STORYMIRROR

Biswaranjan Mohanty

Tragedy

3  

Biswaranjan Mohanty

Tragedy

ଭୋକ

ଭୋକ

5 mins
146


ଜୀବନଟା ଏକ ଭୋକ !!!

ପେଟର ଭୋକ ବଡ଼ ଭୟଙ୍କର l ପେଟର ଭୋକ ଶାଖା ପ୍ରଶାଖା ମେଲାଇ ଶରୀରକୁ ଛନ୍ଦି ପକାଏ l ଶରୀର ଖାଲି ଛଟପଟ ହୁଏ l ଉତ୍ତପ୍ତ ହୋଇ ଫୁଟୁଥିବା ଉଷ୍ଣ ଜଳରେ ଜୀବନ୍ତ କଙ୍କଡା ପରି l 

ବଞ୍ଚିବା ନିମନ୍ତେ ନିତ୍ୟ ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ମୌଳିକ ଉପାଦାନ ଆବଶ୍ୟକ l ସେଥି ମଧ୍ୟରେ ଖାଦ୍ୟ ଭଳି ଏକ ମୌଳିକ ଉପାଦାନ ସହ ଏହି” ଭୋକ” ଶବ୍ଦଟି ଗଭୀର ଭାବରେ ସମ୍ବଦ୍ଧିତ l 

ମଣିଷ ଠାରୁ ଆରମ୍ଭ କରି କୀଟ, ପତଙ୍ଗ, ପ୍ରାଣୀ ଓ ଉଦ୍ଭିଦ ସମସ୍ତେ ଏହି” ଭୋକ” ସହିତ ପରିଚିତ l 

ପ୍ରତିଦିନ ଜୀବନର ଲକ୍ଷ୍ୟ ଖୋଜେ ପୁଣି ହୁଏ ଲକ୍ଷ୍ୟହୀନ, ଦିଶାହୀନ ଆଉ ଦିଗହରା l ଚିର ପରିଚିତ ରାସ୍ତାରେ ଅପରିଚିତ ନାୟକ ପ୍ରଦୀପ...... 

-:ପ୍ରଦୀପ ରାଉରକେଲାରେ ରହି ୨ କଳା ପ୍ରଥମ ବର୍ଷ NAC  Collegeରେ ପାଠ ପଢୁଥାଏ l ବାପା ତାର ଦିନ ମଜୁରିଆ l ମାଆ ତାର ଏକ ଘରୋଇ କମ୍ପାନୀରେ ଚାକିରୀ କରନ୍ତି l ସାନଭାଇ ଓ ଭଉଣୀକୁ ମିଶେଇ ପାଞ୍ଚ ପ୍ରାଣୀ l ବାପା ମାଆଙ୍କ ରୋଜଗାର ଯାହା ହୁଏ, ତିନି ପିଲାଙ୍କ ପାଠ ପଢା ସହିତ ପରିବାର ପ୍ରତିପୋଷଣ ହୁଏ l ଅଭାବ ଅନାଟନରେ ସଂସାର ଚାଲେ l 

ଦାରିଦ୍ର୍ୟର ଅନ୍ଧାରରେ ପରିବାର ଭିତରେ ବହୁ କ୍ଷତି, ତିକ୍ତତା, ଅସୁବିଧା, ହିଂସା, ଅବସାଦ ଓ ଅଶାନ୍ତି ବଢିଚାଲେ l 

-:ପ୍ରଦୀପ କିନ୍ତୁ ଥିଲା ଶାନ୍ତ ପ୍ରକୃତିର l ସେ ହିଂସା, ଅବସାଦ, ଅଶାନ୍ତିକୁ ସହ୍ୟ କରିପାରୁନଥିଲା l ମସ୍ତିଷ୍କ ତାର ଯନ୍ତ୍ରଣାରେ ଛଟପଟ ହେଉଥିଲା l ସେ ଚିନ୍ତା କଲା ତା ପାଇଁ ଘର ଭିତରେ ଅଶାନ୍ତି ହେଉଛି l ସେ ରହିବା ଠାରୁ ନରହିବା ଭଲ ହେବ l 


ଦିନକର ଘଟଣା 

   ପ୍ରଦୀପ ଘର ଛାଡ଼ିବା ପାଇଁ ସ୍ଥିର କଲା, ସେ ଭାବିଲା ଘର ଛାଡିଦେଲେ ବାପା ମାଆଙ୍କ ଭିତରେ ହେଉଥିବା ତିକ୍ତତା ଅଶାନ୍ତି କମିଯିବ l ତା ଆରଦିନ ସକାଳ ନଅଟା ହେବ ଘର ଛାଡି ରେଲୱେ ଷ୍ଟେସନ ଆଡକୁ ଗଲା l ମନରେ ତାର ଅନେକ ବିଷାଦ l ଦେହରେ ତାର ଖଣ୍ଡିଏ ପ୍ୟାଣ୍ଟ ଓ ସାର୍ଟ, ପାଖରେ ଏକ ଟଙ୍କା ବି ନଥାଏ l ସମୟ ପ୍ରାୟ ଦିନ ବାରଟା ତିରିଶ ପାଖାପାଖି ହେବ ଭୁବନେଶ୍ୱର ପାଇଁ ଟ୍ରେନ ଲାଗିଥାଏ ମାଇକିରେ ପ୍ରଚାର ହେଉଥାଏ କୃପା କରି ଧ୍ୟାନ ଦିଅନ୍ତୁ ଗାଡି ନମ୍ବର..... ଭୁବନେଶ୍ୱର ଯିବାପାଇଁ ଟ୍ରେନଟି ତିନି ନମ୍ବର ପ୍ଲାଟଫର୍ମରେ ଲାଗିଛି l ଏହା ଶୁଣି ପ୍ରଦୀପ ଯାଇ ଟ୍ରେନରେ ବସିଗଲା l ତା ମନରେ ଭୟ ଥାଏ l କିନ୍ତୁ ଟିକେଟ ନଥାଏ l ଟ୍ରେନ ଛାଡ଼ିବା ପାଇଁ ସାଇରନ ଦେଲା ପରେ ପ୍ରଦୀପର ମନ ଭାରାକ୍ରାନ୍ତ ହୋଇ ହୃତପିଣ୍ଡର ବେଗ ବଢ଼ିବାରେ ଲାଗିଲା ଭାବନା ଭିତରେ ଅନେକ ପ୍ରଶ୍ନବାଚୀ ଫୁଟି ଉଠିଲା l ଟି.ଟିଙ୍କୁ କେମିତି ସାମ୍ନା କରିବ ଭାବୁଥାଏ l ସେ ସମୟରେ ଝାପ୍ସା ନିଦ ଆସି ଯାଇଛି...

ଟି.ଟି କାନ୍ଧକୁ ହଲେଇ ଡାକିଲେ କହିଲେ ଟିକେଟ...? 

ପ୍ରଦୀପ ତାର ଆଖିକୁ ଖୋଲି ଦେଖେତ ସାମ୍ନାରେ ଟି.ଟି ଛିଡା ହୋଇଛନ୍ତି ଟିକେଟ ମାଗୁଛନ୍ତି, ପ୍ରଦୀପ ଟିକେ ରହିଯାଇ କହିଲା ଆଜ୍ଞା... ଗୋଟେ କଥା କହିବି ଅନୁରୋଧ ରଖିବେ !!!

ଟି. ଟି-   କହିଲେ କଣ କୁହ ? 

ପ୍ରଦୀପ -ଆଜ୍ଞା ମୁଁ ଜାଣିଛି ବିନା ଟିକେଟରେ ଯାତ୍ରା କରିବା ଦଣ୍ଡନୀୟ ଅପରାଧ କିନ୍ତୁ ମୁଁ ନିରୂପାୟ, ମୋ ପାଖରେ ପଇସା ନାହିଁ... କଣ କରିବି ? 

ଟି.ଟି -ହଉ ବସ, ତା ପରେ ପଚାରିଲେ ତୁମ ଘର କେଉଁଠି ? 

ପ୍ରଦୀପ -କଟକ, ଟି.ଟି ଜଣକ କହିଲେ ମୋ ପରି ସମସ୍ତେ ସମାନ ନୁହଁନ୍ତି ଟିକେ ହୁସିଆର ଥିବ l 

ପ୍ରଦୀପ -ପ୍ରତ୍ୟୁତ୍ତରରେ କହିଲା... ଆଜ୍ଞା ଆଜ୍ଞା ନିଶ୍ଚିତ.... 

କଟକରେ ସନ୍ଧ୍ୟା ସାତଟା ପଇଁଚାଳିଶରେ ପହଞ୍ଚିଲା l ଟ୍ରେନରୁ ଓ଼ହ୍ଲେଇ ଷ୍ଟେସନର ପିଣ୍ଡି ଉପରେ ବସି ପଡିଲା, ପେଟରେ ଭୋକର ରପ୍ତାର ବଢିଚାଲିଥାଏ l କଣ କରିବ ..? କଣ ଖାଇବ...? 

ପାଖରେ ପଇସାଟେ ବି ନାହିଁ l ଶେଷରେ ଷ୍ଟେସନର କଳରୁ ଆଞ୍ଜୁଳାରେ ତିନି ଆଞ୍ଜୁଳା ପାଣି ପିଇ ପିଣ୍ଡି ଉପରେ ଶୋଇ ପଡିଲା l କିଛି ସମୟ ଅନ୍ତରେ ନିଦ୍ରା ଦେବୀଙ୍କ କୋଳରେ ନିସ୍ତେଜ ହୋଇ ଶୋଇ ପଡିଛି l 

ପାଖରେ ଗୋଟିଏ ଚାହା ଦୋକାନୀ ଚାହା, ବିସ୍କୁଟ ବିକ୍ରି କରୁଥାଏ l ସେ ପ୍ରଦୀପର କାର୍ଯ୍ୟକଳାପ ଦେଖୁଥାଏ l ସେ ଦୋକାନ ବନ୍ଦ କରୁକରୁ ପ୍ରଦୀପକୁ ଉଠାଇବାକୁ ଚେଷ୍ଟା କଲା.... 

ଚାହା ଦୋକାନୀ -କହିଲା ବାବୁ... ବାବୁ କୁଆଡେ ଯିବ? କେତେ ଟ୍ରେନ ଆସି ଗଲାଣି ଆପଣ କେଉଁ ଟ୍ରେନକୁ ଅପେକ୍ଷା କରିଛନ୍ତି ସମୟ ପ୍ରାୟ ରାତି ବାରଟା ହେବ l 

ପ୍ରଦୀପ ନିଦରୁ ଉଠିଲା... କହିଲା ମୁଁ କୁଆଡେ ଯିବି ଜାଣିନି, ବର୍ତ୍ତମାନ ଏଇଠି ଅଛି l ପ୍ରଦୀପର କଥା ଶୁଣି ଚାହା ଦୋକାନୀ କହିଲା... ବାବୁ ଏଠି ଚୋର, ଦଲାଲ ମାନେ ବୁଲୁଛନ୍ତି, ଆପଣକୁ ଏକା ପାଇଁ ହଇରାଣ କରିବେ l 


ପ୍ରଦୀପ କହିଲା -ମୁଁ ନିଃସ୍ୱ, ମୋ ପାଖରେ ଏଇ ପିନ୍ଧା ବସ୍ତ୍ର ବ୍ୟତୀତ ଆଉ କିଛି ନାହିଁ, ସେମାନେ ମୋର କଣ ନେବେ l 


ଚାହା ଦୋକାନୀ ବିସ୍ମିତ ହୋଇ କିଛି ସମୟ ଚାହିଁ ରହିଲା ପଚାରିଲା କୋଉଠୁ ଆସିଲେ ? 


ପ୍ରଦୀପ କହିଲା - ରାଉରକେଲାରୁ ଆସିଲି l କିନ୍ତୁ କୁଆଡେ ଯିବି ଜାଣିନି, ଏପଟେ ପେଟରେ ପ୍ରବଳ ଭୋକ....... ଆତ୍ମ ସମ୍ମାନର ବଡ଼ିମା ଭିତରେ ବାନ୍ଧି ହୋଇ କିଛି କହିପାରୁନଥାଏ l ତଥାପି ଚା ଦୋକାନୀ ପ୍ରଦୀପର ମନର ବ୍ୟଥାକୁ ବୁଝିପାରିଲା କହିଲା ବାବୁ ମୋ ପାଖରେ କିଛି ଚାହା ଅଛି ଆପଣ ଟିକେ ଚାହା, ବିସ୍କୁଟ ଖାଇ ଦିଅନ୍ତୁ, ସକାଳ ହେଲେ କୁଆଡେ ଯିବେ ଚିନ୍ତା କରିବେ l ପ୍ରଦୀପ ତାକୁ ଧନ୍ୟବାଦ ଜଣାଇ କହିଲା..... ନା ଥାଉ ମୁଁ ଖାଇଛି l ସେଉଠୁ ପୁଣି ଶୋଇ ପଡିଲା l ସକାଳ ହେଲା ଷ୍ଟେସନର ଶୌଚାଳୟରେ ନିତ୍ୟକର୍ମ ସାରି ବସିଥାଏ, ତା ପାଖରେ ଆଉ ଜଣେ ବୟସ୍କ ବ୍ୟକ୍ତି ଆସି ବସିଲେ କହିଲେ.... ପ୍ରଦୀପ ଆଡକୁ ଇଙ୍ଗିତ କରି ପଚାରିଲେ କୁଆଡେ ଯିବେ ? 


ପ୍ରଦୀପ ଭୋକର ଜ୍ୱାଳାରେ ଆଉଟିପାଉଟି ହେଉଥାଏ l ସେ ବ୍ୟକ୍ତିଙ୍କୁ କହିଲା... ମୋତେ କିଛି କାମ ଯୋଗାଡ଼ କରିଦେବେ ମୁଁ କାମ କରିବି l 

ବ୍ୟକ୍ତି ଜଣକ କହିଲେ -କାମ ମିଳିବ କରିବ... 


ପ୍ରଦୀପ କହିଲା -ହଁ କରିବି... କି କାମ..?.... କୋଉଠି...? 


ବ୍ୟକ୍ତିଜଣକ କହିଲେ -ବଡ଼ ମେଡ଼ିକାଲରେ ଆସ ମୋ ସାଙ୍ଗରେ ପ୍ରଦୀପ ଆଗକୁ ପାଦ ବଢ଼ାଇ ଚାଲିବାରେ ଲାଗିଲା l ପ୍ରଦୀପ ଭାବୁଥାଏ ବ୍ୟକ୍ତି ଜଣକ ଭଲ ମଣିଷଟିଏ, ସାହାଯ୍ୟର ହାତ ବଢ଼ାଇ ଦେଲେ l ସେ ଜାଣି ନ ଥାଏ ଯେ ଜଣେ ଦଲାଲ ହାବୁଡେ ପଡି ଯାଇଛି ବୋଲି, ସେ ବ୍ୟକ୍ତିଙ୍କର କାମ ହେଲା ଦଲାଲ ଗିରି l ପ୍ରଦୀପକୁ ସାଙ୍ଗରେ ନେଇ ନାନା ପ୍ରଲୋଭନ ଦେଖେଇ କହିଲେ ତୁମକୁ କାମ କରିବାକୁ ପଡ଼ିବନି l 


ପ୍ରଦୀପ ବିସ୍ମିତ ହୋଇ ପଚାରିଲା... ମୁଁ କଣ କରିବି ଯେ ମୋତେ କାମ କରିବା ପାଇଁ ପଡ଼ିବନି...? 


ବ୍ୟକ୍ତି ଜଣକ କହିଲେ.. ତୁମେ କେବଳ ତୁମ ଦେହରୁ ପ୍ରତ୍ୟେକ ଦିନ ପାଞ୍ଚଶହ ଗ୍ରାମ ରକ୍ତ ବିକ୍ରି କଲେ ପେଟପୁରା ଖାଇବାକୁ ମିଳିବ, ନୂଆ ଡ୍ରେସ ପିନ୍ଧିବାକୁ ମିଳିବ ଓ ତା ସହିତ ପ୍ରଚୁର ଟଙ୍କା ମିଳିବ ପ୍ରତ୍ୟେକ ଦିନ ହଜାର... ହଜାର ଟଙ୍କା !!!


ପ୍ରଦୀପ ବ୍ୟକ୍ତି ଜଣକ କଥା ଶୁଣି... ଜାଣି ସାରିଥିଲା ଯେ ସେ ଜଣେ ରକ୍ତ ବିକାଳୀ ଦଲାଲ କବ୍ଜାରେ ଫସିଯାଇଛି l ସେ ମନା କରି ଦଲାଲ ଠାରୁ ପଳେଇ ଆସିଲା l ପୁଣି ଷ୍ଟେସନ ଆଡକୁ.. 

ସମୟ ପରେ ସମୟ ଗଡିଚାଲିଲା ସନ୍ଧ୍ୟା ହେଲା ମନ ଭିତରେ ଅନେକ ଭାବନା ନେଇ ବସିଥାଏ l ସେ ସମୟରେ ବାଇଶି ବର୍ଷୀୟ ଦୁଇ ଜଣ ଯୁବକ ଆସି ପହଞ୍ଚିଲେ ସେ ଦିଲ୍ଲୀ ଯିବେ ବୋଲି l, ସମୟ ଏମିତି ଆସେ ଯେ ଭୋକିଲା ପେଟରେ ସବୁ କିଛି କରିହୁଏ l ଭୋକ ପାଖରେ ପାପପୂଣ୍ୟର ବିଚାର ନଥାଏ 


"ଭୋକ”!!! ସେ ଦେହର ଭୋକ ହେଉକି ପେଟର ଭୋକ l ମଣିଷକୁ ଅହରହ ଜାଳୁଥାଏ, ଶାନ୍ତିରେ ରଖେଇ ଦିଏନା ହଜାଇ ଦିଏ ତା ମନୁଷ୍ୟତ୍ୱ l ବୁଦ୍ଧି ଓ ବିବେକ ହରାଇ ଦିଏ ଭୋକ....... ସେ ଦେହର ଭୋକ ହେଉ କିମ୍ବା ପେଟର ଭୋକ l ଭୋକର ଭୂଗୋଳ କିଏ ପଢ଼ିପାରେ ନାହିଁ ଭୋକର ଚିତ୍ରକୁ କିଏ ଆଙ୍କି ପାରେନାହିଁ l କଥାରେ ବି ବର୍ଣ୍ଣନା କରି ହୁଏନାହିଁ ଭୋକର ରୁପକୁ,.... ସେ ଥାଏ ମଣିଷ ଭିତରେ ଏକ ଅଦୃଶ୍ୟ ଦାନଵ ପରି l ଭୋକ କେବେ ବୁଝେନାହିଁ ପ୍ରେମ ଅବା ସ୍ମୃତିର ପୁଲକ l 

ଭୋକ ପାଇଁ ଘଟିଯାଏ ସଂସାରରେ ଅନେକ ଅନର୍ଥ l ପେଟ ଭୋକ ତାଡ଼ନାରେ ମଣିଷ ଯେ ଛାଡୁଥାଏ ତା ନିଜ ଭିଟାମାଟି l ଭୋକିଲା ମଣିଷ ଜାଣେନା କେମିତି ସାଇତି ରଖିବ ସମ୍ପର୍କର ଡୋରୀ l ଭୋକର ନାହିଁ ଯେ ସୀମା, ପରିସୀମା ଅବା ଆକାର ପ୍ରକାର l ଭୋକିଲା ମଣିଷ କରିପାରେ ସବୁ ପାପ ସବୁ ଅନାଚାର l କଅଁଳା ଶିଶୁର କାନ୍ଦ ଅବା ତରୁଣର କରୁଣ ବିକଳ ଚିତ୍କାର l..... ସବୁର କାରଣ ସେ ଭୋକ l ଅହରହ ଜାଳୁଥାଏ l ମଣିଷକୁ ଶାନ୍ତିରେ ରଖେଇ ଦିଏନି l ହଜାଇ ଦିଏ ତା ବୁଦ୍ଧି ଓ ବିବେକ l



Rate this content
Log in

Similar oriya story from Tragedy