ଭୂତାଣୁ
ଭୂତାଣୁ
ଡାକ୍ତର ଶୋଭା ନିଜକୁ ସତର୍କତା ଅବଲମ୍ବନ କରି ରୋଗୀସେବା କରୁଛନ୍ତି ।ଶରୀରକୁ ନୀଳ ପୋଷାକରେ ଆଦୃତ ରଖିଛନ୍ତି ।ହାତରେ ଗ୍ଲୋବ ଓ ମୁହଁକୁ ମାସ୍କ ବାନ୍ଧି ହସ୍ପିଟାଲ ଭିତରେ ନିଜ କୋଠରୀରେ ।ରୋଗୀମାନେ ଜଣପରେଜଣେ ,କେତେ ବେଳେ କାହାର ପରୀକ୍ଷାରେ କରୋନା ପଜେଟିଭି ବହାରିପଡିବ କିଏ କହିବ ।ଜଣେ ଡାକ୍ତର ହିସାବରେ ରୋଗୀ ଦେଖିବା ତାଙ୍କର କାମ।ବୟସ ଷାଠିଏ ପାଖାପାଖି ଶୋଭା ଦେବୀକୁ ହେବ ।ଜଣେ ରୋଗୀର ରକ୍ତ ନମୁନା ପରୀକ୍ଷାରେ କୋଭିକ19 + ବାହାରିଛି ।କରୋନା ଭୂତାଣୁ ତାର ଦେହକୁ ସଂକ୍ରମଣ କରିଛି।ଡାକ୍ତର ଶୋଭା ସଂଗେ ସଂଗେ ସେଇଲୋକକୁ ନିଧିଷ୍ଟ କୋଠରୀ ରେ ରହିବାକୁ ବ୍ୟବସ୍ତା କଲେ ।ଚିକିତ୍ସା ଆରମ୍ଭ କଲେ ।
ଡାକ୍ତର ଜୀବନରେ ପ୍ରଥମ ଥର ପାଇଁ ରୋଗୀ ଚିକିତ୍ସା କଲା ଭିତରେ ସେ ଡରିଗଲେ ।ଜଣେ ଡାକ୍ତର ରୋଗୀ ଦେଖିବା ଭିତରେ କେବେବି କଳ୍ପନା କରିନାହିଁ ରୋଗ କୁ ଯେକି ଡାକ୍ତର କୁ ଚିକିତ୍ସା ବେଳେ ସଂକ୍ରାମକ ହେବ । ଶୋଭା ଏକଥା ଭାବିଭାବି ଭାରାକ୍ରାନ୍ତ ହୋଇ ନିଜ ଘରକୁ ଫେରିଲେ ।ଘରେ ପଶି ସିଧା ବାର୍ଥ ରୁମ ଯାଇ ସମସ୍ତ ପୋଷାକ ଶରୀରରୁ ବାହାର କରି ପାଣିରେ ଧୋଇଲେ। ନଜେ ଭଲରୁପେ ସାନିଟାରୀ କରି ଗାଧୋଇ ପଡିଲେ । ବାର୍ଥ ରୁମ ରୁ ବାହାରି ପଶିଲେ ଠାକୁର ଘରେ ପ୍ରାର୍ଥନା କଲେ । ନିଜ ରୁମ କୁ କିଏ ନସିବାକୁ କହିଲେ ।ଆଶ୍ଚର୍ଯ୍ୟ ହୋଇ ଦେଖୁଥାନ୍ତି ପରିବାର ଲୋକେ ।ମା ସରସ୍ଵତୀ ଆସି ପାଖେ ଠିଆ ହେଲେ ।ମାଙ୍କ ବୟସ ପାଖାପାଖି ପଂଚାଅସୀ ହେବ , ପଚାରିଲେ କିଲୋ ଶୋଭା ତୋର କଣ ହୋଇଛି, କାହିଁକି ମୁହଁ ତୋର ଝାଉଁଳି ପଡିଛି ।
ମାକୁ ସବୁକଥା କହିଲେ । ମାଆ ଆଜିମୋର ଗୋଟିଏ କରୋନା ପଜେଟିଭି ରୋଗୀ ବାହାରିଲା । ମା କହିଲେ ହେଲେ ତୋର କଣ ହେଲା ତୁ କାହିଁକି ମନ ମାରି ବସିଛୁ । ମା କୁଁ ବୁଝାଇଲେ, ଏହିରୋଗ ଜଣକ ଠାରୁ ଆଉଜଙ୍କ ପାଖୁ ଖୁବଶୀଘ୍ର ସଂକ୍ରମିତ ହୁଏ । ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡ଼ ଲାଇନ ଅନୁସାରେ ଦୂରତ୍ୱ ରେ ରହିବାକୁ ଜୋର ଦିଆଯାଉଛି । ଏହାର କୌଣସି ବିକଳ୍ପ ନାହିଁ ନା ଔଷଧ ଅଛି ନା ଉପଚାର ।କେବଳ ଜଣେ ଜଣକ ଠାରୁ ଦୂରତ୍ୱ ଓ ହାତକୁ ବାରମ୍ବାର ଧୋଇ ସଫା କରିବା ଛଡା ଅନ୍ୟପାୟ ନାହିଁ । ମାପଚାରିଲେ ତୁ କଣ ଭୟ କରୁଛୁ?ହଁ ଶୋଭା ଉତର ଦେଲେ ।
ମା ସମସ୍ତ କଥା ଝିଅ ପାଖରୁଶୁଣି କହିଲେ, ତୁ ପରା ସେବା କରୁଛୁ ଲୋକଙ୍କ ଜୀବନ ବଂଚଉଛୁ ।ତୁ ପୁଣି ଭୟ କଲେ ରୋଗୀ କିମିତି ବଂଚିବେ । ତୋର ମନକୁ ଭୟ ଗ୍ରାସକରିଛି ମୁଁ ବୁଝିଛି ।ହେଲେ ରୋଗୀ ଆଉ ଡାକ୍ତର ଙ୍କ କାର୍ଯ୍ୟ ଭଗବାନ ଙ୍କ କର୍ମ ।ଡାକ୍ତର ତାର କାର୍ଯ୍ୟ ରେ ନିଜେ ଈଶ୍ୱର ଙ୍କ କର୍ମ କରୁଛି । ପଦ୍ମ ପତ୍ରେ ଜଳ ପରି ଚିକିତ୍ସକ କେବେ ସଂସିଷ୍ଟ ହୁଏନି । ତାର କର୍ମ ହିଁ ତାକୁ ସୁରକ୍ଷା ଦେଇଥାଏ ।
କେତେପଦ କଥାରେ ଶୋଭା ଦେବୀ ଙ୍କ ମନ ଭିତରୁ କିଏଜଣେ ବାହାରି କହୁଥିଲା ମାଙ୍କ କଥା ବିଲକୁଲ ଠିକ ।ଡାକ୍ତରର ଦାଇତ୍ୱ ନିଭାଇବା ତାଙ୍କ ପାଇଁ ଶ୍ରେଷ୍ଠତ୍ଵ ।