Mamatamanjari Das

Tragedy

3.0  

Mamatamanjari Das

Tragedy

ଭୋକ

ଭୋକ

3 mins
7.7K


ଦେହର ଭୋକ ପାଇଁ ଜଣେ ନାରୀ କେବେ ତଳକୁ ଖସେନି ।ପେଟର ଭୋକ ଓ କିଛି ଦାଇତ୍ବ ବୋଧ ପାଇଁ ବେଳେ ବେଳେ ତାକୁ ତଳକୁ ଖସିଯିବାକୁ ପଡେ......

~ ଭୋକ ~

ସେଦିନ ଅଫିସ୍ ରୁ କାମ ସାରି ବାରଙ୍ଗ ବାଟେ ଘରକୁ ଫେରୁଥିଲେ ତନ୍ମୟ ।ଖରାଦିନ ,ବ୍ରିଜ୍ ଅତିକ୍ରମ କଲାପରେ ଦେଖିଲେ ଗୋଟିଏ ଗଛମୂଳେ ଜଣେ ମହିଳା ଛିଡା ହୋଇଛନ୍ତି ।ବୟସ ଆନୁମାନିକ ପଇଁତିରିଶି ରୁ ଚାଳିଶି ହେବ ।ସୁନ୍ଦର ସ୍ବାସ୍ଥ୍ୟ ,କୌଣସି ସମ୍ର୍ବାନ୍ତ ପରିବାର ପରି ଲାଗୁଥିଲେ । ଉଦୁ ଉଦିଆ ଖରାବେଳ ,କେହି କୁଆଡେ ନାହାନ୍ତି ।ଅତି ସନ୍ତର୍ପଣ ରେ ଗାଡିଟି ତାଙ୍କ ପାଖରେ ରୋକିଲେ ,ଆଉ ସହଜ ସୁଲଭ ଢଙ୍ଗରେ ପଚାରିଲେ 'ମା' କୁଆଡେଯିବେ ? ପ୍ରଥମେ ମହିଳା ଜଣଙ୍କ ହତ ଚକିତ ହୋଇ ଯାଇଥିଲେଏଇ ମଧୁର'ମା' ଡାକରେ ।ନିଜକୁ ବିଶ୍ବାସ କରି ପାରୁ ନଥିଲେ ,ଜଣେ ୨୨/୨୩ ବର୍ଷର ଯୁବକ ମୁଁହରୁ 'ମା' ଡାକ ଶୁଣି ।ତନ୍ମୟ ପୁଣି ପଚାରିଲେ ,କାହାକୁ ଅପେକ୍ଷା କରିଛନ୍ତି ନା କଣ ?ଯଦି କିଛି ଖରାପ ନ ଭାବିବେ କୋଉଠିକୁ ଯିବେ କହିଲେ ହୁଏତ ମୁଁ ଆପଣଙ୍କୁ ଛାଡିଦେବି।

ମହିଳା ଜଣକ ତଥାପି ନିରୁତ୍ତର ଥିଲେ ।ତାଙ୍କର ନିରବତା ଭଙ୍ଗ କରି ତନ୍ମୟ ପୁଣିପଚାରିଲେ 'ମା' କୁଆଡେ ଯିବେ ? ଅତି ସନ୍ତର୍ପଣରେ ମହିଳା ଜଣଙ୍କ ଉତ୍ତର ଦେଲେ କଟକ ।ତାଙ୍କୁ ଗାଡିରେ ବସିବାକୁ କହି ଗାଡି ଷ୍ଟାର୍ଟ କଲେ ସେ ।ବାଟରେ ପଚାରିଲେ ମା କୋଉଠି ଛାଡିବି ? ଅନ୍ୟମନସ୍କ ଭାବେ ମହିଳା ଜଣଙ୍କ ଉତ୍ତର ଦେଲେ ଯୋଉଠି ଇଛା ଛାଡି ଦିଅ । ଆଶ୍ଚର୍ଯ୍ଯ ହୋଇଗଲେ ତନ୍ମୟ । ପୁଣି ପଚାରିଲେ ଯାଗାର ନା କୁହ ? ଭୋ ଭୋ ହୋଇ କାନ୍ଦିଲେ ମହିଳା ଜଣଙ୍କ ।ତାଙ୍କୁ ସାନ୍ତ୍ବନା ଦେଇ ତା'ର ସବୁକଥା ଶୁଣିବାକୁ ଚାହିଁଲେ ତନ୍ମୟ ।

ମହିଳା ଜଣଙ୍କ କହି ଚାଲିଲେ "ବାବୁ" ଶୁଣି ପାରିବ ମୋ ଦୁଃଖ କାହାଣୀ ?ତେବେ ଶୁଣ ।ମଧ୍ୟବିତ ପରିବାର ର ଝଅଟିଏ ମୁଁ ।କଲେଜ୍ ରେ ପଢିଲା ବେଳେ ଦେଖା ହୁଏ ସମ୍ବିତ୍ ଙ୍କ ସହ ।ସମ୍ବିତ୍ ପଟ୍ଟନାୟକ ।ଜଣେ ମେଧାବୀ ଓ ଧନୀ ପରିବାର ର ପୁଅ ।ଚୋର ଘର ସର୍ବଦା ଅନ୍ଧାର ନଥାଏ । ଆମ ଭଲ ପାଇବାଟା ଯେତେବେଳେ ପରିବାର ଲୋକେ ଜାଣନ୍ତି ଦୃଢ ବିରୋଧ କରନ୍ତି ।ହେଲେ କାହାରି କଥାକୁ ଖାତିର ନକରି ସମ୍ବିତ୍ ମୋତେ ସ୍ତ୍ରୀ ର ମର୍ଯ୍ଯଦା ଦିଅନ୍ତି । ଆମର ବୈବାହିକ ଜୀବନ ଖୁବ୍ ଖୁସିରେ ଚାଲେ ।ଏହା ଭିତରେ ମୋର କୋଳ ମଣ୍ତନ କରନ୍ତି ଯମଜ ସନ୍ତାନ ରିୟା ଓ ଲିଟୁ ।ସମ୍ବିତ ଙ୍କର ଛୋଟ ଚାକିରୀ ,ହେଲେ ବହୁତ ଖୁସିରେ ଚଳିଯାଉ ଆମେ ।ହେଲେ ଖୁସିଟା ବେସି ଦିନ ରହିଲାନି ବାବୁ ।ବ୍ଲଡକ୍ୟାନସର ରେ ସମ୍ବିତ ମୃତ୍ୟୁ ବରଣ କଲେ ।ପରିବାର ଲୋକ କେହିବି ଆସିଲେନି ମୋ ଦୁଃଖରେ ଭାଗିଦାର ହେବାକୁ ।ଯାଇ ତାଇରେ କ୍ରିୟା କର୍ମ ସାରିଲି । ସବୁକାମ ସରିଗଲା ପରେ ସମ୍ବିତ୍ ଚାକିରୀ କରିଥିବା ଅଫିସ୍ କୁ ଗଲି ।ତାଙ୍କୁ ନିଜର ଦୁଃଖ ଜଣାଇବା ସହ ଯୋଗ୍ୟତା ର ପ୍ରମାଣ ପତ୍ର ଦେଇ ନେହୁରା ହେଲି ଚାକିରୀ ଖଣ୍ତେ ଦେବାକୁ ।ଲକ୍ଷ ଥିଲା ମୋ ଦୁଇ ପିଲାଙ୍କର ଭୋକ ମେଣ୍ଟାଇବା । କମ୍ପାନୀ ବାବୁ ବି ରାଜି ହୋଇଗଲେ । ପର ଦିନ ସଅଳ ସଅଳ କାମ ସାରି ଚାଲିଗଲି କାମକୁ । ହେଲେ ବାବୁ ,ଯାହାକୁ ଭଗବାନ ଭାବୁ ଥିଲି ଚାକିରୀ ଖଣ୍ତେ ଦେଲେ ବୋଲି ସେ ଭଗବାନ୍ ନୁହେଁଁ ରାକ୍ଷସ ଥିଲା । ଚାକିରୀ ବଦଳରେ ଖୀନ୍ ଭିନ୍ କରି ଖାଇଗଲା ମୋ ଶରୀରକୁ ।କିଛି ବି କରି ପାରିଲିନି ।ଧମକ ଦେଲା କାହାକୁ କହିଲେ ତୋ' ଛୁଆଙ୍କୁ ମାରି ଦେବି ।

ଏମିତି ରେ କଟିଗଲା ଗୋଟିଏ ମାସ ।ମାସ ଶେଷରେ ପାଞ୍ଚହଜାର ଟଙ୍କା ଧରାଇ ଦେଲା ମୋତେ ।ଘରକୁ ଫେରିଲି ।ଘରଭଡା ଦେଇ ଆଉ ବଳିଥିବା ଟଙ୍କାରେ ଛୁଆଙ୍କ ପାଇଁ ଖାଦ୍ୟ ଯୋଗାଡ କଲି ।ସେତିକିରେ ସରିଲାନି ଦୁଃଖ ବାବୁ । ହଠାତ୍ ପୁଅର ଦେହ ଖରାପ ହେଲା ।ଆଉ ସେଇ ବାବୁଙ୍କୁ ଯାଇଁ କିଛି ଟଙ୍କା ମାଗିଲି ହେଲେ ସେ ତ ଟଙ୍କା ଦେଲାନି ଆଉ ଜଣଙ୍କ ସହ ପଠାଇ ଦେଇ କହିଲା ଏଇ ବାବୁ ଦେବେ । ଘରେ ରୋଗୀଣା ଛୁଆ ପଇସା ନାହିଁ , ବାଧ୍ୟ ହୋଇ ଗଲି ।ହେଲେ ବାବୁ ସେଠି ବି ସେଇ ଏକା ଅବସ୍ଥା ।ଚିଲ ,ଶାଗୁଣା ଭଳି ମୋ ଶରୀରକୁ ଖାଇ ଗଲେ ଆଉ ବଦଳରେ ଦୁଇ ହଜାର ଟଙ୍କା ଧରାଇ ଦେଲେ । କଷ୍ଟେ ମଷ୍ଟେ ଆସି ଛୁଆକୁ ନେଇ ଡାକ୍ତର ପାଖକୁ ଗଲି ।ହେଲେ ସେଇ ଦିନ ଠାରୁ ହୃଦୟକୁ କଠୋର କରି ମୁଁ ଗଣିକାଟିଏ ପାଲଟି ଗଲି । ଏଇଠି ଆସି ଛିଡାହୁଏ ,କେତେ ବଡ ବଡିଆ ବାବୁ ଆସନ୍ତି ମୂଲ ଚାଲ କରି ନେଇ ଯାଆନ୍ତି ପୁଣି ଆଣି ଏଇଠି ଛାଡି ଯାଆନ୍ତି। ମୁଁ ଜାଣେ ମୋ ପିଲା ବଡ ହେଲେ ମୋତେ ଘୃଣା କରିବେ । ହେଲେ ସତ କହୁଛି ବାବୁ ,ମୁଁ ମୋ ଦେହର ଭୋକ ପାଇଁ ଏ କାମ କରୁନି ।ମୋ ପିଲାଙ୍କ ପେଟର ଭୋକ ପାଇଁ କରୁଛି ।

ସ୍ତବ୍ଦ ହୋଇଯାଇଥିଲେ ତନ୍ମୟ ! ଆଉ ଭାବୁଥିଲେ ସତରେ କଣ ଆଜିର ପୁରୁଷ ସମାଜ ଏତେ ତଳକୁ ଖସିଯାଇ ପାରେ ? ମନରେ ଅନେକ ପ୍ରଶ୍ନ ହୃଦୟକୁ ଆନ୍ଦୋଳିତ କରୁଥିଲା ।ଏହା ଭିତରେ ସେମାନେ କଟକ ରେ ପହଞ୍ଚି ଯାଇଥିଲେ ।ପକେଟ୍ ରେ ହାତ ପୁରାଇଲେ ତନ୍ମୟ ,ପାଞ୍ଚ ସହ ଟଙ୍କାର ନୋଟ୍ ଖଣ୍ଡେ ଥିଲା ତାଙ୍କ ପକେଟ୍ ରେ ।ନୋଟ୍ ଟିକୁ ମହିଳା ଜଣଙ୍କୁ ଦେଉ ଦେଉ କହିଥିଲେ "ଏଇ ପାଞ୍ଚସହ ଟଙ୍କା ରଖ ମା ଆଜି ହୁଏତ ତୁମ ପିଲାଙ୍କ ପେଟର ଭୋକ ଏଇଥିରେ ମାରିବ "।

ମମତା ମଞ୍ଜରୀ ଦାସ ,ବାଲିସାହି ,କଟକ

9777473277


Rate this content
Log in

Similar oriya story from Tragedy