jyotsna mayee panda

Tragedy

4  

jyotsna mayee panda

Tragedy

ବିଶ୍ୱାସ ରେ ଦିନ ଟେ

ବିଶ୍ୱାସ ରେ ଦିନ ଟେ

4 mins
181



ଏବେ ସବୁଦିନ ଅନିଶ୍ଚିତତା ଭିତରେ ବିତିଯାଉଛି l ଏମିତି ଲାଗୁଛି ଆସନ୍ତା ସୂର୍ଯ୍ୟ ଦେଖିବାକୁ କାହା ଭାଗ୍ୟ ରେ ଅଛିକିଏ ଜାଣିଛି ? ଜୀବନ ଟା ଅଜଣା ଭୟ, ଆଶଙ୍କା, ଅନିଶ୍ଚିତତା ଭିତରେ ଯେମିତି ବତୁରି ଯାଉଛି l ପ୍ରତିଦିନ ଆତ୍ମୀୟ ଙ୍କ ମୃତ୍ୟୁ ଦେଖି ଯେମିତି ବଂଚିବା ର ସ୍ମୃହା ହଜି ଯାଇଛି l ସବୁଦିନ କାହାକୁ ନା କାହାକୁ ହରେଇବାର ଦୁଃଖ ଯେମିତି ମଣିଷ କୁ ଧର୍ଯ୍ୟ ହରା କରିଦେଉଛି l ସମୟ ଏତେ ଦାରୁଣ ହୋଇଯାଇଛି ଯେ ନା କାହା ପାଖକୁ ଯାଇ ସ୍ଵlନ୍ତନ l ଦେଇ ହେଉଛି ନା କାହା ଦୁଆର ମୁହଁ ରେ ଠିଆ ହେବାର ସାହସ ଜୁଟେଇ ହେଉଛି l ମୋବାଇଲ ହେଉ କିଛି ଖବର କାଗଜ ସବୁ ଥିରେ ହୃଦୟ ବିଦାରକ ଖବର l କିଏ ପୁତ୍ର ହରା ହୋଇ କାନ୍ଦୁଛି, ତ କାହାକୁ ପୁତ୍ର କାନ୍ଧ ମିଳୁନି, କିଏ ବାପା ମା କୁ ହରେଇ ଅନାଥ ହୋଇଯାଇଛି ତ କାହା ହାତର ଶଙ୍ଖା ସବୁଦିନ ପାଇଁ ଭାଙ୍ଗି ଯାଇଛି ଏ ମୃତ୍ୟୁ ର କରାଳ ବିଭୀଷିକାରେ l ମଣିଷ ର ମେରୁହାଡ଼ ଯେମିତି ଭାଙ୍ଗି ଦେଉଛି ଏ କରୋନା l ଆଜିକାର ଦୁନିଆ ରେ କେବଳ ନିଶ୍ୱାସ ହିଁ ଖାଲି ମୂଲ୍ୟବାନ ହୋଇ ଯାଇଛି ସମସ୍ତ ଙ୍କ ପାଇଁ l ବାକି ସବୁ ଧନ ସମ୍ପଦ ସବୁ ତୁଚ୍ଛ ହୋଇ ରହିଯାଇଛି l ମଣିଷ ହାର ମାନିଯାଇଛି ଏକ ଭୁତାଣୁ ପାଖରେ l ଦେଶ ର ସାମାଜିକ ଆର୍ଥିକ ସ୍ଥିତି କୁ ଯେମିତି ଦୋହଲାଇ ଦେଇଛି ଏ ସାମାନ୍ୟ ଭୂତାଣୁ l ହେ ପ୍ରଭୁ ମଣିଷ ପାଇଁ ଏଇ ଦୁର୍ଦ୍ଦିନ ଆଉ କେତେ ଦିନ ଧରି ଚାଲିବ? କେବେ ଫେରି ଆସିବ ସେ ସୁନ୍ଦର ଦିନ ଆଉ କେବେ ହସିବ ଏ ଧାରା.... ମଣିଷ ଆଜି ଦୁଃଖ ର ପାହାଡ଼ ତଳେ ଯେମିତି ଅଣନିଶ୍ୱାସୀ ହୋଇ ପଡୁଛି.... ।

ଏ କରୋନା ପାଇଁ ଖୁବ ସମୟ ମିଳୁଛି ପୂଜା କରିବାକୁ ନ ହେଲେ ସେ ରୁଟିନ ବନ୍ଧା ଜୀବନ ରେ ମଣିଷ କୁ ସମୟ ମିଳେନି ଶାନ୍ତି ରେ ଟିକେ ପୂଜା କରିବାକୁ l ମୋ ପୂଜାଘର ସବୁବେଳେ ସୁନ୍ଦର କରି ସଜେଇ ରଖେ l ସୁନ୍ଦର ସୁନ୍ଦର ଗହଣା ଓ ଫୁଲ ରେ ପ୍ରଭୁ ଙ୍କୁ ସଜେଇବା ପାଇଁ ଖୁବ ଭଲ ପାଏ l

ଯେମିତି ସବୁ ଠାକୁର ଝଲ ମଲ ଦିଶୁଥିବେ l ସେଥିପାଇଁ ଅନେକ ପ୍ରକାର ଫୁଲ ମୋ ଛାତ ଉପରେ ଓ ତଳେ ବି l ଯୁଇ, ଟଗର, କାଞ୍ଚନ, ମଲ୍କି, ମନ୍ଦାର, ଗୋଲାପ, ମାଳତୀ ଏମିତି ଅନେକ ଗଛ l କିଛି କିଛି ଠାକୁର ଙ୍କୁ ଦିଏ ଓ କିଛି ଗଛ ରେ ଥିଲେ ହିଁ ମୋତେ ଭଲ ଲାଗେ l ଅଯଥା ରେ ଅନେକ ଫୁଲ ନଷ୍ଟ କରିବାକୁ ଭଲ ଲାଗେନି l ସେଥିପାଇଁ ସବୁଦିନ ପାଞ୍ଚଟା ରୁ ଉଠି ସବୁ ଗଛ ରୁ କିଛି କିଛି ଫୁଲ ଆଣେ l ସବୁଦିନ ମୁଁ ଲକ୍ଷ କରେ ଜଣେ ବୁଢା ମଉସା ଭୋର ରୁ ଗୋଟେ ବଙ୍କୁଳି ବାଡ଼ି ନେଇ ଅସନ୍ତି ଓ ବାଉଣ୍ଡ୍ରି ଭିତରେ ଥିବା ସବୁ ଫୁଲ ଯାକ ନେଇ ଯାଆନ୍ତି l ଖୁବ ରାଗ ମାଡ଼େ ହେଲେ ବୟସ୍କ ଲୋକ ଭାବି କେବେ କିଛି କୁହେନି l ତଥାପି ଦିନେ କହିଲି "ମଉସା ଏ କରୋନା ରେ ବି ଆପଣ ବିନା ମାସ୍କ ରେ ଏମିତି ଫୁଲ ପାଇଁ କାହିଁକି ଆସୁଛନ୍ତି l ଘର ଲୋକ କେହି ମନା କରୁନାହାନ୍ତି କି? ମୋ କଥା ଶୁଣି ସେ ହସିଲେ କହିଲେ ଆମେ ଏବେ କା ଯୁଗ ର ନୋହୁଁ l ଖୁବ ଭଲ ଭଲ ଜିନିଷ ଖାଇଛୁ l ସେଥିପାଇଁ ତ ଆମକୁ କିଛି ହେଉନି l ଆଜିକାଲି ମଣିଷ ସବୁ ଭେଜାଲ ଜିନିଷ ଖାଇଲ ଆଉ କରୋନା ହେବ ନି l ଆମକୁ କେବେ ବି କରୋନା ହେବନି l ସେଥିପାଇଁ ସେ ଅଣନିଶ୍ୱାସୀ ତୁଣ୍ଡି ମୁଁ ପସନ୍ଦ କରେନି ପିନ୍ଧିବା ପାଇଁ l ମୁଁ ଭାବିଲି ସତରେ ବୁଢା ଯେମିତି ଜେମ୍ସ ବଣ୍ଡ ଭାବୁଛି ନିଜକୁ ନିଜେ l ଆଉ ଏହା ସହିତ ଯୁକ୍ତି କରି ଲାଭ ନାଇଁ ଖାଲି ନିଜ ପବନ ଖର୍ଚ୍ଚ କରିବା କଥା l ଏମିତି ଅନେକ ଦିନ ଏ ଭିତରେ ବିତିଗଲାଣି l ହେଲେ ସେ ବୁଢା ମଉସା ଆଉ ଆମ କଲୋନୀ କୁ ଆସୁନାହାନ୍ତି l ସେ କୋଉଠି ରୁହନ୍ତି ମୁଁ ବି ଠିକ ସେ ଜାଣିନି l ଆଜିକାଲି ଆଉ ଫୁଲ ଚୋରି ହେଉନି l ଗଛ ମାନଙ୍କରେ ଫୁଲ ଭର୍ତି ହୋଇଛି l ମନେ ମନେ ଭଲ ହେଲା ଭାବିଲି l ବୁଢା ଆଉ ଆସୁନି ବୋଧହୁଏ l କିନ୍ତୁ ଏମିତି କିଛି ଦିନ ଗଲା ପରେ କାହିଁକି କେଜାଣେ ମନ ଟା ଗୋଳେଇ ଘାଣ୍ଟି ହେଲା l ଅଚିହ୍ନା ହେଲେ ବି ବୁଢା ମଉସା କଥା ଖୁବ ମନେ ପଡିଲା l ସ୍ୱାମୀ ଙ୍କୁ ତାଙ୍କ ବିଷୟରେ କହିଲି l କିନ୍ତୁ ସେ ଯାହା କହିଲେ ଶୁଣି ମୋ ପାଦତଳ ମାଟି ଖସିଗଲା l ସେ କୁଆଡେ ଅନ୍ୟ ଜାଗା ରେ ନିଜ ପୁଅ ସହିତ ଭଡା ଘରେ ରହୁଥିଲେ l ସେ ଜଣେ ଅବସରପ୍ରାପ୍ତ କିରାଣୀ l ସକାଳୁ ସାଇକେଲ ଗଡେଇ ଗଡେଇ କୁଆଡେ ବେଗ ଭର୍ତ୍ତି ଫୁଲ ନିଅନ୍ତି l

କରୋନା ପାଇଁ ମନ୍ଦିର ମାନଙ୍କୁ ଫୁଲ ମିଳୁନି ସେଥିପାଇଁ ସକାଳୁ ଦୁଇ ତିନି ଟା ମନ୍ଦିର କୁ ଫୁଲ ଦେଲା ପରେ ନିଜେ କିଛି ଘର କୁ ନେଇ ଯାଇନ୍ତି ନିଜ ଠାକୁର ଙ୍କ ପାଇଁ l କିନ୍ତୁ ଏଇ କେତେଦିନ ହେବ ସେ କରୋନା ରେ ଆକ୍ରାନ୍ତ ଥିଲେ l ତାଙ୍କ ଅବସ୍ଥା ବେସି ଖରାପ ହେବାରୁ icu ରେ କେତେଦିନ ରହିବାପରେ ସବୁଦିନ ପାଇଁ ଚାଲିଗଲେ ଆରପାରିକି l ସବୁ କଥା ଶୁଣିଲା ପରେ ଖୁବ ଦୁଃଖ ଲାଗିଲା l ଅଜାଣତ ରେ ମୋର ଦି ଧାର ଲୁହ ବୋହି ପଡିଲା l ବିଚରା ବୁଢା ମଉସା ଙ୍କ ବିଶ୍ୱାସ କୁ ବି ଭାଙ୍ଗିଦେଲା ସେ କରୋନା ଭୂତାଣୁ l ସେ ଭାବୁଥିଲେ ସେ ଠାକୁର ଙ୍କ ପାଇଁ ଫୁଲ ନେଇ ଆସୁଛନ୍ତି ସେଥିପାଇଁ ତାଙ୍କୁ କିଛି ହେବନି l ସେ ଠାକୁରେ ତାଙ୍କୁ ଚକ୍ର ଆଢୁଆଳ କରି ରଖିବେ କିନ୍ତୁ ସେ ବିଶ୍ୱାସ ଆଜି ସବୁଦିନ ପାଇଁ ଭାଙ୍ଗିଦେଲା ଏ କରୋନା ରାକ୍ଷସ..... ଦୁଃଖ ରେ କେତେ ସମୟ ଚାହିଁ ରହିଲି ମୋ ଫୁଲ ସବୁ କୁ ଦେଖି । ବୁଢା ମଉସାଙ୍କ ସେ ହସ ଯେମିତି ଝଲ ମଲ ଦିଶୁଛି ଏ ଫୁଲ ମାନଙ୍କରେ ସତରେ ଜୀବନ ଟା କେତେ କ୍ଷଣ ଭଙ୍ଗୁର ସେଥିରେ ବି ମଣିଷ ର କେତେ ରାଗ, ରୋଷ ମାନ, ଅଭିମାନ ।



Rate this content
Log in

Similar oriya story from Tragedy