ବିମୂଦ୍ରାୟନ
ବିମୂଦ୍ରାୟନ
ବିମଳକୁ ୩ ଦିନ ହେଲା ଜ୍ୱର । ତାତିରେ ଦେହ ଖଇ ଫୁଟୁଚି । ଦିନସାରା ଜ୍ୱର ନାହିଁ । ସଂଧ୍ୟା ହେଲେ ଜ୍ୱର ଆସୁଛି । କମଳି ବାକ୍ସରେ ରଖିଥିବା ନୂଆ ୨୦୦୦ ଟଙ୍କିଆ ନୋଟ ଟିକୁ ଅଂଟାରେ ଖୋସି, ପ୍ରେସକ୍ରିପସନଟା ଧରି ମେଡିସିନ୍ ଷ୍ଟୋର ଆଡେ ଚାଲିଲା । ୩୦୦ ଟଙ୍କାର ମେଡିସିନ୍ ହେବାରୁ ଦୋକାନୀ ୨୦୦୦ ଟଙ୍କାର ଖୁଚୁରା ଦେଇ ପାରିବନି ବୋଲି ମନାକଲା । ବୁଢୀ ଯେତେ ନେହୁରା ହେଲେ ବି ଦୋକାନୀ ତା’ କଥା କିଛି ଶୁଣିଲାନି । ମନ ଦୁଃଖରେ କମଳି ଦେକାନ ବାରଣ୍ଡାରେ ବସି ପଡିଲା । ଏତେ ବାଟ ଚାଲି ଚାଲି ଆସି ମେଡିସିନ୍ ନନେଇ ଫେରିଗଲେ ତା’ ବୁଢାର କାଳେ କ’ଣ ହେଇଯିବ, ସେହି କଥା ଭାବି ସେ ଅଧର୍ଯ୍ୟ ହେଇପଡିଲା । ଏଇ ୨୦୦୦ ଟଙ୍କିଆ ନୋଟ୍ ଯୋଗୁଁ ଶେଷରେ ତା’ ବ
ୁଢାର ପ୍ରାଣ ଚାଲିଯିବ ଭାବି, ସେ ମନେ ମନେ ବିରକ୍ତ ତଥା ନିରାଶ ହୋଇ ଭାବୁଥିଲା – ସରକାର ଏମିତି କାହିଁକି କଲେ ? ଆମ ଗରିବ ଗୁରୁବାଙ୍କ ପାଇଁ ଏତେ ବଡ ଟଙ୍କାର ପ୍ରୟୋଜନ କ’ଣ ? ଏବେ ଦୋକାନ ବଜାରରେ କେହି ଖୁଚୁରା ଦେବାକୁ ରାଜି ହେଉ ନାହାନ୍ତି । ଏମିତି ହେଲେ ଆମେ ସବୁ ଚଳିବୁ କେମିତି ? ଏ ତେଲ ଲୁଣ ଦୁନିଆରେ ୨ ଟଙ୍କାର, ୫ ଟଙ୍କାର ନେଇ ଆମେ ଦୁଃଖେକଷ୍ଟେ ଚଳିଯାଉଥିଲୁ, ହେଲେ ... ? ଏ’ମିତି ଅନେକ ପ୍ରଶ୍ନ ବୁଢୀ ମନରେ ଉଙ୍କି ମାରୁଥିଲାବେଳେ ଏହା ମଧ୍ୟରେ ୨ଘଂଟା ବିତିଯାଇଥିଲା । ମେଡିସିନ୍ ଦୋକାନୀ ଏଥର ବୁଢୀକୁ ଡାକି କହିଲା – ମାଉସୀ ଖୁଚୁରା ହେଇଗଲାଣି, ମେଡିସିନ୍ ନେଇ ଘରକୁ ଯାଅ । ଏକଥା ଶୁଣି ସତେ ଯେମିତି ତା ଦେହରେ ଜୀବନ ପଶିଲା ।