ବିଚାରୀ
ବିଚାରୀ


ବିଚାରୀ ଗତିଶୀଳ ସମୟର ସାମ୍ନା କରିବା ଯେ କେତେ କଷ୍ଟ ତାହାହିଁ ସେଇ କହିପାରିବ। ଅଧା ଖରା ଅଧା ଛାଇ ବଗିଚାର ଫୁଲ ଉପରେ ପଡିଥାଏ, ବସନ୍ତର ମୃଦୁ ମଳୟ ମନକୁ ଆହ୍ଲାଦିତ କରୁଥାଏ, ଆଉ ଆଖିରେ ଭରି ଦିଏ ଆଖିଏ ସ୍ଵପ୍ନ । ହଠାତ୍ ଫୋନ୍ ଆସିଲା ଧାଇଁ ଯାଇ ଫୋନ୍ ରିସିଭ୍ କରିବା ଆଗରୁ କଟି ଯାଇଥିଲା । କାହିଁକି କେଜାଣି ମନକୁ ଦୁଃଖ କରି ନୀରବରେ ବସି ପଡିଲା, କିଛି ବି ବୁଝି ହେଲାନି କି ତାକୁ ପଚାରିବାରେ ସାହସ ହେଲାନି ମୋର ଜାଣେନି ।
ସେଦିନ ଥାଏ ରବିବାର! ସକାଳୁ ସକାଳୁ ଗାଧୋଇ ପାଧୋଇ ନିଜକୁ ସଜେଇ ନେଲା ଆଉ କଲେଜ୍ ବ୍ୟାଗକୁ ଧରି ଘରୁ ବାହାରକୁ ଯିବା ପୂର୍ବରୁ ... ଆଜି ମୋର ଟିଉସନ୍ ସରିବାକୁ ଡେରିହେବ ଘରେ ପହଞ୍ଚିବାକୁ ଲେଟ୍ ହୋଇପାରେ ବାପା ।
-ହଉ ଯା...
-କିଛି ଟଙ୍କା ଦରକାର ଥିଲା ଟିଓସନ୍ ସାରଙ୍କୁ ଦେବାକୁ ହେବ ।
-ଟେବୁଲ୍ ପାଖରେ ଅଛି ନେଇ ଯା’ ।
-ଆଜ୍ଞା ବାପା !
-ଶିଘ୍ର ଆସିବାକୁ ଚେଷ୍ଟା କରିବୁ ।
-ଆଜ୍ଞା ବାପା !
ସ୍କୁଟିକୁ ଷ୍ଟାଟ୍ କରି ନିମିଷକରେ ମିଳାଇ ଗଲା ଆଖି ଆଗରୁ ଗାଡିର ଧୂଆଁ ମିଳାଉମିଳାଉ ଶୂନ୍ୟ ବାୟୁମଣ୍ଡଳରେ । କିଛି ସମୟ ପରେ । କବାଟ ଠକ୍ ଠକ୍ ହେଲା କେହି ଜଣେ ଚିହ୍ନା ଲୋକ ଘର ଭିତରକୁ ପଶିଆସିଲେ ଆଉ ବାପାଙ୍କ ସହ ଗୋପନରେ କିଛି କଥା ହେଲେ ଆଉ ଚାଲିଗଲେ । ବାପା ତାଙ୍କ କଥାରେ ହସୁନଥିଲେ କି କାନ୍ଦୁନଥିଲେ ଦେହ ସାରା ଗମ୍ ଗମ୍ ଝାଳ, ଠିଆ ହୋଇଥିବା ଜାଗାରୁ ଗୁଦ୍କିନା ବସି ପଡିଲେ ଚେୟାର ଉପରେ । ଆଉ ତା ପରେ ପ୍ରାୟତଃ ଓଡିଶାରେ ସବୁ ଟିଭି/ଖବର କାଗଜରେ ଖବର ବାହାରି ଗଲା । ଡାକ୍ତରଖାନା ବ୍ୟଡ୍ ପାଖରେ ପୋଲିସ୍ ଠାରୁ ଆରମ୍ଭ କରି ସବୁ ମିଡିଆ ବାଲା ଭିଡ ଜମେଇ ଥାଆନ୍ତି । ସତେ ଯେମିତି ଗୋଟିଏ ମୂର୍ଦ୍ଦାର ପାଖକୁ କୁଆ, ଚିଲ, ଶାଗୁଣା, କୁକୁର, ବିଲୁଆ ସବୁ ଘେରି ହୋଇ ରହିଛନ୍ତି । ନର୍ସ ଆସି ବାରମ୍ବାର କହୁଥାଏ ପେସେଣ୍ଟକୁ ବ୍ଲଡ ଦରକାର୍ ପେସେଣ୍ଟର ଅବସ୍ଥା ବହୁ ଗୁରୁତର । ମିଡିଆ ବାଲା, ପବ୍ଲିକ୍, ଥାନା ବାଲା, ଓକିଲ ଆଉ ସମ୍ପର୍କିୟ ବେସ୍ କିଛି ଦିନ ବଳ କଷା କଷି କରି ଚାଲିଗଲା ପରେ ଥମିଗଲା ଝଡ ତୋଫାନ୍ । ତାପରେ ସବୁ ଶାନ୍ତି ଆଉ ନିର୍ମଳ । ଟିଭିବାଲା ତ ଦୂରର କଥା ଛୋଟ ମୋଟ ଖବର କାଗଜବାଲା ବି ପଚାରିଲେନି । ଗାଁ କୁଜି ନେତା ଏଁ କହୁଛନ୍ତି ମୁଁ ସବୁକିଛି ସମ୍ଭାଳି ନେବି ! ଦୋଷି ନିଶ୍ଚୟ ଦଣ୍ଡ ପାଇବ । ବିଚାରୀ ମନୀଷା କାନ୍ଦୁଛି ।