Biswaranjan Mohanty

Tragedy

4.0  

Biswaranjan Mohanty

Tragedy

ବିରହ ପ୍ରେମିକ

ବିରହ ପ୍ରେମିକ

5 mins
271



     


ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ ସତ୍ୟ, ପ୍ରେମ ଏକ ଆବେଗ, ପ୍ରେମ ଏକ ଉନ୍ମାଦନା... ପ୍ରେମ ଏକ ପହେଲୀ.... ପ୍ରେମ ଏକ ଦଂଶନ.... ପ୍ରେମ ଏକ ଅମାନିଆ ଆଲୋଡନ.... ପ୍ରେମ ଏକ ମୃଦୁ ମଳୟ ର ଭୁରୁ ଭୁରୁ ବାସ୍ନା.... ପ୍ରେମ ଏକ ଚାପା ଗୁଞ୍ଜରଣ ପ୍ରେମ ଏକ ସାମୟିକ ଅନୁଭବ ଅଥବା ଆବେଗ ନୁହେଁ l ଅନୁଭବ ଏବଂ ଆଗେବ ର ପରିବର୍ତ୍ତନ ହୋଇଥାଏ l କିନ୍ତୁ ସର୍ତ୍ତ ବିହୀନ ପ୍ରେମ ସର୍ବଦା ଚିରସ୍ଥାୟୀ l 


ଅମ୍ବର ଠାରୁ ସ୍ୱଚ୍ଛ ନଦୀ ଠାରୁ ନିର୍ମଳ ଓ ଗଭୀର ଆଉ ବଂଶୀ ଠାରୁ ସୁମଧୁର l କେତେବେଳେ ବଂଶୀ ର ତାଳେ ତାଳେ ବାଜିଉଠେ ତ ପୁଣି କେତେବେଳେ ପ୍ରେମିକା ର ଘୁଙ୍ଗୁର ର ଶବ୍ଦରେ ନିଜ ମନକୁ ବାନ୍ଧି ରଖିବାକୁ ଚେଷ୍ଟା କରେ l ହେଲେ ସେ ବାନ୍ଧି ମଧ୍ୟ ବାନ୍ଧି ପାରେନା କାରଣ ମନ ଏମିତି ଗୋଟେ ପକ୍ଷୀ ଯାହାକୁ ପଞ୍ଜୁରୀ ବି କେବେ ବାନ୍ଧି ରଖି ପାରେନି l 


ଏହିପରି ଏକ ପ୍ରେମ ଗଢି ଉଠିଥିଲା ରାକେଶ ଓ ରେଖା ଙ୍କ ମଧ୍ୟରେ........ 

ଜୀବନର ପ୍ରଥମ ପାହାଚ ରୁ ଆରମ୍ଭ ହୋଇ ସେମାନଙ୍କୁ ନେଇ ଶେଷ ପାହାଚରେ ପହଞ୍ଚାଇ ଥିଲା l ସେମାନଙ୍କ ପ୍ରେମ ନଦୀର ସ୍ରୋତ ପରି କେଉଁଠାରୁ କେଉଁଠିକି ବୋହି ଯିବ ସେମାନଙ୍କୁ ଜଣା ନ ଥିଲା l 


ରାକେଶ ମଧ୍ୟବିତ୍ତ ପରିବାରର କରଣ ପୁଅ l ନାଁ ତାର ରାକେଶ କୁମାର ମହାନ୍ତି ସେ ଝାରସୁଗୁଡା ରେ ରହୁଥାଏ l 

ବାପା, ବୋଉ, ସାନଭାଇ ଓ ଭଉଣୀ କୁ ନେଇ ତାର ପରିବାର, ରାକେଶ ର ଅଷ୍ଟମ ଶ୍ରେଣୀ ଝାରସୁଗୁଡା ବିଦ୍ୟାଳୟ ରେ ସରିଗଲା ପରେ ବାପା ତାର ଗାଆଁ ବିଦ୍ୟାଳୟ ରେ ଦାଖିଲା କରିବା ପାଇଁ ସ୍ଥିର କଲେ l ଗାଆଁ ରେ ତାର ବଡ଼ବୋଉ ରହୁଥାନ୍ତି l ରାକେଶ ଝାରସୁଗୁଡା ରୁ ଆସି ଗାଆଁ ବିଦ୍ୟାଳୟ ରେ ନବମ ଶ୍ରେଣୀ ରେ ଅଧୟନ କରେ l 

ସେହିପରି ରେଖା ବି ସେମିତି ମଧ୍ୟବିତ୍ତ ପରିବାରର ବ୍ରାହ୍ମଣ ଝିଅ l ସେ ବି ପାରାଦ୍ୱୀପ ବିଦ୍ୟାଳୟ ରେ ଦଶମ ଶ୍ରେଣୀରେ ଅଧୟନ କରୁଥାଏ l ତାର ପରିବାର କହିଲେ ତା ବାପା, ବୋଉ ଓ ଦୁଇ ସାନଭାଇ ଙ୍କୁ ନେଇ ତାର ପରିବାର l ଶୁଭ ନାମ ରେଖାଞ୍ଜଳୀ ମିଶ୍ର l ଶ୍ରଦ୍ଧା ରେ ତାକୁ ଡାକନ୍ତି ରେଖା l 

ରେଖା ଘର ପାଖରୁ ରାକେଶ ର ଘର ଦୁଇ କିଲୋମିଟର ଦୂର ହେବ l ବିଦ୍ୟାଳୟ ଯିବା ବେଳେ ରେଖା ଘର ବାଟ ଦେଇ ଯିବାକୁ ହୁଏ l ସମୟାନୁସାରେ ରେଖାର ଦୁଇ ଭାଇ ରାକେଶ ର ସାଙ୍ଗ ହୋଇଯାନ୍ତି l ରାକେଶ, ରେଖା ଓ ତାର ଦୁଇ ଭାଇ ନିୟମିତ ସାଙ୍ଗ ହୋଇ ବିଦ୍ୟାଳୟ ଯାଆନ୍ତି ଓ ଛୁଟି ପରେ ସାଙ୍ଗ ହୋଇ ଫେରନ୍ତି l ଏମିତି ନିୟମିତ ଚାଲେ, ଆସ୍ତେ ଆସ୍ତେ ଦୁହେଁ ଦୁହିଁଙ୍କର ପରସ୍ପର ନିକଟତର ହୋଇଥାନ୍ତି l ସମୟ ବିତିବା ସାଙ୍ଗରେ ତାଙ୍କର ବନ୍ଧୁତା ନଦୀ, ନାଳ, ହ୍ରଦ ଡେଇଁ ଶେଷରେ ଭଲପାଇବାରେ ପରିଣତ ହେଲା l ହେଲେ ଦୁହେଁ ଦୁହିଁଙ୍କୁ ନିଜର ମନକଥା କହିବାକୁ ସଂକୋଚ କରୁଥିଲେ l 


ରାକେଶ ର ରେଖା ପ୍ରତି ଭଲ ପାଇବାର ଦୁର୍ବଳତା ପ୍ରବଳ ଆକାରରେ ବଢିଯାଇଥିଲା l ରାକେଶ ର ମନରେ ଭୟ ଥିଲା ଯେ କାଳେ ତାର ବନ୍ଧୁତା ଭାଙ୍ଗିଯିବ ତାର ଟିକେ ଭୁଲ ପାଇଁ l ଶେଷରେ ଏମିତି ସମୟ ବିତିବାରେ ଲାଗିଲା l 

ଦିନେ ରାକେଶ ମନସ୍ଥ କଲା ଯେ ରେଖାକୁ ତାର ମନ କଥା କହିବ, କେମିତି କହିବ.... କାହାଦ୍ୱାରା କହିବ..... 

ପ୍ରେମର ଆବରଣ ଭିତରେ ଉବୁଟୁବୁ ହୋଇ ନା ତାକୁ ଭୋକ ହେଉଥାଏ ନା ନିଦ l ଏପଟେ ବୟସ ବି ଏମିତି ଯେ ଯଦି କିଛି ଭୁଲ ହୋଇଯାଏ ଘରେ ଜାଣିଲେ ନିର୍ଘାତ ପ୍ରହାର ହବା ଡର ବି ଥାଏ l ଶେଷରେ ଚିଠି ଦେବା ପାଇଁ ସ୍ଥିର କଲା l ଶୁକ୍ରବାର ରାତିରେ ବସି ଚିଠି ଲେଖିଲା l ଚିଠି ରେ କଣ ଲେଖିବ ମନରେ ଅନେକ ଭାବନା, ଅନେକ ଆଶା, ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଥାଏ l ଶେଷରେ ଚିଠି ଟି ଲେଖି ତାକୁ ସାର୍ଟ ପକେଟ ରେ ରଖିଲା l ଶନିବାର ସକାଳୁଆ ସ୍କୁଲ l ରାକେଶ କୁ ରାତିରେ ନିଦ ହେଉ ନ ଥାଏ l ମନର ଭାବନା ରାଇଜେ ଭାସି ବୁଲୁଥାଏ l 


ରାତି ପାହି ସକାଳ ହେଲା ରାକେଶ ବିଦ୍ୟାଳୟ ଅଭିମୁଖେ ବାହାରିଲା ବାଟରେ ରେଖା ଓ ତାର ଦୁଇଭାଇ ସାଙ୍ଗ ହୋଇଗଲେ l ରାକେଶ ମନରେ ଭାବୁଥାଏ ଚିଠି ଦେବ ନା ଦେବନି ପୁଣି ସାଙ୍ଗରେ ତାର ଭାଇମାନେ ଅଛନ୍ତି l ମନରେ ଡର ବି ଥାଏ, ଏମିତି ହୋଇ ବିଦ୍ୟାଳୟ ରେ ପହଞ୍ଚିଲା ପ୍ରାର୍ଥନା, ଡ୍ରିଲ, ପାଠପଢା ସାରି ଦଶଟାରେ ବିଦ୍ୟାଳୟ ଛୁଟି ହୋଇଯାଏ l ବିଦ୍ୟାଳୟ ଛୁଟି ପରେ ରେଖା ତାର ଟିୟୁସନ ଯାଏ ଦଶଟା ରୁ ବାରଟା ପର୍ଯ୍ୟନ୍ତ, ସମସ୍ତେ ବିଦ୍ୟାଳୟ ଛୁଟିପରେ ଘରକୁ ଫେରି ଯାଆନ୍ତି କିନ୍ତୁ ରାକେଶ ରେଖାକୁ ଅପେକ୍ଷା କରିଥାଏ l ଟିୟୁସନ ସରିଲେ ସାଙ୍ଗରେ ଆସିବା ପାଇଁ l 


ପ୍ରାଣ ପ୍ରିୟାକୁ ଚିଠି ମାଧ୍ୟମରେ ପ୍ରେମ ନିବେଦନ କରିବା ପାଇଁ କେତେ ସମୟରୁ ଅପେକ୍ଷା କରିଛି l ହଠାତ ପକ୍ଷୀଙ୍କ କଳ ରବ ସହ ଭାସି ଆସିଛି ମୃଦୁ ମଳୟ ପବନ.... ସେହି ପବନ ବିରହ ର ମନକୁ ଛୁଇଁ ଯାଇ ଶରୀରରେ ଏକ ଅଦ୍ଭୁତ ଶିହରଣ ଖେଳେଇ ଦେଇଛି l କିଛି ସମୟ ପରେ ସେ ପୁଣି ନିଜକୁ ସଜାଡି ନେଇ ତା ଚାରି ପାଖକୁ ଚାହିଁ କହୁଛି l 

ହେ ସୁବାସିତ ପୁଷ୍ପ ଏବଂ ପକ୍ଷୀ ଗଣ ଏବଂ ମୃଣୟ ସମୀର..... ଏବେ ହୁଏତ ମୋ ପ୍ରିୟା ଆସିବା ଉପରେ..... 

ମୁଁ ତାର ପ୍ରେମ ପାଗଳ ବିରହ ପ୍ରେମିକ ବହୁ ସମୟରୁ ଏଠାରେ ଅପେକ୍ଷାରତ..... 

ଏଇ ଅପେକ୍ଷା ରତ ଅବସ୍ଥାରେ ମୁଁ ବିରକ୍ତ ଓ କ୍ଳାନ୍ତ....... 

ଠିକ ଦୁଇ ଘଣ୍ଟାର ବ୍ୟବଧାନ ରେ ରେଖା ଟ୍ୟୁସନ ରୁ ଫେରି ରାକେଶ କୁ ଅପେକ୍ଷାରତ ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରେ କଣ ଘର କୁ ଯାଇନ କି ? 

ରାକେଶ କୁହେ... ତୁମକୁ ଅପେକ୍ଷା କରିଛି ସାଙ୍ଗ ହୋଇ ଯିବାପାଇଁ.... 

ରେଖା ଶୁଣି ଖୁସିହୋଇ ଯାଏ ଓ କୁହେ ଯାହାହେଉ ଭଲ ହେଲା ନ ହେଲେ ମୋତେ ଏକା ଯିବା ପାଇଁ ପଡିଥାନ୍ତା l 

ରାକେଶ ଓ ରେଖା ସାଙ୍ଗ ହୋଇ କଥାବାର୍ତ୍ତା ହୋଇ ଆସନ୍ତି ସେହି ସମୟରେ ରାକେଶ ତା ପକେଟ ରୁ ଚିଠି ଟି ବାହାର କରି ଦେଖାଏ l ରେଖା ତାର ନିଜ ନାମ ଚିଠି ଉପରେ ଲେଖା ହୋଇଥିବା ଦେଖି ଜାଣିବାକୁ ଇଛା ପ୍ରକାଶ କଲା l ରାକେଶ କୁ ଚିଠି ଟି ଦେଖେଇବାକୁ ଅନୁରୋଧ କଲା କିନ୍ତୁ ବହୁତ ଭୟ ସହକାରେ ଚିଠି ଟି ଦେଲା l ରେଖା ଚିଠି ପଢି ସାରି କିଛି ସମୟ ନିରବଛିନ୍ନ ର ବାଦଲ ଘୋଟିଯାଏ ତା ମନର ଆକାଶରେ......... 

ତା ପରେ କିଛି ସମୟ ପରେ କୁହେ "ରୁହ ମୋ ବାପାଙ୍କୁ କହିବି "ରେଖାର କଥା ଶୁଣି ରାକେଶ ର ମନରେ ଆଶଙ୍କା ର ବାତାବରଣ ଖେଳିଗଲା ତଥାପି ସାହସ ବାନ୍ଧି କହିଲା....... 

ଯଦି ମୋତେ ଭଲ ପାଉଥିବ ତା ହେଲେ ତୁମେ ବାପାଙ୍କୁ କହିବନି...... ଆଉ ଯଦି ଭଲ ପାଉନଥିବ ତାହେଲେ କହିଦେବ ଏହା କହି ରାକେଶ ଘରକୁ ପଳେଇ ଆସିଲା l 

ରାକେଶ ଖାଇ ପିଇ ଶୋଇଛି, ହଠାତ ଗୋଟେ ଦୁଃସ୍ବପ୍ନ ଦେଖିଲା, ରେଖା ଓ ରାକେଶ ର ପ୍ରେମ ସମ୍ପର୍କ ତା ଘରେ ଜାଣିସାରିଲେଣି l ତାପରେ ରେଖାର ପାଠ ପଢ଼ାରେ ଡୋରୀ ବାନ୍ଧି ତାକୁ ଗୋଟେ ଘରେ ବନ୍ଦୀ କରି ରଖିଛନ୍ତି l ତାପରେ ତା ବାହାଘର ଅନ୍ୟ ଏକ ଅଜଣା ପାତ୍ର ସାଙ୍ଗରେ ସମ୍ପର୍ଣ୍ଣ କରିଦେଇଛନ୍ତି l ଏତିକିରେ ରାକେଶ ର ନିଦ ଭାଙ୍ଗିଯାଏ l ହଠାତ ନିଦରୁ ଉଠି ଆମ୍ବ ତୋଟା ଆଡକୁ ଧାଇଁ ଯାଏ l ତୋଟା ସାମ୍ନା ହେଲା ରେଖାର ଘର l ତା ଘର ଆଡକୁ ଅପେକ୍ଷା କରି ରହିଥାଏ ତାକୁ ଦେଖିବା ପାଇଁ l 


କଳ୍ପନା କରି ବସୁଥିଲା ଅନେକ କଥା....... 

ବିରହ ଦୁଃଖରେ ସେ ସାଜିଥିଲା ଏକ ପ୍ରେମ ପାଗଳ l କିଛି ସମୟ ପରେ ରେଖାକୁ ଦେଖି ଆଶ୍ବସ୍ତି ପ୍ରକାଶ କଲା l ମନରେ ଆନନ୍ଦର ଜୁଆର ଖେଳିଗଲା l ଭାବିଲା ଏହା ଏକ ବଡ଼ ଦୁଃସ୍ବପ୍ନ ଥିଲା l କିନ୍ତୁ ରେଖା ତା ଘରେ ଚିଠି ବିଷୟରେ କିଛି କହିପାରିଲାନି କାରଣ ରାକେଶ ତାର ଦୁର୍ବଳତା ପାଲଟି ଯାଇଥିଲା l ଦୁହେଁ ଦୁହିଁଙ୍କୁ ପ୍ରତିଦିନ ଦେଖାକରି ଉଭୟେ ଅନେକ ମନର ବେଦନା ପ୍ରକାଶ କରନ୍ତି l କିନ୍ତୁ ସେ ସମୟ ବେଶିଦିନ ନ ଥାଏ l ତା ଘରେ ତା ବାପା ଦୁହିଁଙ୍କ ର ସମ୍ପର୍କ ବିଷୟରେ ଜାଣିପାରନ୍ତି l ସେ ସମୟରେ ଦୁହିଁଙ୍କର ବାର୍ଷିକ ପରୀକ୍ଷା ବି ସରିଯାଇଥାଏ l ରାକେଶ ର ନବମ ଓ ରେଖାର ଦଶମ l 

ରାକେଶ ର ବାପା ଏ ସମସ୍ତ ବିଷୟ ଜାଣିପାରି ରାକେଶ କୁ ପୁଣିଥରେ ଝାରସୁଗୁଡା ନେଇ ଯାଆନ୍ତି l ଆଉ ରେଖାର ବାପା ତା ବାହାଘର ଅନ୍ୟତ୍ର ଠିକ କରି ବିବାହ ସାରି ଦିଅନ୍ତି l ରାକେଶ କୁ ମନ ଭିତରେ ଭାବୁଥାଏ l........... 

ସକାଳର ସୁନେଲି କିରଣ ତା ସାଙ୍ଗକୁ କୋଇଲି ର କୁହୁ କୁହୁ ତାନ.... ପକ୍ଷୀ ମାନଙ୍କ କଳ ରବ ସହ ଆମ୍ବ ତୋଟାରେ ଦୁଃଖିତ ମନରେ ବସିଛି ବିରହୀ ପ୍ରେମିକାଟିଏ l 

ସତେ ଯେମିତି ସେ ସେଇ ପ୍ରକୃତି ର ସୁନ୍ଦରତା ଉପରେ ରୂଷିଛି l ଆଉ ମନେ ମନେ ତା ପ୍ରିୟତମ କୁ ଖୋଜୁଛି l ଧିକ୍କାର କରୁଛି ସେ ତା ପ୍ରେମକୁ ତ ପୁଣି କେତେବେଳେ ନିଜ ମନକୁ ବୁଝେଇ ବାକୁ ଭାବୁଛି l 

ଆମ୍ବ ତୋଟା ର ମୂଳରେ ଥିବା ପୋଖରୀ କୁ ସେ ଏକ ଲୟରେ ଚାହିଁ ରହି ସେ ଜାଗାରେ ଜଡିତ ଥିବା ପ୍ରତ୍ୟେକ ସମୟଟିକୁ ମନେ ମନେ ଉପଲବ୍ଧି କରୁଛି l କିନ୍ତୁ କଳ୍ପନା ଯଦି ବାସ୍ତବତା ର ସୁଖ ଦିଅନ୍ତା ତାହେଲେ ସଂସାର ରେ ବିଚ୍ଛେଦ ବୋଲି କିଛି ନ ଥାନ୍ତା l ବାସ୍ତବିକ କଳ୍ପନା ହିଁ ବାସ୍ତବିକତା ଠାରୁ ଅଧିକ ଯନ୍ତ୍ରଣା ଦାୟକ........... l 



Rate this content
Log in

Similar oriya story from Tragedy