STORYMIRROR

puspanjali das

Tragedy

2  

puspanjali das

Tragedy

ବିଦ୍ୟାରାଣ

ବିଦ୍ୟାରାଣ

3 mins
472

    ସେଦିନ ଥିଲା ଡିସେମ୍ବର ମାସର ଶୀତୁଆ ସକାଳ ଟି। ବହୁ ପ୍ରତୀକ୍ଷିତ ବାଲ୍ୟ ବନ୍ଧୁ ମାନଙ୍କର ପୁନର୍ମିଳନ ର ଦିନ, ଯୋଉଠି ଦୀର୍ଘ ୪୨ ବର୍ଷ ପରେ ,ଜୀବନ ର ସାୟାହ୍ନ ରେ ସମସ୍ତେ ଏକତ୍ରିତ ହେବାକୁ ଯାଉଥିଲେ। ଯଦିଓ ବିଜ୍ଞାନ ର ଅଗ୍ରଗତି ଓ ନୂଆ ଟେ କ୍ନୋଲୋଜି ଜରିଆ ରେ ,ହ୍ଵାଟ୍ସଆପ ଗ୍ରୁପ ଯୋଗୁଁ ସେତକ ସମ୍ଭବ ହୋଇ ପାରୁଛି ବୋଲି ସମସ୍ତଙ୍କ ର ମତ ଥିଲା, ତଥାପି କେତେଜଣ ପୁରୁଣା ବନ୍ଧୁ ଙ୍କୁ ବହୁ କଷ୍ଟରେ ଯୋଗା ଯୋଗ କରି ମନାଇବାକୁ ପଡିଥିଲା

     ଅନନ୍ୟା ସେଦିନ ବହୁ ବ୍ୟସ୍ତତା ଭିତରେ ମଧ୍ୟ ସମୟ ବାହାର କରି ତଥାକଥିତ ସ୍ଥାନରେ ନିର୍ଦ୍ଧାରିତ ସମୟ ରେ ପହଞ୍ଚି ଯାଇଥିଲା, ହେଲେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଯେ ଅନେକ ଜଣ ପହଁଚି ଯାଇଥିଲେ,ଦେଖି ମନେ ମନେ ଖୁସି ହୋଇଯାଇଥିଲା ଓ ସମସ୍ତଙ୍କ ର ଉତ୍ସାହ ଓ ଵ୍ୟଗ୍ରତା କୁ ମଧ୍ୟ ଅନୁଭବ କରି ପାରିଥିଲା

      ଦୀର୍ଘ ସମୟ ର ବ୍ୟବଧାନ ଯେମିତି କ୍ଷଣକ ମଧ୍ୟରେ କୁଆଡେ ଅପସରି ଯାଇଥିଲା ପରସ୍ପର ର ଭାବର ଆଦାନ ପ୍ରଦାନ ଭିତରେ ସମୟ ଯେ କେମିତି ଏତେ ଶୀଘ୍ର ଚାଲିଯାଇଥିଲା ହୁଏତ କେହି ଜାଣିପାରିନଥିଲେ ଫେରିବାର କିଛି ସମୟ ପୂର୍ବରୁ ପିଲାଦିନ ର ,ସ୍କୁଲ ଜୀବନର ସେଇ ଅଭୁଲା ସ୍ମୃତି ସବୁକୁ ଓଲଟାଉ ଓଲଟାଉ,କେତେଜଣଙ୍କର ବଦଭ୍ୟାସ ବିଷୟରେ ଆଲୋକପାତ ହୋଇ ଚାଲିଲା–କେମିତି କଥା କଥାକେ ହିମାଂଶୁ 'ମା ରାଣ'କହି ପକାଉଥିଲା ଓ ସେଥିପାଇଁ କେତେ ସାଙ୍ଗସାଥୀ ଙ୍କ ଠାରୁ କେତେ ଗାଳି ଶୁଣୁଥିଲା,ଏମିତିକି ଶିକ୍ଷକ ଙ୍କ କାନ ରେ ପଡି ଦଣ୍ଡ ଭୋଗିବାକୁ ମଧ୍ୟ ପଡିଥିଲା ଆଉ ରତ୍ନପ୍ରଭା ର 'ଥୁକୁଲୁ' ଟି ଯୋଗୁଁ ,ଖେଳପଡ଼ିଆ ହେଉ କି କଥାବାର୍ତା ରେ ହେଉ ସବୁବେଳେ ଅନ୍ୟଠାରୁ ଗାଳି ଶୁଣି ବାକୁ ପଡୁଥିଲା। ଅନେକ ଜଣ ଙ୍କ ର ଆଉ କିଛି କିଛି ସାଙ୍ଗରେ ସଲିମ ର 'ବିଦ୍ୟାରାଣ' ଟା ମଧ୍ୟ ଖୁବ୍ ଚର୍ଚ୍ଚା ର ବିଷୟ ହୋଇପଡିଥିଲା। ଯଦିଓ ସେତେବେଳେ ବହୁତ ଜଣ ବିଦ୍ୟାରଣ ପକାଇବାକୁ ପଛାଉ ନଥିଲେ,ହେଲେ ସଲିମ ର ବିଦ୍ୟାରାଣ ଯେମିତି ତାର ଛାଇ ଭଳି ତା'ସାଙ୍ଗେ ସାଙ୍ଗେ ରହିଥିଲା ପ୍ରତ୍ୟେକ କଥାରେ ସେ ଶବ୍ଦ ଟି ବହାରିଆସୁଥିଲା ସେଇକଥାକୁ ମନେପକାଇ ଏକାଥରକେ ଦୁଇ ତିନି ଜଣ ଙ୍କର ପାଟିରୁ ବାହାରି ଆସିଥିଲା–କିରେ ସଲିମ,ଏବେ ବି 'ବିଦ୍ୟାରାଣ' ପକାଉଛୁ ନା ନାହିଁ

   ଏଇ କଥା ପଦକରେ ସଲିମ କିନ୍ତୁ ହସିବା ପରିବର୍ତ୍ତେ, ଗମ୍ଭୀର ହୋଇ ଯାଇଥିଲା ହଠାତ୍ ତାର ଏମିତି ପ୍ରତିକ୍ରିୟା ରେ ଯଦିଓ କେହି କିଛି ବୁଝି ପାରିନଥିଲେ,ହେଲେ ଅନନ୍ୟା ର ସ୍ମୃତି ପଟରେ ବହୁ ବର୍ଷ ତଳର ଘଟଣା ଗୁଡିକ ଯେମିତି ଚେଇଁ ଉଠିଥିଲେ।। ଅନନ୍ୟା ର ବାପା ଙ୍କ ଟ୍ରାନ୍ସଫର ବହୁଦୂର କୋରାପୁଟ କୁ ହୋଇଯାଇଥିଲା,ଯୋଉଥି ପାଇଁ ତାକୁ କଟକ ର ସବୁ ପୁରୁଣା ସାଙ୍ଗସାଥୀ ଙ୍କୁ ଛାଡି ଯିବାକୁ ପଡିଥିଲା ଓ ସଂଯୋଗ ବଶତଃ ସଲିମ ର ବାପାଙ୍କ ର ମଧ୍ୟ ବର୍ଷଟିଏ ପରେ ସେଇ କୋରାପୁଟ କୁ ଟ୍ରାନ୍ସଫର ହୋଇଯାଇଥିଲା ଓ ସେଇଠି ପୁଣି ସେ ଦୁହେଁ ଏକା କଲେଜରେ ସହପାଠୀ ହୋଇ ଯାଇଥିଲେ। ବିଦ୍ୟା ସେଠିକାର ସ୍ଥାୟୀ ବାସିନ୍ଦା ଙ୍କ ଝିଅ ଟିଏଥିଲା,ଯିଏ ଖୁବ୍ କମ୍ ଦିନ ଭିତରେ ଅନନ୍ୟା ର ସହପାଠୀ ହୋଇ ,ଖୁବ୍ ଭଲ ବାନ୍ଧବୀ ଟିଏ ହୋଇଯାଇଥିଲା। ଆଉ ଯେତେବେଳେ ସଲିମ ର ଆକର୍ଷଣ ବିଦ୍ୟା ପ୍ରତି ଅନୁଭବ କରିଥିଲା ,ଅନନ୍ନ୍ୟା ସେତେବେଳେ ଅନେକ ଥର ତାକୁ ସମ୍ପ୍ରଦାୟ ଗତ ପାର୍ଥକ୍ୟ କୁ ବୁଝାଇ ବାକୁ ଚେଷ୍ଟା ମଧ୍ୟ କରିଥିଲା,ଯଦିଓ ତାର ସେମିତି କିଛି ଭେଦଭାବ ମନରେ ନ ଥିଲା ହେଲେ,ପ୍ରେମପାଗଳ ସଲିମ ନାଁ କିଛି ବୁଝି ଥିଲା, ନାଁ ବିଦ୍ୟା ତାକୁ କିଛି ବୁଝାଇବାକୁ ଚେଷ୍ଟା କରିଥିଲା ଅଳ୍ପକିଛି ଵର୍ଷ ପରେ ଅନନ୍ୟା ର ବାପାଙ୍କ ଟ୍ରାନ୍ସଫର ପୁଣି ଅନ୍ୟସ୍ଥାନ କୁ ହୋଇଯିବାରୁ ସଲିମ ଓ ବିଦ୍ୟା ର ପ୍ରେମ କାହାଣୀ ଠାରୁ ଦୂରେଇ ଯାଇଥିଲା, ହେଲେ ସେମାନଙ୍କ ବନ୍ଧୁତା ଉଭୟେ ରଖିପାରିଥିଲେ,ମଝିରେ ମଝିରେ ଚିଠି ଓ ଲ୍ୟାଣ୍ଡ ଲାଇନ ର ଫୋନ ମାଧ୍ୟମରେ ଅନନ୍ୟା ସବୁକଥା ଅଳ୍ପେ ବହୁତେ ଜାଣୁଥିଲା। ଅନେକ ଉତ୍ଥାନ ଓ ପତ୍ତନ ର ସମ୍ମୁଖୀନ ହୋଇ ସଲିମ ଓ ବିଦ୍ୟା ର ପରିବାର ଶେଷରେ ସେମାନଙ୍କ ନିବିଡ଼ ପ୍ରେମ ପାଖରେ ହାର ମାନିଥିଲେ

           ଯୋଉଦିନ ଉଭୟଙ୍କ ପରିବାର ର ସମ୍ମତି ମିଳିଥିଲା,ସେଦିନ ଉଭୟେ ଲ୍ୟାଣ୍ଡ ଲାଇନ ରୁ ଫୋନ କରିପକାଇଥିଲେ, ଆଉ ଅନନ୍ୟା ମଧ୍ୟ ଅନେକ ଶୁଭ କାମନା ଅଜାଡି ପକାଇଥିଲା ସେମାନଙ୍କ ଉପରେ ହେଲେ,ଦିନ କେଇଟା ପରେ ହଠାତ୍ ବିଦ୍ୟା ର ସାନଭଉଣୀ ଠାରୁ ଚିଠି ଟିଏ ମିଳିଥିଲା,ଯୋଉଥିରୁ ଜାଣିଥିଲା,ବିଦ୍ୟା ର ଆକ୍ସିଡେଣ୍ଟ ରେ ଦେହାନ୍ତ ର ଖବର। ଅନନ୍ୟା ନିଜର ଆଖିକୁ ଵିଶ୍ଵାସ କରିପାରୁନଥିଲା,ବାରମ୍ବା ର ଚିଠି ଟିକୁ ପଢି କୋଉଠି କିଛି ଭୁଲ ପଢ଼ିଦେଲା ବୋଲି ଭ୍ରମ କୁ ଯେମିତି ସୁଧାରିବାକୁ ଚେଷ୍ଟା କରୁଥିଲା ହେଲେ,ସେଇଟା ତ ଥିଲା ଅପ୍ରିୟ ସତ୍ୟ,ଯାହାକୁ ଗ୍ରହଣ କରିବା ଅନନ୍ୟା ପକ୍ଷରେ ବହୁ କଷ୍ଟକର ଥିଲା ତା'ପରେ ସଲିମ ର କେତେବର୍ଷ ପର୍ଯ୍ୟନ୍ତ କିଛି ଖୋଜଖବର ନଥିଲା,ଅନେକ ବର୍ଷ ପରେ ହଠାତ୍ ଗୋଟାଏ ପୁସ୍ତକ ମେଳା ରେ ସଲିମ ସହିତ ଅନନ୍ୟା ର ଭେଟ ହୋଇଯିବାରୁ ସଲିମ ର ମୁହଁରୁ କେବଳ ପଦୁଟିଏ ଶୁଣି ଥିଲା–ଅନନ୍ୟା, ସେଦିନ ବି ମୁଁ 'ବିଦ୍ୟାରାଣ' ପକାଇଦେଇଥିଲି,ଆଉ ମୋରି ଆଗରେ ବିଦ୍ୟା କୁ ସବୁଦିନ ପାଇଁ ହରାଇ ଦେଇଥିଲି ଏବେ ଆଉ 'ବିଦ୍ୟାରାଣ' ପକାଉନାହିଁ ରେ,ହେଲେ ବିଦ୍ୟା କୁ ଆଉ ପାଉନାହିଁ ତା'ପର ଠାରୁ ,ନିଜ ଜଞ୍ଜାଳମୟ ଜୀବନରେ ଅନନ୍ୟା ସଲିମ ର ଖବର କିଛି ରଖିପାରିନଥିଲା କେବଳ ଏଇ ପୁନର୍ମିଳନ ଯୋଗୁଁ ,କିଛି ଦିନ ପୂର୍ବରୁ ଶୁଣିବାକୁ ପାଇଥିଲା ଯେ ସଲିମ ଅବିବାହିତ ରହିଯାଇଛି ବୋଲି କଥା କଥାକେ 'ବିଦ୍ୟାରାଣ' ପକାଉଥିବା ସଲିମ ଯଦିଓ ଅଧ୍ୟାପକ ଟିଏ ହୋଇଯାଇଥିଲା,ହେଲେ ସେ ଶବ୍ଦ ଟି ଯେ ତା'ଜୀବନରେ ଏତେ ଓଲଟ ପାଲଟ କରିଦେବ,ଏକଥା ଅନନ୍ୟା ଚିନ୍ତା କରି ନ ଥିଲା

   ଭାବନାରାଜ୍ୟ ରୁ ଅନନ୍ୟା ଓହ୍ଲାଇ ଆସିଥିଲା,ଯେତେବେଳେ ସଲିମ କାହାକୁ କିଛି ଉତ୍ତର ନ ଦେଇ ,ସମସ୍ତ ଙ୍କ ପାଖରୁ ବିଦାୟ ନେଇ ଚାଲି ଯାଉଥିଲା ଓ ଅନନ୍ୟା କୁ ସମ୍ବୋଧନ କରି କହିପକାଇଥିଲା-'ଅନନ୍ୟା, ଚାଲିଲି।'ଗମ୍ଭୀର ବାତାବରଣ ଟିକୁ ସାମାନ୍ୟ କରିବାକୁ ଅନନ୍ୟା ଚେଷ୍ଟା କରି ଉଠି ଯାଇଥିଲା ଅନ୍ୟମାନଙ୍କ ପାଖକୁ,ଓ ସାଧାରଣ ଔପଚାରିକତା ଶେଷ କରି ,ସମସ୍ତ ଙ୍କ ଠାରୁ ବିଦାୟ ନେଲାବେଳେ ଧୀରେକରି କହିଦେଇ ଥିଲା–ସଲିମ,'ବିଦ୍ୟାରାଣ' ପକାଇବା ବହୁତ ବର୍ଷ ହେଲା ଛାଡି ଦେଇଛି'

            


Rate this content
Log in

Similar oriya story from Tragedy