STORYMIRROR

Subhalaxmi Nayak

Drama Horror

3  

Subhalaxmi Nayak

Drama Horror

ଭଙ୍ଗା ଘର

ଭଙ୍ଗା ଘର

2 mins
194

ବେଳେବେଳେ ଏମିତି କିଛି ଘଟଣା ଘଟେ, କ୍ଷଣିକ ମଧ୍ୟରେ ଅସ୍ଥିର ହୋଇଯାଏ ମନ। ଠିକ୍ ସେମିତି ଘଟିଥିଲା କିଛି ମୋ ସହିତ ବୁଲିବାକୁ ଯାଇଥିଲୁ ଯେତେବେଳେ ବିଳାସପୁର।

ବିଳାସପୁର ସହର ଠାରୁ ବସ୍ ରେ ଆଗକୁ ଗଲାବେଳେ ଅନେକ ଜାଗାରେ ପରିତ୍ୟକ୍ତ ଭଙ୍ଗା ଘର ସବୁ ଦେଖିବାକୁ ମିଳିଲା ଆମକୁ। ମନରେ କୌତୁହଳ ସୃଷ୍ଟି ହେଲା ଆମର। କିଛି ବାଟ ଆଗକୁ ଗଲା ପରେ ଗୋଟିଏ ଛୋଟିଆ ବଜାର ପାଖରେ ଗାଡ଼ି ରହିଲା। ଜଳଖିଆ ଖାଇ ଆଗକୁ ଲକ୍ଷ୍ୟସ୍ଥଳକୁ ଯାତ୍ରା କରିବାକୁ କଣ୍ଡକ୍ଟର ସୂଚାଇ ଦେଇ ଗଲା। କିନ୍ତୁ ଆମ ମନ ସେଇ କେତେ ଗୁଡ଼ିଏ ଭଙ୍ଗା ଘରର ଇତିହାସ ଜାଣିବାକୁ ବ୍ୟଗ୍ର ଥିଲା। ବସ୍ ରୁ ଓହ୍ଲାଇ ଗୋଟିଏ ଚା ଦୋକାନ ପାଖରେ ଯାଇ ଛିଡ଼ା ହେଲୁ। ପଚାରି ଦେଲୁ ନିଜ ମନରେ ଉଙ୍କି ମାରୁଥିବା ପ୍ରଶ୍ନଟିକୁ। ମୋର ସ୍ବାମୀଙ୍କର ଗୋଟିଏ ପ୍ରଶ୍ନ ସେଇ ପାନ ଦୋକାନୀ ଆଡ଼କୁ ଚାହିଁ,"ଗୋଟିଏ ନାଇଁ ଦୁଇଟି ନାଇଁ ଏକାବେଳେ ଦଶ ବାରଟି ଭଙ୍ଗା ଘର କ'ଣ କିଛି ଅଘଟଣ ଘଟିଥିଲା ଅତୀତରେ ନା କୌଣସି ଭୌତିକ କାଣ୍ଡ ପାଇଁ ଏସବୁ"ପାନ ଦୋକାନୀ ୟାଙ୍କ କଥା ଶୁଣି ହସିଲା ଆଉ କହିଲା,"ହାଃ ହାଃ ନାଇଁ ବାବୁ ଏ ବାଟରେ ଯାଉଥିବା ଶହେ ପ୍ରତିଶତରୁ ନବେ ପ୍ରତିଶତ ଲୋକ ଆପଣଙ୍କ ଭଳି ଚିନ୍ତା କରି ପ୍ରଶ୍ନ ପଚାରନ୍ତି ମୋତେ। ସେମାନଙ୍କୁ ଯାହା ଉତ୍ତର ଦିଏ ଆପଣଙ୍କ ପାଇଁ ମଧ୍ୟ ସମାନ ଉତ୍ତର ମୋର। ମୋର ତ ଅଭ୍ୟାସ ହୋଇଗଲାଣି ଏସବୁ ଶୁଣି ଶୁଣି। କୌଣସି ଭୌତିକ କାଣ୍ଡ ସେଠାରେ ଘଟୁ ନାହିଁ କି କିଛି ବି ଅଘଟଣ ଘଟି ନାହିଁ ସେଠାରେ ପ୍ରକୃତ କଥା ହେଉଛି ସେ ଜାଗାଟି ଗୋଟିଏ ମାଲିକର।ଆଉ ସେ ମାଲିକ ଏମିତି ଭଙ୍ଗା ଘର ସବୁ ରଖିଛି କାରଣ ସେଠାରେ ଭୂତ ଚଳଚ୍ଚିତ୍ର ଆଦି ସୁଟିଂ କରାଯାଏ।ଆଉ ଅନେକ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ଓ ଖଳନାୟକ ମଧ୍ୟରେ ଲଢ଼େଇ ହେଉଥିବାର ଦୃଶ୍ୟ ମଧ୍ୟ ସୁଟିଂ ହୋଇଛି। ସେଇଟା ପ୍ରକୃତରେ ଗୋଟିଏ ସୁଟିଂ ସେଟ୍।" ଆମେ ଶୁଣି ମୁଣ୍ଡରେ ହାତ ଦେଲୁ ଆଉ ହସିଲୁ ମଧ୍ୟ। ସେ ଜାଗାକୁ ଦେଖିବା ପରଠାରୁ କେତେ କ'ଣ ଭୟାନକ କଥା ସବୁ ଭାବି ପକେଇଲୁଣି। ଦେଖିଲା ବେଳକୁ ସେମିତି କିଛି ବି ନୁହେଁ। ଏତିକି ବେଳକୁ ବସ୍ କଣ୍ଡକ୍ଟର ଡ଼ାକ ପକେଇଲା ଆଉ ଆମେ ପୁନଶ୍ଚ ବସ୍ କୁ ଫେରିଆସିଲୁ। ବସ୍ ନିଜ ଲକ୍ଷ୍ୟସ୍ଥଳକୁ ଯାତ୍ରା ଆରମ୍ଭ କଲା।


Rate this content
Log in

Similar oriya story from Drama