାରଣରୁ? କଣ ଚିନ୍ହି ପାରିଲନି ଏଇ ଭରତକୁ ଓଃ ବୋଧହୁଏ ଜଣାଇବାକୁ ଚାହୁଁଥିଲ କି ମୁଁ କେବଳ ମୁଁ ଆଉ ତୁମେ କେବଳ ତୁମେ। ହଁ ସତରେ ତୁମେ କେବଳ ତୁମେ।
