ବିଚିତ୍ର ଡେ ‐୧
ବିଚିତ୍ର ଡେ ‐୧


ରୁମା ବୋଲି ଅଠର ବରଷର ଝିଅଟି ।ତା ପାଇଁ ଏକ ଭଲ ବର ଭଲ ଘର ଦେଖି ବାହା କରିବାକୁ ଗୋଡ କାଢିଥିଲେ ବାପା ମାଆ ।ହେଲେ ବାହାଘର ତାରିଖ ଟି ଅଜବ ଥିଲା ।ଭଲ ବାର ନକ୍ଷତ୍ର ଖୋଜି ଖୋଜି ଏକ ତାରିଖ ବାହାରିଲା ଆଉ କାର୍ଡ ଛପା,ଚୁନ ଦିଆ ,ଜିନିଷକିଣା,ମାମୁଁ ଗୁଆ ,ମେହେନ୍ଦୀ ଡେ,ହଳଦୀ ଡେ,ସବୁ ପ୍ରକାରର ଡେ ପାଳିଲେ ।ହେଲେ ବିବାହ ଡେ ଥିଲା ଅଲଗା ଯାହା ସବୁ ବର୍ଷ ଆସିବନି କି ଆନିଭରସରୀ ହେବନି ।ଫାର୍ଷ୍ଟ ଆନିଭରସରୀ ଡେ ଚାରିବର୍ଷ ପରେ ହିଁ ହେବାକୁ ଯାଉଛି ।ଏମିତି ଡେ ରେ ଅନ୍ତତଃ ବାହାଘର ନ ହେଲେ ଭଲ ।୨୦୧୬ କ୍ୟାଲେଣ୍ତରରେ ବି ବିବାହ ତାରିଖ ସେ ଦିନ ଟି ରେ ନ ଥିଲା ତଥାପି କେମିତି ସେ ବ୍ରାହ୍ମଣ ଏ ଦିନ ବାଛିଥିଲେ କେଜାଣି ?
ସେ ଯାହା ହେଉ ରୁମା ଆଉ କୁନାର ବାହାଘର ହୋଇଥିଲା ଏକ ସୁନ୍ଦର ପରିବେଶରେ ଏବଂ ବହୁତ ଲୋକଙ୍କ ଗହଣରେ । ରୁମାର ମାଆ କହିଲେ ଝିଅ ଗଣ୍ଠୁଆଳ ଫିଟାଇବାକୁ ପଡିବ ବିବାହ ବାର୍ଷିକୀରେ ।ରୁମା କହିଲା ଠିକ ଅଛି ।ସେ ତା ମୋବାଇଲର ଡାଏରୀରେ ଟିପି ରଖିଲା ।
ବିବାହର ବର୍ଷେ ପୁରିବାକୁ ଅଳ୍ପ ଦିନ ଥାଏ ।ସୁମା ଡାଏରୀର ପୄଷ୍ଠା ବିଷୟରେ ଶାଶୁ ଶ୍ବଶୁର ଓ ସ୍ବାମୀଙ୍କୁ ଜଣାଈଲା ।ଶାଶୁମାଆ କ୍ୟାଲେଣ୍ତର ଧରିଲେ ।ଫେବୣଆରୀ ମାସ ଅଣତିରିଶି ତାରିଖ ଦୁଇ ହଜାର ଷୋହଳ ଥିଲା ।ଦୁଇ ହଜାର ସତର ମସିହାର କ୍ଯାଲେଣ୍ତର ହାତରେ ଥାଏ ।ଫେବୄଆରୀ ମାସରେ ସେ ତାରିଖ ନାହିଁ ।ତିଥି ଅନୁସାରେ କରିଦେବା କହିଲେ । ଝିଅର ମାଆ ଟିକେ ଅର୍ଦ୍ଧ ଶିକ୍ଷିତ ।ଏଣୁ ସେ ଶାଶୁମାଆ ସହ ଯୁକ୍ତି କଲେ ।ଆହେ ସମୁଦିଆଣୀ କଣ କରିବା କୁହ ଏମିତି କହୁଛ ଯେମିତି ସୂର୍ଯ୍ଯ ପଶ୍ଚିମରେ ଉଦୟ ହେଉଛନ୍ତି ।ଆହୋ ତାରିଖ ଟି କେମିତି କଟିବ ।
ଶାଶୁ ମାଆ କହିଲେ ହେ ସମୁଦିଆଣୀ ମୋର।ତମେ ବୁଝୁନ କାହିଁକି?ଆମ ପିଲେ ଯେଉଁ ତାରିଖରେ ବାହା ହୋଇଛନ୍ତି ତାହା ଏ ବର୍ଷର କ୍ୟାଲେଣ୍ଡରରେ ନାହିଁ ।
ରୁମା ର ମାଆ କହିଲେ ଆଛ୍ଥା ହଉ ,ମୋ ଝିଅ କୁ ତମ ଘରକୁ ଯେବେ ଛାଡିଲି ତା ଆଗଦିନ ଆମ ଗାଁର ଏକ ଝିଅ ବାହା ହୋଇଥିଲା ।ତାର ତ ଯେଉଁଦିନ ହେବ ଆମ ଝିଅଜ୍ୟୋଇଁର ତା"ପରଦିନ କରିଦେବା ।ଏଥିରେ ଏତେ ଭାବିବାର କଣ ଅଛି ?
ଶାଶୁମାଆ ପୁଣି ବୁଝାଇବାକୁ ଚେଷ୍ଟା କଲେ ହେଲେ ସମୁଦିଆଣୀ ବୁଝିଲେନି ।ଝିଅ ,ଜ୍ୟୋଇଁ ବି ବୁଝାଇଲେ ହେଲେ ସେ ବୁଝିଲେନି ।କେବଳ ୨୯ ତାରିଖ ରେ ହିଁ କରିବାକୁ ଜିଦ ଧରିଛନ୍ତି ।ରୁମାର ବାପା ଟିକେ ବୁଝିବା ଲୋକ ।ସେ ଅତି ପ୍ରାଞ୍ଜଳ ଭାବେ ବୁଝାଇଦେଲେ ।ଦେଖ ତୁମକୁ ଚାରିବର୍ଷ ଜଗିବାକୁ ହେବ ।ତୁମେ ଅପେକ୍ଷା କର।ଚାରିବର୍ଷ ପରେ ୨୯ ତାରିଖରେ ହିଁ କରିବା ।
ଦୁଈ ହଜାର କୋଡିଏ ମସିହା ଫେବୄଆରୀ ୨୯ ତାରିଖର ଅପେକ୍ଷାରେ ସମସ୍ତେ ।ଆପଣମାନେ ସମସ୍ତେ ଯୋଗ ଦେବେ ।ଡାକ୍ତର ଛୁଆ ଜନ୍ମର ତାରିଖ ବି ସେଈଦିନ ଦେଈଛନ୍ତି ।ଦେଖାଯାଉ ତାରିଖ ର ଜିତ ହେବ ନା ବିବାହ ବାର୍ଷିକୀର ନା ଛୁଆ ଜନ୍ମଦିନର !ସମସ୍ତେ ଅପେକ୍ଷା କରିବା ଆଉ ଭୋଜି ନିଶ୍ଚୟ ଖାଈବାକୁ ଅନୁରୋଧ ରହିଲା ଫେସବୁକରେ ।