Sunanda Mohanty

Tragedy Inspirational Others

3  

Sunanda Mohanty

Tragedy Inspirational Others

ବିଡମ୍ବନା

ବିଡମ୍ବନା

1 min
242



ଝରକା ଦେଇ ବାହାରକୁ ଚାହିଁଥିଲେ ଅବିନାଶ, ଆଖି ଲମ୍ବି ଯାଉଥିଲା କାହିଁ କେତେ ଦୁରକୁ, ଝିଅ ର ବାପା ହେବା ପରେ ସେ ସବୁଠୁ ଖୁସି ହେଇଥିଲେ ଆଉ ଝିଅ ଟି ବି ତାଙ୍କର ବଡ ହେବା ପରେ ସର୍ବଗୁଣ ସମ୍ପନ୍ନ ହୋଇ ବାରି ହୋଇ ପଡୁଥିଲା, ହେଲେ ପଡୋଶୀ ଅସାମାଜିକ ବିନୋଦ, ଝିଅକୁ ତାଙ୍କର ପ୍ରେମ ଭିକ୍ଷା କରି ବିଫଳ ହେବା ପରେ ଢାଳିଦେଲା ଏସିଡ, ଏଡ଼େ ସୁନ୍ଦର ଝିଅର ଚେହେରା ହେଲା ବିକୃତ ହେଲେ ଆଗେଇଆସିଲେ ପାର୍ଥ, ତାଙ୍କ ମାଆ ଛେଉଣ୍ଡ ଚାକିରିଆ ଏସିଡ ମାଡ ରେ ସୌନ୍ଦର୍ଯ୍ୟ ହରେଇ ସାରିଥିବା ଝିଅକୁ ବାହାହେବାକୁ,ଝିଅ ତ ବାହା ହୋଇଗଲା କିନ୍ତୁ ଶେଷ ଜୀବନରେ କୁଟା ଖିଅ କୁ ଆଶ୍ରା କଲା ଭଳି ଝିଅ ପାଖେ ହିଁ ରହିଥିଲେ ଅବିନାଶ, ହେଲେ ଝିଅ ଯେ ପାର୍ଥ ପରି ନରରାକ୍ଷସ ହାତରେ ପଡିଯାଇଛି ଜାଣିବାକୁ ବୁଝିବାକୁ ସମୟ ଲାଗିନଥିଲା, ଝିଅ ଦରମା ଲୋଭରେ ଓ ତାଙ୍କ ପେନସନ ରେ ହିଁ ପାର୍ଥ ଙ୍କର ନଜର ଥିଲା l

    ସେଦିନ "ବାପ ତୋର ଏଠି ମାଗେଣା ଗେଫିଲେ ଚଳିବନି" ବୋଲି ଶୁଣିବା ପରେ ସେ ଚାଲିଆସିଥିଲେ ଗାଁକୁ କିନ୍ତୁ ଝିଅର ଅବସ୍ଥା ଚିନ୍ତା କରି ଝିଅକୁ ଫେରେଇ ଆଣିବାକୁ ଯାଇଥିଲେ, ହେଲେ କାନ୍ଦି କାନ୍ଦି ଝିଅ ଯେବେ ଆସିବାକୁ ମନା କରି କହିଥିଲା ବିବାହ ପରେ ଏଇ ଶାଶୁଘର ହିଁ ତାର ସ୍ୱର୍ଗ, ଏଘରୁ ପଦାକୁ କେବଳ ତାର ମଲା ଶରୀର ହିଁ ବାହାରିପାରେ, ଏକଥା ତମେ ତ ମତେ ଶିଖେଇଛ ନା ବାପା !, ଝିଅ କାନ୍ଦି କାନ୍ଦି ଆଉ ସବୁ କଣ କହୁଥିଲା ଶୁଣିବାକୁ ଧର୍ଯ୍ୟ ନଥିଲା ଅବିନାଶଙ୍କର, ସେଇ ଦିନଠୁ କିନ୍ତୁ ଅବିନାଶ ଝରକା ସେପଟେ ଲମ୍ବିଥିବା ରାସ୍ତା କୁ ଚାହିଁ କେତେ କଣ ଗପୁଥାନ୍ତି ମନକୁ ମନ, କେହି କେହି କୁହନ୍ତି ବିଚରା ଝିଅଟା ପାଇଁ ବାପା ଟା ପାଗଳ ହୋଇଗଲା, ସତରେ କୋଉ ପ୍ରାରବ୍ଧ କର୍ମ ଫଳ ବାପା ଝିଅ ଯିଏ ଯାହା ବାଟେ ଭୋଗୁ ଥିଲେ କହିବା କଷ୍ଟ ସାଧ୍ୟ ଥିଲା ନିଶ୍ଚୟ ଏ ଜନ୍ମରେ l


Rate this content
Log in

Similar oriya story from Tragedy