ଓଡ଼ିଆ ଗଳ୍ପ ଓ କବିତା - ୩

Children

3  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ବୀରବର କଥା

ବୀରବର କଥା

2 mins
7.5K


ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

ବେତାଳକୁ ଧରି ରାଜା ବିକ୍ରମାଦିତ୍ୟ ଯାଉଥିବା ବେଳେ ବେତାଳ କହିଲା- ବର୍ଦ୍ଧମାନରେ ରୂପସେନ ବୋଲି ଜଣେ ରାଜାଥିଲେ l ସେ ଜଣେ ଗୁଣଗ୍ରାହୀ ଦୟାଳୁ ରାଜାଥିଲେ l ଥରେ ବୀରବର ନାମରେ ଜଣେ ସିପାହୀ ତାଙ୍କ ପାଖକୁ ଆସି କହିଲା-‘’ ହଜୁର ! ମୋତେ କେହି ପାଖରେ ରଖୁନାହାନ୍ତି l ମୁଁ ଶହେ ସୁନାମୋହର ଦରମା ଆକାରରେ ଚାହୁଁଛି l ରାଜା ବିରାବରକୁ ନିଜ ପାଖରେ ରଖିଲେ ଓ ସେ ସେହି ସୁନା ମୋହରକୁ ନେଇ କ’ଣ କରୁଛି ବୋଲି ବୁଝିବା ପାଇଁ ଗୋଟିଏ ଗୁପ୍ତଚରକୁ ଜଣାଇଲେ l ଗୁପ୍ତଚର ଦେଖିଲା ବୀରବର ସେହି ଶହେ ସୁନାମୋହରରୁ ପଚିଶତଟି ମୋହର ଗରିବଙ୍କୁ ଦେଉଛି l ପଚିଶଟି ମୋହର ବିଭିନ୍ନ ମନ୍ଦିରରେ ଥିବା ଦେବାଦେବୀଙ୍କୁ ଦେଉଛି l ପଚିଶତି ମୋହର ଗରିବ ବ୍ରାହ୍ମଣଙ୍କୁ ଦେଉଛି l ଦଶଟି ମୋହର ବିଧବା ଅନାଥଙ୍କୁ ଆଉ ଦଶଟି ମୋହର ଅକର୍ମଣ୍ୟଙ୍କୁ ଦେଇ ବଳକା ପାଞ୍ଚଟି ମୋହର ନେଇ ଘରକୁ ଯାଉଛି l ରାଜା ଏ କଥା ଶୁଣି ସାରି ଖୁସି ହେଲେ l

ଥରେ ବୀରବର ରାତିରେ ପହରା ଦେଲାବେଳେ ଜଣେ ସ୍ତ୍ରୀ ଲୋକ କାନ୍ଦୁଥିବାର ଶୁଣିଲା l ସେ ନଗର ବାହାରେ ଯାଇ ଦେଖିଲା ରାଜାଙ୍କ ଉପରେ ଶନି ଆକ୍ରମଣ ଯୋଗୁଁ ଭାଗ୍ୟଲକ୍ଷ୍ମୀ କାନ୍ଦୁଥିଲେ l ଯଦି କିଏ ନିଜର ପୁଅକୁ ନେଇ ଦେବୀଙ୍କ ପାଖରେ ବଳିଦିଏ ତେବେ ଶନିଗ୍ରହ ଆଉ ରହିବ ନାହିଁ ବୋଲି ଶୁଣିଲା l ସେ ଘରକୁ ଫେରିଯାଇ ନିଜର ସ୍ତ୍ରୀକୁ ସବୁକଥା କହିଲା l ଏଣେ ରାଜା ମଧ୍ୟ ନିଜର ବେଶ ବଦଳାଇ ତ’ର ପଛେ ପଛେ ଗଲେ l ନିଜ ପୁଅଙ୍କୁ ଦେବୀଙ୍କ ପାଖରେ ବଳି ଦେଲା l ଏହା ଦେଖି ତା’ର ଝିଅ ଓ ସ୍ତ୍ରୀ ମଧ୍ୟ ସେଇଠାରେ ଆତ୍ମବଳି ଦେଲେ l

ବୀରବର ଭବିଲା ମୋର ଏକଲା ରହି କି ଲାଭ ହେବ ! ସେ ମଧ୍ୟ ନିଜର ମୁଣ୍ଡକାଟି ଦେଲା l ରାଜା ଏସବୁ ଦୃଶ୍ୟ ଦେଖୁଥିଲେ l ସେ ଭାବିଲେ ଏପରି ଜେନ ପ୍ରଭୁଭକ୍ତର ପରିବାର ମୋର ମଙ୍ଗଳପାଇଁ ପ୍ରାଣ ତ୍ୟାଗ କଲେ l ମୁଁ କାହିଁକି ବଞ୍ଚି ରହିବି ? ଏହା କହି ସେ ନିଜର ଖଣ୍ଡାରେ ମୁଣ୍ଡ କାଟିବାକୁ ପ୍ରସ୍ତୁତ ହେଲାବେଳେ ଦେବୀ ସଙ୍ଗେ ସଙ୍ଗେ ଦେଖାଦେଇ କହିଲେ, ‘’ ବତ୍ସ ! ମୁଁ ତୁମର ତ୍ୟାଗରେ ସନ୍ତୁଷ୍ଟ l କି ବର ମାଗୁଛ ମାଗ l ‘’

ରାଜା କହିଲେ- ‘’ ମା ! ତୁମେ ଯଦି ସନ୍ତୁଷ୍ଟ, ତେବେ ଏହି ଚାରିଜଣଙ୍କର ଜୀବନ ଦାନ କର l ‘’ ଦେବୀଙ୍କର ଦୟାରୁ ସେ ଚାରି ଜଣ ଜୀବନ ଫେରି ପାଇଲେ l ସମସ୍ତେ ଦେବୀଙ୍କୁ ପ୍ରଣାମ କରି ରାଜା ଦରବାରକୁ ଫେରିଗଲେ ଓ ବିରାବରଙ୍କ ବହୁ ଧନରତ୍ନ ସମ୍ପତ୍ତି ଦାନ କଲେ l

କଥାଟି କହି ସାରି ବେତାଳ କହିଲା – ରାଜା ! ଏବେ କୁହ, ଏମାନଙ୍କ ମଧ୍ୟରେ ସବୁଠୁ ଉଦାର କିଏ ? କାହାର ବଳିଦାନ ଶ୍ରେଷ୍ଟ ଏଟିଆର ? ରାଜା କହିଲେ- ନିଜର ଅନ୍ନଡାତା ପାଇଁ ପ୍ରାଣବଳି ଦେବା ସେବକର କର୍ତ୍ତବ୍ୟ l ତେଣୁ ବୀରବର ହିନ ନିଜର ଧର୍ମ ପାଳନ କରିଥିଲା l ହେଲେ ଜେନ ରାଜା ହୋଇ ନିଜର ସେବକ ପାଇଁ ଆତ୍ମବଳି ଦେବା କେଉଁଠି ଶୁଣା ଯାଇ ନାହିଁ l ତେଣୁ ରାଜଙ୍କର ବଳିଦାନ ଶ୍ରେଷ୍ଟ ଅଟେ l ‘’


Rate this content
Log in

Similar oriya story from Children