Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Mamatamanjari Das

Inspirational


3  

Mamatamanjari Das

Inspirational


ଭୋକିଲା "ବୁଲା'

ଭୋକିଲା "ବୁଲା'

2 mins 398 2 mins 398

ଶୀତ ଦିନ, ଶନିବାର ହୋଇ ଥିବାରୁ ସ୍କୁଲ ସକାଳୁଆ ହୋଇଥାଏ । ଡେରି ହୋଇ ଯାଇ ଥିବାରୁ ମୁଁ ଟିକିଏ ଶୀଘ୍ର ଶୀଘ୍ର ଚାଲୁଥାଏ। ଦେଖିଲି ଦଳେ ଲୋକ ଠେଙ୍ଗା ବାଡି ଧରି ଏକାଠି ରୁଣ୍ଡ ହୋଇଛନ୍ତି । ମୁଁ କିଛି ବୁଝିବା ଆଗରୁ ସେମାନଙ୍କ ଭିତରୁ ଜଣେ ପାଟି କରି କହିଲା "ମ୍ୟାଡମ୍ ଆଗକୁ ଆସନ୍ତୁ ନାହିଁ। ଗୋଟିଏ କୁକୁର ପାଗଳ ହୋଇ ଯାଇଛି କାମୁଡି ଦେଇ ପାରେ । କିନ୍ତୁ ମୁଁ ଯିବା ପାଇଁ ବାଧ୍ୟ ଥାଏ, କାରଣ ସେହି ରାସ୍ତାକୁ ଛାଡି ଦେଲେ ଆଉ ବିକଳ୍ପ ନଥିଲା ମୁଁ ସ୍କୁଲ ଯିବା ପାଇଁ । ତେଣୁ ମୁଁ ଆଗକୁ ଚାଲିଲି । ସେହି ଲୋକେ ମାନଙ୍କ ଭିତରୁ କେହିଜଣେ ବୋଧହୁଏ ସେ କୁକୁରଟିକୁ ପିଟି ଦେଲା,ସେ କୁଁ କୁଁ ହୋଇ ଆସି ମୋ ଗୋଡତଳେ ପଶିଗଲା । 

ଭାରି ଡର ଲାଗୁଥାଏ କାଳେ କାମୁଡି ଦେବ । ସେହି ସମୟରେ ପିଲାଙ୍କୁ ପଢାଉ ଥିବା କିଛି ଲାଇନ୍ ମନେ ପଡିଗଲା । "ମଣିଷ ହେଉ କି ପଶୁ ବେଳେବେଳେ ପେଟର ଭୋକ ତାଙ୍କୁ ହିଂସ୍ର କରି ଦେଇ ଥାଏ" । ବ୍ୟାଗରେ ହାତ ପୁରାଇ ଦେଖିଲି ବିସ୍କୁଟ୍ ପ୍ୟାକେଟ୍ ଗୋଟାଏ ଅଛି । ତାକୁ ବାହାର କଲି ,ଆଉ ଲୋକ ମାନଙ୍କୁ ଅନୁରାଧା କଲି ପାଟି ତୁଣ୍ଡ ନ କରିବା ପାଇଁ। ସମସ୍ତେ ମୋ ଅନୁରୋଧକୁ ରକ୍ଷା କରି ଚୁପ ହୋଇଗଲେ । ଡର ଲାଗୁଥାଏ,ତଥାପି ସାହସ ସଞ୍ଚୟ କରି ତା ମୁଣ୍ଡକୁ ଆଉଁସି ଦେଲି। ସେ ତାର ନିରୀହ ଆଖିରେ ମୋତେ ଚାହିଁଲା । ପ୍ୟାକେଟ୍ ଖୋଲି ବିସ୍କୁଟ ଦେଲି, ଆଉ ବଟଲରେ ଥିବା ପାଣି କିଛି ହାତରେ ଦେଖାଇ ବାରୁ ସେ ପିଇଲା ଓ ପରିତୃପ୍ତିର ନିଶ୍ୱାସଟିଏ ନେଇ ସେଠାରୁ ଚାଲିଗଲା। ଲୋକଙ୍କୁ ନ ବାଡେଇବା ପାଇଁ ଅନୁରୋଧ କରି ସ୍କୁଲକୁ ଚାଲିଲି। 

ହେଲେ ସେଦିନ ପିଲାଙ୍କୁ ପାଠ ପଢାଇବାରେ ଆଦୌ ମନ ଲାଗୁ ନଥାଏ। ଛୁଟି ହେଲା ଆସିଲି,ବାଟ ସାରା ଚାହିଁ ଚାହିଁ ଆସୁଥାଏ । ସେ ବି ଯେମିତି ମୋତେ ଅପେକ୍ଷା କରି ରହିଥିଲା । ମୋତେ ଦେଖି ଦଉଡି ଆସି ମୋ ଚାରିପଟେ ଲାଙ୍ଗୁଳ ହଲେଇ ବୁଲିବାକୁ ଲାଗିଲା। ତାକୁ କହିଲି ଆଉ ଖାଇବୁ ଯଦି ମୋ ସହ ଆସେ । କଣ ବୁଝିଲା କେଜାଣି ସତରେ ମୋ ପଛରେ ଆସିଲା। ଭଡା ଘର ହୋଇ ଥିବାରୁ ଗେଟ୍ ପଟେ କୁକୁର ପ୍ରବେଶ ନିଷେଧ ଥାଏ । ତେଣୁ ତାକୁ ଗେଟ୍ ବାହାରେ ଛାଡି ଦେଇ ରୋଷେଇ ଘର ଝରକା ପଟେ ଡାକିଲି "ବୁଲା" ଆ ସେ ବି ଧାଇଁ ଆସିଲା । ଗୋଟେ ପେପର ଉପରେ ଡାଲି ଗୋଳାଇ ଭାତ ଗଣ୍ଡେ ଦେଲି ,ଖାଇ ଦେଇ ଚାଲିଗଲା। 

ସେହି ଦିନ ଠାରୁ ପ୍ରତି ଦିନ ସକାଳୁ ଝରକା ଖୋଲିଲେ ମୁଁ ତାକୁ ଦେଖେ । ସେ ବି ଝରକା ଉପରକୁ ଗୋଡ ଦୁଇଟି ଉଠାଇ ଖାଦ୍ୟ ପୁଡିଆଟି ନେଇଯାଏ ମୋ ହାତରୁ । ମୋର ବି ହୃଦୟଙ୍ଗମ ହେଲା ଯେ ଭୋକ ହେଉ ଥିବାରୁ କୁକୁରଟି ସମସ୍ତଙ୍କ ପଛରେ ଧାଉଁ ଥିଲା, ଆଉ ସମସ୍ତେ ତାକୁ ପାଗଳ ବୋଲି ଭାବୁଥିଲେ । ବାହାରେ ବୁଲୁଥିବାରୁ ମୁଁ ତା ନାମ ବୁଲା ଦେଇଛି। ସେ ଏବେ ମୋ ଘରର ସଦସ୍ୟ ଜଣେ । 



Rate this content
Log in

More oriya story from Mamatamanjari Das

Similar oriya story from Inspirational