STORYMIRROR

Tapaswini DashSarangi

Tragedy

3  

Tapaswini DashSarangi

Tragedy

ଭୃସଙ୍ଗ ପତ୍ର(ଅଣୁ ଗଳ୍ପ)

ଭୃସଙ୍ଗ ପତ୍ର(ଅଣୁ ଗଳ୍ପ)

1 min
206

ହେଇଟି ଶୁଣ ଘର ତିଆରି କରିବାକୁ ଆମ ଏ ବଗିଚାର ଗଛଗୁଡା଼କ କାଟି ଦିଅନି । ବିଚରା ନିଷ୍ପାପ ଗଛମାନଙ୍କର ଭୁଲ କେଉଁଠି କହିଲ? ମାଳତୀ ତାଙ୍କ ସ୍ଵାମୀଙ୍କୁ ବୁଝାଉ ଥାଆନ୍ତି।


ଆରେ ବାବା ...ଏ ଗମଲା ସବୁ ଛାତ ଉପରକୁ ତ ନେଇଯିବା । ବାକି ଏ ଭୃସଙ୍ଗ ଗଛଟା ସେଇ ଗୋଟିକୁ କାଟିଦେଲେ ଗଲା...।

କହିଲେ ମାଳତୀଙ୍କ ସ୍ଵାମୀ ଶ୍ୟାମଘନ।


ହଁ ଠିକ୍ କହିଲ ତୁମେ,ଏ ଭୃସଙ୍ଗ ପତ୍ରର ବି କାମ କଣ କହୁନ?

ଯେ କୌଣସି ବ୍ୟଞ୍ଜନରେ ତଡ଼କା ଦେଲେ ସେ ବ୍ୟଞ୍ଜନର ବାସ ଚାରି ଆଡ଼କୁ ମହକି ଯାଏ । ଆଉ ଆମେ ଖାଇଲା ବେଳେ ଆଗ ସେ ବ୍ୟଞ୍ଜନରୁ ଭୃସଙ୍ଗ ପତ୍ରକୁ ଆଗ ଅଲଗା କରୁ... । ଆଜି ବି ସେମିତି ସବୁ ଗଛ ଆଗରେ ସେ ହିଁ ବଳି ପଡ଼ିବାକୁ ଯାଉଛି ।କହିଲେ ମାଳତୀ।


ଆଖିରେ ଲୁହ ଭରି ଯାଇଥିଲା ଶ୍ୟାମଘନଙ୍କର ଭୃସଙ୍ଗ ପତ୍ର ସହ ଏ ସଂସାରର ସମ୍ପର୍କମାନଙ୍କୁ ମିଶାଇ ସମୀକ୍ଷା କରି ଚାଲିଥିଲେ । ସେଥିରେ ସାମିଲ୍ ଥିଲା ନିଜ ଜୀବନ । ଆଜି ବୁଢ଼ା ବୁଢ଼ୀ ଦୁହେଁ ଏକା । ପିଲାମାନଙ୍କ ଜୀବନରେ ବାସ ଚହଟାଇଲା ପରେ ସେ ବି ଆଜି ଅଲୋଡ଼ା ସେମାନଙ୍କ ପାଖରେ।


ସତରେ ଏ ସମ୍ପର୍କମାନେ କେତେ ସ୍ଵାର୍ଥପର । ସ୍ଵାର୍ଥ ସରିଲା ପରେ ଜୀବନରୁ ଏମିତି କାଢ଼ି ଫୋପାଡ଼ନ୍ତି ସେଇ ଭୃସଙ୍ଗ ପତ୍ର ପରି।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy