ବିଦେଶୀ ଚାକିରିଆ ପୁଅ
ବିଦେଶୀ ଚାକିରିଆ ପୁଅ
ସାନିଆଁ ବହୁ କଷ୍ଟରେ ପହଞ୍ଚିଥିଲା ଓଡିଶା ମାଟିରେ । ଭୁବନେଶ୍ୱର ଏୟାରପୋର୍ଟରେ ଓହ୍ଲାଇ ସେ ମୁଣ୍ଡ ନୁଆଁଇ ମାଟି ଟିକେ ଉଠାଇଲା ଓ ନିଜ ମୁଣ୍ଡରେ ଲଗାଇଲା । କେତେ ସୁଗନ୍ଧ ଥିଲା ଏ ମାଟିରେ । ଏ ପରା ତା ଜନ୍ମମାଟି । କେତେ ଝୁରି ହେଉଥିଲା ସେ ଏହି ମାଟିକୁ ।
ଏ ମାଟିରେ ତାର କେତେ ସ୍ମୃତି ବିଜଡିତ ହେଇରହିଛି । ଏଇ ମାଟିରେ ତାର ପୂର୍ବ ପୁରୁଷଙ୍କ ଅବଶେଷ ମିଶି ରହିଛି । ଏ ମାଟିରେ ସେ ପ୍ରଥମ ପାଦ ପକାଇ ଚାଲି ଶିଖିଛି । ଏଠି ସେ ବିଦ୍ୟାର୍ଜନ କରିଛି । କିଶୋରୀରୁ ଯୁବତୀ ହେଇଛି । ୟାରି ଷଡ ଋତୁର ପ୍ରଭାବରେ ଆମୋଦିତ ପୁଲକିତ ହେଇଛି ତାର ତନୁ ଯୌବନ । ଅନେକ ସ୍ୱପ୍ନ ଦେଖିବା ଶିଖେଇଛି ଏଇ ମାଟି ମାଆ । ତାର ସବୁଜ ପଣତ ତଳେ ବଣ୍ୟ ଝରଣାରଜଳ ପିଇ ନାନା ଜାତିର ପକ୍ଷୀଙ୍କ କଳରବ ଭିତରେ ସେ ଖୋଜି ନେଇଥି୍ଲା ସୁଖର ସଂସାରଟେ । ହେଲେ ଯୁବତୀ ହେବା ପରେ ଘର ପାଇଁ ବୋଝ ବନିଯାଇଛି । ବାପାମାଆ ମୁଣ୍ଡର ବୋଝ ଉତାରିଦେବାକୁ ବରପାତ୍ର ଖୋଜିଛନ୍ତି । ଜଣେ ଦଲାଲ ତା ମଦୁଆ ବାପାକୁ ମଦ ପିଆଇ ତା ଝିଅ ପାଇ ଏକ ବିଦେଶୀ ଚାକିରିଆ ପୁଅଟେ ଯୋଗାଡ କରିଦେଇଛି କହି ଲୋଭ ବଢାଇଛି । ତାହାତରେ ଦଶହଜାର ଏଡଭାନ୍ସ ଗୁଞ୍ଜି ଦେଇଛି । ମଦୁଆ ବାପା ତାର ଆକାଶକୁ ଛୁଇଁବାର ସ୍ୱପ୍ନରେ ବିଭୋର । ବିଦେଶୀ ଜୋଇଁ କରିବ । ଗାଁରେ ସମ୍ମାନ ବଢିବ । ଝିଅ ତାର ସୁଖରେ ରାଜରାଣୀ ହେଇ ରହିବ ସେ ଖୁସିରେ ତାର ମନ ଜୁଆରିଆ ନଈଟିଏ ପରି ଥଳକୂଳ ନ ମାନି ବହିଯାଉଛି । ଦଶ ହଜାର ଟଙ୍କା ଦେଖି ତା ମାଆର ଆଖିରେ ବି ଖୁସିର ଚମକ । ଅର୍ଥ ଆସିବାର ଏଇ ତ ଆରମ୍ଭ । ଝିଅ ବିଦେଶ ଗଲେ କେତେ ବିଦେଶୀ ଜିନିଷ ପଠାଇବ ତାଙ୍କରି ପାଇଁ । ଛୋଟ ଭାଇଟା ବି ଖୁସିରେ ଡେଉଁଛି ନାନୀ ଦୁବେଇ ଯିବ କହି । ଆଉ ସମସ୍ତଙ୍କ ଖୁସି ଦେଖି ସାନିଆଁ ବି ନିଜର ଭାବି ସ୍ୱାମୀକୁ ନେଇ ସ୍ୱପ୍ନବିଭୋର ହେଇ ଉଠିଛି ।
ଦାମୀ ଶାଢୀଗହଣା ଦେଇ ଇବ୍ରାହିମ ସହ ତାର ବାହାଘର ହେଇଗଲା । ପ୍ରଥମ କରି ଉଡାଜାହାଜ ଦେଖିଲା ପାଖରୁ । ଭିତରେ ପଶି ବସିଲା । ଇବ୍ରହିମର କଥା ଅନୁସାରେ ବେଲ୍ଟ ବାନ୍ଧିଲା । ଆକାଶକୁ ଉଠିଲା ବେଳେ ତାର ଛାତି ଚାଏଁ କଲା । କାନ ସବୁ ଟାଣି ହେଲା ପରି ଲାଗିଲା । ଇବ୍ରାହିମ ତାକୁ ହାତରେ ଥାପୁଡାଇ ନ ଡରିବା ପାଇଁ ସାହସ ଦେଲା । ସେ ଇବ୍ରାହିମର ଏପରି ଯତ୍ନଶୀଳ ମନୋଭାବ ଦେଖି ନିଜକୁ ବଡ ଭାଗ୍ୟବତୀ ଭାବିବାକୁ ଲାଗିଲା । ଭଲ ଭଲ ଜିନିଷ ଖାଇବାକୁ ମିଳିଲା । ଦୁବେଇରେ ପହଞ୍ଚିଲା ପରେ ଏକ ଭଲ ଘରେ ନେଇ ରଖିଲା । ନିଜ ଘର ଭାବି ଅଯତ୍ନରେ ପଡିଥିବା ଘରକୁ ସେ ଦିନସାରା ପୋଛାପୋଛି କରି ଚକ ଚକ କରିଦେଲା । ନୂଆବୋହୁ ପରି ଭଲ ଲୁଗା ପିନ୍ଧି ସେ ସଜହେଲା ରାତି ହନିମୁନ ପାଇଁ । ଆଜି ତାର ପତିଦେବତାଙ୍କ ପୂଜାରେ ତା ଦେହକୁ ସମର୍ପଣ କରିବାର ଅଛି । ହେଲେ ରାତିରେ ସେମିତି କିଛ ହେଲାନି । ବହୁତ କ୍ଲାନ୍ତ ହେଇପଡିଥିବାରୁ ଇବ୍ରାହିମ ଶୀଘ୍ର ଶୋଇପଡିଲା । ସକାଳୁ ଉଠି ପୁଣି ଘର କାମରେ ଲାଗିଗଲା ସାନିଆଁ । ରାତିରେ ତାକୁ ନୂଆବୋହୁ ପରି ସଜ କରି ଇବ୍ରହିମ ସାଥିରେ ନେଇଆସିଲା ଏକ ହୋଟେଲକୁ । ସେଠି ଆଗରୁ ତାପରି କେତୋଟି ଝିଅ ବସିଥିଲେ । ସେମାନେ ସବୁ ପାଶ୍ଚାତ୍ୟ କପଡା ପିନ୍ଧିଥିଲେ । ସେମାନେ ତା ଆଡେ କରୁଣ ଦୃଷ୍ଟିରେ ଅନାଉଁ ଥାନ୍ତି ଯେମିତି ସେ ହଣାହେବାକୁ ଯାଉଥିବା ଛେଳିଟିଏ । ତାଙ୍କ ଭିତରେ ଫୁସ୍ଫାସ୍ କିଛି କଥା ହେଉଥାନ୍ତି ହେଲେ ସେ ସ୍ୱଳ୍ପ ଶିକ୍ଷିତ ହେତୁ କିଛି ବୁଝି ପାରୁନ ଥାଏ । ରାତ୍ରୀ ବଢିବାକୁ ଲାଗିଥାଏ । ଇବ୍ରାହିମ ତାକୁ ଏକ ସଜ୍ଜିତ ବଖରାରେ ଛାଡି ବାହାରୁ ଆସୁଛି କହି ଚାଲିଗଲା । ସାନିଆଁ ଗଦାବାଲା ଡନଲପ୍ ଖଟ ସୋଫା ଡ୍ରେସିଙ୍ଗଟେବୁଲ ଦେଖି ଖୁସି ହେଉଥାଏ । ତାର ଭାଗ୍ୟ ଏତେ ଯୋର ଥିଲା ବୋଲି ବିଶ୍ୱାସ ହେଉନଥିଲା ତାକୁ । ମାଆ ଏସବୁ କଥା ଶୁଣିଲେ କେତେ ଖୁସିହେବ ସତେ । ଏପରି ଭାବି ଚାଲିଥିଲା ବେଳେ କବାଟ ଖଡ୍ କି ଶବ୍ଦହେ୍ଲା ଓ ଜଣେ କେହି ନୂଆ ଲୋକ ପଶିଆସିଲା ବଖରା ଭିତରକୁ । ସେ ଡରିଗଲା ,ଏ ତ ଇବ୍ରାହିମ ନୁହେଁ ? ତେବେ ଇଏ କିଏ ?
ଲୋକଟି ଭିତରପଟୁ କବାଟ ବନ୍ଦ କରିଦେଲା । ତାପରେ ତା ଖଟରେ ଆସି ବସିଲା । ତାକୁ ଟାଣି ତା ଛାତିରେ ଜାକି ଧରିଲା । ସେ ଭୟରେ ଥରୁଥାଏ । କୁକୁଡା ଚିଆଁ ଛଞ୍ଚାଣ କବ୍ଜାରେ ପଡିଲା ପରି ତା ଅବସ୍ଥା ସାଂଘାତିକ । ଲୋକଟି ମଦ ପିଇ ଆସିଥିଲା । ସେ ତାଠୁ ଛଡେଇ ହେବାକୁ ଅନେକ ଚେଷ୍ଟା କଲା ହେଲେ ପାରିଲାନି । ଧିରେଧିରେ ସେ ନିୟନ୍ତ୍ରଣ ହରାଇଲା । ଏବେ ସେ ଲୋକ ଗୋଟିଗୋଟି କରି ତା ଅନ୍ତ୍ରବସ୍ତ୍ର ଖୋଲି ସାରିଥିଲା । ସେ ଲାଜରେ ଦୁଇ ହାତରେ ନିଜ ଆଖି ଦୁଇଟାକୁ ବନ୍ଦ କରିଥାଏ । ତାପରେ ଲୋକଟା ତାର ଉତ୍ତେଜକ ଅଙ୍ଗମାନଙ୍କରେ ହାତ ଓ ଜିଭର ପ୍ରୟୋଗ କରୁଥିଲା । ଏମିତି ସ୍ପର୍ଶ ସେ ଆଗରୁ କେବେ ଜାଣିନଥିଲା । ଭୟରେ ଓ ଉତ୍ତଜନାରେ ସେ ପାଣି ପାଣି ହେଇ ଯାଉଥିଲା । ଏବେ ତାକୁ ବାହାରେ ଭେଟିଥିବା ଝିଅମାନଙ୍କର କରୁଣ ଚାହାଣୀର ମାନେ ବୁଝା ପଡୁଥିଲା । ବୋଧହୁଏ ତା ସହ କଣ ହେବାକୁ ଯାଉଛି ସେମାନେ ଜାଣିଥିଲେ । ସେଥିପାଇଁ ତାକୁ ଏମିତି କରୁଣ ନଜରରେ ଚାହୁଁଥିଲେ । ବୋଧହୁଏ ସେମାନେ ବି ତା ପରି ଶିକାର ହେଇ ସାରିଛନ୍ତି ଆଗରୁ । ଲୋକଟା ରାତିସାରା ତାକୁ ଦଳିମକଚି ତାର ଦେଇଥିବା ଟଙ୍କାତକ ଅସୁଲ କଲା । ସେ କହୁଥାଏ ଭର୍ଜିନ ମାଲ ବହୁତ କଷ୍ଟଲି । ଏବେ ଇବ୍ରାହିମ ପ୍ରତି ତାର ବଡ ଘୃଣା ହେଉଥାଏ । ସକାଳେ ଆସି ଇବ୍ରାହିମ ତା ଘରକୁ ନେଇ ଆସିଲା । ଏବେ କିନ୍ତୁ ସେ ଘର ପ୍ରତି ସାନିଆଁର ମୋହ ତୁଟି ଯାଇଥିଲା । ସଜେଇବାକୁ କି କିଛି କାମ କରିବାକୁ ମନ ହେଉନଥିଲା । ଘରକୁ ଫୋନ କରିବାକୁ ଚାହିଁଲେ କିଛି ସୁବିଧା ନଥିଲା । ଇବ୍ରାହିମ ତା ଫୋନ ଦେଉ ନଥିଲା ।
ପରେ ଇବ୍ରହିମ ବିଷୟରେ ସେ ଜାଣିବାକୁ ପାଇଲା
ସେ ବିଦେଶୀ ଚାକିରିଆ କହି ଝିଅଙ୍କୁ ବାହା ହେଇ ଆଣି ଏଠି ଧନ୍ଦା କରାଏ । ଯିଏ ଥରେ ଏଠିକୁ ଆସିଗଲା ତା ଜୀବନ ନର୍କ ପାଲଟିଯାଏ । ଝିଅର ମାଆବାପାଙ୍କ ପାଖକୁ କିଛି କିଛି ଟଙ୍କା ପଠାଇ ଦିଅନ୍ତି ଚୁପ୍ ରହିବେ ବୋଲି । ସେମାନେ ଭାବନ୍ତି ଝିଅ ଭଲରେ ଅଛି । ଦିନେ ଏକ ଓଡିଆ ଲୋକ ତା ଗ୍ରାହକ ହେଇ ଆସିଥିଲେ । ତାଙ୍କରି ଫୋନ ରେ ସେ ଭିଡିଓ କରି ନିଜ ଦୁଃଖ ଜଣେଇ ଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ । ଭିଡିଓଟି ଭାଏରାଲହେଇ ପ୍ରଧାନମନ୍ତ୍ରୀଙ୍କ ଯାଏ ପହଞ୍ଚିଲା । ତାପରେ ଗୁପ୍ତଚର ଦ୍ୱାରା ଠାବ ହେଲା ଇବ୍ରାହିମ । ସାନିଆ ସହ ଆହୁରି କେତେଜଣ ଭାରତୀୟ ଯୁବତୀ ଫେରିଥିଲେ ବିଦେଶରୁ । ଦୁବେଇ ଯିବା ଚାକିରିଆ ଜୋଇଁ ପାଇବାର ମୋହ ଏବେ ସମସ୍ତେ ଛାଡିବାକୁ ଲାଗିଲେ ଯେତେବେଳେ ସାନିଆଁର କାହାଣୀ ଶୁଣିଲେ ।
