STORYMIRROR

Sunanda Mohanty

Abstract Classics Inspirational

3  

Sunanda Mohanty

Abstract Classics Inspirational

ବିକା ଓ କିଣା

ବିକା ଓ କିଣା

2 mins
234


 ମେଳାରେ ବିକା କିଣା ଚାଲିଛି । କିଏ କେତେ ରକମର ଜିନିଷ କିଣୁଛି ତ କିଏ ବିକୁଛି । ରାତିରେ ବି ଗୀତ, ନାଚ, ଯାତ୍ରା, ସାହିତ୍ୟ ଆସର ହେଉଛି ହେଲେ ସେ ସବୁଠୁ ବହୁଦୂରରେ ମୁନାର ମନ କେବଳ ଗରମ ବରା, ପକୁଡି, ଦହିବରା, ଜିଳାପି ଇତ୍ୟାଦିରେ । ଘରକୁ ଆସିଥିବା ଅତିଥି ଅଭ୍ୟାଗତ ଦେଇଥିବା ପଇସା ସବୁ ଖର୍ଚ୍ଚ ହେଇସାରିଲାଣି । ବୋଉ ବି ଦେଇଥିଲା ଆଉ ଦେବନି ତ ମୁନା ଆଇସକ୍ରିମ କିଣି ଖାଇବ କେମିତି? 

   ତ ବାପାଙ୍କ ପାକେଟରୁ ଚୋରି କରି ମୁନା ଆଇସକ୍ରିମ ଖାଇଲା ମନବୋଧ ହେବାଯାଏଁ ହେଲେ ତା ପରଦିନ ମୁନାକୁ ଜର । ବାପା ପଚାରିଲେ ଏମିତି ହଟାତ ଜର ହେବାର ମାନେ କଣ ? ତ କାନ୍ଦି କାନ୍ଦି ମୁନା ସବୁ ସତ କହିଦେଇଥିଲା । ବାପା ପିଠି ଥାପୁଡେ଼ଇ ଔଷଧ ଖୁଆଇ, ପାଣିପଟି କପାଳରେ ଚଢେଇ, ତାତି ମାପି କହିଲେ, ବାବୁରେ ତୁ ସତ କହିଥିବାରୁ ତୋର ନିଶ୍ଚୟ ଉର୍ନ୍ନତି ହେବ ତୁ ଜୀବନରେ ନିଶ୍ଚୟ ଭଲ ମଣିଷ ହେବୁ l

   ମୁନା କହୁଥିଲା ଗୁରୁଜୀ କହିଥିଲେ ଗାନ୍ଧୀଙ୍କ ପରି ସବୁ ସତ ମାନଇଯିବା ଉଚିତ, ସେ ବି ଥରେ ବାପାଙ୍କ ପାକେଟରୁ ଚୋରି କରିଥିଲେ ହେଲେ ସତ ମାନିଯାଇଥିବାରୁ ବାପାଙ୍କ ଆର୍ଶୀବାଦ ପଇଥିଲେ । ଏମିତିକି ଗୁରୁଙ୍କ କଥା ମାନିବାକୁ ବାଧ୍ୟ ହେଲେ ବି ସେ ଗୁରୁଜୀଙ୍କ ନିର୍ଦ୍ଦେଶ ପାଖ ପିଲା ସାଙ୍ଗ ଖାତାରୁ କପି କରି ଠିକ ଉତ୍ତର ବି ଲେଖିନଥିଲେ । ପରବର୍ତ୍ତୀ ସମୟରେ ଗୁରୁ ତାଙ୍କୁ ଆର୍ଶୀବାଦ ଦେଇଥିଲେ । ଏସବୁ କଥା ଜାଣିବି ମୁଁ ଭୁଲ କରିଛି ବାପା, ମତେ କ୍ଷମା କରିଦିଅ ।

  ବାପା କହିଲେ ମୁଁ ତତେ କ୍ଷମା କରିଛି ପୁଅ, ଏଇ ଦେଖ ମୁଁ ତୋ ପାଇଁ କଣ ଆଣିଛି । ମୁନା ଦେଖିଲା ବାପାଙ୍କ ହାତରେ ଗାନ୍ଧିଜୀ ରଖିଥିବା ତିନି ମାଙ୍କଡ଼ ମୂର୍ତ୍ତି । ଜଣେ ଆଖି, ଅନ୍ୟ ଜଣେ କାନ ଆଉ ଜଣେ ପାଟି ମୁଜି ରଖିଥିବା ଦୃଶ୍ୟରେ ବିଭୋର ହୋଇ ମୁନା ଉଠିବସି କହୁଥିଲା ଖରାପ କଥା ଦେଖିବି ନାହିଁ କି ଶୁଣିବି ନାହିଁ କି କହିବି ନାହିଁ। ମୁନାର ଜର ଛାଡ଼ିବା ପରେ ବାପା ସବୁକଥା ତାକୁ ବୁଝେଇ କହିଥିଲେ, ତ ମୁନା ତା ପଢା ଘରେ ତିନି ମାଙ୍କଡ଼ ମୂର୍ତ୍ତି ରଖି ହସୁଥିଲା, ଦୂରରୁ ମାଆ ମଧ୍ୟ ଆଉ କହୁଥିଲେ ବିକା କିଣା ମଧ୍ୟ ଦେଖିଚାହିଁ କରିବା କଥା । ଯେମିତି ଆଇସକ୍ରିମ କିଣି ତୋର ସ୍ୱାସ୍ଥ୍ୟ ଖରାପ ଆଉ ବାପା ମେଳାରୁ କିଣିଥିବା ଗାନ୍ଧୀଙ୍କ ତିନିମାଙ୍କଡ଼ର ପ୍ରତିଛବି ତତେ ଖୁସି ଦେଲା, ମୁନା କେବଳ ହସୁଥିଲା l

,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract