ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ବିଜୟର ରହସ୍ୟ

ବିଜୟର ରହସ୍ୟ

2 mins
7.5K


କିରଣବାଳା ଷଡ଼ଙ୍ଗୀ

ମହାରଣା ପ୍ରତାପ ବଡ ବୀର ଥିଲେ । ନିଜ ଜନ୍ମଭୂମିର ସୁରକ୍ଷା ପାଇଁ ସେ ଆଜୀବନ ମୋଗଲମାନଙ୍କ ସହିତ ଯୁଦ୍ଧ କରିଥିଲେ । ମୋଗଲ ସମ୍ରାଟ ଆକବରଙ୍କ ସହ ମହାରାଣାଙ୍କର ଯୁଦ୍ଧ ଚାଲିଥାଏ । ସେତେବେଳେ ଯୁଦ୍ଧର ନିୟମ ଥାଏ, କେବଳ ଦିନରେ ହିଁ ଯୁଦ୍ଧ ହେଉଥାଏ । ରାତ୍ରିରେ ସମସ୍ତେ ବିଶ୍ରାମ ନିଅନ୍ତି । ଆକବରଙ୍କ ଯୁଦ୍ଧରେ ‘ ପୋତ ’ ର ବ୍ୟବହାର କରୁଥିଲେ । ତଥାପି ରାନା ପ୍ରତାପ ଓ ତାଙ୍କ ସୈନ୍ୟମାନେ ପ୍ରାଣପଣେ ଯୁଦ୍ଧ କରୁଥାନ୍ତି । ପଛଘୁଞ୍ଚା ଦେବାକୁ ସେମାନେ ଶିଖି ନ ଥା’ନ୍ତି । ଦିନେ ରାତିରେ ଆକବର ନିଜ ସୈନ୍ୟ ଶିବିର ପାଖରେ ଭ୍ରମଣ କରୁଥିଲେ । ସେମାନଙ୍କର ଭଲମନ୍ଦ କଥା ବୁଝୁଥିଲେ । ତାଙ୍କର ଦୃଷ୍ଟି ପଡିଲା ଶତ୍ରୁର ଶିବିର ଉପରେ । ସେ ଦେଖିଲେ ରାଣା ପ୍ରତାପ ମଧ୍ୟ ତାଙ୍କ ସୈନ୍ୟମାନଙ୍କ ଅବସ୍ଥା ପଚାରି ବୁଝୁଛନ୍ତି । ଆଘାତପ୍ରାପ୍ତ ସୈନ୍ୟମାନଙ୍କର ଚିକିତ୍ସା ପାଇଁ ନିର୍ଦେଶ ଦେଉଛନ୍ତି । ରାଣା ପ୍ରତାପ ଯେ ନିଜ ପ୍ରଜାମାନଙ୍କୁ ଖୁବ୍ ଭଲପାଉଥିଲେ ଏହା ସେ ଜାଣିଥିଲେ । ରାଣା ଜଣେ ଦେଶପ୍ରେମୀ ବୀର ରାଜା ଥିଲେ । ତାଙ୍କୁ ହରାଇବା ସହଜ ସାଧ୍ୟ ନ ଥିଲା । ହଠାତ୍ ଆକବର ଦେଖିଲେ ଶତୃ ଶିବିରରେ ଅନେକ ଜାଗରୁ ଧୂଆଁ ଉଠୁଛି । ନିଆଁ ଲାଗିଗଲା ବୋଧ ହୁଏ ।

ଆକବର ତୁରନ୍ତ ସେନାପତିଙ୍କୁ ଡକାଇ ପଠାଇଲେ । ଧୂଆଁ ଉଠିବାର କାରଣ କ’ଣ ପଚାରିଲେ । ସେନାପତି ଗୁପ୍ତଚରଙ୍କୁ ପଠାଇ ଧୂଆଁ ଉଠିବାର କାରଣ ବୁଝି ଆସିବା ପାଇଁ ଆଦେଶ ଦେଲେ । ଗୁପ୍ତଚର ଅନେକ ଶିବିରରୁ ଧୂଆଁ ଉଠିବାର କାରଣ ବୁଝିଆସିଲା । କହିଲା- ମହାରାଜ, ସୈନ୍ୟମାନନେ ଭିନ୍ନ ଭିନ୍ନ ଜାତିର ହୋଇଥିବାରୁ ସେମାନଙ୍କ ମଧ୍ୟରେ ଛୁଆଁ ଅଛୁଆଁ ଭେଦ ଭାବ ଅଛି । ଏଣୁ ସେମାନେ ଏକାଠି ବସି ଖାଇବେ ନାହିଁ । ଅଲଗା ଅଲଗା ରୋଷେଇ ହେଉଛି । ଭିନ୍ନ ଭିନ୍ନ ଜାଗାରୁ ଧୂଆଁ ଉଠିବାର ଏଇଆ ହିଁ କାରଣ । ଏକଥା ଶୁଣି ଆକବର ମନଖୋଲା ହସଟିଏ ହସିଲେ । ସେନାପତିଙ୍କୁ କହିଲେ – ‘ ମୁଁ ଭାବୁଥିଲି ଏପରି ଜଣେ ବଡବିରଙ୍କୁ ହରାଇବି କିପରି, କିନ୍ତୁ ଦେଖୁଛି ଏମାନଙ୍କର ପରାଜୟ ନିଶ୍ଚିତ । ନିଜ ନିଜ ମଧ୍ୟରେ ଯେଉଁମାନେ ଏକତ୍ର ରୋଷେଇ କରି ଭୋଜନ କରି ପାରୁନାହାନ୍ତି,ସେମାନେ ଲଢେଇ କରିବେ କିପରି ?’ ପ୍ରକୃତରେ ତାହାହିଁ ହେଲା । ଯୁଦ୍ଧରେ ଆକବର ବିଜୟୀ ହେଲେ । ମୋଗଲ ସାମ୍ରାଜ୍ୟର ମୂଳଦୁଆ ମଜବୁତ୍ କରାଇ ପାରିଲେ । ରାଣା ପ୍ରତାପ ହାରିଲେ ସିନା, ମୋଗଲ ମାନଙ୍କ ନିକଟରେ ଆତ୍ମ ସମର୍ପଣ କରି ନ ଥିଲେ । ମୃତ୍ୟୁ ପର୍ଯ୍ୟନ୍ତ ସେ ସଂଗ୍ରାମ କରିଥିଲେ । ତାଙ୍କ ପରି ଦେଶପ୍ରେମୀ ବିରଳ । ଇତିହାସରେ ତାଙ୍କ ନାମ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଛୁଆଁ ଅଛୁଆଁ ଭେଦ ଭାବ ସେତେବେଳ ପ୍ରବଳ ଥିଲା । ଏବେ ମଧ୍ୟ ଅଛି । ସେଥିରୁ ଯଦି ଆମେ ମୁକ୍ତି ପାଇ ପାରନ୍ତେ ତେବେ ରାମରାଜ୍ୟ ପ୍ରତିଷ୍ଠାରେ ବିଳମ୍ବ ହୁଆନ୍ତା ନାହିଁ । ଇତିହାସରୁ ଆମର ଶିଖିବା ଉଚିତ ।


Rate this content
Log in

Similar oriya story from Children