Disambar Meher

Tragedy

2  

Disambar Meher

Tragedy

ଭୋକ୍

ଭୋକ୍

2 mins
336


     

ବିପିନ୍ ବାଞ୍ଜି ବୁଟାନୁ ବଉଁଶ ଖଣେ ଧରିକରି ଗାଁ ର୍ ମୁଡା ବାଟେ ଗଲା । ଗୁଟେ ହାତେ ଧରି ଥାଏ ଗରି ଡୋର୍ ଆର୍ ଗୁଟେ ହାତେ କେଚୁଆ ଗୁଟେ ଜରି । ଟଁଟିନେ ଗହଁଟେଇ ହେଇ ଥାଏ କରିଆ, ହେତି ଲିଆ ପସେକ୍ ଥିଲା । ମୁଡା ହିରେ ବସିକରି , ଗରି ଫିକି ଦେଖେ । ମାଛ୍ ଗୁଟେକ୍ ନେଇଁ ପରୁଥାଏ । ଥରେକ୍ ଗରି ଫିକେ ନାଇଁ ପର୍ଲେ ମୁଠେକ୍ ଲିଆ ଖେ । ହେନ୍ତା କରି କରି କରିଆର୍ ଲିଆ ସବୁ ସରି ଗଲା ମାତର୍ ଝୁରୀ ପଟେକ୍ ନେଇ ପର୍ଲା । ଫେର୍ ଥରେକ୍ ପକାଇ ଦେକ୍ସି ଭାବ୍ଲା । ପର୍ବା ହେଲେ ପର୍ବା, ନାଇଁ ହେଲେ ଭାଗମିନା ବେଲା ଆର୍ ଘାଏଁ ଗରି ପକାଲ୍ । ଗରି ଲେଟ୍ ଓଜନ୍ ଲାଗ୍ଲା ,ମୁଡାନେ ଗାଧୁଥିବାର୍ ମାଏଝୀ ମାନେ କହୁଥିଲେ ବନେ ବଡ୍ ମାଛ୍ ଗୁଟେ ଗିରାଲାନା ପୋ ୨ କେଜି ବାଗିର୍ ହେବା । ଆଏଜ୍ ପିଲା ରଡ୍ ଜେଏନି ଖାଏବା ତାର୍ ମାଁ ମସ୍ଲା କସି ସୁରୁତ୍ କରି ରାନ୍ଧି ଦେବା ।ବିପିନ୍ ଭି ବଡା ଉସତ୍, ମାଛ୍ କେ ଗହଁଟେ କରି ଏକ୍ ନିନାସ୍ ନେ ଘର୍ କେ ହାଜର୍ । ମାଁ ଗୋ ମାଁ ଗୋ ....ଆଏଜ୍ ବଡ଼ ମାଛ୍ ଗୁଟେ ଆନିଛେ ରାନ୍ଧିଦେ ପଖାଲ୍ ତିନ୍ ଖୁରି ଖାଏମି । ଜଲଦି ଜଲଦି ରାନ୍ଧ୍ ପେଟ୍ ଜଲ୍ଲାନା ,ଭାଇ ଆର୍ ମୁଇଁ ଖାଏମୁ । ହେତକି ବେଲେ ତାର୍ ମାଁ- ଭଁ କରି କାନ୍ଧିଦେଲା ଆର୍ କହେଲା ଏ ପୁତା ଚଉଲ୍ ପସେକ୍ କି ତେଲ୍ ଚଚେକ୍ ନାଇଁ ନାଁ କେନ୍ତା କରି ଭାଜମି ? ବିପିନ୍ ଆର୍ ତାର୍ ସାନ୍ ଭାଇ ଦୁହି ଲୋକ୍ ଭୋକେ ଛଟ୍ ଛଟି ଗଲେନା । ଭୋକର୍ ମାଡେ ବିପିନ୍ ସହି ନି ପାର୍ଲା ଆର୍ ମାଛ୍ କେ ଧରିକରି ଦୁକାନ୍ ବାଲା ପାସ୍କେ ଗଲା । ମାଛ୍ ଦେଇକରି ଦୁକାନ୍ ନୁ ଗୋହୁଁ ପସେକ୍ ଆନ୍ଲା । ତାର୍ ମାଁ ଗୋହୁଁ ସନେ ପାଏନ୍ ,ଚିନି ମିଶେଇକରି ଘାଁଟି ଦେଲା । ଦୁଇ ଭାଏଁ ଘାଁଟବାର୍ ଆଗରନୁ ଗିନା ଗୁଟେ ଗୁଟେ ଧରିକରି ବସିଥିଲେ ଆର୍ ମାଁ କେ ଜଲଦି କର୍, ଜଲଦି କର୍ ବୋଲି କହୁଥିଲେ ‌। ଦୁଇଟା ଗିନାନେ ଦୁଇ ଭାଇ ଲାଗି ଖଣେକ୍ ଖଣେକ୍ ଭଗେଇ ଦେଲା । ବିପିନ୍ ର ଗିନା କଁଣା ଟା ଆଏଁ । ଗିନା ନୁ ସବୁ ଗଲି କରି ଭୁଇଁନେ ପରିଗଲା ‌ । ଭୋକର୍ ମାଡେ ବିପିନ୍ ଭୁଇଁନେ ପର୍ଲା ଗୋହୁଁକେ ଚାଁଟି ଚାଁଟି ଖଉଥିଲା ତାର଼ ମାଁ ଇ ସବୁକେ ଦେଖିକରି କପ୍ସି ଦେଉଥାଏ ଆର୍ ଆଏଁଖ୍ ନୁ ଲହ ନିଥ୍ରି ଜଉଥିଲା ।



Rate this content
Log in

Similar oriya story from Tragedy