Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Satyabati Swain

Tragedy

3  

Satyabati Swain

Tragedy

ଭୋକ କଙ୍କାଳ

ଭୋକ କଙ୍କାଳ

4 mins
11.9K



ଲକ୍ ଡାଉନ୍ ହେବା ଦିନୁ ମୁଁ ଅଧିକ ଭାବିଛି ଜଣକ କଥା।ପ୍ରତିଦିନ ଭଞ୍ଜ କଳା ମଣ୍ଡପ ପାଚିରୀ କାନ୍ଥକୁ ଆଉଜି ବସିଥାନ୍ତି ଜଣେ ଦାଢ଼ି ଭର୍ତ୍ତୀ ମଉସା।ଚାଲି ପାରନ୍ତି ନାହିଁ କି ପଚାରିଲେ କିଛି କୁହନ୍ତି ନାହିଁ।ଭିକ ବି ମାଗନ୍ତି ନାହିଁ।ଦିନ ରାତି ବସିଥିବେ ଆଖି ବୁଜି।ମୁଁ ଜାଣିନି ସେ ମଉସା ମୋତେ କାହିଁକି ଭଲ ଲାଗନ୍ତି।ଲକ୍ ଡାଉନ୍ ହେବାର ଆଠ ଦଶ ଦିନ ପୂର୍ବରୁ ତାଙ୍କୁ ଭୁବନେଶ୍ୱରରେ ନୂଆ ଦେଖୁଥିଲି ମୁଁ।ସେ ମଣିଷ କମ୍ "ଭୋକର କଙ୍କାଳ" ବେଶୀ ଲାଗୁଥିଲେ।


ମାର ସଂସ୍କାର ପାଇଁ କି ମୋ ହୃଦୟ ଆବେଗ ନେଇ ନିଃସ୍ୱ ଅସହାୟ ମଣିଷଙ୍କ ପ୍ରତି ମୋର ମାତ୍ରାଧିକ ଆହା ପଣ ଥାଏ। ସେ ମଉସାଙ୍କୁ ଦେଖିଲେ ଲାଗେ ଭିକାରୀ ଆଦୌ ନୁହନ୍ତି।କିନ୍ତି ରାସ୍ତା କଡର ବେସାହାରା ମୁକ ମଣିଷଟିଏ।ପାଗଳ ବି କହି ହେବନି।କାହିଁକି ନା ପାଗଳାମୀର କୌଣସି ଲକ୍ଷଣ ତାଙ୍କ ପାଖେ ନାହିଁ।


ସହର ତ କାହାରି ନୁହଁ।ନିଜ ସୁଖରେ ସଭିଏଁ ଵ୍ୟସ୍ତ।ଭିକାରୀ ଗୁଡା ବି ମାର୍ ଧର କରନ୍ତି ଏଠି ନୂଆ ଭିକାରୀ ମଣିଷ ଟିଏ ଦେଖିଲେ।କାଳେ ତାଙ୍କ ଭିକ୍ଷା ପଇସାରେ ଭାଗୀ ହେବେ ସେଥିପାଇଁ ଦୂର୍ ଦୂର୍ ମାର୍ ମାର୍ କରନ୍ତି।ବିଚରା ଏ ମଉସାଙ୍କୁ ବି ସେମିତି ସହିବାକୁ ପଡିଥିଲା।ମୁଁ ଦିନେ ଅଫିସ୍ ରୁ ଆସିଲା ବେଳକୁ ଗୋଡେଇ ଗୋଡେଇ ମାରୁ ଥିଲେ ମଉସାଙ୍କୁ।ମୁଁ ହିଁ ପୋଲିସଙ୍କୁ କହି ଏଇ ଭଞ୍ଜ କଳା ମଣ୍ଡପ ପାଖରେ ବସିବାକୁ ସ୍ଥାନଟିଏ କରାଇ ଦେଇଥିଲି।ପ୍ରତି ଦିନ ଗଲା ବେଳେ ଓ ଆସିଲା ବେଳେ ପାଉଁରୁଟି ପ୍ୟାକେଟ୍ ଗୋଟିଏ ଲେଖା ଦେଇ ଥାଏ ତାଙ୍କୁ।ପାଉଁରୁଟି ଦେଲା ବେଳେ ମଉସା ମୋ ମୁହଁକୁ ଜୁଳୁ ଜୁଳୁ କରି ଅନାନ୍ତି ଓ ତାଙ୍କ ଆଖିରୁ ବୋହି ପଡେ ଲୁହ ଧାରେ।ଲୁହ ପୋଛି ହସି ଦିଅନ୍ତି ଟିକେ ଓ ଉପରକୁ ହାତ ଟେକି ଆଶୀର୍ବାଦ ମୁଦ୍ରାରେ ରୁହନ୍ତି।କି ଖରା କି ତରା ସେଇ ପାଚିରୀକୁ ଆଉଜି ବସିଥିବେ। ନିହାତି ବେସାହାରା ମଣିଷଟିଏ।


ଏଣୁ କ ରୋ ନା ପାଇଁ ଲକ୍ ଡାଉନ୍ ହେଲା ପରେ ମୁଁ କେବଳ ସେଇ ମଉସାଙ୍କ କଥା ବେଶୀ ଭାବେ। ଗୋଟିଏ ପ୍ରଶ୍ନ ମୋତେ ଅହରହ ବିଚଳିତ କରେ,କଣ ଖାଉଥିବେ ସେ କଙ୍କାଳ ସାର ମଉସାଟି?ସେଇଠି ସେ ବସିଥିବେ,ନା କୁଆଡେ ଯିବେଣି?କେହି ତାଙ୍କୁ କିଛି ଖାଇବାକୁ ଦେଇ ଥିବ ତ??


ମା ଭାବିଲା କ ରୋ ନା ଭୟରେ ମୁଁ ବୋଧେ ଏମିତି ହେଉଛି।ମୋତେ ବୁଝେଇଲା ସମୟ ପୂର୍ବରୁ ବା ସମୟ ପରେ କିଛି ଘଟେନି।କିଛି ଉଦ୍ୟେଶ ଥାଇ ଯାହା ହୁଏ।ଯଦି ଆମର କ ରୋ ନା ଯୋଗୁଁ ଧ୍ୱଂସ ଲେଖା ଥିବ କେହି ଅଟକାଇ ପାରିବେ ନାହିଁ।ବିଚଳିତ କାହିଁକି ହେଉଛୁ?ମା ବେଳେବେଳେ ଦାର୍ଶନିକ ପାଲଟି ଯାଏ।ମୁନୀ ଋଷିଙ୍କ ପରି କଥା କୁହେ।


ମୁଁ କହିଲି ନା ମା ମୁଁ କ ରୋ ନା ପାଇଁ ଚିନ୍ତିତ ନୁହେଁ।ଚିନ୍ତିତ ଜଣେ ବୁଢା ମଉସାଙ୍କ ପାଇଁ।ସେ ଭିକାରୀ ନୁହଁନ୍ତି।କିନ୍ତୁ ରାସ୍ତା କଡ଼ରେ ହିଁ ବସିଥାନ୍ତି।କାହାକୁ କିଛି ମାଗନ୍ତି ନାହିଁ।ଏଇ ଅଳ୍ପ ଦିନ ହେବ ଆମ ସହରରେ ଦେଖା ଯାଉଛନ୍ତି।ମୁଁ ପ୍ରତିଦିନ ଗଲା ବେଳେ ଓ ଆସିଲା ବେଳେ ତାଙ୍କୁ ଖାଇବାକୁ ପାଉଁରୁଟିଟିଏ ଦିଏ।ସେ ଏବେ କଣ ଖାଉଥିବେ?ଏହି କଥା ଭାବି ମୋତେ କଷ୍ଟ ହେଉଛି।


ମା କହିଲା ଠିକ୍ ଅଛି।ମୋ ସାଙ୍ଗ ସୁନିତା ପୋଲିସ୍ ଇନିସ୍ ପେକ୍ଟର।ତାଙ୍କୁ କହୁଛି ସେ ପାସ୍ ଟିଏ ଦେବା ବନ୍ଦୋବସ୍ଥ କରିଦେବ।ତୁ ଯାଇ କିଛି ଖାଦ୍ୟ ଦେଇ ଆସିବୁ।ସବୁ ଦୁଃଖୀ ରଙ୍କିକି ମା ର ଆଦର।କାରଣ ସମସ୍ତଙ୍କ ଭିତରେ ସେ ମୋ ବାବାଙ୍କୁ ଦେଖେ।


ବାବାଙ୍କ କଥା ମୋର ମନେ ନାହିଁ।କେଜାଣି କେତେ କାଳ ହେଲାଣି ବାବା ନିଖୋଜ।ମା କୁହେ ମୋ ବଡ଼ ଭାଇ ରମୁ ଭାଇକୁ ଜର ଛାଡୁ ନ ଥିଲା ତିନିଦିନ ହେବ ମୋତେ ଯେତେବେଳେ ପାଞ୍ଚ ବର୍ଷ।।ଯେତେ ଔଷଧ ଖାଇଲେବି ଜର କମୁ ନ ଥିଲା।ବୋଉ ବାପା ରାତିସାରା ଜଗି ବସିଥିଲେ ତାକୁ।ରାତି ଗୋଟାଏ ହେବ।ବାପା କାନ୍ଥକୁ ଆଉଜି ଘୁମେଇଁ ପଡ଼ିଥିଲେ।ହଠାତ୍ ରମୁ ଭାଇର ଅତି ଅଧିକ ଟେମ୍ପର୍ଚର ବଢିଗଲା । ସେ ଗଅଁ ଗଅଁ ଶବ୍ଦ କରି ଧନୁ ପରି ହୋଇଗଲା।କପାଳ ଭର୍ତ୍ତୀ ଝାଳ।ଆଖି ପିଛରା ପକେଇଲା ନାହିଁ।ସବୁଦିନ ପାଇଁ ମାତ୍ର ଏଗାର ବର୍ଷରେ

ଆମକୁ ଛାଡି ଚାଲିଗଲା।ମୋ ବାବା ବହୁତି ଭାଵ ପ୍ରବଣ ଲୋକ ଥିଲେ।ବାବା ଅମୁ ଭାଇଙ୍କ ଏପରି ଅବସ୍ଥା ଦେଖି ମୋ ପୁଅ ମୋ ପୁଅ ହୋଇ ପାଗଳ ପରି ହେଲେ।ଭଲ ଚାକିରୀ କରିଥିଲେ।ସାଧା ସିଧା ମଣିଷଟିଏ ଥିଲେ।ଅମୁ ଭାଇର ମରଣ ସହି ପାରିଲେ ନାହିଁ।ମୁକ ହୋଇ ଗଲେ ଯେପରି।ଦିନେ ଅଫିସ୍ ଯାଇଥିଲେ ଯେ ଆଉ ଫେରିଲେ ନାହିଁ।ପୋଲିସ୍,ଲୋକ ଯେତେ ଯୁଆଡେ ଖୋଜିଲେ ବାବାଙ୍କ ପତ୍ତା ମିଳିଲା ନାହିଁ।ସେବେଠାରୁ ମା ଓ ମୁଁ ଏକା।


ମୋର ପାଠ ପଢ଼ା ଓ ଆମ ଦୁହିଁଙ୍କ ବଂଚିବା ପାଇଁ ମା ଆବେଦନ କରି କରି ଶେଷରେ ବାପାଙ୍କ ଅଫିସ୍ ପିଅନ ପୋଷ୍ଟର ଚାକିରୀ ଟିଏ ମିଳିଲା।ବଂଚିଗଲୁ ଆମେ।ଏବେ ମୁଁ ବଡ଼ ହୋଇଛି।ସେକ୍ରେଟେରିଏଟରେ କ୍ଳରିକାଲ ଜବ୍ ଟିଏ ଓଆସି ଯାଇଛି ଏଇ ଚାରି ମାସ ତଳେ।ଏଣୁ ପ୍ରତ୍ୟେକ ଅସହାୟ ମଣିଷ ଙ୍କ ପାଇଁ ମା ଓ ମୋ ଅନ୍ତର ରେ ଆବେଗ ଭର୍ତ୍ତୀ।


ମା ଏହା ଭିତରେ କୋଡିଏ ବର୍ଷ ବିତି ଯାଇଥିଲେ ବି ବାବାଙ୍କୁ ପାଇବା ଆଶା ଛାଡିନ ଥିଲା।ହୁଏତ ମିଳି ଯାଇ ପାରନ୍ତି ଏଇ ନିଶାରେ ଆମେ ମା ପୁଅ ଦୁହେଁ ବଞ୍ଚୁଥିଲୁ।


ମା ପାସ୍ ଟିଏ କରେଇ ଦେଲା।ମୋ ହାତରେ,ଖେଚୁଡ଼ି, ବିସ୍କୁଟ,ଚୁଡା ଓ ପାଣି ବଟଲେ ଦେଇ କହିଲା ଯା ଦେଇ ଆସିବୁ।ପୋଲିସ୍ ଵାଲା ମାରି ଘଉଡାଇ ଦେଇଛନ୍ତି ବୋଧେ।ମଉସା ବସିବା ସ୍ଥାନରେ ନ ଥିଲେ।ସେଇ ଛକରେ ଡିୟୁଟି କରୁଥିବା ପୋଲିସ୍ ଭାଇଟି ମୋତେ ଜାଣେ।ତାଙ୍କୁ ପଚାରିବାରୁ ଅଳ୍ପ ଦୂର୍ ଗୋଟିଏ ଗଛ ମୂଳକୁ ଦେଖାଇ ଦେଲେ।ମୋ ସହ ପୋଲିସ୍ ଜଣକ ବି ଆସିଲେ। ମଉସା ବୋଧେ କାହା ଅପେକ୍ଷା କରି ଥିଲେ।


ଭୋକର କଙ୍କାଳ ଦେଖିବାକୁ ଏତେ ଭୟାନକ?ମାଟିକୁ କାମୁଡି ପଡିଛନ୍ତି।ଲାଗୁ ନାହିଁ ମଣିଷଟିଏ ପଡିଛି।ସତେକି ଅଳ୍ପ ମାଟି ଗଦା ହୋଇଛି ଗଛ ମୂଳେ।ମୁଁ ଡାକିଲି ମଉସା,ନିଅ ତୁମ ପାଇଁ ଖାଇବା ଆଣିଛି।ସେ ଆଖି ଖୋଲିଲେ।ମୋତେ ଟିକେ ଚାହିଁଲେ।ପୁଣି ଆଖି ବୁଜି ଦେଲେ।ମୁଁ ବଟଲ ଖୋଲି ପାଟି ଟୋପେ ତାଙ୍କ ମୁହଁରେ ଦେଲି।ସେ ଦିଇ ଠୋକ ପିଇଲେ।ଆଉ ପିଇଲେ ନାହିଁ।ଆଖି ମୁଦି ପଡିଲେ।ପୋଲିସ୍ କହୁଥିଲେ ଦୋକାନ ବଜାର,ଲୋକ ବାକ ସବୁ ତ ବନ୍ଦ।ଏ ବୁଢ଼ା ଏମିତି ଅଖିଆ ଅପିଆ ପଡିଛି।ସୁକୁ ସୁକୁ ହେଉଛି।କେତେବେଳେ ଜୀବନ ଚାଲିଯିବ କିଏ କହିବ।ବୁଢାଟା ଅଚିହ୍ନା ଲୋକଟା।ହୁଏତ ସ୍ମୃତି ଶକ୍ତି ହରେଇ ଜାଣି ପାରୁ ନାହିଁ ସେ କିଏ କି ତା ଘର ଦ୍ୱାର କେଉଁଠି?ପଡ଼ି ପଡି ଏମିତି ଅଖିଆ ଅପିଆ ମରିବ।


ମୁଁ ପୁଣି ଡାକିଲି ମଉସା ଉଠ୍ ଖାଇବ।ଦେଖ ମୋ ମା ତୁମ ପାଇଁ ଖେଚୁଡ଼ି କରି ଦେଇଛି।ଉଠ୍ ମଉସା।ଯେତେ ଡାକିଲି ଆଉ ଉଠିଲେ ନାହିଁ।ପୋଲିସ୍ ତା ବାଡିରେ ଠେଲି କହିଲା ଏ ବୁଢା ଉଠ୍।ଏ ବାବୁ ତୋ ପାଇଁ ଖାଇବା ଆଣିଛନ୍ତି ପରା।ଉଠ୍ ମଉସା ଏ ପାଖରୁ ସେ ପାଖକୁ ଢଳି ପଡିଲେ।ପୋଲିସ୍ କହିଲେ ବୁଢ଼ାଟା ମରି ଗଲା ହେ।ତୁମରି ହାତରୁ ପାଣି ପାଇବା ପାଇଁ ଅପେକ୍ଷା କରିଥିଲା।କେଉଁ ଜନ୍ମରେ ତୁମେ ତାର କଣ ଥିଲ?ଚାଲ ଚାଲ ମୁଁ ମୁନିସି ପାଲଟି ଗାଡିକୁ ଫୋନ୍ କରେ ଆସି ଲାସ୍ ଟା ନେଇଯିବ।ଯାଅ ଯାଅ ବାବୁ ପଳାଅ।ଏବେର ବେଳ କାଳ ଭଲ ନାହିଁ।ଅଲଗା ପୋଲିସ୍ ଆସିଲେ ତୁମେ ହଇରାଣରେ ପଡିପାର।ମୁଁ ତୁମକୁ ଜାଣିଛି ବୋଲି ସିନା।ଏତକ କହି ପୋଲିସ୍ ଚାଲିଗଲେ।


ମୋତେ ନିଃଶ୍ୱାସ ନେବାକୁ ଭାରି କଷ୍ଟ ଲାଗୁଥିଲା।ମୁଁ ଦେଖିଲି ମଉସାଙ୍କ ପୁଟୁଳିରେ ମଇଳା କାଗଜ ବିଣ୍ଡାଟାଏ।ସେଇଟିକୁ ବାହାର କରି ନେଇ ପଳେଇଲି ଘରକୁ।ପୋଲିସ୍ ଯାହା କହୁଛନ୍ତି ଠିକ୍। ଦୁନିଆଁ ପ୍ରଶ୍ନ କରିବେ।ଅଯଥା ଝାମେଲାରେ ପଡିବି।ଘରକୁ ଯାଏଁ କାଗଜ ଖୋଲି ଦେଖିବି,କାଳେ କିଛି ସୁରାଗ ମିଳି ଯିବ ତା ଘର ଲୋକଙ୍କର।ଖବରଟା ଅନ୍ତତଃ ଦେଇ ପାରିବି।ମାତ୍ର ଏ କଣ କାଗଜ ବିଣ୍ଡା ଭିତରେ ସେ କଣ ଦେଖୁଛି?


ମା ହେ ମା ଶୀଘ୍ର ଆ।ଦେଖ୍ କଣ?


ମା ମୋ ହାତରୁ ଛଡାଇ ନେଇ କହିଲା ଆରେ ଏତ ଆମରି ଫୋଟୋ।ଅମୁ ,ତୁ, ମୁଁ ଓ ତୋ ବାବା।


ବାବା...


 ମା ଫଟୋଟି ହାତରେ ଧରି ପାଗଳଙ୍କ ପରି ଦୌଡୁଥିଲା ଆଗେ ଆଗେ ଓ ମୁଁ ଦୌଡୁଥିଲି ତା ପଛେ ପଛେ ଭଞ୍ଜ କଳା ମଣ୍ଡପ ପାଖ ସେ ଗଛ ମୂଳକୁ।


ଆମେ ପହଁଚିଲା ବେଳକୁ ମୁନିସି ପାଲଟି ଗାଡି ଲାବାରିସ୍ ଶବଟାକୁ କୁଆଡେ ନେଇ ଯାଇଥିଲା।


ମା ତା ମଥାର ସିନ୍ଦୁର ନିଜ ହାତରେ ପୋଛି କାନ୍ଦୁଥିଲେ ଲକ୍ ଡାଉନ୍ ଭୁବନେଶ୍ୱର ଛାତି ଥରାଇ।


Rate this content
Log in

More oriya story from Satyabati Swain

Similar oriya story from Tragedy