STORYMIRROR

Sunanda Mohanty

Abstract Romance Inspirational

3  

Sunanda Mohanty

Abstract Romance Inspirational

ଭରଚୁଆଲ ବିବାହ

ଭରଚୁଆଲ ବିବାହ

2 mins
349


   ଭରଚୁଆଲ ବିବାହର ମାନେ ଜାଣିବା ପୁର୍ବରୁ ସମ୍ବିତ ବାପା ମାଆଙ୍କର ସମସ୍ତ ସ୍ବପ୍ନ କୁ ଧୂଳିସାତ କରି, ଗାଁ ଝିଅ ଅସୀମାର ସମସ୍ତ ଆଶା ଭରସା କୁ କୁଠାରଘାତ କରି ବିଦେଶ ରେ ଅତସୀ କୁ ପ୍ରେମ ବିବାହ କରି ଭାବିଥିଲା ସେ ଜିତି ଯାଇଛି । ହେଲେ ଦିନ କେଇଟାରେ ଅତସୀର ଉତ୍ସଙ୍ଖଳତା ସୀମା ଟପି ଯିବାରେ ବି ସମ୍ବିତ ସବୁ ସହ୍ୟ କରିନେଇଥିଲା । ଏମିତିକି ରାତି ଅଧ ରେ ମଦ ପିଇ ମାତାଲ ଅବସ୍ଥାରେ ଘରକୁ ଫେରୁଥିଲା ଅତସୀ, ହେଲେ ଯେଉଁଦିନ ଅତସୀ କୁ ଅସଂଯତ ଅବସ୍ଥାରେ ନିଜ ସାଙ୍ଗ ସହ ଆବିଷ୍କାର କଲା ସେଦିନ ସବୁ ସହ୍ୟ ଶକ୍ତି ତାର କ୍ରୋଧ ରେ ପରିଣତ ହୋଇ ଛାଡ଼ପତ୍ର ଯାଏଁ କଥାଯାଇ ପ୍ରେମ ବିବାହ ର ଅସଫଳତାରେ ସମ୍ବିତ ନିଜ ସ୍ଥିତି ବଜାୟ ରଖିବ କଣ ? ଘୋର ଦୁର୍ଦ୍ଦିନ ର ସମ୍ମୁଖୀନ ହେଲା l

   ଭାଗ୍ୟର ବିପର୍ଯ୍ୟୟ ଯେବେ ଘଟେ ସବୁ ଦୈବ ଦୁର୍ବିପାକ ସଙ୍ଗରେ ଧରି ଆସିବା ପରି, ମହାମାରୀ କରୋନା ଯୋଗୁଁ ଚାକିରୀ ହରେଇବାକୁ ପଡିଲା ସମ୍ବିତକୁ । କେତେ କଷ୍ଟ ଦୁଃଖ ଭୁଲି ଭିଟାମାଟି ରେ ପହଁଚିଲା ବେଳକୁ, ଗାଁରେ ବାସନ୍ଦ ର ଶୀକାର ହୋଇ ଥୁଣ୍ଟା ବରଗଛ ତଳେ ଶୋଇଗଲା ସମ୍ବିତ । ନିଜ ପିଲାଦିନର ସାଙ୍ଗମାନେ କେହି ତାକୁ ଆହା କଲେ ନାହିଁ l ନ ଚିହ୍ନିଲା ପରି ବ୍ୟବହାର କଲେ, ଟୀକା ନେଇଛି କି ନାହିଁ, କରୋନା ନେଗେଟିଭ କି ନୁହେଁ ର ପ୍ରମାଣ ମାଗି ବସିଲେ, କ୍ଲାନ୍ତ ଶ୍ରାନ୍ତ ସମ୍ବିତ ଶୋଇଗଲା ନିଶବ୍ଦ ରେ l

  ହେଲେ ରାତି ଅଧରେ କାହାର ସ୍ପର୍ଶ ତାକୁ ନିଦରୁ ଉଠେଇଦେଲା । ଆଖି ଆଗରେ ବାପା ମାଆ ଆଉ ତାଙ୍କ ସହ ଅସୀମା । ବାପା ଗ୍ରାମବାସୀଙ୍କ ଗୋଡ଼ ତଳେ ପଡି ନେହୁରା ହୋଇ ପୁଅକୁ ଘରକୁ ନେଲେ, ମାଆ କେତେ କଣ କରି ଖାଇବାକୁ ଦେଲେ ଆଉ ଅସୀମା ର ବାପା ମାଆ କାରୋନାରେ ଚାଲିଯିବାପରେ ସେ କେମିତି ସମ୍ବିତ ଅନୁପସ୍ଥିତି ରେ ତା ବାପା ମାଆ ଙ୍କ ସେବା ଶୁଶ୍ରୁଷା କରୁଛି ଶୁଣି ସମ୍ବିତ କୁ ଲାଜ ମାଡ଼ିଥିଲା । ତା ପରଦିନ ସମ୍ବିତ ର ନେଗେଟିଭ ରିପୋର୍ଟ ଆସିଯାଇଥିଲା । ସମସ୍ତେ ଦେଇଥିବା ପ୍ରସ୍ତାବରେ ଅସୀମା ସହ ସମ୍ବିତ ର ଭରଚୁଆଲ ବିବାହ ସମ୍ପର୍ଣ୍ଣ ହୋଇ ବର କନ୍ୟା ଗୁରୁଜନଙ୍କଠୁ ଆଶୀର୍ବାଦ ନେଇ ଗ୍ରାମର ଉର୍ନ୍ନତି ତଥା ପରିବାର ର ସହାୟତା ରେ ଦୁହେଁ ଲାଗିପଡ଼ିଥିଲେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract