STORYMIRROR

Prafulla Sarangi

Classics Children

3  

Prafulla Sarangi

Classics Children

ବିବେକର ଦଂଶନ

ବିବେକର ଦଂଶନ

2 mins
199

ସକାଳର ନିତ୍ୟକର୍ମ ସାରି ତରତରରେ ବାହାରି ପଡିଥାଏ ସ୍କୁଲକୁ ।ସମୟ ପ୍ରାୟ ସକାଳ ଦଶଟା ବାଜି ଗଲାଣି।  ଆମ ବିଦ୍ୟାଳୟର ପ୍ରଧାନଶିକ୍ଷକ ତା ପୂର୍ବଦିନ କୌଣସି ଏକ ଜରୁରୀ କାମରେ  ଯାଇଥିବାରୁ ମୋତେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଭବରେ ଦାୟିତ୍ବ ହସ୍ତାନ୍ତର କରି ଥାଆନ୍ତି । ବିଦ୍ୟାଳୟର ଚାବିଟା ମୋ ପାଖରେ ଥାଏ। ଦଶଟା ପୂର୍ବରୁ ବିଦ୍ୟାଳୟରେ ପହଞ୍ଚି ଚାବି ଖୋଲିବା କଥା। କାରଣ ଛାତ୍ରଛାତ୍ରୀ ମାନେ ଅପେକ୍ଷା କରିଥିବେ। କୁନିକୁନି ପୁଅଝିଅ ମାନେ ନିଜ ନିଜ ମଧ୍ୟରେ ଚୁମୁଟା ଚୁମୁଟି ଖୁପୁରା ଖୁପୁରି ହେଉଥିବେ ।

ବିଦ୍ୟାଳୟର ପାଚେରୀ ନାହିଁ । ଆଗରେ ପକ୍କା ରାସ୍ତା,କେତେ ଗାଡି ମୋଟର ଯିବା ଆସିବା କରୁଥିବ।କଳେ କିଛି ଅଘଟଣ ଘଟିପାରେ । ଏଇଆଶଙ୍କା ମଧ୍ଯରେ ମୁଁ ତରତରରେ ହିରୋହୁଣ୍ଡା ଗାଡିଟା ବାହାର କରି ଘର ଅଗଣାରେ

ରଖିଦେଲି। ପାଣିବୋତଲ,ଜଳଖିଆ ଟିଫିନ,ରେନ୍ କୋଟ ଇତ୍ୟାଦି ହାଣ୍ଡବ୍ୟାଗ୍ ରେ ପୂରାଇ ଗାଡିର କ୍ୟାରିୟର 

ରେ ଟଙ୍ଗାଉ ଟଙ୍ଗାଉ ଆଖି ପଡିଗଲା ସାନଭାଇର କୁନିପୁଅଟି ଉପରେ। ବୟସ ମାତ୍ର ଏଗାର ମାସ। ଠୁକୁଠୁକୁ ହେଇ ଚାଲୁଥାଏ। ନୂଆ ନୂଆ ଚାଲି ସାଙ୍ଗକୁ ଖୁଜୁବୁଜିଆ ହାତ ଗୋଡ। ନିମିଷକ ମଧ୍ୟରେ କ'ଣକ'ଣ କରିପକାଏ । ମୁହଁକୁଚାହିଁ ଦରୋଟି ହସରୁ ଚେନୋଏ ହସିଦେଲେ ପେଟ ପୂରିଯାଏ 

କେଉଁଏକ ଅଜଣା ଆନନ୍ଦରେ। ବାଳକ ନାରାୟଣ,ଏକଥା ସର୍ବଗ୍ରାହ୍ୟ।

ଘନେ ସୌଦାମିନୀ ଝଲକରୁ ବଳି

          ଦରୋଟି ଅଧର ହସ,

ସେ ହସରୁ ଝରେ ମଧୁ ମନ୍ଦାକିନୀ

            ହରିଶଙ୍କରଏ ବଶ।

ପୁଅଟି ହଠାତ୍ ମୋର ବାମପଟେ ଗୁରୁଣ୍ଡି ଆସି ଦାଣ୍ଡ ଦରଜା ନ ଟପୁଣୁ କନ୍ଥକଡରେ ପଡିଥିବା ଏକ କାଠପିଢାକୁ ଟାଣିନେଲା।

ଏହି ପିଢାତଳେ ଥିଲାଏକ କଙ୍କଡାବିଛା ଯାହାର ଲମ୍ବ ଚାରିପାଞ୍ଚ ଇଞ୍ଚ ହେବ। ନାହୁଡ ଟେକି ବସିଥାଏ। କଳାମଚମଚ

ରୂପ।ଯେକେହି ହେଲେବି ଡରିଯିବ। ଏହିବିଛାକୁ ଦେଖି ମୁଁକିଛି

ଭାବିବାପୂର୍ବରୁ ପିଲାଟା ନିର୍ବିକାର ଭାବରେ ହଠାତ ତାକୁ ଡାହାଣ ହାତରେ ମୁଠାଇ ପକାଇଲା।ଏହାଦେଖି ମୋ ପାଟି

ପଡିଗଲା ବିଛା ବିଛା ବିଛା ମାରିଦେଲା ମାରିଦେଲା ମାରିଦେଲା କି ଆଶ୍ଚର୍ଯ୍ୟ! ବିଛାଟା ମନରେ କ'ଣ ଭାବିଲା କେଜାଣି? ଅଜ୍ଞାନ ପିଲାଭାବି ପୁଅକୁ କମୁଡିଲା ନାହିଁ।ସଙ୍ଗେ ସଙ୍ଗେ ପୁଅକୁ ତଳୁ ଉଠାଇ ଆଣି କାଖେଇ ବହେ ଗେଲକରି ପକେଇଲି।ପିଲାଟା ମୁରୁକିମୁରୁକି ହସି ବିଛାକୁ ହାତ ବଢାଉ ଥାଏ। ପ୍ରକୃତରେ ଭୟଙ୍କର କୀଟଟିଏ ହେଲେ

ବି, ତା'ରକି ଅଦ୍ଭୁତ ବିବେକ? କେତେ ବିରାଟ ତା'ର ହୃଦୟ!

କେତେ ଦୟା କ୍ଷମା, ସହନଶୀଳତାର ଅଧିକାରୀ ସେ !

ଛୋଟ ଅଜ୍ଞାନ ଶିଶୁଭାବି ପିଲାଟାର କିଛି କ୍ଷତି କଲାନାହିଁ।

ହାୟ ! ମୁଁ କିନ୍ତୁ ମଣିଷ ସୃଷ୍ଟିର ଶ୍ରେଷ୍ଠ ଜୀବ।ମୋ'ଠି ଈଶ୍ବର ଦିବ୍ୟଜ୍ଞାନ ଦେଇଛନ୍ତି। କିଛି ନ ବିଚାରି ନିର୍ବିକାର ଭାବରେ ଠେଙ୍ଗାରେ ଛେଚି ମାରିଦେଲି ତାକୁ। ଏକଥା ଆଜିମୋର ମନେପଡିଲେ ବିବେକ ମୋତେ ତିଳତିଳ କରି ଦଂଶନ କରେ। ନିଜକୁ ଈଶ୍ବରଙ୍କ ନିକଟରେ ଦୋଶୀ ମଣେ । ମନକୁମନ ପ୍ରଶ୍ନ କରେ ମୁଁ କାହିଁକି ବିନାଦୋଶରେ ବିଛାଟାକୁ ମାରିଦେଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics