STORYMIRROR

Sunanda Mohanty

Drama Romance Tragedy

3  

Sunanda Mohanty

Drama Romance Tragedy

ବିବାହ

ବିବାହ

1 min
350

   ସ୍ୱାତୀ ଉପରେ ଗର୍ଜୁଛନ୍ତି ସମସ୍ତେ, ଖାଲି ଗର୍ଜୁ ନାହାଁନ୍ତି ମାଡ ବିଧା ଗୋଇଠା ପ୍ରହାରରେ ଲହୁ ଲୁହାଣ ହେଲେବି ଝିଅଟା ପ୍ରତି ସମବେଦନା ପରିବର୍ତ୍ତେ ଘୃଣା ଆସିଛି ସମସ୍ତଙ୍କର, ତାର ଅବାଂଛିତ ମାତୃତ୍ୱର ଲକ୍ଷଣରେ, ସେ ଯାହା ପାଇଁ ଏ ଘରେ ବନ୍ଧା ସେହି ବୁଢୀମା ଆଜି ପହିଲି କାର୍ତ୍ତିକରେ ମୁଁହ ବୁଲେଇ ନେଇଛନ୍ତି ତାଠୁ ଆଉ କହିଚାଲିଛନ୍ତି, ରାମ ରାମ, କାହାକୁ ଏ କଳିଯୁଗରେ ଆଉ ବିଶ୍ୱାସ ଓ ଭରସା କରିବ l

   ଘରର ସମସ୍ତ ସଦସ୍ୟ ଏ ଦୁର୍ଘଟଣାର ଖଳନାୟକକୁ ଜାଣିବାକୁ ଚାହିଁଥିଲେ ବି ସ୍ୱାତୀ ଚୁପ, ମୁଁହ ଖୋଲୁନି ତ ସମସ୍ତେ ନିଜ ନିଜକୁ ଦାୟୀ କରିବା ସହ ନିଜ ଲୋକଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି, ଏମିତିକି ଘରକୁ ଆସୁଥିବା ବନ୍ଧୁ ବାନ୍ଧବ ଚିହ୍ନାଜଣା ସାଙ୍ଗସାଥୀ କେହିବି ବାଦ ପଡ଼ିନାହାନ୍ତି,ତ ଗୋଇଠା ବିଧା ଗାଳି ମାଡରେ ବିଚରା ସ୍ୱାତୀ ଆଜି ଅସହାୟ, ଗତକାଲିର କଳକଳ ଛଳଛଳ ଶ୍ରୋତସ୍ବିନୀ ପରି ଝରି ଯାଉଥିବା କଲ୍ଲୋଳିନୀ ପରି କଳରବ କରୁଥିବା ନିର୍ଝରିଣୀ ପରି ବହିଯାଉଥିବା ଝିଅଟି ଆଜି ଖାମୋସ, ପ୍ରତିବାଦ କରିବାର

ଜୁଟାଇ ନପାରି ଅସହାୟ ପରି ଚାହିଁ ରହିଥିଲା ଶୁନ୍ୟକୁ l

   କବାଟ ଠେଲି ଯିଏ ପଶି ଆସିଥିଲା, ସେ ପଡୋଶୀଙ୍କ ପୁଅ ମାସୁଦ ଥିଲା ଆଉ ନିର୍ଭୟରେ ସ୍ଵାତିକୁ ଭଲପାଏ ଓ ବିବାହ କରି ଜୀବନ ସାଥୀ କରିବ କହେ ତ ତା ପଛେ ପଛେ ତା ଅମ୍ମୀ ଓ ଆବା ମଧ୍ୟ ଆସି ସମ୍ମତି ଜଣେଇ ଥିଲେ, ଏଥର ପରିବାରର ପ୍ରତ୍ୟକଙ୍କ ଆଖି ଉଜ୍ଜ୍ୱଳ ହୋଇଉଠିଥିଲା, କଥାର ଜବାବ ଠିକ ଠିକ ରଖିଥିବା ମାସୁଦ ହାତରେ ସ୍ୱାତୀକୁ ଟେକିଦେବାର ଆପତ୍ତି ଅଭିଯୋଗ ନଥିଲା କାହାରି ତ ବାହାଘର ରୀତି ନୀତି ଦୁଇ ସମ୍ପ୍ରଦାୟର ସମନ୍ୱୟ ସଂସ୍କୃତି ଉପରେ ଆଧାରିତ ହୋଇଥିଲା, ଓଢଣା ଭିତରୁ ବୁଢୀମାଙ୍କୁ ଦେଖି ସ୍ୱାତୀ ବହୁତ କାନ୍ଦୁଥିଲା ଆଉ ବୁଢୀମା ବୁଝି ସାରିଥିଲେ ସେ ଦୁହେଁ ପ୍ରକୃତ ଜନ୍ମ ଜନ୍ମାନ୍ତର ସାଥୀ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama