Anuradha Nath

Inspirational

4  

Anuradha Nath

Inspirational

ଭୁଲ ନିଷ୍ପତ୍ତି

ଭୁଲ ନିଷ୍ପତ୍ତି

3 mins
364


ଝରକା ଭିତରେ ରହି ଵିହଙ୍ଗ ଉଡାଜାହାଜ ଦେଖି ଖୁସି ହୋଇଯାଏ ସାଇ। କିଛି ସମୟ ପାଇଁ ନିଜକୁ ସେହିପରି ଭାଵିନିଏ। ହାତ ହଲାଇ ଘର ଭିତରେ ଉଡ଼ିବାକୁ ଚେଷ୍ଟା କରେ। କିନ୍ତୁ ଵାପା ଙ୍କ ନାଲି ଆଖି ଦେଖି ଚୁପ ହୋଇଯାଏ। ନିଜ ରୁମ ଭିତରକୁ ପ୍ରବେଶ କରି ପୁଣି ନିଜ ଫ୍ୟାରୀଟେଲ୍ ଦୁନିଆ କୁ ଚାଲିଯାଏ। ନିଜକୁ ଫ୍ୟାରୀଟେଲ୍ ର ରାଜକୁମାରୀ ଭାଵି ନିଏ ଆଉ ଅପେକ୍ଷା କରେ ଜଣେ ରାଜକୁମାର କୁ, ଯିଏ ତାକୁ ତା ବନ୍ଦୀ ଗୃହ ରୁ ମୁକ୍ତ କରି ତା ସହିତ ନେଇଯିବ।

ଏଇ ଭିତରେ ସାଇ କୁ ଅଠର ବର୍ଷ ପୁରି ଯାଇଛି। ବାପା ଙ୍କ କଡା ନଜର ଆଉ ଟିକିଏ ଅଧିକ ହୋଇ ଯାଇଛି ତା ପାଇଁ। ଘରେ ଵାହାରେ ସବୁଠାରେ ଵାପା ତାକୁ ଜଗିଛନ୍ତି। କେଵେ ମଧ୍ୟ ସାଙ୍ଗ ମାନଙ୍କ ସହ ଵୁଲିଵାକୁ ଛାଡନ୍ତି ନାହିଁ। ଯୁଆଡେ ସେ ଯାଏ ଛାଇ ପରି ତା ସହ ଯାଆନ୍ତି। ଭାରି ଵିରକ୍ତ ହୋଇ ଯାଉଥିଲା ସେ ଵାପା ଙ୍କ ହସ ରହି ରହି। ଖୋଜୁଥିଲା ଏକ ଖୋଲା ଦୁନିଆ, ଯେଉଁ ସ୍ଥାନରେ ତା ଵାପା ଙ୍କ ଛାଇ ମଧ୍ୟ ପଡୁ ନଥିବ। କିଛି ଏମିତି ଅପେକ୍ଷା ରେ କେତେ ଦିନ କେତେ ରାତି ଵିତୁଥିଲା ତାର।

ଝରକା ଆଢୁଆଳରେ ରାତି ରାତି ଉଜାଗର ରହି ଚାନ୍ଦ କୁ ଦେଖୁଥିଲା। ଆଉ ଝରକା ଭିତରେ ରହି ସେହି ଚାନ୍ଦ ର କିରଣ ରେ ପ୍ରଥମ ଥର ପାଇଁ ରାକେଶ ରଂଜନ କୁ ଦେଖିଥିଲା। ରାକେଶ ତାକୁ ଦେଖି ଟିକିଏ ହସି ଦେଇଥିଲା। ଆଉ ତା ସହ ବଢାଇଥିଲା ବନ୍ଧୁତା ର ହାତ। ଆଉ ରାକେଶ କୁ ପାଇ ସାଇ ସବୁକିଛି ଭୁଲି ଯାଉଥିଲା। ସବୁଦିନ ଵାପା ଙ୍କ ଶୋଇବା ପରେ ରାକେଶ ଝରକା ପାଖକୁ ଆସି ସାଇ କୁ ଭିନ୍ନ ଭିନ୍ନ ପ୍ରକାରର ସ୍ୱପ୍ନ ଦେଖାଏ। ଆଉ ସାଇ ଭାଵିନିଏ ତାକୁ ତା ମନର ମଣିଷ।

ଦିନେ ଵାପା ଙ୍କ ଅନୁପସ୍ଥିତି ରେ ସାଇ ଝରକା ଭାଙ୍ଗି ରାକେଶ ସହ ଘର ଛାଡ଼ି ଚାଲି ଗଲା ଵିଦେଶ କୁ। କିଛି ଦିନ ପାଇଁ ତାକୁ ଲାଗିଥିଲା ତା ଜୀବନ ର ଫ୍ୟାରୀଟେଲ୍ ଦୁନିଆ ତାକୁ ମିଳି ଯାଇଛି। କିନ୍ତୁ ସମୟକ୍ରମେ ରାକେଶ କୁ ସେ ଚିହ୍ନଟ କରି ପାରିଥିଲା। ଆଉ ଵୁଝି ପାରୁଥିଲା ଵାପା କାହିଁକି ତାକୁ ନଜର ଗାର ଭିତରେ ରଖୁଥିଲେ। କାରଣ ଵାପା ଚାହୁଁ ନଥିଲେ ରାକେଶ ପରି କେହି ଖରାପ ଷୁରୁଷ ସାଇ ଜୀବନ କୁ ଆସୁ। ରାକେଶ ନିରୀହ ଝିଅ ମାନଙ୍କୁ ଫସାଇ ତାଙ୍କୁ ଅନ୍ୟ ପୁରୁଷ ମାନଙ୍କ ହାତରେ ଵିକ୍ରି କରୁଥିଲା। ଯେତେବେଳେ ଏଇ ଵିଷୟ ରେ ସାଇ ଜାଣି ପାରିଲା, ସେ ରାକେଶ କୁ ଧିକ୍କାର କଲା। ଆଉ ରାକେଶ ତାକୁ କଏଦି ପରି ଗୋଟିଏ ଘରେ ବନ୍ଦ କରି ରଖିଲା। ସେତେବେଳେ ସେ ତା ଵାପା ଙ୍କୁ ବହୁତ ମନେ ପକାଉଥିଲା। ଆଉ ଵୁଝି ସାରିଥିଲା କିଛି ପୁରୁଷ ଙ୍କ ଖରାପ ନଜର କାରଣ ରୁ ନିରୀହ ଝିଅ ମାନେ ଜୀବନ ସାରା ନିଜକୁ ଢାଙ୍କି ହୋଇ ରୁହନ୍ତି।

ରାକେଶ ର ଅତ୍ୟାଚାର ଦିନକୁ ଦିନ ବଢିବାକୁ ଲାଗିଲା। ଆଉ ସାଇ ଚେଷ୍ଟା କରୁଥାଏ, ତା ଠାରୁ ମୁକ୍ତି ଲାଭ କରିବା ପାଇଁ। ଥରେ ନିଶାଗ୍ରସ୍ତ ହୋଇ ରାକେଶ ସୋଇଥାଏ। ଆଉ ତା ପକେଟରୁ ମୋବାଇଲ ନେଇ ସାଇ ତା ଵାପା ଙ୍କୁ ଫୋନ କଲା। ଏତେଦିନ ପରେ ଵାପା ତା ପାଟି ର ଶବ୍ଦ ଶୁଣି କାନ୍ଦି ପକାଇଥିଲେ। ଝିଅ ର କାହାଣୀ ଶୁଣିଵା ପରେ ତାକୁ ଵୁଝାଇଥିଲେ, ଜୀବନଟା ଫ୍ୟାରୀଟେଲ୍ ର କାହାଣୀ ପରି ନୁହେଁ , ଯେ କେହି ରାଜକୁମାର ଆସି ତମ ଯନ୍ତ୍ରଣା ରୁ ତମକୁ ମୁକ୍ତ କରି ପାରିଵ। ସେଥିପାଇଁ ନିଜକୁ ଶକ୍ତ ହେବାକୁ ପଡିବ। ଗୋଟିଏ ନାରୀ କେଵଳ ଦୁର୍ବଳ ହୋଇ ରହିଲେ ଚଳିବ ନାହିଁ, ଦରକାର ପଡିଲେ ତାକୁ କାଳୀ ଆଉ ଦୂର୍ଗା ର ରୂପ ମଧ୍ୟ ଧାରଣ କରିବାକୁ ପଡିବ।

ଏହାପରେ ନିଶାଗ୍ରସ୍ତ ରାକେଶ ସାଇ ର କେଶ ମୁଠା କୁ ଧରି ପକାଇଲା। କିନ୍ତୁ ସେତେବେଳେ ସାଇ ଆଉ ସେଇ ନିରିହ ଫ୍ୟାରୀଟେଲ୍ ଦେଖୁଥିବା ଝିଅ ନଥିଲା। ନିଜର କ୍ରୋଧ କୁ ନିଜ ବଳ ସହ ମିଶାଇ ତାକୁ ଏକ ଧକ୍କା ଦେଲା। ରାକେଶ ର ମୁଣ୍ଡ ତଳେ ଵାଜି ରକ୍ତ ବୋହି ଚାଲିଲା। ଆଉ ସେତେବେଳେ ସାଇ ପଛକୁ ଵୁଲି ଚାହିଁ ନଥିଲା। ଏକା ଲୟ ରେ ଵାହାରକୁ ଆସି ଚିତ୍କାର କଲା। ଅଳ୍ପ ସମୟ ଭିତରେ ଲୋକ ରୁଣ୍ଡ ହୋଇଗଲେ। ତା ପରେ ପୋଲିସ ଆସି ସାଇ କୁ ଉଧାର କରି ରାକେଶ କୁ ଜେଲ ପଠାଇ ଦେଲା।

ସାଇ ଘରକୁ ଫେରି ଆସିଲା । ଆଉ ବାପା ଙ୍କ ନଜର ରୁ ମଧ୍ୟ ସେ ମୁକ୍ତ ହୋଇ ସାରିଥିଲା। ସେତେବେଳେ ନେହୁରା ହୋଇ ଵାପା ଙ୍କୁ କହିଲା, ମତେ ଆଉଥରେ ତମ ନଜର ରେ ବନ୍ଦି କରିଦିଅ, ଯେମିତି ଆଉଥରେ ମୁଁ କୌଣସି ଭୁଲ ନିଷ୍ପତ୍ତି ନ ନିଏ। ଆଉ ଵାପା ନରମ ଗଳାରେ କହିଲେ, ଏବେ ତତେ ନଜର ବନ୍ଦୀ ର ଆବଶ୍ୟକତା ନାହିଁ। କାରଣ ଝରକା ସେପଟ ଦୁନିଆ ଵିଷୟ ରେ ତୁ ଅବଗତ ହୋଇ ସାରିଲୁଣି। ଏବେ ତୋ ପାଖରେ ଵୁଝିବା ଶକ୍ତି ଯଥେଷ୍ଟ ଆସି ସାରିଛି, କେଉଁଟା ଭୁଲ ଆଉ କେଉଁଟା ଠିକ୍ ତୁ ସଠିକ ନିଷ୍ପତ୍ତି ନେଇ ପାରିଵୁ।

ସାଇ ଦୀର୍ଘ ନିଶ୍ୱାସ ପକାଇ ତା ରୁମ ଭିତରକୁ ପ୍ରବେଶ କଲା। ଆଉ ଝରକା ଖୋଲି ଵାହାର ଦୁନିଆ କୁ ଦେଖିଲା ,କିନ୍ତୁ ସେତେବେଳେ ଝରକା ଭିତର ଦୁନିଆ ତାକୁ ଅଧିକ ଭଲ ଲାଗୁଥିଲା।



Rate this content
Log in

Similar oriya story from Inspirational