Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Siddhartha Tripathy

Tragedy Crime

4.0  

Siddhartha Tripathy

Tragedy Crime

ବିକୃତ ମାନସିକତା

ବିକୃତ ମାନସିକତା

6 mins
4



  ଆଧୁନିକତାର ଡେଙ୍ଗୁରା ପିଟୁଥିବା ଆଜିକାଲିର ଯୁବପୀଢି ପାଇଁ ଆଲିଙ୍ଗନ ତା ପୁଣି ପୁଅ ଝିଅର ଏକ ଫ୍ୟାସନ । ସତୁରୀ ଦଶକରେ ଆଲିଙ୍ଗନକୁ ଅନୁମତି ନଥିଲା ତେଣୁ ବୋଧହୁଏ କୁନ୍ଦୁଲି, ବେବିନା, ଛବିରାଣୀ ଘଟଣା ନଗଣ୍ୟ ଥିଲା।କିନ୍ତୁ ଆଜିକାଲି ଯୁବକଙ୍କ ବଳାତ୍କାରର ନୂତନ ଶବ୍ଦ " ଅବାଧ ଗାଢ ଆଲିଙ୍ଗନ "(FREE HUG). ଆମେ ଶୁଣିଥିଲୁ ନାରୀ, ଜନନୀ, ଭଗିନୀ, ଜାୟା । ଆଜିକାଲିର ସମାଜରେ ତା ସହ ନୂତନ ନାମଟିଏ ଯୋଡି ହୋଇଯାଏ, ଦୁଷ୍କର୍ମ ପୀଡିତା।


  କାହିଁକି?? .........



କାରଣ ଆମେ ଆଧୁନିକ ସମାଜର ଆଧୁନିକ ଯୁବପୀଢି ।ଠିକ୍ ସେମିତି ନମିତା ଭଲ ପାଇ ବସିଲା ରୋହିତକୁ । ବିରଜାଇ କ୍ଷେତ୍ର ଯାଜପୁରର ଯୁକ୍ତ ଦୁଇ ବିଜ୍ଞାନର ଛାତ୍ରୀ ନମିତା । ବାପା କ୍ଷୁଦ୍ରଚାଷୀ, ଆଦିବାସୀ ପରିବାରର ଝିଅ କଲେଜ ପଢିବା ଖୁସିରେ ମୋବାଇଲର ବ୍ୟବହାର ନିଶ୍ଚିତ । ମୋବାଇଲ ବ୍ୟବହାର କଲେ ଫେସବୁକ୍, ୱାଟସଆପ ବି ନିଶ୍ଚିତ।



   ପାଠପଢା ସାଙ୍ଗକୁ ନମିତା ବି ଆରମ୍ଭ କଲା ଫେସବୁକ୍ । ଲିପଷ୍ଟିକର ବ୍ୟବହାର ଭଲରେ ଜାଣିନଥିବା ଝିଅଟି ଧିରେ ଧିରେ ଆପଣାଇ ନେଲା ଲିପଷ୍ଟିକ । ଟିକିଏ କାଳି, ଟିକିଏ ଗେଡି କିନ୍ତୁ ମନେମନେ ନିଜକୁ ସୋନିଲିଓନି ଢାଞ୍ଚାରେ ଗଢିବାକୁ ଶତତଃ ଚେଷ୍ଟିତ ନମିତା ।


  

  ଫେସବୁକରେ ପରିଚୟ ଓ ଫେସବୁକରେ ପ୍ରେମ ରୋହିତ ସହିତ । ପତ୍ରିକାର ପୃଷ୍ଠାରୁ ଗୋଟିଏ କଥା ଗଣ୍ଠି ବାନ୍ଧିଥାଏ ନମିତା, ପ୍ରେମ ଶାଶ୍ୱତ, ଅଜର, ଅମର । ପ୍ରେମକୁ ନଷ୍ଟ ଓ ବିପଥଗାମୀ କରେ ବିବାହ ପୁର୍ବରୁ ଶାରୀରିକ ସମ୍ପର୍କ । କୁନି ମନର ସୁନ୍ଦର ମାନସିକତା ପ୍ରକାଶ କରେ ରୋହିତ ଆଗରେ । ରୋହିତ ବି ଖୁସି । ସ୍ୱଚକ୍ଷୁରେ ନଦେଖିଲେ ବି ଫଟୋ ସବୁରୁ ଜାଣିପାରେ ନମିତା, ରୋହିତ ଖାନଦାନୀ, ଭଦ୍ର, ତା ଗାଆଁପାଖର । ଝିଅଟିଏ ହିସାବରେ ତାର ଆଉ ଅଧିକ ଆବଶ୍ୟକତା କଣ?


   ଗରୀବ ବହୁକୁଟୁମ୍ୱୀ ପରିବାରର ଝିଅ, ଭଗବାନଙ୍କୁ ଧନ୍ୟବାଦ ଦେଉଥିଲା ସୁନ୍ଦର, ଗୁଣର ପ୍ରେମିକ ରୋହିତକୁ ପାଇଥିବାରୁ । ରାତିସାରା ଗପରେ ମତୁଆଲା ନମିତା । ଦୁଇବଖରା ଛପରଘର । ଗୋଟିଏ ବଖରାରେ ବାପା ଓ ଚାରିଭାଇ । ଅନ୍ୟ ବଖରାରେ ସେ ଓ ତା ମାଆ । ଦିନ ସାରା କାର୍ଯ୍ୟ ବ୍ୟସ୍ତତାରେ ଥକ୍କି ଯାଇ ଶୋଇଯାଏ ମାଆ । ପାହାନ୍ତା ପହର ଯାଏଁ ପ୍ରେମାଳାପରେ ମାତିଯାଆନ୍ତି ଦୁହେଁ । ଦିନେ ଦିନେ ମାଆର ନିଦ ଭାଙ୍ଗିଗଲେ ପଚାରି ବସେ ଆରେ ନମିତା ଏତେ ରାତିଯାଏଁ କଣ ନଶୋଇ ଚେଇଁଛୁ ? ନମିତାର ସହଜ ଉତ୍ତର, ଅନଲାଇନରେ ପାଠପଢୁଛି । ବୁଝିଯାଇ ଶୋଇପଡେ ସରଳ ମାଆ । 


  ନମିତାର ସମସ୍ତ ମୋବାଇଲ ଖର୍ଚ୍ଚର ଭରଣା କରୁଥିଲା ରୋହିତ । ଥରେ ଥରେ ନମିତାକୁ ଅନୁରୋଧ କରେ ରୋହିତ, ଏ.... ନମିତା! କେଉଁଠି ଟିକେ ଦେଖାହୋଇଥିଲେ ଭଲ ହୋଇଥାଆନ୍ତା । ଟିକେ ଗପିଥାଆନ୍ତେ, ଟିକେ ଆଲିଙ୍ଗନ କରିଥାଆନ୍ତେ । ଚମକି ଉଠେ ନମିତା, ଆରେ ବାବା ଘର ଓ କଲେଜ ବ୍ୟତୀତ ମୁଁ ବାହାରକୁ ଯିବାର ସୁଯୋଗ ନାହିଁ । ତା ଛଡା ସେ ଆଧୁନିକ ସହରୀ ସଭ୍ୟତାର ଆଲିଙ୍ଗନ ଶବ୍ଦକୁ ମୁଁ ଅଶ୍ଳୀତାର ପ୍ରତୀକ ମାନେ ଓ ଘୃଣା କରେ । ତା ଛଡା ମୁଁ ନାବାଳିକା, ତମେ ସାବାଳକ, ଉଚ୍ଚଶିକ୍ଷିତ ଓ ଧନାଢ୍ୟ । କିଛିଦିନ ଅପେକ୍ଷା କର । ଆମ ବାହାଘର କଥା ଘରେ କହିବି ଓ ରାଜି କରାଇନେବି । କିନ୍ତୁ ସେଯାଏଁ ଏସବୁ ଅପଶବ୍ଦ ତୁଣ୍ଡରେ ଧରିବ ନାହିଁ । ହେଲା ବାବା ହେଲା କହି ଚୁପ୍ ରହିଯାଏ ରୋହିତ।


ବିତିଗଲା ବେଶ କିଛିଦିନ । ଏତେ ସୁଦର୍ଶନ ଯୁବକ, ତା ସାଙ୍ଗକୁ ଚାକିରୀଆ କେଉଁ ଜନ୍ମର ପୂଣ୍ୟ ଫଳ ଭାବୁଥିଲା ନମିତା । ପ୍ରେମର ମାତ୍ରା ଏତେ ଚଢିଯାଇଥିଲା ସତେ କି ତତଲା ପାରଦଗୁଡାକ ଆବଦ୍ଧ କାଚରୁ ବାହାରି ବାହାର ଦୁନିଆ ଦେଖିବା ପାଇଁ ଛଟପଟ ହେଉଥିଲେ କା ଚଭିତରର ନିଷିଦ୍ଧ ଇଲାକାରେ ।


   

ରୋହିତର ବାରମ୍ବାର ବାହାରେ ଦେଖାକରିବା ଆବେଦନକୁ ଅଗ୍ରାହ୍ୟ କରୁଥିଲା ନମିତା, କାରଣ ଥିଲା ନିଜର ଅସହାୟତା । ପ୍ରେମପାଗଳିନୀ ମୀରା ପରି କୃଷ୍ଣଙ୍କ ସାନ୍ନିଧ୍ୟ ଖୋଜୁଥିଲା ତାର ମନଗହନର ଚଞ୍ଚଳ ତରୁଣୀ କିନ୍ତୁ ନିରୁପାୟ, ନାଚାର । ଗର୍ବରେ କହୁଥିଲା ଶୁଣ ରୋହିତ, ଆମର ଜଣେ ଲେଖକ ସବୁବେଳେ ପ୍ରେମକୁ କଟାକ୍ଷ କରି ଲେଖନ୍ତି, କାମନାରହିତ ପ୍ରେମ ହିଁ ପ୍ରକୃତ ପ୍ରେମ । ମୁଁ ତିନିଦିନ ପୁର୍ବରୁ ସେହି ଲେଖକ ମହାଶୟଙ୍କୁ କହିଦେଲି ଦେଖନ୍ତୁ ମୁଁ ବହୁତ ବର୍ଷ ହେଲା ରୋହିତ ସହିତ ପ୍ରେମ କରୁଛି ଓ ଆମ ପ୍ରେମ ଅନାବିଳ, କାମନାରହିତ । ସେ କହିଲେ ଆରେ, ଫେସବୁକର ପ୍ରେମ କଣ ପ୍ରେମ? ତା ଛଡା ପରିସ୍ଥିତିରେ ପଡି ରୋହିତ ଓ ତୁ ଦେଖାହୋଇନାହଁ । ସେ ପ୍ରେମ, ଅନାବିଳ, ଆଶାରହିତ କେମିତି? ସବୁଥିରେ କଟାକ୍ଷ । ଶଃ ବୁଢା ! କହୁଥିଲା ନମିତା, ହସୁଥିଲା ରୋହିତ।


   

    ଦୁଇଦିନ ପରେ ଜନ୍ମଦିନ ନମିତାର । କଲେଜ ବି ଛୁଟି । ଥଟ୍ଟାରେ ନମିତା ପଚାରିଲା, ଏ.... ରୋହିତ, ମୋ ଜନ୍ମଦିନରେ କଣ ଦେବ? ହସିହସି ରୋହିତ କହିଲା, ଆରେ ତମେ ପରା ମୋ ଜୀବନ, ଯାହା ମାଗିବ ଦେବି ହେଲେ ମିଥ୍ୟା ପ୍ରତିଶ୍ରୁତି ଦେଇ ଅନ୍ୟ ମାନଙ୍କପରି କହିପାରିବିନି ସରଗର ଚାନ୍ଦ ଦେଇଦେବି । ସାମର୍ଥ୍ୟ ଅନୁସାରେ ଯାହା କହିବ ନିଶ୍ଚୟ ଦେବି । ଖୁସି ହୋଇ ନମିତା କହିଲା ନା ନା ଆମ ସମ୍ପର୍କ ଉପରେ କାହା ନଜର ନ ଲାଗୁ, ସେତିକି 

କାମନା । ଠୋ ଠୋ ହସି ଉଠିଲା ରୋହିତ । ତମେ ଜମା ବ୍ୟସ୍ତ ହୁଅନା ନମିତା ସାତଜନ୍ମ ଯାଏଁ ଆମକୁ କେହି ଅଲଗା କରିପାରିବେ ନାହିଁ । ମୋର ଗୋଟିଏ ଛୋଟ ଅନୁରୋଧ ରଖିବ? କଣ କୁହ କହିଲା ନମିତା । ତୁମ ଜନ୍ମଦିନରେ ମୋ ପାଇଁ ଗୋଟିଏ ଘଣ୍ଟା ସମୟ ଦେବ । ଆଶ୍ଚର୍ଯ୍ୟରେ ନମିତା କହିଲା ସବୁଦିନେ ତ ଦେଉଛି, ତା ଛଡା ଆମେ ଘଣ୍ଟା ଘଣ୍ଟା ଗପୁଛେ । ସେଦିନ ବି ଗପିବା, ଅସୁବିଧା କଣ ? ରୋହିତ କହିଲା, ନା ନା ତମ ଘର ପାଖରେ ସେଇ ଯେଉଁ ଐତିହାସିକ ଲାଙ୍ଗୁଡି ପାହାଡ ଅଛି ସେଇଠି ଗୁମ୍ଫା ଘୁରିଘୁରି ଗପିବା, ତାପରେ ତମେ ଫେରିଯିବ । ମୁଁ ପୁର୍ବରୁ ଅପେକ୍ଷା କରିଥିବି । କଣ ଭାବିଲା କେଜାଣି ରାଜି ହୋଇ ନମିତା କହିଲା ଠିକ୍ ଅଛି, ମନ୍ଦିର ଯାଉଛି କହି ଘରୁ ବାହାରିଯିବି । ଖୁସି ହୋଇଗଲେ ଦୁହେଁ । 


ଦୁଇଦିନ ପରେ.......


ସେହି ପ୍ରତୀକ୍ଷିତ ମୁହୂର୍ତ୍ତ ଉପନୀତ ହେଲା । ସଜବାଜ ହୋଇ ସୁନ୍ଦର ଫ୍ରକଟିଏ ପିନ୍ଧି ବାହାରିଗଲା ନମିତା । ପହଞ୍ଚିଗଲା ଲାଙ୍ଗୁଡି ପାହାଡ ନିକଟରେ । ଶୂନଶାନ ଯାଗା । ଭୟ, ଖୁସି ଆଗ୍ରହ ମିଶ୍ରିତ ଅଦ୍ଭୁତ ଅନୁଭୂତି, ଅପୁର୍ବ ଶିହରଣ ମନରେ । ପ୍ରଥମ ଥର ମନମନ୍ଦିରର ଦେବତାଙ୍କ ଦର୍ଶନ ହେବ, ତା ପୁଣି ସୁନ୍ଦର ଐତିହାସିକ କୀର୍ତ୍ତିରାଜି ପାଖରେ । ବୋଧହୁଏ ଏହି ମୁହୂର୍ତ୍ତ ସର୍ବଦା ସ୍ମରଣୀୟ ହୋଇରହିବ ତା ଜୀବନ ଇତିହାସରେ।



    

ପୁରା ପାହାଡ ପାଖରେ ପହଞ୍ଚିଗଲାଣି ନମିତା, ଅଥଚ ରୋହିତର ଦେଖାନାହିଁ, ବ୍ୟସ୍ତ ହୋଇପଡୁଥିଲା ନମିତା, ଆରେ ଏ ନିଆଁଗିଳା ମୋବାଇଲ ବି କାମ କରୁନାହିଁ । ନା, ବୋଧହୁଏ ରୋହିତ ଫୋନ କରି ବ୍ୟସ୍ତ ହେଉଥିବେ, ଫୋନ ଲାଗୁନଥିବ, ଆସିପାରିନଥିବେ । ଏକଦମ୍ ଶୂନଶାନ ସ୍ଥାନ, ଫେରିଯିବାଟା ଠିକ୍ ହେବ ଭାବି ଘୁରିପଡି ଚମକିଉଠିଲା ନମିତା।



   ସାମ୍ନାରେ ଚାଳିଶବର୍ଷ ପାଖାପାଖି ବ୍ୟକ୍ତିଟିଏ, ମୁଣ୍ଡ କେଶବିହୀନ, କଳାମଚମଚ ଭୟଙ୍କର, ବଳିଷ୍ଠ ଚେହେରା । ପଚାରିଲା କାହାକୁ ଖୋଜୁଛନ୍ତି? ପାଟି ଖନିମାରିଗଲା ନମିତାର । କହିଲା ନା.. ମାନେ ରୋହିତ......

ହସିହସି ବ୍ୟକ୍ତିଜଣକ କହିଲା ମୁଁ ହିଁ ରୋହିତ, ତମ ମନର ମଣିଷ । ଭୟ କର ନାହିଁ । ଆଶ୍ଚର୍ଯ୍ୟରେ ନମିତା କହିଲା ଚେହେରା ? ହସି ଉଠି ରୋହିତ କହିଲା ଆରେ ନମିତା ଶୁଣିନାହଁ କି "" ଦିଲ କୋ ଦେଖୋ ଚେହେରା ନା ଦେଖୋ ଚେହେରେ ନେ ଲାଖୋଁ କୋ ଲୁଟା "" । ନମିତା କହିଲା ତା ତ ଠିକ୍ ଯେ ମୋତେ ଯେଉଁ ଫଟୋ ସବୁ ଦେଖାଉଥିଲ ?? ହସିହସି ରୋହିତ କହିଲା ସବୁ ମୋର ଫଟୋ ହେଲେ ଦଶବର୍ଷ ପୂର୍ବର । ମ୍ୟାଲେରିଆ ସାଉଁଟିନେଲା କେଶ, ମୋର କି ଦୋଷ ? 



   ପ୍ରେମ ଅନ୍ଧ, ପାଣି ଅନ୍ଧ । ନମିତାକୁ ରୋହିତର କଥାବାର୍ତ୍ତା ଭଲ ଲାଗୁଥିଲା । ରୋହିତ ବି କହିଉଠିଲା, ଯଦି ଭଲ ଲାଗୁନାହିଁ ମୋତେ ପ୍ରତ୍ୟାଖ୍ୟାନ କରିଦେଇପାର କିନ୍ତୁ ତମ ବିନା ମୁଁ ଜୀବନ ହାରିଦେବି । ଆରେ ନା ନା, ଚେହେରା ପାଇଁ ଏତେ ଦିନର ପ୍ରେମକୁ ମୁଁ ଅଣଦେଖା କରିପାରିବି ନାହିଁ । ଖୁସି ହୋଇ ଖୁବ୍ ଘୁରିବୁଲି ଗପିଚାଲିଲେ ଦୁହେଁ । ନମିତା କହିଲା ମୁଁ ଥକ୍କିଗଲିଣି, ଏଥର ଫେରିଯିବା । ହଁ ଭରିଲା ରୋହିତ । କହିଉଠିଲା, ତମ ଜନ୍ମଦିନ ପାଇଁ କିଛି ଖାଇବା ଆଣିଥିଲି । ଅନତି ଦୁରରେ ଥିବା ଗୋଟିଏ ଭଗ୍ନ ଗୃହ ଆଡକୁ ହାତ ଦେଖାଇ ରୋହିତ କହିଲା, ତମର ଯଦି ଆପତ୍ତି ନଥାଏ ସେଇଠି ଖାଇନେବା, ତାପରେ ତମେ ଚାଲିଯିବ । ହଁ ଭରିଲା ନମିତା । ପାଖକୁ ଯାଇ ନମିତା କହିଲା, ଧେତ୍, ଘରଟା ତାଲା ପଡିଛି, ବାହାରେ ଗ୍ରୀଷ୍ମର ଅସହ୍ୟ ଜ୍ୱାଳା, ଖାଇବା କେମିତି ? ହସିଦେଇ ରୋହିତ କହିଲା ଧେତ୍ ପାଗଳୀ, ଝରକା ଖୋଲା ଅଛି, ଏପଟେ ଭିତରକୁ ଚାଲିଯିବା, ଖାଇସାରି ବାହାରିଆସିବା । ହଉ ଠିକ୍ ଅଛି କହି ଭିତରକୁ ଚାଲିଗଲା ନମିତା । 


  ସରଳା ଝିଅଟି ଜାଣିନଥିଲା ଚାରିଜଣ ନରରାକ୍ଷସ ତାରି ଭିତରେ । ନରମାଂସଲୋଭୀ ଚାରିଜଣ ଲୁଟିଚାଲିଲେ ନମିତାକୁ । କରୁଣ ଚିତ୍କାରରେ ଫାଟିପଡୁଥିଲା ପରିବେଶ । ଚିତ୍କାର କରୁଥିଲା ନମିତା, ରକ୍ଷାକର ରୋହିତ । ବାହାରେ ଠୋ ଠୋ ହସୁଥିଲା ରୋହିତ । କହୁଥିଲା, ଶାଳୀ କେତେ ଉପଦେଶ ଦେଉଥିଲୁ, କାମ ରହିତ ପ୍ରେମ ସଫଳ । ହେଲେ ଆମେ ବର୍ତ୍ତମାନ କାମଲାଳସାରେ ପାଗଳ ନୁହଁ । ଏହା ପରା ଅଗାଧ ଗାଢ ଆଲିଙ୍ଗନ । ପାପ ନୁହଁ ପୂଣ୍ୟ।


  ଛଟପଟ ହୋଇ ଯଦୁମଣି ମହାପାତ୍ରଙ୍କ ପଂକ୍ତି ମନେ ପକୋଉଥିଲା ନମିତା::


କୁଞ୍ଜବନେ ଜଗନ୍ନାଥ ନହେବ ଗୋସାଇଁ,

ରଥ ବୋଲି ଭଣ୍ଡିନେଲା ଶଗଡେ ବସାଇ ।

ଭୋଗବୋଲି ଖଞ୍ଜିଦେଲା କଡିକିଆ ମୁଆଁ, 

ଧୂପବୋଲି ମାଡିଦେଲା ନିଆଁଖୁଣ୍ଟା ଧୁଆଁ । ।


କଷ୍ଟରେ ଚିତ୍କାର କରୁଥିଲା ନମିତା । ଚାରି ଚାରିଜଣ ବଳାତ୍କାର କରି ଟଙ୍କା ବିଡା ଖୁଞ୍ଚିଦେଲେ ରୋହିତ ହାତରେ । ତାପରେ ରୋହିତର ପାଳି, ତା ସହ ଚିତ୍ରୋତ୍ତଳନ । ମୃତ୍ୟୁସହ ସଂଗ୍ରାମ କରୁଥିଲା କୋମଳ କଢିଟି । *ସଂଧ୍ୟାର ଆଗମନ ହୋଇସାରିଥିଲା* । ରୋହିତ କହିଲା, ଆରେ ଏଇଟାକୁ ଏଇଠି ଶେଷ ନକଲେ ସମସ୍ତେ ଅସୁବିଧାର ସମ୍ମୁଖୀନ ହେବା । ନିର୍ଦ୍ଦୟ, ନିଷ୍ଠୁର ନରରାକ୍ଷସ ଗୁଡାକ ତଣ୍ଟି ଚିପିଦେଲେ ନମିତାର । ବୋଧହୁଏ ଅନ୍ୟ ଏକ ଛବିରାଣୀ, ବେବିନା କିମ୍ୱା କୁନ୍ଦୁଲିପୀଡିତାର ପୁନରାବୃତ୍ତି । ପରିତ୍ୟକ୍ତ କୋଠରୀରୁ ବହୁତ ଦିନ ପରେ ମିଳିଲା କିଛି କଙ୍କାଳ । ଆଜି ବି ଚାଲିଛି ଛାନଭିନ । ଖୋଜା ହେଉଛି ଦୋଷୀ କିଏ? ଦୋଷୀ ଆଧୁନିକତା, ନା ଅତ୍ୟଧିକ ବିଶ୍ୱାସ, ନା ମାନବିକତାର ଅନ୍ତ !!!


ଉତ୍ତର ଓ ବିଚାର ଆପଣଙ୍କର । ।



Rate this content
Log in

More oriya story from Siddhartha Tripathy

Similar oriya story from Tragedy